ସତ୍ୟସୁନ୍ଦର ପତିଙ୍କ ଯାତ୍ରା: ଗାଁରୁ ଧଉଳି ଭାୟା ଉତ୍ତର ବାଲେଶ୍ୱର

ଧଉଳି ଗଣନାଟ୍ୟ ପ୍ରାୟୋଜିତ ଚଳିତବର୍ଷର ନାଟକ ସବୁ ଦେଖିଥିବା ଯାତ୍ରାପ୍ରେମୀମାନଙ୍କୁ ବୁଝାଇ କହିବାକୁ ହେବନାହିଁ ଯେ, ସତ୍ୟସୁନ୍ଦର ପତି କିଏ? ୨୦୧୮-୧୯ ଯାତ୍ରା ବର୍ଷରେ ପେସାଦାର ଯାତ୍ରାନୁଷ୍ଠାନରେ ପାଦ ଥାପିଥିବା ସତ୍ୟ ନୂଆ ହେଇପାରନ୍ତି ସତ; ମାତ୍ର ତାଙ୍କ ଅଭିନୟ କଦାଚିତ ନୂଆ ନୁହେଁ। ପିଲାଟି ବେଳୁ ସେ ଯଦି କାହାକୁ ଭଲପାଇ ବସିଥିଲେ ତା’ହେଲେ ତାହା ହେଉଛି ଯାତ୍ରା। ସତ୍ୟଙ୍କ ଜନ୍ମ ବାଲେଶ୍ୱର ରେମୁଣା ଅନ୍ତର୍ଗତ ରାଉତରାପୁର ଗ୍ରାମରେ। ବାପା ଚିନ୍ତାମଣି ପତି ଜଣେ ରିଟାୟାର୍ଡ଼ ଆର୍ମି ଅଫିସର। ମା’ ସରସ୍ବତୀ ଦେବୀ ଜଣେ ସୁଗୃହିଣୀ। ତାଙ୍କରି କୋଳରେ ଜନ୍ମ ହୋଇଥିବା ସତ୍ୟ ପିଲାଟି ବେଳୁ ଆକର୍ଷିତ ହୁଅନ୍ତି କଳାଜଗତ ପ୍ରତି। ଗଁାରେ ଦୋଳ, ମକର ଆଦି ପର୍ବପର୍ବାଣିରେ ଯାତ୍ରା ହୁଏ। ବହୁ ବଡ଼ ବଡ଼ ମାଷ୍ଟରମାନେ ଆସି ଯାତ୍ରା ଶିଖାନ୍ତି। ରାତି ରାତି ଯାତ୍ରା ହୁଏ। ତାହାକୁ ଦେଖ ତ୍ଦେଖି ସତ୍ୟ ନିଜକୁ ଜଣେ କଳାକାର ଭାବରେ ତିଆରି କରୁଥାନ୍ତି। ବଡ଼ହେବା ପରେ ସତ୍ୟ ନିଜେ ମୁହଁରେ ପାଉଡର ମାଖି ଓହ୍ଲାନ୍ତି ମଞ୍ଚ ଉପରକୁ। ତାଙ୍କର ଡେଙ୍ଗା ଚଉଡ଼ା ଚେହେରା ଦେଖି ମାଷ୍ଟରମାନେ ତାଙ୍କୁ ଖଳନାୟକ କରିବାକୁ ଦିଅନ୍ତି। ଆଉ ସତ୍ୟଙ୍କୁ ବି ବେଶ୍‌ ଫିଟ୍‌ ହୁଏ ଖଳ ଚରିତ୍ରର ଭୂମିକା। ଗାଁରେ ଅଭିନୟ କରିବା ପରେ ସତ୍ୟଙ୍କୁ ପ୍ରଚୁର ପ୍ରଶଂସା ଓ ବାହାବା ମିଳେ। ଗାଁର କଳାପ୍ରେମୀ ପଡ଼ୋଶୀମାନେ ତାଙ୍କୁ କହନ୍ତି ଅଭିନୟ ଜାରି ରଖିବା ପାଇଁ। ବାପାମା’ଙ୍କର ମଧ୍ୟ କୌଣସି ଆପତ୍ତି ନ ଥାଏ। ସତ୍ୟ ଏଥର ଗାଁ ଛାଡ଼ି ଚାଲି ଯାଆନ୍ତି ଉତ୍ତର ବାଲେଶ୍ୱର। ଉତ୍ତର ବାଲେଶ୍ୱରେ ରହିଛି ଏକାଧିକ ଯାତ୍ରାପାର୍ଟି। ସେଠାରେ ତାଙ୍କୁ ଅଭିନୟ କରିବାର ଭରପୂର ସୁଯୋଗ ମିଳେ। ତିନିବର୍ଷ ସେହି ଉତ୍ତର ବାଲେଶ୍ୱର ପାର୍ଟି ସମୂହରେ ଯାତ୍ରା କରି ନିଜକୁ ପରିପକ୍ୱ କରନ୍ତି। ତାଙ୍କ ଭିତରେ ଆତ୍ମବିଶ୍ୱାସ ବଢ଼େ ଯେ, ସେ ଜଣେ ଅଭିନେତା ହୋଇପାରିବେ। ଏହି ସମୟକାଳ ଭିତରେ ତାଙ୍କର ଭେଟ ହୁଏ ଅଭିନେତା ଗୌର ଦାସଙ୍କ ସହିତ। ଗୌର ତାଙ୍କୁ ପ୍ରୋତ୍ସାହିତ କରନ୍ତି। ଆଉ ପ୍ରସ୍ତାବ ଦିଅନ୍ତି ଯେ, ସେ ପେସାଦାର ପାର୍ଟିକୁ ଆସିବା ଉଚିତ। ସେତିକି ନୁହେଁ, ଗୌର ହିଁ ତାଙ୍କୁ ନେଇ ଆସନ୍ତି ଧଉଳି ଗଣନାଟ୍ୟକୁ। ୨୦୧୮ ଯାତ୍ରା ସିଜନ୍‌ରେ ଧଉଳି ଗଣନାଟ୍ୟରେ ନିଜର ପେସାଦାର କଳାକାର ଜୀବନର ଅୟମାରମ୍ଭ କରନ୍ତି। ଧଉଳି ଗଣନାଟ୍ୟରେ ସେ ଅଭିନୟ କରିଥିବା ନାଟକଗୁଡ଼ିକ ମଧ୍ୟରେ ରହିଛି – ‘କହ ଗୌରଦାସ କାହାର ଦୋଷ’, ‘କିଛି ଲୁହ ପିଇଯାଏ ଓଠ’, ‘କଳାକାହ୍ନୁ ମୋର କାଳିଆ ସୁନା’ ଏବଂ ‘କଳିଯୁଗର ରାମାୟଣ’। ‘କହ ଗୌରଦାସ କାହାର ଦୋଷ’ ନାଟକରେ ସତ୍ୟଙ୍କର ଭୂମିକା ସେ ମନ୍ତ୍ରୀଙ୍କ ପିଏ। ‘କିଛି ଲୁହ ପିଇଯାଏ ଓଠ’ରେ ସେ ଜଣେ ନେଗେଟିଭ ସାନଭାଇ। ଅବଶ୍ୟ ‘କଳାକାହ୍ନୁ…’ରେ ସେ ପଜିଟିଭ ଭୂମିକାରେ ଆସିଛନ୍ତି। ମାତ୍ର ‘କଳିଯୁଗ…’ ନାଟକରେ ତାଙ୍କର ନେଗେଟିଭ୍‌। ପଜିଟିଭ୍‌ ଅପେକ୍ଷା ନେଗେଟିଭ୍‌ ଭୂମିକାରେ ବେଶି କମ୍ଫର୍ଟ ସତ୍ୟ। ସେ କହନ୍ତି : କାହାଣୀଟିଏ ଅଛି, ପରିବାରଟିଏ ଅଛି, ସମାଜଟିଏ ଅଛି ମାନେ ଖଳ ଚରିତ୍ରଟିଏ ଅଛି। ନ ହେଲେ ନା କାହାଣୀ ସୁନ୍ଦର ନା ପରିବାର ସୁନ୍ଦର ନା ସମାଜ ସୁନ୍ଦର।


Enter your email to get our daily news in your inbox.

All Right Reserved By Dharitri.Com

କ୍ୟାଟ୍ରିନାଙ୍କ ସମର୍ଥନରେ ସଲମାନ, ବିକିଙ୍କ ନିରବତାକୁ ନେଇ ପ୍ରଶ୍ନ; ଭାଇଜାନ୍‌ଙ୍କଠାରୁ ଶିଖ…

ମୁମ୍ବାଇ,୨୦ା୯: ଗଣେଶ ଚତୁର୍ଥୀ ଅବସରରେ ସ୍ୱାମୀ ବିକି କୌଶଲଙ୍କ ସହ ନଜର ଆସିଥିଲେ ଅଭିନେତ୍ରୀ କ୍ୟାଟ୍ରିନା କୈଫ । ଏହା ପରେ ସୋସିଆଲ ମିଡିଆର କିଛି ପେଜ୍‌…

ଦୁଆଙ୍କୁ ମିଳିଲା ସାନ ଭଉଣୀ: ଦ୍ୱିତୀୟ କନ୍ୟାରତ୍ନଙ୍କୁ ସ୍ୱାଗତ କଲେ ‘ଦୀପବୀର୍‌’

ମୁମ୍ବାଇ: ବଲିଉଡ୍‌ର ଚର୍ଚ୍ଚିତ ତଥା ଲୋକପ୍ରିୟ ଯୋଡ଼ି ଦୀପିକା ପାଦୁକୋନ୍‌ ଏବଂ ରଣବୀର୍‌ ସିଂହଙ୍କ ଘରକୁ ଆସିଛି ନୂଆ ଅତିଥି। ଶନିବାର ଏହି ଷ୍ଟାର୍‌ ଦମ୍ପତିଙ୍କ କୋଳକୁ…

୩୩ ଫିଲ୍ମକୁ ପଛରେ ପକାଇ ଓସ୍କାର ଗଲା ‘ଗୋନ୍ଧଳ’; ମିଳିଲା ଅଫିସିଆଲ୍ ଟିକେଟ୍!

ନୂଆଦିଲ୍ଲୀ: ୯୯ତମ ଏକାଡେମୀ ଆୱାର୍ଡ (ଓସ୍କାର ୨୦୨୭) ପାଇଁ ଭାରତରୁ ଅଫିସିଆଲ ଏଣ୍ଟ୍ରି କରିଛି ମରାଠୀ ଫିଲ୍ମ ‘ଗୋନ୍ଧଳ’। ଫିଲ୍ମ ଫେଡେରେସନ ଅଫ ଇଣ୍ଡିଆ ଏବଂ ଇମ୍ପାର…

ହଜାରେ ଝିଅଙ୍କ ଦାୟିତ୍ୱ ନେବେ ରଣବୀର ସିଂହ; ରଣବୀର ଓ ଆଲିଆ ମଧ୍ୟ ନେଲେ ଗୁରୁତ୍ୱପୂର୍ଣ୍ଣ ସଂକଳ୍ପ

ମୁମ୍ବଇ,୧୮।୯: ୧୪ ସେପ୍ଟେମ୍ବରରେ ଗଣେଶ ଚତୁର୍ଥୀ ଅବସରରେ, ସାଧାରଣ ଲୋକଙ୍କଠାରୁ ଆରମ୍ଭ କରି ବଲିଉଡ ତାରକାଙ୍କ ପର୍ଯ୍ୟନ୍ତ ସାରା ଦେଶର ଲୋକମାନେ ନିଜ ଘରେ ଭଗବାନ ଗଣେଶଙ୍କ…

ସୁରକ୍ଷାକର୍ମୀଙ୍କ ସାମ୍ନାରେ ହାତ ଯୋଡ଼ିଲେ ସଲମାନ; ଗଣେଶ ଦର୍ଶନ ପରେ…

ମୁମ୍ବାଇ: ବଲିଉଡର ‘ଭାଇଜାନ’ ସଲମାନ ଖାନ ତାଙ୍କ ଅଭିନୟ ଏବଂ ଚଳଚ୍ଚିତ୍ର ପାଇଁ ବେଶ ଜଣାଶୁଣା, କିନ୍ତୁ ସମ୍ପ୍ରତି ସେ ନିଜର ସୋସିଆଲ ମିଡିଆ ପୋଷ୍ଟ ଏବଂ…

ବ୍ରେକଅପ୍‌ ଚର୍ଚ୍ଚା ଭିତରେ ମୁହଁ ଖୋଲିଲେ ଆକୃତି ଅଗ୍ରୱାଲ, ପୃଥ୍ବୀ ଶ’ଙ୍କୁ ନେଇ କହିଲେ…

ନୂଆଦିଲ୍ଲୀ,୧୭।୯: ଟିମ୍‌ ଇଣ୍ଡିଆରୁ ଦୀର୍ଘ ସମୟ ଧରି ଦୂରେ ଥିବା ଭାରତୀୟ ଓପନର ବ୍ୟାଟର ପୃଥ୍ୱୀ ଶ’ଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?