Posted inଭଦ୍ରକ

ସଜେଇହୋଇଛି ଭଦ୍ରକାଳୀ ପୀଠ: ସପ୍ତମାତୃକା ବେଶରେ ଦର୍ଶନ ଦେବେ ମା’

ପ୍ରସିଦ୍ଧ କାଳୀପୂଜା ପାଇଁ ଭଦ୍ରକ ସହର ସମେତ ଚରମ୍ପା ଷ୍ଟେଶନ ଅଞ୍ଚଳ ଚଳଚଞ୍ଚଳ ହୋଇପଡ଼ିଛି। ମା’ଙ୍କ ପୂଜା ନୀତିରେ ଯେଭଳି କୌଣସି ବ୍ୟତିକ୍ରମ ନ ହେବ ସେଥିପ୍ରତି ସେବାୟତ ଓ ପ୍ରଶାସନ ପକ୍ଷରୁ ତପତ୍ରତା ପ୍ରକାଶ ପାଇଛି। ଭଦ୍ରକର ଅଧିଷ୍ଠାତ୍ରୀ ଦେବୀ ମା’ ଭଦ୍ରକାଳୀଙ୍କ ପୀଠ କାଳୀପୂଜା ଉପଲକ୍ଷେ ସଜେଇ ହେଲାଣି। ପୀଠରେ ପୂଜା ପାଇଁ ବ୍ୟାପକ ପ୍ରସ୍ତୁତି ଚୂଡ଼ାନ୍ତ ହୋଇଛି। ସୁରକ୍ଷା ଦୃଷ୍ଟିରୁ ପୀଠରେ ସିସିଟିଭି ଲଗାଯାଇଛି। ସିସିଟିଭି ନଜରରେ ରହିବ ମା’ଙ୍କ ମନ୍ଦିର ବେଢ଼ା ପରିସର ଓ ସମ୍ମୁଖ ଭାଗ। ରବିବାର ଦୀପାବଳି ହୋଇଥିବାରୁ ପ୍ରାୟ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ। ରବିବାରଠାରୁ ଆରମ୍ଭ ହେବ ମା’ଙ୍କ ସପ୍ତମାତୃକା ବେଶ। ଏହି ପରିପ୍ରେକ୍ଷୀରେ ମା’ଙ୍କ ସେବା ନୀତିରେ ନିୟୋଜିତ ଥିବା ୫୦ରୁ ଊର୍ଦ୍ଧ୍ୱ ଦୀକ୍ଷିତ ପରିବାର ଏଥିପାଇଁ ଏବେଠାରୁ ବିଭିନ୍ନ ପ୍ରସ୍ତୁତି ଆରମ୍ଭ କରିଛନ୍ତି।
ମା’ ଭଦ୍ରକାଳୀ ପୀଠରେ ସବୁବେଳେ ବିଷ୍ଣୁମାତା ରୂପେ ପୂଜା ପାଇଆସୁଛନ୍ତି। ଏଣୁ କାଳୀପୂଜା ଅବସରରେ ପୀଠରେ ଜଗତ କଲ୍ୟାଣ ଉଦ୍ଦେଶ୍ୟରେ ସପ୍ତଦିବସ ବ୍ୟାପୀ ମହାଯଜ୍ଞର ଆୟୋଜନ କରାଯାଇଥାଏ। ରବିବାରଠାରୁ ଆସନ୍ତା ନଭେମ୍ବର ୨ ପର୍ଯ୍ୟନ୍ତ ଏଠାରେ ମହାଯଜ୍ଞ ସାଙ୍ଗକୁ ମା’ଙ୍କ ସପ୍ତମାତୃକା ବେଶ ଅନୁଷ୍ଠିତ ହେବ। ରବିବାର ସାଳନ୍ଦୀ ନଦୀ ଆହାରପଦା ଘାଟରୁ ମାନସିକ କଳସ ଶୋଭାଯାତ୍ରା ମାଧ୍ୟମରେ ଅଣାଯାଇ ମଣ୍ଡପରେ ସ୍ଥାପନ କରାଯାଇ ପୂଜାନୀତି ଆରମ୍ଭ ହେବ। ପ୍ରଥମଦିନ ମା’ ବେଦମାତା ବେଶରେ ପୂଜା ପାଇବେ। ଦ୍ୱିତୀୟ ଦିନ ମହାକାଳୀ, ତୃତୀୟ ଦିନରେ ରାଜରାଜେଶ୍ୱରୀ, ଚତୁର୍ଥରେ ସିଂହବାହିନୀ, ପଞ୍ଚମରେ ଜଗଦ୍ଧାତ୍ରୀ ଓ ଷଷ୍ଠ ଦିନରେ ମହାସରସ୍ବତୀ ବେଶରେ ମା’ ଭକ୍ତମାନଙ୍କୁ ଦର୍ଶନ ଦେବେ। ସପ୍ତମ ଦିବସରେ ମହାଲକ୍ଷ୍ମୀ ବେଶରେ ବିଶ୍ୱଶାନ୍ତି ମହାଯଜ୍ଞର ପୂର୍ଣ୍ଣାହୁତି ହେବ। ସେବାୟତମାନେ ମା’ଙ୍କର ସପ୍ତମାତୃକା ବେଶ, ମଙ୍ଗଳ ଆଳତି, ନାମସଂକୀର୍ତ୍ତନ, ପ୍ରବଚନ, ଶତଚଣ୍ଡୀ ପାଠ, ଦୀପଯଜ୍ଞ, ପହଡ଼ଭୋଗ ଓ ଯଜ୍ଞ ମଣ୍ଡପର ସାଜସଜ୍ଜା ବିଷୟରେ ଗୁରୁତ୍ୱ ଦେବେ ବୋଲି କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଜୁବାବୁଙ୍କ ପ୍ରତି ଅଶାଳୀନ ମନ୍ତବ୍ୟର ପ୍ରତିବାଦ, ଏମ୍‌ପି ନିଶିକାନ୍ତ ଦୁବେଙ୍କ କୁଶପୁତ୍ତଳିକା ଦାହ କରି…

ଦେବଗଡ଼,୨ା୪(ଶଶାଙ୍କ ଶେଖର ଝାଙ୍କର): ପ୍ରବାଦପୁରୁଷ ବିଜୁ ପଟ୍ଟନାୟକଙ୍କ ପ୍ରତି ଭାଜପା ଏମ୍‌ପି ନିଶିକାନ୍ତ ଦୁବେ ଦେଇଥିବା ଅପମାନ ଜନକ ମନ୍ତବ୍ୟକୁ ଦେବଗଡ଼ ଜିଲା ବିଜେଡି ପକ୍ଷରୁ ଦୃଢ଼…

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବ୍ୟାକଫୁଟରେ ସୁପରପାୱାର ଆମେରିକା, ଇରାନ ସହ ଯୁଦ୍ଧରୁ ଓହରିବ! ଟ୍ରମ୍ପଙ୍କ ବଡ଼ ବୟାନ…

ୱାଶିଂଟନ, ୧ା୪:ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ଏକ ନୂଆ ମୋଡ଼ ନେଇଛି। ସୁପରପାୱାର ଆମେରିକାର ରଣନୀତି ଫେଲ ମାରୁଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

ଟାର୍ଗେଟରେ ଭାଜପା ଅଫିସ୍: ପାର୍କିଂରେ ଥିବା ସ୍କୁଟିରେ ହେଲା ବୋମା ବିସ୍ଫୋରଣ, ହାଇ ଆଲର୍ଟରେ…

ଚଣ୍ଡିଗଡ଼,୧।୪: ଭାଜପା କାର୍ଯ୍ୟାଳୟ ବାହାରେ ବିସ୍ଫୋରଣ। ଚଣ୍ଡିଗଡ଼ର ସେକ୍ଟର-୩୭ ସ୍ଥିତ ପଞ୍ଜାବ ଭାଜପା କାର୍ଯ୍ୟାଳୟ ବାହାରେ ଥିବା ପାର୍କିଂ ଅଞ୍ଚଳରେ ଏକ ବୋମା ବିସ୍ଫୋରଣ ଘଟିଛି। ଏହି…

ବନ୍ଦ ହୋଇଯିବ କି ଯୁଦ୍ଧ? ବଡ଼ ଦାବି କଲେ ଟ୍ରମ୍ପ, ଯୁଦ୍ଧବିରତି ଲାଗି….

ନୂଆଦିଲ୍ଲୀ,୧।୪:  ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଚାଲିଥିବା ସଂଘର୍ଷ ମଧ୍ୟରେ ଏକ ବଡ଼ ଦାବି କରିଛନ୍ତି । ସେ କହିଛନ୍ତି ଯେ ଇରାନର ନୂତନ ରାଷ୍ଟ୍ରପତି ତାଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri