Posted inଖେଳ

ସଚିନଙ୍କଠାରୁ ପ୍ରଶଂସା ଶୁଣି ଆଶ୍ଚର୍ଯ୍ୟ ହେଲେ ଏହି ଖେଳାଳି, କହିଲେ ଏମିତି

ସିଡନୀ,୧୨।୨: ଭାରତୀୟ କ୍ରିକେଟ ଦଳର କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ସଚିନ ତେନ୍ଦୁଲକର ଅଷ୍ଟ୍ରେଲିଆର ଯୁବ ବ୍ୟାଟ୍ସମ୍ୟାନ ମାର୍ନସ ଲାବୁଶେନଙ୍କୁ ପ୍ରଶଂସା କରିଛନ୍ତି। ଏହା ଜାଣି ଲାବୁଶେନ କହିଛନ୍ତି, ଜୀବନରେ ଯାହାକୁ ଅନୁସରଣ କରିଛି, ତାଙ୍କଠାରୁ ମୋ ପ୍ରଶଂସା ଶୁଣି ମୁଁ ଆଶ୍ଚର୍ଯ୍ୟାନ୍ବିତ ହୋଇପଡିଛି। ଏବେ ଯାହା ଅନୁଭବ କରୁଛି ତାହା ବୟାନ କରିବା ମୋ ଶବ୍ଦ ନାର୍ହି ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ, ଲାବୁଶେନଙ୍କ ବ୍ୟାଟିଂ ଶୈଳୀ ସଚିନଙ୍କୁ ନିଜ କଥା ମନେ ପକାଇଦେଇଛି। ସଚିନ କହିଥିଲେ, ମୁଁ ଅଷ୍ଟ୍ରେଲିଆ ଓ ଇଂଲଣ୍ଡ ମଧ୍ୟରେ ଲଡର୍‌ସରେ ଖେଳାଯାଇଥିବା ଦ୍ୱିତୀୟ ଟେଷ୍ଟ ମ୍ୟାଚ ଦେଖୁଥିଲି। ଯେତେବେଳେ ଷ୍ଟିଭ ସ୍ମିଥ ଆହତ ହୋଇ ମ୍ୟାଚରୁ ବାଦ ପଡିଥିଲେ ତାଙ୍କ ସ୍ଥାନରେ ଲାବୁଶେନ କନକସନ ସବଷ୍ଟଚ୍ୟୁଟ ଭାବେ ଦ୍ୱିତୀୟ ଇନିଂସରେ ବ୍ୟାଟିଂ କରିବାକୁ ଆସିଥିଲେ। ମୁଁ ସେଠାରେ ନିଜ ଶ୍ୱଶୁରଙ୍କ ସହ ବସି ମ୍ୟାଚ ଦେଖୁଥିଲି। ଜୋଫ୍ରା ଆର୍ଚରଙ୍କ ବଲରେ ଲାବୁଶେନଙ୍କୁ ଆଘାତ ଲାଗିଥିଲା ଏବଂ ଏହା ପରେ ୧୫ ମିନିଟ ପର୍ଯ୍ୟନ୍ତ ସେ ଯେଉଁଭଳି ବ୍ୟାଟିଂ କଲେ, ତାହା ମୋତେ ବେଶ ପ୍ରଭାବିତ କରିଥିଲି। ସେହି ସମୟରେ ମୁଁ କହିଥିଲି, ‘ଏହି ଖେଳାଳି ଜଣକ ବହୁତ ଖାସ’। ଲାବୁଶେନଙ୍କର ଫୁଟୱର୍କ ସଠିକ ରହିଛି। ଫୁଟୱର୍କ କେବଳ ଶାରୀରିକ ନୁହେଁ, ମାନସିକ ଭାବେ ସଠିକ ହେବା ଦରକାର। ଯଦି ଆପଣ ସକାରାତ୍ମକ ଚିନ୍ତାଧାରା ସହ ବ୍ୟାଟିଂ କରିବେ ନାହିଁ, ତାହେଲେ ଆଗକୁ ବଢିପାରିବେ ନାହିଁ। ୨୫ ବର୍ଷୀୟ ଲାବୁଶେନ ୨୦୧୯ରେ ଟେଷ୍ଟ କ୍ରିକେଟରେ ସର୍ବାଧିକ ରନ (୧୧୦୪) ହୋଇଥିଲେ। ଆଶେସରେ ମଧ୍ୟ ସେ ପ୍ରଭାବୀ ବ୍ୟାଟିଂ କରି ୫୦.୪୨ ହାରରେ ୩୫୩ ରନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଧାନମନ୍ତ୍ରୀଙ୍କ ପାଇଁ ଆପତ୍ତିଜନକ ଶବ୍ଦ ବ୍ୟବହାର କରିଥିବା ନାବାଳିକାଙ୍କ ବିରୁଦ୍ଧରେ ନିଆଯିବ ନାହିଁ କୌଣସି କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ,୩।୮: ଗତ ମାସରେ ଜନ୍ତର ମନ୍ତରରେ ‘କକ୍ରୋଚ ଜନତା ପାର୍ଟି’ (CJP) ଦ୍ୱାରା ଆୟୋଜିତ ଛାତ୍ର ପ୍ରତିବାଦ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୁଦ୍ଧରେ ଆପତ୍ତିଜନକ ମନ୍ତବ୍ୟ…

ଏଇ ଭାରତରେ

ଗଙ୍ଗାନଦୀକୁ ସଫା କରିବା ପାଇଁ ୨୦୧୪ରେ କେନ୍ଦ୍ର ସରକାର ନମାମୀ ଗଙ୍ଗେ ଯୋଜନା ଆରମ୍ଭ କରିଥିଲେ ମଧ୍ୟ ବ୍ୟକ୍ତିଗତ ସ୍ତରରେ ଉତ୍ତରପ୍ରଦେଶ ରାମପୁରର ପଟଓ୍ବାଇ ଗାଁର ୨୩…

ଶବ୍ଦ ପଛର ସତ୍ୟ

ଆମେ ସାଧାରଣତଃ ଧରିନେଉ ଯେ ଲୋକେ ଯାହା କହନ୍ତି, ସେହି ଅର୍ଥରେ ହିଁ କହନ୍ତି। କିନ୍ତୁ ବାସ୍ତବ ଜୀବନରେ ଅନେକ ସମୟରେ ଶବ୍ଦ ଓ ଉଦ୍ଦେଶ୍ୟ ମଧ୍ୟରେ…

ନକଲ ପାଇଁ ଅକଲ ଦରକାର

ମଣିଷ ଏକ ସାମାଜିକ ପ୍ରାଣୀ ଏବଂ ଅନୁକରଣ କରିବା ତା’ର ଜନ୍ମଗତ ପ୍ରବୃତ୍ତି। ଶିଶୁଟିଏ ଜନ୍ମ ହେବା ପରେ ନିଜ ପରିବାର ଓ ଆଖପାଖର ଲୋକଙ୍କୁ ଦେଖି…

ନିଷ୍ପ୍ରୟୋଜନ ପ୍ରୟାସ

ଅନେକ ପୁରାତନ ପୁସ୍ତକ, ପୁରାଣ ସାହିତ୍ୟ ତଥା ବହୁ ବରେଣ୍ୟ ସାଧକଙ୍କ କୃତିକୁ ସମ୍ପାଦନା, ଗବେଷଣା, ତ୍ରୁଟି ସଂଶୋଧନ, ଭ୍ରମ ଦୂରୀକରଣ ନାମରେ ନୂତନ ରୂପ ଦେଇ…

ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ସିରିଜ ପୂର୍ବରୁ BCCI ଗ୍ରହଣ କଲା ବଡ଼ କାର୍ଯ୍ୟାନୁଷ୍ଠାନ!

ନୂଆଦିଲ୍ଲୀ,୩।୮: ଆସାମ ଏବଂ ରେଳବାଇର ପୂର୍ବତନ କ୍ରିକେଟର ଶୁଭଦୀପ ଘୋଷଙ୍କୁ ଭାରତୀୟ ପୁରୁଷ କ୍ରିକେଟ ଦଳର ଫିଲ୍ଡିଂ ପ୍ରଶିକ୍ଷକ ଭାବରେ ନିଯୁକ୍ତ କରାଯିବାକୁ ସ୍ଥିର ହୋଇଛି। ଜିମ୍ବାୱେ…

ମହାନଦୀରେ ବନ୍ୟାଜଳ: ପ୍ରଭାବିତ ହେଉଛନ୍ତି ମତ୍ସ୍ୟଜୀବୀ

ମହାକାଳପଡ଼ା,୩ା ୮(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳ ବାହାକୁଦ ପିତାପାଟ ଗ୍ରାମ ସଂଲଗ୍ନ ମହାନଦୀରେ ବନ୍ୟା ଜଳ ପ୍ରବାହିତ ହେଉଛି। ଫଳରେ…

ସମ୍ମାନିତ ହେଲେ ଓଡ଼ିଆ ପୁଅ ଯୁବ କବି ସୁନୀଲ, ଛୁଟୁଛି ଶୁଭେଚ୍ଛାର ସୁଅ

ଗଞ୍ଜାମ,୩।୮(ବିଦ୍ୟାଧର ସାହୁ ): ସାହିତ୍ୟ ସଂସଦ , ମାଲକାନଗିରି ଓଡ଼ିଶାର ସପ୍ତମ ପ୍ରତିଷ୍ଠା ଦିବସ ବ୍ରହ୍ମପୁର ସ୍ଥିତ ଗୋପାଳ କୃଷ୍ଣ ରଙ୍ଗ ମଞ୍ଚ, ଗୋସାଣୀ ନୂଆଁ ଗାଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri