ସଙ୍ଗୀତ ନିଶାରେ ରୁନୁ

ସଙ୍ଗୀତ ଗୋଟେ ନିଶା। ସେ ନିଶା ଯାହାକୁ ଘାରେ ତାକୁ ସବୁକିଛି ସଙ୍ଗୀତମୟ ଲାଗେ। ସେମିତି ଗୋଟେ ନିଶାକୁ ସାଥିକରି ବାଟ ଚାଲୁଥିବା ଚୁଲ୍‌ବୁଲି ଝିଅ ହେଉଛନ୍ତି ରୁନୁ ପଣ୍ଡା। ଓଡ଼ିଶା ସଙ୍ଗୀତ ଜଗତରେ ରୁନୁ ପଣ୍ଡା ନଁାଟି ହୁଏତ ଖୁବ୍‌ ବେଶି ପରିଚିତ ହୋଇନାହିଁ; ତେବେ ରୁନୁ ପଣ୍ଡାଙ୍କର ଯାହା ସବୁଠୁ ବଡ଼ ପରିଚୟ ତାହା ହେଉଛି ତାଙ୍କର ସୁରିଲା କଣ୍ଠସ୍ବର। କିଏ କହିପାରିବ ଏମିତି ଏକ ସମୟ ଆସିବ ସେହି କଣ୍ଠସ୍ବର ରୁନୁଙ୍କୁ ଓଡ଼ିଶାର ଘରେ ଘରେ ପରିଚିତ କରି ନଦେବ। ସଙ୍ଗୀତକୁ ଭଲ ପାଉଥିବା, ସୁର-ତାଳ-ଲୟର ପ୍ରେମରେ ପଡ଼ିଥିବା ରୁନୁ ତ ସେମିତି ଗୋଟେ ଆତ୍ମବିଶ୍ୱାସ ନେଇ ଆଗକୁ ଆଗକୁ ବାଟ ଚାଲୁଛନ୍ତି। କଟକ ନିବାସୀ ଚନ୍ଦ୍ରମଣି ପଣ୍ଡା ଏବଂ ରଶ୍ମିତା ପଣ୍ଡାଙ୍କର ସୁକନ୍ୟା ରୁନୁ ସଙ୍ଗୀତକୁ ସାଥିରେ ନେଇ ଜନ୍ମ ହୋଇଛନ୍ତି। ତେଣୁ ତାଙ୍କର ରକ୍ତରେ ରହିଛି ସୁର, ତାଳ ଆଉ ଲୟ। ପାଞ୍ଚବର୍ଷ ବୟସରୁ ସେ ଗୀତ ଗାଇବା ଆରମ୍ଭ କରନ୍ତି। ବାପାମା’ଙ୍କର ସଙ୍ଗୀତରେ ରୁଚିଥିଲା। ତେଣୁ ଝିଅର ସଙ୍ଗୀତ ପ୍ରତି ଭଲପାଇବା ଦେଖି ସେମାନେ ତାକୁ ଗୀତ ଶିଖାନ୍ତି। ତେବେ ରୁନୁଙ୍କର ବିଧିବଦ୍ଧ ସଙ୍ଗୀତ ଶିକ୍ଷା ଆରମ୍ଭ ହୁଏ ଗୁରୁ ନୀହାର ରଞ୍ଜନ ପତିଙ୍କଠାରୁ। ସେ ସମ୍ପ୍ରତି ହିନ୍ଦୁସ୍ତାନୀ ଭୋକାଲ ଶିକ୍ଷା କରୁଛନ୍ତି। ଏହା ହେଉଛି ତାଙ୍କର ଥାର୍ଡ଼ ଇୟର। ରୁନୁ ଓଡ଼ିଆ ଗୀତ ଗାଇବା ସହିତ ଖୁବ୍‌ ଭଲ ସମ୍ବଲପୁରୀ ଗୀତ ମଧ୍ୟ ଗାଇପାରନ୍ତି। ସେତିକିନୁହେଁ, ମଞ୍ଚରେ ଗୀତ ଗାଉଥିବା ବେଳେ ତବଲାର ତାଳରେ ମନକୁମନ ଉଠିଯାଏ ତାଙ୍କ ପାଦ। ବାସ୍‌, ମଞ୍ଚରେ ଦର୍ଶକମାନେ ପାଆନ୍ତି ନୃତ୍ୟ ସହିତ ଗୀତର ସିମ୍ଫୋନି। ବିଭିନ୍ନ ଅର୍କେଷ୍ଟ୍ରା, ଇଭେଣ୍ଟ ଶୋ’ ତଥା ଭଜନ ପ୍ରୋଗ୍ରାମରେ ଯୋଗ ଦିଅନ୍ତି ରୁନୁ। ଏବେ କିନ୍ତୁ ରୁନୁଙ୍କ ଜୀବନରେ ସଙ୍ଗୀତର ଏକ ନୂଆ ଅଧ୍ୟାୟ ଆରମ୍ଭ ହୋଇଛି। ସେ ଚଳିତ ସିଜନ୍‌ରେ ‘ଯାତ୍ରା ଇନ୍ଦ୍ରମହଲ’ରେ ଜଣେ ମେଲୋଡ଼ି ଗାୟିକା ଭାବରେ ଯୋଗ ଦେଇଛନ୍ତି। ଏ ବାବଦରେ ରୁନୁ ହସିହସି କହନ୍ତି : ‘ମୁଁ ସିନା ଯାତ୍ରାରେ ମେଲୋଡ଼ି ଗାଉଛି। ହେଲେ ମୁଁ ଏ ଯାଏ ଯାତ୍ରା ସିଙ୍ଗର ହୋଇନାହିଁ। ଏପରିକି ଯାତ୍ରାକୁ କ୍ୟାରିୟର କରିବି କି ନା ସେକଥା ବି ଠିକ୍‌ କରିନାହିଁ। ମୋତେ ଆସନ୍ତା ସିଜନ୍‌ ପାଇଁ ହେବାକୁ ଥିବା ନୂଆ ଯାତ୍ରାପାର୍ଟି ‘ଯାତ୍ରା ସୂର୍ଯ୍ୟମନ୍ଦିର’ ପକ୍ଷରୁ ଅଫର ଆସିଥିଲେ ମଧ୍ୟ ମୁଁ ଏଯାଏ ତାହାକୁ ଗ୍ରହଣ କରିନାହିଁ।’ ତେବେ ତାଙ୍କର ଯାତ୍ରାକୁ ଆସିବାର କାହାଣୀଟି ମଧ୍ୟ ବେଶ୍‌ ରୋଚକ। ଦିନେ ସେ ପ୍ରୋଗ୍ରାମରୁ ଫେରି ଘରେ ଥାଆନ୍ତି। ଇନ୍ଦ୍ରମହଲରୁ ଅଭିନେତା ସୌମ୍ୟ ଫୋନ୍‌ କଲେ। କହିଲେ, ଆମର କୋଣାର୍କ କ୍ୟାମ୍ପ ଅଛି। ତୁମେ ଆସି ମେଲୋଡ଼ି ପ୍ରୋଗ୍ରାମ କରିବ କି? ଦ୍ୱନ୍ଦ୍ୱରେ ପଡ଼ିଥିଲେ ସେ। କାରଣ ତାଙ୍କର ଆଗରୁ ଯାତ୍ରା ଅଭିଜ୍ଞତା ନଥିଲା। ତଥାପି ସେ ଗଲେ। ଯାତ୍ରା ଅଭିଜ୍ଞତାରୁ ରୁନୁ କହନ୍ତି, ଗୋଟେ ବିଶାଳ ମଞ୍ଚରେ ଏକୁଟିଆ ଜଣେ ଗାୟିକା। ଆଗରେ ହଜାର ହଜାର ଦର୍ଶକ। ଇଏ ଗୋଟେ ନୂଆ ଅନୁଭୂତି। ତା’ପରେ ପାର୍ଟି ପକ୍ଷରୁ ଅନୁରୋଧ କରାଗଲା ବଲାଙ୍ଗୀର ଏବଂ ଖଣ୍ଡଗିରି କ୍ୟାମ୍ପ ପାଇଁ। ଉଲ୍ଲେଖଯୋଗ୍ୟ, ସେ ଏବେ ବି ଯାତ୍ରା ଇନ୍ଦ୍ରମହଲ ପାଇଁ ମେଲୋଡ଼ି ଗାଉଛନ୍ତି। ତେବେ ଆଗକୁ କ’ଣ ହେବ ସେକଥା ସମୟ କହିବ।


Enter your email to get our daily news in your inbox.

All Right Reserved By Dharitri.Com

ଘର ଛାଡ଼ିବେନି ସଲମାନ୍‌

ବମ୍ବେ: ବଲିଉଡ୍‌ର ତିନି ଖାନ୍‌ଙ୍କ ମଧ୍ୟରୁ ସଲମାନ୍‌ଙ୍କ ଲୋକପ୍ରିୟତା କାହିଁରେ କେତେ। ଏଯାଏ କୁଆଁରା ଥିବା ଏହି ଅଭିନେତାଙ୍କ ପୁରୁଷ ଅପେକ୍ଷା ମହିଳା ପ୍ରଶଂସକଙ୍କ ତାଲିକା...

ଖୁବ୍‌ଶୀଘ୍ର ଆସୁଛି ‘କୌନ୍‌ ବନେଗା କରୋଡ଼ପତି’, ଜାଣନ୍ତୁ କେମିତି କରିବେ ରେଜିଷ୍ଟ୍ରେଶନ

ମୁମ୍ବାଇ: ବିଗ୍‌ ବି’ ଅମିତାଭ ବଚ୍ଚନଙ୍କ କୁଇଜ୍‌ ଶୋ’ କୌନ୍‌ ବନେଗା କରୋଡ଼ପତି’ (କେବିସି) ସବୁବେଳେ ଚର୍ଚ୍ଚାରେ ରହିଥାଏ। ବର୍ତ୍ତମାନ ଏହି ଶୋ’ର ପରବର୍ତ୍ତୀ ସିଜନ୍‌ ...

ଅଲଗା ହେଲା ବାଟ, ପ୍ରେମିକଙ୍କଠାରୁ ଅଲଗା ହେଲେ ଶ୍ରୁତି ହାସନ!

ବମ୍ବେ: ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ସାଉଥ୍‌ ସୁପରଷ୍ଟାର କମଲ ହାସନଙ୍କ ଝିଅ ତଥା ଅଭିନେତ୍ରୀ ଶ୍ରୁତି ହାସନ। ଦୀର୍ଘଦିନ ଧରି ସେ ଶାନ୍ତନୁ ହଜାରିକାଙ୍କୁ...

ପୁଣି ପ୍ରେମରେ ପଡ଼ିଛନ୍ତି କୋଙ୍କଣା? ପୂର୍ବ ସ୍ବାମୀ କରିଦେଲେ ବଡ଼ ଖୁଲାସା

ବମ୍ବେ: ପୁଣି ପ୍ରେମରେ ପଡ଼ିଛନ୍ତି ଅଭିନେତ୍ରୀ କୋଙ୍କଣା ସେନ୍‌ ଶର୍ମା। କିଛି ଦିନ ଧରି ତାଙ୍କର ଲଭ୍‌ ଲାଇଫକୁ ନେଇ ଚର୍ଚ୍ଚା ହେଉଥିଲା। ହେଲେ ସେ...

ଅଭିନେତ୍ରୀ ତମନ୍ନା ଭାଟିଆଙ୍କୁ ସମନ

ବମ୍ବେ,୨୫।୪: ଅଡ଼ୁଆରେ ଫସିଛନ୍ତି ବଲିଉଡ ଅଭିନେତ୍ରୀ ତମନ୍ନା ଭାଟିଆ। ଅଭିନେତା ସଞ୍ଜୟ ଦତ୍ତଙ୍କ ପରେ ବର୍ତ୍ତମାନ ତମନ୍ନା ଭାଟିଆଙ୍କ ନାମ ମଧ୍ୟ ବେଆଇନ ଆଇପିଏଲ୍‌ ମ୍ୟାଚ୍‌...

ହେମାମାଳିନୀଙ୍କୁ ନିର୍ବାଚନ ଲଢ଼ିବାକୁ ମନା କରିଥିଲେ ଧର୍ମେନ୍ଦ୍ର

ମୁମ୍ବାଇ: ଅଭିନେତ୍ରୀ ହେମାମାଳିନୀ ବର୍ତ୍ତମାନ ରାଜନୀତିରେ ସକ୍ରିୟ ରହିଛନ୍ତି। ମଥୁରାରୁ ୨ ଥର ଲୋକ ସଭା ସଦସ୍ୟ ଭାବେ ନିର୍ବାଚିତ ହୋଇଥିବା ହେମାମାଳିନୀ ଚଳିତ ଥର...

ସେଲ୍ସ ଗର୍ଲ ହେଲେ ଶ୍ରଦ୍ଧା

ମୁମ୍ବାଇ: ବଲିଉଡ୍‌ର ପ୍ରତିଭାବାନ୍‌ ଅଭିନେତ୍ରୀ ଶ୍ରଦ୍ଧା କପୁର ସୋସିଆଲ ମିଡିଆରେ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ସେ ନିଜ ଇନ୍‌ଷ୍ଟାଗ୍ରାମରେ ଏକ ଭିଡିଓ ପୋଷ୍ଟ କରିଛନ୍ତି, ଯାହାକୁ...

କ୍ୟାନ୍‌ସରରେ ଆଖି ବୁଜିଲେ ଫେଶନ ଇନ୍‌ଫ୍ଲୁଏନ୍ସର ସୁରଭି ଜୈନ

ନୂଆଦିଲ୍ଲୀ,୨୧ା୪: ଲୋକପ୍ରିୟ ଫେଶନ ଇନ୍‌ଫ୍ଲୁଏନ୍ସର ସୁରଭି ଜୈନଙ୍କର ୩୦ ବର୍ଷ ବୟସରେ ମୃତ୍ୟୁ ଘଟିଛି। ସେ ଦୀର୍ଘଦିନ ହେଲା କ୍ୟାନ୍‌ସରରେ ପୀଡ଼ିତ ଥିଲେ। ଇନ୍‌ଷ୍ଟାଗ୍ରାମରେ ତାଙ୍କର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri