ସଙ୍ଗୀତ ନିଶାରେ ରୁନୁ

ସଙ୍ଗୀତ ଗୋଟେ ନିଶା। ସେ ନିଶା ଯାହାକୁ ଘାରେ ତାକୁ ସବୁକିଛି ସଙ୍ଗୀତମୟ ଲାଗେ। ସେମିତି ଗୋଟେ ନିଶାକୁ ସାଥିକରି ବାଟ ଚାଲୁଥିବା ଚୁଲ୍‌ବୁଲି ଝିଅ ହେଉଛନ୍ତି ରୁନୁ ପଣ୍ଡା। ଓଡ଼ିଶା ସଙ୍ଗୀତ ଜଗତରେ ରୁନୁ ପଣ୍ଡା ନଁାଟି ହୁଏତ ଖୁବ୍‌ ବେଶି ପରିଚିତ ହୋଇନାହିଁ; ତେବେ ରୁନୁ ପଣ୍ଡାଙ୍କର ଯାହା ସବୁଠୁ ବଡ଼ ପରିଚୟ ତାହା ହେଉଛି ତାଙ୍କର ସୁରିଲା କଣ୍ଠସ୍ବର। କିଏ କହିପାରିବ ଏମିତି ଏକ ସମୟ ଆସିବ ସେହି କଣ୍ଠସ୍ବର ରୁନୁଙ୍କୁ ଓଡ଼ିଶାର ଘରେ ଘରେ ପରିଚିତ କରି ନଦେବ। ସଙ୍ଗୀତକୁ ଭଲ ପାଉଥିବା, ସୁର-ତାଳ-ଲୟର ପ୍ରେମରେ ପଡ଼ିଥିବା ରୁନୁ ତ ସେମିତି ଗୋଟେ ଆତ୍ମବିଶ୍ୱାସ ନେଇ ଆଗକୁ ଆଗକୁ ବାଟ ଚାଲୁଛନ୍ତି। କଟକ ନିବାସୀ ଚନ୍ଦ୍ରମଣି ପଣ୍ଡା ଏବଂ ରଶ୍ମିତା ପଣ୍ଡାଙ୍କର ସୁକନ୍ୟା ରୁନୁ ସଙ୍ଗୀତକୁ ସାଥିରେ ନେଇ ଜନ୍ମ ହୋଇଛନ୍ତି। ତେଣୁ ତାଙ୍କର ରକ୍ତରେ ରହିଛି ସୁର, ତାଳ ଆଉ ଲୟ। ପାଞ୍ଚବର୍ଷ ବୟସରୁ ସେ ଗୀତ ଗାଇବା ଆରମ୍ଭ କରନ୍ତି। ବାପାମା’ଙ୍କର ସଙ୍ଗୀତରେ ରୁଚିଥିଲା। ତେଣୁ ଝିଅର ସଙ୍ଗୀତ ପ୍ରତି ଭଲପାଇବା ଦେଖି ସେମାନେ ତାକୁ ଗୀତ ଶିଖାନ୍ତି। ତେବେ ରୁନୁଙ୍କର ବିଧିବଦ୍ଧ ସଙ୍ଗୀତ ଶିକ୍ଷା ଆରମ୍ଭ ହୁଏ ଗୁରୁ ନୀହାର ରଞ୍ଜନ ପତିଙ୍କଠାରୁ। ସେ ସମ୍ପ୍ରତି ହିନ୍ଦୁସ୍ତାନୀ ଭୋକାଲ ଶିକ୍ଷା କରୁଛନ୍ତି। ଏହା ହେଉଛି ତାଙ୍କର ଥାର୍ଡ଼ ଇୟର। ରୁନୁ ଓଡ଼ିଆ ଗୀତ ଗାଇବା ସହିତ ଖୁବ୍‌ ଭଲ ସମ୍ବଲପୁରୀ ଗୀତ ମଧ୍ୟ ଗାଇପାରନ୍ତି। ସେତିକିନୁହେଁ, ମଞ୍ଚରେ ଗୀତ ଗାଉଥିବା ବେଳେ ତବଲାର ତାଳରେ ମନକୁମନ ଉଠିଯାଏ ତାଙ୍କ ପାଦ। ବାସ୍‌, ମଞ୍ଚରେ ଦର୍ଶକମାନେ ପାଆନ୍ତି ନୃତ୍ୟ ସହିତ ଗୀତର ସିମ୍ଫୋନି। ବିଭିନ୍ନ ଅର୍କେଷ୍ଟ୍ରା, ଇଭେଣ୍ଟ ଶୋ’ ତଥା ଭଜନ ପ୍ରୋଗ୍ରାମରେ ଯୋଗ ଦିଅନ୍ତି ରୁନୁ। ଏବେ କିନ୍ତୁ ରୁନୁଙ୍କ ଜୀବନରେ ସଙ୍ଗୀତର ଏକ ନୂଆ ଅଧ୍ୟାୟ ଆରମ୍ଭ ହୋଇଛି। ସେ ଚଳିତ ସିଜନ୍‌ରେ ‘ଯାତ୍ରା ଇନ୍ଦ୍ରମହଲ’ରେ ଜଣେ ମେଲୋଡ଼ି ଗାୟିକା ଭାବରେ ଯୋଗ ଦେଇଛନ୍ତି। ଏ ବାବଦରେ ରୁନୁ ହସିହସି କହନ୍ତି : ‘ମୁଁ ସିନା ଯାତ୍ରାରେ ମେଲୋଡ଼ି ଗାଉଛି। ହେଲେ ମୁଁ ଏ ଯାଏ ଯାତ୍ରା ସିଙ୍ଗର ହୋଇନାହିଁ। ଏପରିକି ଯାତ୍ରାକୁ କ୍ୟାରିୟର କରିବି କି ନା ସେକଥା ବି ଠିକ୍‌ କରିନାହିଁ। ମୋତେ ଆସନ୍ତା ସିଜନ୍‌ ପାଇଁ ହେବାକୁ ଥିବା ନୂଆ ଯାତ୍ରାପାର୍ଟି ‘ଯାତ୍ରା ସୂର୍ଯ୍ୟମନ୍ଦିର’ ପକ୍ଷରୁ ଅଫର ଆସିଥିଲେ ମଧ୍ୟ ମୁଁ ଏଯାଏ ତାହାକୁ ଗ୍ରହଣ କରିନାହିଁ।’ ତେବେ ତାଙ୍କର ଯାତ୍ରାକୁ ଆସିବାର କାହାଣୀଟି ମଧ୍ୟ ବେଶ୍‌ ରୋଚକ। ଦିନେ ସେ ପ୍ରୋଗ୍ରାମରୁ ଫେରି ଘରେ ଥାଆନ୍ତି। ଇନ୍ଦ୍ରମହଲରୁ ଅଭିନେତା ସୌମ୍ୟ ଫୋନ୍‌ କଲେ। କହିଲେ, ଆମର କୋଣାର୍କ କ୍ୟାମ୍ପ ଅଛି। ତୁମେ ଆସି ମେଲୋଡ଼ି ପ୍ରୋଗ୍ରାମ କରିବ କି? ଦ୍ୱନ୍ଦ୍ୱରେ ପଡ଼ିଥିଲେ ସେ। କାରଣ ତାଙ୍କର ଆଗରୁ ଯାତ୍ରା ଅଭିଜ୍ଞତା ନଥିଲା। ତଥାପି ସେ ଗଲେ। ଯାତ୍ରା ଅଭିଜ୍ଞତାରୁ ରୁନୁ କହନ୍ତି, ଗୋଟେ ବିଶାଳ ମଞ୍ଚରେ ଏକୁଟିଆ ଜଣେ ଗାୟିକା। ଆଗରେ ହଜାର ହଜାର ଦର୍ଶକ। ଇଏ ଗୋଟେ ନୂଆ ଅନୁଭୂତି। ତା’ପରେ ପାର୍ଟି ପକ୍ଷରୁ ଅନୁରୋଧ କରାଗଲା ବଲାଙ୍ଗୀର ଏବଂ ଖଣ୍ଡଗିରି କ୍ୟାମ୍ପ ପାଇଁ। ଉଲ୍ଲେଖଯୋଗ୍ୟ, ସେ ଏବେ ବି ଯାତ୍ରା ଇନ୍ଦ୍ରମହଲ ପାଇଁ ମେଲୋଡ଼ି ଗାଉଛନ୍ତି। ତେବେ ଆଗକୁ କ’ଣ ହେବ ସେକଥା ସମୟ କହିବ।


Enter your email to get our daily news in your inbox.

All Right Reserved By Dharitri.Com

ଭୟରେ ଏମିତି କାମ କରିଦେଲେ ଅକ୍ଷୟ କୁମାର

ବହୁପ୍ରତୀକ୍ଷିତ ହରର କମେଡି ‘ଭୂତ ବଙ୍ଗଳା’ ଖୁବ୍‌ଶୀଘ୍ର ପରଦାକୁ ଆସିବ। ଦର୍ଶକ ମଧ୍ୟ ଫିଲ୍ମକୁ ନେଇ ବେଶ୍‌ ଉତ୍ସାହିତ ଅଛନ୍ତି। ‘ଭୂତ ବଙ୍ଗଳା’ର ଟିଜର ସାଉଁଟିଛି ଚର୍ଚ୍ଚା।…

କ୍ରିକେଟର୍‌ଙ୍କ ଅଭିଯୋଗରେ ଏହି ଅଭିନେତ୍ରୀଙ୍କୁ ବାନ୍ଧିଲା ପୋଲିସ: ପଛରେ ରହିଛି ଏମିତି କାରଣ

କଲମ୍ବୋ,୨।୪: ଶ୍ରୀଲଙ୍କାର କ୍ରିକେଟର ଭାନୁକା ରାଜପକ୍ଷେ ଅଭିନେତ୍ରୀ ହର୍ଷି ରସାଙ୍ଗାଙ୍କୁ ଏକ ଆଇନଗତ ନୋଟିସ ପଠାଇଛନ୍ତି। ଏହା ପରେ ପୋଲିସ ତାଙ୍କୁ ଗିରଫ କରିଛି। ଏହି ମାମଲା…

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଯୁଦ୍ଧ ମଧ୍ୟରେ ବଡ଼ ନିଷ୍ପତ୍ତି ନେଲେ ଶାହରୁଖ ଖାନ୍‌: ସିନେ ଇଣ୍ଡଷ୍ଟ୍ରିରେ ପଡ଼ିଗଲା ଚହଳ

ମଧ୍ୟପ୍ରାଚରେ ଚାଲିଥିବା ଯୁଦ୍ଧ ସାରା ବିଶ୍ୱରେ ପ୍ରଭାବ ପକାଇଛି। କେବଳ ଘରୋଇ ବଜାରରେ ନୁହେଁ ବରଂ ସିନେ ଇଣ୍ଡଷ୍ଟ୍ରିରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିଛି। ବଲିଉଡ…

କପୁର ପରିବାରରେ ଖୁସିର ଲହରୀ, ଅଜା ହେଲେ ଅନିଲ କପୁର

ମୁମ୍ବାଇ: ଅଭିନେତ୍ରୀ ସୋନମ କପୁର ତାଙ୍କ ସ୍ବାମୀ ଆନନ୍ଦ ଆହୁଜାଙ୍କ ସହ ତାଙ୍କର ଦ୍ୱିତୀୟ ସନ୍ତାନ, ଏକ ଶିଶୁପୁତ୍ରକୁ ସ୍ବାଗତ କରିଛନ୍ତି। ଇନଷ୍ଟାଗ୍ରାମରେ ଏହି ଖୁସି ଖବର…

ଦୁଃଖ ବଖାଣିଲେ ବରୁଣ ଧାୱନ: ଝିଅ ଲାରାଙ୍କୁ ହୋଇଛି…

ଅଭିନେତା ବରୁଣ ଧାୱନ ଇଣ୍ଡଷ୍ଟ୍ରିର ସବୁଠାରୁ ନିର୍ଭରଯୋଗ୍ୟ ଅଭିନେତା ଭାବରେ ଉଭା ହୋଇଛନ୍ତି। ଆଜିକାଲି ସେ ତାଙ୍କର ବ୍ଲକବଷ୍ଟର ଓ୍ବାର୍‌ ଡ୍ରାମା ଫିଲ୍ମ ‘ବର୍ଡର ୨’ର ସଫଳତାରେ…

୧୪ ଦିନରେ ୪ କିଲୋ ଓଜନ ହ୍ରାସ, ହସ୍ପିଟାଲ୍‌ରେ ହ୍ରିତିକ୍‌ ରୋଶନଙ୍କ ଗର୍ଲଫ୍ରେଣ୍ଡ

ବଲିଉଡ ଅଭିନେତା ହ୍ରିତିକ ରୋଶନଙ୍କ ଗର୍ଲଫ୍ରେଣ୍ଡ ସବା ଆଜାଦ ଆଜିକାଲି କଷ୍ଟକର ପରିସ୍ଥିତି ଦେଇ ଗତି କରୁଛନ୍ତି। ସବା ସାଇକ୍ଲୋସ୍ପୋରା କାଏଟାନେନ୍ସିସ ନାମକ ଏକ ରୋଗର ଶିକାର…

ରାମ ନବମୀରେ ପ୍ରଶଂସକଙ୍କୁ ଚମତ୍କାର ଉପହାର ଦେଲେ ରାମ ଚରଣ

ସୁପରଷ୍ଟାର ରାମ ଚରଣ ପ୍ରଶଂସକଙ୍କୁ ଏକ ଚମତ୍କାର ଉପହାର ଦେଇଛନ୍ତି। ରାମ ନବମୀରେ ଫିଲ୍ମ ‘ପେଡ୍ଡି ପେହେଲୱାନ’ର ପ୍ରଥମ ଝଲକ ରିଲିଜ ହୋଇଛି। ଏହା ସୋସିଆଲ ମିଡିଆରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri