ଭର୍ସାଟାଇଲ୍‌ ଟାହିଆ: ଯାତ୍ରା ଇଣ୍ଡଷ୍ଟ୍ରିରେ ରହିଛି ସ୍ବତନ୍ତ୍ର ପରିଚୟ

ଭଲ କଳାକାର କିଏ? ପ୍ରକୃତ ଅଭିନେତାର ପରିଚୟ କ’ଣ? ଯଦି ଏମିତି ପ୍ରଶ୍ନ କାହା ଭିତରେ ଥାଏ ତା’ହେଲେ ପଢ଼ନ୍ତୁ ଟାହିଆଙ୍କ ଉତ୍ତର। ‘ରାତିସାରା ମଞ୍ଚକୁ ଆସିବା ପାଇଁ ଇଚ୍ଛା ରଖୁଥିବା ବ୍ୟକ୍ତି କେବେ ବି ଜଣେ ସଚ୍ଚା କଳାକାର ନୁହେଁ। ରାତିରେ ପଛେ ଥରୁଟେ ସେ ମଞ୍ଚକୁ ଆସୁ। ମାତ୍ର ସେଇ ଥରକରେ ଦର୍ଶକମାନେ ତାକୁ ଦିନସାରା ମନେ ରଖନ୍ତୁ। ତା’ହେଲେ ସେ ହିଁ ହେବ ଜଣେ ସଚ୍ଚା କଳାକାର। ସେହିଭଳି ନିର୍ଦ୍ଦିଷ୍ଟ ଇମେଜ୍‌ ଭିତରେ ବାନ୍ଧି ହୋଇ ରହିବା କେବେ ବି ପ୍ରକୃତ ଅଭିନେତାର ପରିଚୟ ନୁହେଁ। ଅଭିନେତା ତ ସିଏ ଯିଏ ସବୁ ଚରିତ୍ରରେ ନିଜକୁ ହଜେଇ ଦେଇପାରେ। ଅଭିନୟ ତ ଅଭିନୟ। ସେଥିରେ ପୁଣି ବାଛ ବିଚାର କ’ଣ?’ ସମ୍ଭବତଃ ସେଇଥିପାଇଁ ଯାତ୍ରା ଇଣ୍ଡଷ୍ଟ୍ରିରେ ଟାହିଆଙ୍କର ରହିଛି ଏକ ସ୍ବତନ୍ତ୍ର ପରିଚୟ। ସେ ଜଣେ ଭର୍ସାଟାଇଲ୍‌ ଅଭିନେତା। ପଜିଟିଭ ହେଉ କି ନେଗେଟିଭ୍‌ – ସବୁ ଚରିତ୍ରରେ ସେ ଫିଟ୍‌।
ଟାହିଆ ଓରଫ୍‌ ନିଶିକାନ୍ତ ଜେନା। ଯାଜପୁରର ବରୁଣେଶ୍ୱର ନିବାସୀ କାଶୀନାଥ ଜେନା ଏବଂ ଲବଙ୍ଗଲତା ଜେନାଙ୍କ ଏଇ ସୁପୁତ୍ର ଯାତ୍ରାକୁ ଆସନ୍ତି ୧୯୯୯ ମସିହାରେ। ଯୋଗ ଦିଅନ୍ତି ‘ଉତ୍କଳ ଅପେରା’ରେ। ପ୍ରଥମ ନାଟକ ‘ମୁଦି ନାହିଁ ଗୋଡ଼ କଚାଡୁ କେତେ’। ପ୍ରଥମରୁ ସେ ସଂକଳ୍ପ କରିନେଇ ଥାଆନ୍ତି ଯେ, ସେ ଜଣେ ଅଭିନେତା ହେବେ। କେବଳ ଅଭିନୟ କରିବେ। ତେଣିକି ଯେଉଁ ଚରିତ୍ର ମିଳୁଛି ମିଳୁ। ଲେଖକ, ନିର୍ଦ୍ଦେଶକମାନଙ୍କୁ ଅଛପା ରହେନି ଟାହିଆଙ୍କ ଭିତରର ପ୍ରତିଭା ଆଉ ନିଷ୍ଠାପରତା। ବାସ୍‌, ଆରମ୍ଭ ହୁଏ ଟାହିଆଙ୍କ ଯାତ୍ରା। ‘ଉତ୍କଳ ଅପେରା’ରେ ଅଭିନୟ ଜୀବନର ଖଡ଼ି ଛୁଇଁଥିବା ଏହି ଅଭିନେତା ପରେ ପରେ ‘ପଞ୍ଚଶଖା ଗଣନାଟ୍ୟ’, ‘ମା’ ତାରିଣୀ’, ‘ଟାଇଗର ତାରିଣୀ’, ‘ତ୍ରିନାଥ ଗଣନାଟ୍ୟ’, ‘ରଙ୍ଗମହଲ’, ‘ଦର୍ଶକ ମହଲ’ ଏବଂ ‘କୃଷ୍ଣସୁଦାମା’ ଆଦିରେ ଅଭିନୟ କରି ନିଜର କଳା ପ୍ରଦର୍ଶନ କରନ୍ତି। ତାଙ୍କ ଅଭିନୀତ ସଫଳ ତଥା ଲୋକପ୍ରିୟ ନାଟକଗୁଡ଼ିକ ମଧ୍ୟରେ ରହିଛି ‘ମୋ ପ୍ରେମିକା ନିହାରିକା’, ‘ବିସ୍ଫୋରଣ ୨୦୧୨’, ‘କୁଲି ନମ୍ବର ଓ୍ବାନ୍‌’, ‘ତମ ସହରକୁ ନମସ୍କାର’, ‘ମାଷ୍ଟର ଝିଅ’, ‘ରୂପାଲି ଛକ ରେପ୍‌ କେଶ୍‌’, ‘ପାପ ଭଲଲାଗେ ବାପ ଘରେ’, ‘ପୁରୀରେ ପ୍ରେମିକା କଟକରେ ସ୍ତ୍ରୀ’, ‘ଧର୍ମ ହଜିଗଲା ଧର୍ମଦାଣ୍ଡରେ’, ‘ଅଙ୍ଗନବାଡ଼ି ଦିଦି’, ‘ଶବ ବୁଲୁଛି’, ‘ଖରାପ ଝିଅର ଗପ’ ଏବଂ ଆହୁରି ଅନେକ। ତାଙ୍କୁ ସବୁଠୁ ଭଲ ଲାଗିଥିବା ନାଟକ ହେଉଛି ‘ଖରାପ ଝିଅର ଗପ’ ଏବଂ ‘ବିସ୍ଫୋରଣ ୨୦୧୨’। କାରଣ ଏଥିରେ ଅଭିନୟ ପାଇଁ ଭରପୂର ସ୍କୋପ୍‌ ଥିଲା। ଯାତ୍ରା ହେଉଛି ଟାହିଆଙ୍କ ଜୀବନ। ପୁଣି ଏଇ ଯାତ୍ରାରୁ ସେ ପାଇଛନ୍ତି ତାଙ୍କର ଜୀବନସାଥୀ ଅଭିନେତ୍ରୀ ମାମା ମହାପାତ୍ରଙ୍କୁ। ଯାତ୍ରାକୁ ନେଇ ତାଙ୍କ ଭିତରେ କ୍ଷୋଭ କିଛି କମ୍‌ ନୁହେଁ। ବିଶେଷକରି କଳାକାରମାନଙ୍କର ବିଶୃଙ୍ଖଳା ଆଉ ପ୍ରଯୋଜକମାନଙ୍କର ମୌନବ୍ରତ ତାଙ୍କୁ ସବୁବେଳେ ବିବ୍ରତ କରେ। ‘ଆମେମାନେ କଳାକାର। କଳାର ପୂଜାରୀ। କଳା ହେଉଛି ଆମକୁ ଈଶ୍ୱରଙ୍କ ବରଦାନ। ଆମେ କ’ଣ କଳା ପରିବେଷଣ ବେଳେ ଶୃଙ୍ଖଳିତ ହୋଇ ପାରିବାନି? ଆରେ, ବାହାରେ ଯିଏ ଯାହା ହେଉଛ ହୁଅ, ଯାହା କରୁଛ କର; ଅନ୍ତତଃ ଯେଉଁ ଚାରିଘଣ୍ଟା ମଞ୍ଚରେ ନାଟକ ପରିବେଷଣ କରୁଛ ସେତକ ସମୟ ତ ମନକୁ ପବିତ୍ର ରଖ। ଶୃଙ୍ଖଳିତ ହୁଅ’ ବୋଲି ନିଜର ସମଧର୍ମା କଳାକାରମାନଙ୍କୁ ଅନୁରୋଧ କରନ୍ତି ଏହି ଯୁବ ଭର୍ସାଟାଇଲ୍‌ ଅଭିନେତା।


Enter your email to get our daily news in your inbox.

All Right Reserved By Dharitri.Com

ଖୁବ ଶୀଘ୍ର ଆଈ ହେବାକୁ ଯାଉଛନ୍ତି ନୀନା ଗୁପ୍ତା

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ନୀନା ଗୁପ୍ତାଙ୍କ ଘରକୁ କୁନି ଅତିଥି ଆସିବାକୁ ଆଉ ବେଶୀ ସମୟ ବାକି ନାହିଁ। ଅଭିନେତ୍ରୀଙ୍କ ଝିଅ ମାସାବା ଖୁବଶୀଘ୍ର ମା’...

ଶଳା ସଲମାନ୍‌ ନୁହେଁ, ବରଂ ଫିଲ୍ମ କରିବା ପୂର୍ବରୁ ପୋଷାକୁକୁର ସହ କଥା ହୁଅନ୍ତି ଆୟୁଷ  

ବମ୍ବେ: ବଲିଉଡର ଦବଙ୍ଗ ଖାନ୍‌ଙ୍କ ସାନ ଉଭଣୀ ଅର୍ପିତା ଖାନ୍‌ଙ୍କ ସ୍ବାମୀ ହେଉଛନ୍ତି ଆୟୁଷ ଶର୍ମା। ଖ୍ୟାତନାମା ଫିଲ୍ମନିର୍ମାତା ସଲୀମ ଖାନ୍‌ଙ୍କ ସେ ଜ୍ୱାଇଁ ହୋଇଥିବାରୁ...

ନୂଆ ରେକର୍ଡ କଲା ଅଲୁ ଅର୍ଜୁନଙ୍କ ପୁଷ୍ପା ୨, ଏହି ପ୍ଲାଟଫର୍ମକୁ ୨୭୫ କୋଟି ଟଙ୍କାରେ ବିକ୍ରୀ କଲା ଡିଜିଟାଲ୍ ରାଇଟ୍

ମୁମ୍ବାଇ: ଅଲୁ ଅର୍ଜୁନଙ୍କ ପୁଷ୍ପା ୨ ଟିଜର ଆସିବା ପରଠାରୁ ଏହା ହେଡଲାଇନରେ ରହିଛି। ଏବେ ଖବର ଆସିଛି ଯେ, ବହୁ ପ୍ରତୀକ୍ଷିତ ସୁକୁମାରଙ୍କ ନିର୍ଦ୍ଦେଶିତ...

ରାଜ କୁନ୍ଦ୍ରାଙ୍କ ୯୭.୭୯ କୋଟିର ସମ୍ପତ୍ତି ଜବତ କଲା ଇଡି, ଶିଳ୍ପାଙ୍କ ବଙ୍ଗଳା ବି ହେଲା ସିଜ୍‌

ମୁମ୍ବାଇ,୧୮।୪: ବଲିଉଡ୍‌ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ସ୍ବାମୀ ରାଜ କୁନ୍ଦ୍ରା ପୁଣି ଏକ ବଡ଼ ଅଡ଼ୁଆରେ ଫସିଛନ୍ତି। ଇଡି ତାଙ୍କର ୯୭.୭୯ କୋଟି ଟଙ୍କାର ସମ୍ପତ୍ତିକୁ...

ପରପାରିରେ ବିଶିଷ୍ଟ ଅଭିନେତା-ନିର୍ଦ୍ଦେଶକ ସଚ୍ଚି ଦାସ

ଭୁବନେଶ୍ୱର,୧୮।୪: ଆରପାରିରେ ବିଶିଷ୍ଟ ସିନେ କଳାକାର ଡ. ସଚ୍ଚି ଦାସ । ମୃତ୍ୟୁବେଳକୁ ତାଙ୍କୁ ୭୩ ବର୍ଷ ହୋଇଥିଲା । ସଚ୍ଚି ଦାସ, କବି ସମ୍ରାଟ...

ଗର୍ଭବତୀ ଥାଇ ବି ଆକ୍ସନ ସିନ୍‌ କରୁଛନ୍ତି ଦୀପିକା!

ମୁମ୍ବାଇ: ବଲିଉଡର ‘ମସ୍ତାନୀ’ ଅର୍ଥାତ୍‌ ଦୀପିକା ପାଦୁକୋନ ୨୦୨୪ ସେପ୍ଟେମ୍ବରରେ ମା’ ହେବାକୁ ଯାଉଛନ୍ତି। ଏହି ମୁହୂର୍ତ୍ତକୁ ଅନୁଭବ କରିବାକୁ ଉଭୟ ଅଭିନେତା ରଣବୀର ସିଂ...

କ୍ରିମନାଲ ଲୟର ହେବାକୁ ଚାହୁଁଥିଲେ ଏହି ଅଭିନେତ୍ରୀ

ମୁମ୍ବାଇ: ବଲିଉଡ ଷ୍ଟାର କିଡଙ୍କ କଥା ଯଦି ଆଲୋଚନାକୁ ନିଆଯାଏ, ତେବେ କୁହାଯାଏ ଯେ ଏମାନେ ପ୍ୟାରେଣ୍ଟସଙ୍କ ପଥ ଅନୁସରଣ କରି ମନୋରଞ୍ଜନ ଦୁନିଆରେ ନିଜର...

ସାଉଥରେ ଡେବ୍ୟୁ କରିବେ ଅକ୍ଷୟ

ହାଇଦ୍ରାବାଦ: ବଲିଉଡ୍‌ ଅଭିନେତା ଅକ୍ଷୟ କୁମାର ନିଜର ଆକ୍ସନ ଥ୍ରୀଲର ଫିଲ୍ମ ‘ବଡ଼େ ମିୟାଁ ଛୋଟେ ମିୟାଁ’ପରେ ଏବେ ତେଲୁଗୁ ଇଣ୍ଡଷ୍ଟ୍ରିରେ ଡେବ୍ୟୁ କରିବାକୁ ଯାଉଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri