ସଙ୍ଗରୋଧ ଗୃହରୁ ୨୫ଶ୍ରମିକ ଫେରାର

ଭବାନୀପାଟଣା/କୋକସରା,୨୩।୪(ସ୍ବ.ପ୍ର/ଡି.ଏନ୍‌.ଏ.): ଲକ୍‌ଡାଉନକୁ କଡାକଡି କରିବା ପାଇଁ ପ୍ରତି ଜିଲା ସୀମାନ୍ତରେ ପାଟ୍ରୋଲିଂ ବ୍ୟବସ୍ଥା ସହ ଧରପଗଡ଼ ଜାରି ରହିଛି। ଏହି କ୍ରମରେ ନବରଙ୍ଗପୁର-କଳାହାଣ୍ଡି ଜିଲା ସୀମାନ୍ତ କୋକସରା ବ୍ଲକ ଆମପାଣି ଘାଟି ନିକଟରେ ଥିବା ଜନଜାତି ଆବାସିକ ବିଦ୍ୟାଳୟରେ ସ୍ଥାନୀୟ ବ୍ଲକ ପ୍ରଶାସନ ପକ୍ଷରୁ ଏକ ସଙ୍ଗରୋଧ ଗୃହ କରାଯାଇଛି। ଏଥିରେ ରାଜ୍ୟ ବାହାରୁ ଓ ଜିଲାର ବିଭିନ୍ନ ଅଞ୍ଚଳରୁ ଫେରୁଥିବା ଶ୍ରମିକଙ୍କୁ ରଖାଯାଉଛି। ହେଲେ ବୁଧବାର ରାତିରେ ଏହି ସଂଘରୋଧ ଗୃହରୁ ୨୫ ଅନ୍ତୋବାସୀ ଫେରାର ହେବା ଘଟଣା ସାଧାରଣରେ ଚର୍ଚ୍ଚାର ବିଷୟ ହୋଇଛି। ଏହି ଘଟଣା ପରେ ସଙ୍ଗରୋଧ ଗୃହରେ ଢିଲା ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ମିଳିଥିବା ସୂଚନା ଅନୁଯାୟୀ, ଆମାପଣି ଜନଜାତି ଆବାସିକ ବିଦ୍ୟାଳୟରେ କରାଯାଇଥିବା ସଙ୍ଗରୋଧ ଗୃହରେ ଜିଲା ତଥା ରାଜ୍ୟ ବାହାରୁ ଆସିଥିବା ମୋଟ ୬୪ ଜଣ ଶ୍ରମିକ ରହୁଥିଲେ। ସେଥିମଧ୍ୟରୁ ନବରଙ୍ଗପୁର ଜିଲା ପାପଡାହାଣ୍ଡି ବ୍ଲକ ଅଞ୍ଚଳର ୨୬ ଶ୍ରମିକ ଗତ ସପ୍ତାହରେ ଫୁଲବାଣୀରୁ ଚାଲିଚାଲି ଫେରୁଥିବା ସମୟରେ ଆମପାଣି ପୋଲିସ ସେମାନଙ୍କୁ ଧରିଥିଲା। ପରେ ବ୍ଲକ ପ୍ରଶାସନ ସହାୟତାରେ ସେମାନଙ୍କୁ ସ୍ଥାନୀୟ ସଙ୍ଗରୋଧ ଗୃହରେ ରଖାଯାଇଥିଲ। ବୁଧବାର ରାତିରେ ଉକ୍ତ ୨୬ଶ୍ରମିକଙ୍କ ମଧ୍ୟରୁ ୨୫ଜଣ ଫେରାର ହୋଇଯାଇଥିଲେ। ଖବର ପାଇ ଗୁରୁବାର ସକାଳରେ କୋକସରା ତହସିଲଦାର ମୌସୁମୀ ନାୟକ, ବିଡିଓ ମନୀସା ଦାସ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଆମପାଣି ସରପଞ୍ଚ ଟିକିଚନ୍ଦ୍ର ଧଙ୍ଗଡାମାଝୀଙ୍କୁ ପଚାରିବାରୁ ସେମାନେ କେମିତି ଗଲେ ତାହା ଜଣାପଡି ନାହିଁ । ତଦନ୍ତ ଚାଲିଛି ଓ ପୋଲିସକୁ ମଧ୍ୟ ଆମେ ଲିଖିତ ଭାବେ ଜଣାଇବୁ ବୋଲି କହିଥିଲେ। ଅନ୍ୟପକ୍ଷରେ,ସଙ୍ଗରୋଧ ଗୃହରୁ ଶ୍ରମିକମାନେ ଫେରାର ହେବା ପରେ ସ୍ଥାନୀୟ ପୋଲିସ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମହମ୍ମଦ ମୋକିମଙ୍କୁ ସୁପ୍ରିମକୋର୍ଟରୁ ମିଳିଲା ଜାମିନ୍‌

ଭୁବନେଶ୍ୱର,୨୩।୪: କଂଗ୍ରେସ ବିଧାୟକ ମହମ୍ମଦ ମୋକିମଙ୍କୁ ସୁପ୍ରିମକୋର୍ଟରୁ ମିଳିଲା ଜାମିନ୍‌। ORHDC ଦୁର୍ନୀତି ମାମଲାରେ ମଙ୍ଗଳବାର ସୁପ୍ରିମକୋର୍ଟ ଜାମିନ୍‌ ଦେଇଛନ୍ତି। ମୋକିମଙ୍କ ଆବେଦନକୁ ଗ୍ରହଣ କରି...

କୋହ ସମ୍ଭାଳିପାରିଲେନି ସୀମାରାଣୀ, କହିଲେ ଟଙ୍କା ନେଇ…

ଭୁବନେଶ୍ୱର,୨୩।୪: ହିନ୍ଦୋଳ ବିଧାନସଭା ଆସନ ପାଇଁ ବିଜେଡି ପକ୍ଷରୁ ମହେଶ ସାହୁଙ୍କ ନାମ ଘୋଷଣା କରାଯିବା ପରେ ଟିକେଟ ଆଶାୟୀ ଥିବା ୨ ଥର ବିଧାୟିକା...

ବିଜେଡି ଛାଡିବା ପରେ ଏମିତି କହିଲେ ରାସେଶ୍ୱରୀ

ଭୁବନେଶ୍ୱର,୨୩।୪: ବିଜେଡି ଛାଡିଲେ ସମ୍ବଲପୁରର ପୂର୍ବତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀ। ମଙ୍ଗଳବାର ଦଳର ପ୍ରାଥମିକ ସଦସ୍ୟ ସହ ସମସ୍ତ ପଦରୁ ସେ ଇସ୍ତଫା ଦେଇଛନ୍ତି। ସେ...

ବିଜେଡିରୁ ଇସ୍ତଫା ଦେଲେ ପୂର୍ବତନ ବିଧାୟକ ରାସେଶ୍ୱରୀ ପାଣିଗ୍ରାହୀ

ଭୁବନେଶ୍ୱର,୨୩।୪: ସାଧାରଣ ନିର୍ବାଚନକୁ ନେଇ ଘଡ଼ିକେ ଘୋଡ଼ା ଛୁଟୁଛି। ଦଳବଦଳ ଏବେ ସାଧାରଣରେ ପରିଣତ ହୋଇଛି। ମଙ୍ଗଳବାର ସମ୍ବଲପୁରର ପୂର୍ବତନ ବିଧାୟକ ରାସେଶ୍ୱରୀ ପାଣିଗ୍ରାହୀ ବିଜେଡିରୁ...

ଟିକେଟକୁ ନେଇ କଂଗ୍ରେସ ଭବନରେ ଅସନ୍ତୁଷ୍ଟଙ୍କ ହୋହଲ୍ଲା

ଭୁବନେଶ୍ୱର, ୨୩।୪(ସୁନିତ୍‌ ମିଶ୍ର):ସବୁ ରାଜନୈତିକ ଦଳରେ ବର୍ତ୍ତମାନ ଟିକେଟ ବଣ୍ଟାକୁ ନେଇ ଗଣ୍ଡଗୋଳିଆ ପରିସ୍ଥିତି ଲାଗି ରହିଛି। କଂଗ୍ରେସରେ ଟିକେଟ ବଣ୍ଟନ ନେଇ ସୋମବାର ଦଳୀୟ...

ଶିକ୍ଷୟିତ୍ରୀରୁ ରାଜନୀତି: ଏବେ ବିିଧାୟକ ପଦ ପାଇଁ ଲଢିବେ

ଶିକ୍ଷକତାରୁ ଅବସର ଗ୍ରହଣ କରି ରାଜନୀତିରେ ପାଦ ଥାପିଛନ୍ତି ରଞ୍ଜିତା ମାର୍ଣ୍ଡିା ଦୀର୍ଘ ୩୦ବର୍ଷ ହେଲା ସ୍ବାମୀଙ୍କୁ ରାଜନୀତି କ୍ଷେତ୍ରରେ ସେ ସହଯୋଗ କରି ଆସିିଛନ୍ତି।...

ବିଜେଡି ଛାଡ଼ିଲେ ସୀମାରାଣୀ: ଭାଜପାରେ ଯୋଗଦେବା ସମ୍ଭାବନା

ଢେଙ୍କାନାଳ,୨୩ା୪(ରତନ ନାୟାର):ହିନ୍ଦୋଳ ବିଧାନସଭା ଆସନ ପାଇଁ ବିଜେଡି ପକ୍ଷରୁ ମହେଶ ସାହୁଙ୍କ ନାମ ଘୋଷଣା କରାଯିବା ପରେ ଟିକେଟ୍‌ ଆଶାୟୀ ଥିବା ୨ ଥରର ବିଧାୟିକା...

ବିଜେଡି ଛାଡିଲେ ଝାରସୁଗୁଡା ଜିଲା ସାଧାରଣ ସମ୍ପାଦକ

ଭୁବନେଶ୍ୱର,୨୩।୪: ଝାରସୁଗୁଡା ଜିଲାରେ ବିଜେଡିକୁ ଲାଗିଲା ଶକ୍ତ ଝଟକା। ଦଳର ଜିଲା ସାଧାରଣ ସମ୍ପାଦକ ବିଶ୍ୱନାଥ ନାୟକ ଦଳରୁ ଇସ୍ତଫା ଦେଇଛନ୍ତି । ସେ ଦଳ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri