ସଙ୍କଟାପନ୍ନ ଅବସ୍ଥାରେ ୪୮ କିଡ୍‌ନୀ ରୋଗୀ

କଟକ ଅଫିସ,୨୧ା୧୨: କଟକ ଏସ୍‌ସିବି ମେଡିକାଲରେ ୪୮ ଜଣ କିଡ୍‌ନୀ ରୋଗୀଙ୍କ ଡାୟାଲିସିସ କରାଯାଉଛି। ମାତ୍ର ଡାୟାଲିସିସ୍‌ ପାଇଁ ଆବଶ୍ୟକ ଫ୍ଲୁଇଡ୍‌ ଏବେ ଏସ୍‌ସିବି ମେଡିକାଲରେ ମାଗଣାରେ ମିଳୁନି। ଅନ୍ୟପକ୍ଷରେ ସରକାରଙ୍କ ସହିତ ସହବନ୍ଧିତ ହୋଇଥିବା ଔଷଧ ଦୋକାନ ଡାୟାଲିସିସ୍‌ ଫ୍ଲୁଇଡ୍‌ ଦେବାକୁ ରୋକ୍‌ଠୋକ୍‌ ମନା କରିଦେଉଛି। କାରଣ ସରକାରଙ୍କ ଉପରେ ଦୋକାନଗୁଡ଼ିକର ପ୍ରାୟ ୩୦ କୋଟି ଟଙ୍କା ବାକି ପଡ଼ିଛି। ସରକାର ଟଙ୍କା ଦେଉନାହାନ୍ତି, ଆମେ କେଉଁଠୁ ଆଣି ତୁମକୁ ଦେବୁ ବୋଲି ଦୋକାନ ମାଲିକମାନେ ରୋଗୀଙ୍କୁ ଉତ୍ତର ଦେଉଛନ୍ତି। ୬ ମାସ ହେବ ଏଭଳି ଅବସ୍ଥା ଲାଗି ରହିଛି। ଫ୍ଲୁଇଡ୍‌ର ଦାମ ୨୦ରୁ ୨୫ହଜାର ଟଙ୍କା। ପ୍ରତି ମାସରେ ଏତେ ଟଙ୍କା ଯୋଗାଡ଼ କରି ଫ୍ଲୁଇଡ୍‌ କିଣିବା ସମ୍ଭବ ହେଉନି ବୋଲି ରୋଗୀଙ୍କ ସମ୍ପର୍କୀୟମାନେ କହିଛନ୍ତି। ଗୁରୁବାର ସନ୍ଧ୍ୟାରେ ଏସ୍‌ସିବି ମେଡିକାଲ ଅଧୀକ୍ଷକଙ୍କ ଚାମ୍ବର ଆଗରେ ଭୁବନେଶ୍ୱରରୁ ଆସିଥିବା ଦୀପକ ମହାପାତ୍ର, ଜଗତ୍‌ସିଂହପୁରରୁ ଆସିଥିବା ଶୁଭସ୍ମିତା ନାୟକ, ବାଲୁଗଁା ଅଞ୍ଚଳରୁ ଆସିଥିବା ମଞ୍ଜୁଲତା ଜେନା, ବରଗଡ଼ରୁ ଆସିଥିବା ରାହୁଲ ଦାସ ଓ କେନ୍ଦ୍ରାପଡ଼ାରୁ ଆସିଥିବା ରାଜୀବ ଗିରିଙ୍କ ଭଳି ରୋଗୀ ଓ ରୋଗୀ ସମ୍ପର୍କୀୟମାନେ ଏହିଭଳି କଥା କହୁଥାନ୍ତି। ରୋଗୀମାନଙ୍କ ଦସ୍ତଖତ ସମ୍ବଳିତ ଏକ ଦରଖାସ୍ତ ଏମାନେ ଅଧୀକ୍ଷକଙ୍କୁ ଦେଇଥିଲେ। ଏମାନଙ୍କୁ ମିଶାଇ ୪୮ ଜଣ ରୋଗୀ ମେଡିକାଲର ନେଫ୍ରୋଲୋଜି ବିଭାଗରେ ଦୟନୀୟ ଅବସ୍ଥାରେ ପଡ଼ିଛନ୍ତି।
୮ ବର୍ଷର ପୁଅକୁ ନେଇ ଆସିଥିବା ବାଲୁଗଁ। ଅଞ୍ଚଳର ମଞ୍ଜୁଲତା ଜେନା କୁହନ୍ତି, ଦିନକୁ ୩ ଥର ଡାୟାଲିସିସ୍‌ କରିବାକୁ ପଡ଼ୁଛି। ଏବେ ଡାୟାଲିସିସ୍‌ ଫ୍ଲୁଇଡ୍‌ ମିଳୁ ନ ଥିବାରୁ ହାତରୁ କିଣି ଥରେ କରିବା ବି ମୋ ପକ୍ଷରେ ସମ୍ଭବ ହେଉନାହିଁ। ପୁଅର ଗୋଡ଼, ହାତ ଫୁଲି ଗଲାଣି। ଭଗବାନ ହିଁ ମୋତେ ଭରସା। ସମାନ କଥା କହିଥିଲେ ଜଗତ୍‌ସିଂହପୁର ଅଞ୍ଚଳରୁ ୫୮ ବର୍ଷର ବାପାଙ୍କୁ ନେଇ ଆସିଥିବା ଶୁଭସ୍ମିତା ନାୟକ। ୬ ମାସ ହେବ ସହବନ୍ଧିତ ଔଷଧ ଦୋକାନ ତାଙ୍କୁ ଫ୍ଲୁଇଡ୍‌ ନ ଦେଇ ଫେରାଇ ଦେଉଛି। ବାପାଙ୍କ ଅବସ୍ଥା ସଙ୍କଟାପନ୍ନ ହେଲାଣି। ତଥାପି କେହି ଶୁଣୁନାହାନ୍ତି। ବରଗଡ଼ରୁ ଆସିଥିବା ରାହୁଲ ଦାସ କୁହନ୍ତି, ସରକାରଙ୍କ ମାଗଣା ଚିକିତ୍ସାର ବିକଳ ରୂପ ଏବେ ଆମେ ହିଁ ଭୋଗୁଛୁ।
ସୂଚନାଥାଉ କି, ଏହି ରୋଗୀମାନେ ପ୍ରତି ମାସରେ ଥରେ ମେଡିକାଲକୁ ଆସିଥାଆନ୍ତି। ୧ ମାସ ପାଇଁ ଫ୍ଲୁଇଡ୍‌ ଧରି ଘରକୁ ଯାଇଥାନ୍ତି। ଘରେ ଏମାନେ ଉକ୍ତ ଫ୍ଲୁଇଡ୍‌ ସାହାଯ୍ୟରେ ଡାୟାଲିସିସ୍‌ କରିଥାନ୍ତି। ଏହାକୁ ପେରିଟୋନିଆଲ ଡାୟାଲିସିସ୍‌ କୁହାଯାଏ। ମାତ୍ର ଏବେ ଫ୍ଲୁଇଡ ମିଳୁ ନ ଥିବାରୁ କିଏ ୬ ମାସ ହେବ ତ କିଏ ୪ ମାସ ହେବ ଏଭଳି ସଙ୍କଟାପନ୍ନ ସ୍ଥିତିରେ ପଡ଼ିଛନ୍ତି। ନେଫ୍ରୋଲୋଜି ବିଭାଗର ଜଣେ ଡାକ୍ତରଙ୍କ କହିବା ଅନୁଯାୟୀ, ଏହି ରୋଗୀମାନଙ୍କ ଅବସ୍ଥା ବାସ୍ତବରେ ଖରାପ ଆଡକୁ ଗଲାଣି। ତୁରନ୍ତ ସେମାନଙ୍କୁ ଫ୍ଲୁଇଡ୍‌ ଯୋଗାଇ ଦିଆ ନ ଗଲେ ଅବସ୍ଥା ସଙ୍କଟାପନ୍ନ ହେବା ଆଶଙ୍କା ପ୍ରକାଶ ପାଇଛି। ଡାକ୍ତର ଏ କଥା କହୁଥିବା ବେଳେ ୬ ମାସରୁ ଊର୍ଦ୍ଧ୍ୱ ସମୟ ହେବ ଏଭଳି ସ୍ଥିତି ଲାଗି ରହିଛି। ଏହି ୬ ମାସ ମଧ୍ୟରେ କେତେଜଣ ରୋଗୀ ଫ୍ଲୁଇଡ୍‌ ନ ପାଇ ମୃତ୍ୟୁବରଣ କରିଛନ୍ତି, ତା’ର କୌଣସି ଠିକ୍‌ ହିସାବ ମେଡିକାଲ ପକ୍ଷରୁ ଦିଆଯାଉନାହିଁ। କିନ୍ତୁ ନେଫ୍ରୋଲୋଜି ବିଭାଗରେ ପ୍ରତି ସପ୍ତାହରେ ୩ରୁ ୪ ଜଣ ରୋଗୀଙ୍କ ମୃତ୍ୟୁ ଘଟୁଥିବାବେଳେ ପ୍ରତି ମାସରେ ୧୦ରୁ ୧୨ ଜଣ ରୋଗୀ ଆଖି ବୁଜୁଛନ୍ତି। ସେମାନଙ୍କ ମଧ୍ୟରୁ ଅଧିକାଂଶ ପେରିଟୋନିଆଲ ଡାୟାଲିସିସ୍‌ ରୋଗୀ ବୋଲି ଜଣାପଡ଼ିଛି। ଗୋଟିଏ ପଟେ ରାଜ୍ୟରେ କିଡ୍‌ନୀ ରୋଗୀଙ୍କ ସଂଖ୍ୟା ବଢିବାରେ ଲାଗିଛି। ଏସ୍‌ସିବି ନେଫ୍ରୋଲୋଜି ଆଉଟଡୋରକୁ ପ୍ରତି ସପ୍ତାହରେ ୮୦ ଜଣ ରୋଗୀ ଆସୁଥିବାବେଳେ ଦିନକୁ ୧୫ରୁ ୨୦ ରୋଗୀ ଚିକିତ୍ସା ପାଇଁ ଆସୁଛନ୍ତି। ଦୈନିକ ଏହି ବିଭାଗରେ ୭୦ରୁ ୮୦ ଜଣ ରୋଗୀଙ୍କ ଡାୟାଲିସିସ୍‌ କରାଯାଉଥିବା ବିଭାଗୀୟ ମୁଖ୍ୟ ପ୍ରଫେସର ଡା. ଚିତ୍ତରଞ୍ଜନ କର କହିଛନ୍ତି। ଡାକ୍ତର କରଙ୍କ କହିବା ଅନୁଯାୟୀ, ଫ୍ଲୁଇଡ୍‌ଜନିତ ଅସୁବିଧା ଉପୁଜିଛି। କିନ୍ତୁ ଫ୍ଲୁଇଡ୍‌ ଯୋଗୁ କୌଣସି ରୋଗୀଙ୍କ ମୃତ୍ୟୁ ଘଟିନାହିଁ। ଏସ୍‌ସିବି ମେଡିକାଲ ଅଧୀକ୍ଷକ ପ୍ରଫେସର ଡା. ସରୋଜ କୁମାର ସାହୁ କୁହନ୍ତି, ଫ୍ଲୁଇଡ ଯୋଗାଇବା ପାଇଁ ବ୍ୟବସ୍ଥା କରାଯାଉଛି। ଖୁବ୍‌ଶୀଘ୍ର ଏହି ରୋଗୀମାନେ ଫ୍ଲୁଇଡ ପାଇଯିବେ।


Enter your email to get our daily news in your inbox.

All Right Reserved By Dharitri.Com

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଯୁଦ୍ଧ ଅଟକାଇ ବାଃ ବାଃ ସାଉଣ୍ଟିଲା ପାକିସ୍ତାନ, ମଧ୍ୟପ୍ରାଚ୍ୟରେ ବଢ଼ିବ ଦବ୍‌ଦବା ? ରହିଛି ଅନେକ ସ୍ବାର୍ଥ

ଇସଲାମାବାଦ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଏକ ବଡ଼ ଧରଣର ଯୁଦ୍ଧବିରତି (ସିଜ୍‌ଫାୟାର୍‌) ହୋଇଛି। ଏହି ପ୍ରକ୍ରିୟାରେ ପାକିସ୍ତାନ ଏକ ମୁଖ୍ୟ ‘ଦୂତ’…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ହର୍ମୁଜ୍ ପ୍ରଣାଳୀରେ ତେଲ ଚ୍ୟାଙ୍କରକୁ ଅଟକାଇଲା ଇରାନ, ଯୁଦ୍ଧବିରତି ଭଙ୍ଗ କରିବାକୁ ଧମକ ଦେଲା…

ତେହେରାନ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ସତ୍ତ୍ବେ ଉତ୍ତେଜନା ଜାରି ରହିଛି । ବୁଧବାର ସକାଳେ ଯୁଦ୍ଧବିରତି ଘୋଷଣା ହେବା ପରେ ମଧ୍ୟ ଆକ୍ରମଣର ରିପୋର୍ଟ…

ଚାଲି ଚାଲି ଯାଉଥିଲେ, ଧକ୍କା ଦେଇ ଚାଲିଗଲା ଗାଡ଼ି; ମହିଳା…

ଛତ୍ରପୁର,୮।୪(ଦିଲ୍ଲୀପ ସାମଲ):  ଗଞ୍ଜାମ ଜିଲା ଚମାଖଣ୍ଡି ଥାନା ଅଧିନ ଜାତୀୟ ରାଜପଥ ରଘୁନାଥପୁରଠାରେ ଟାଟା ଏସିଇ ଧକ୍କାରେ ଜଣେ ମହିଳା ମୃତ୍ୟୁ ହୋଇଛି । ମୃତକ ଜଣକ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ମାନସିକ ଚାପରୁ ଚରମ ନିଷ୍ପତ୍ତି, ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହେଲା…

କୋକସରା,୮ା୪ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ):v କଳାହାଣ୍ଡି ଜିଲା କୋକସରା ଥାନା ବୋବରିଆ ଗ୍ରାମର ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ନିଜ ଘର ଭିତରୁ ଜବତ ହୋଇଛି। ମୃତକ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri