ସକ୍ରିୟ ହେଉଛି ମାନବ ଚାଲାଣ ର଼୍ୟାକେଟ :୩ ଜିଲାରେ ୩୦୦ ପିଲାଙ୍କ ଖୋଜ୍‌ଖବର ମିଳୁନି

ବ୍ରହ୍ମପୁର ଅଫିସ,୩୧ା୫-ଗଞ୍ଜାମ, ଗଜପତି ଓ କନ୍ଧମାଳ ଜିଲାରେ ମାନବ ଚାଲାଣ ର଼୍ୟାକେଟ ଏବେ ସକ୍ରିୟ ରହିଛନ୍ତି। ଏହାକୁ ରୋକିବା ପାଇଁ ଉଦ୍ୟମ କରାଯାଉଛି। କିନ୍ତୁ ଏଥିନିମନ୍ତେ ଠିକ୍‌ ପଦକ୍ଷେପ ନିଆଯାଇପାରୁ ନ ଥିବା ବିଭିନ୍ନ ମହଲରେ ଅଭିଯୋଗ ହେଉଛି। ଫଳରେ ନାବାଳିକା ଉଭାନ ହେବା, ଯୁବତୀଙ୍କୁ ଅର୍ଥଲୋଭ ଦେଖାଇ ବିବାହ କରିବା ଆଳରେ ଅନ୍ୟ ରାଜ୍ୟରେ ବିକ୍ରି କରିବା, ବିଭିନ୍ନ କମ୍ପାନୀରେ କାମ ଯୋଗାଇ ଦେବା ନଁାରେ ଯୁବତୀମାନଙ୍କୁ ଦେଶାନ୍ତର କରିବା, ନାବାଳିକା ଓ ନାବାଳକଙ୍କୁ ବାଳ ଶ୍ରମିକ ଭାବେ କାର୍ଯ୍ୟରେ ଲଗାଇବା ପାଇଁ ଚାଲାଣ କରାଯାଉଥିବା ଘଟଣା ଉପରେ ଅଙ୍କୁଶ ଲଗାଯାଇ ପାରୁନାହିଁ। ମାନବ ଚାଲାଣ ପ୍ରକ୍ରିୟା ଉପରେ ନଜର ରଖିଥିବା ସଂସ୍ଥା ପକ୍ଷରୁ ଜଣାଯାଏ ଉପରୋକ୍ତ ଜିଲାଗୁଡିକରେ ଏହି କ୍ଷେତ୍ରରେ ସର୍ବନିମ୍ନ ମାପଦଣ୍ଡ ଠିକ୍‌ ଭାବେ କାମ କରୁନାହିଁ। ଅନେକ ସମୟରେ ଅଦାଲତ ଓ ମାନବାଧିକାର ଆୟୋଗ ସରକାରଙ୍କୁ ଅଙ୍କୁଶ ଲଗାଇବା ନିର୍ଦ୍ଦେଶ ଦେଇଛନ୍ତି। କିନ୍ତୁ ଅଦାଲତଙ୍କ ନିର୍ଦ୍ଦେଶକୁ ସରକାର ଅଣଦେଖା କରୁଛନ୍ତି। ପୋଲିସର ସକ୍ରିୟତା ମଧ୍ୟ ଦେଖିବାକୁ ମିଳେନାହିଁ। ଚାଲାଣର ଶିକାର ଅଧିକାଂଶ ଗରିବ ଶ୍ରେଣୀର ପିଲାମାନେ ହୋଇଥିବା ଦେଖାଦେଇଥାଏ। ଗରିବ ପରିବାର ପିଲାଙ୍କୁ ପ୍ର୦ଲୋଭନ ଦେଖାଇ କାରଖାନା, ଅଫିସ, ଦୋକାନଗୁଡିକରେ ନିଯୁକ୍ତି ଦେବା ଆଳରେ ଅପହରଣ କରିଥାନ୍ତି। ସରକାରଙ୍କ ପରି ଯୋଜନା ମଧ୍ୟ ଫେଲ ମାରିଛି ା ସେହିପରି ବହୁ ନାବାଳିକା ଓ ଯୁବତୀମାନଙ୍କୁ ଲୁଚାଛପାରେ ଦେଶ ବାହାରକୁ ନେଇ ସେଠାରେ ବିକ୍ରି କରାଯାଉଛି। ଯେଉଁଠି କି ଗୋତି ଶ୍ରମିକଙ୍କ ଭଳି ସେଠାରେ କାମ କରିବାକୁ ପଡ଼ିଥାଏ। ଏପରିକି ସେମାନଙ୍କ ମଧ୍ୟରୁ ଅନେକଙ୍କୁ ଭିକ୍ଷା ବୃତ୍ତି ଆପଣେଇବାକୁ ପଡ଼ିଥାଏ। ସେଠାରେ ଝିଅମାନଙ୍କୁ ଶାରୀରିକ ନିର୍ଯାତନା ଦିଆଯାଇଥାଏ। ଏପରିକି ଅନେକ ଯୁବତୀଙ୍କୁ ଯୌନ କାରବାର ପାଇଁ ବାଧ୍ୟ କରାଯାଉଥିବା ନଜିର ରହିଛି। ମାନବ ଚାଲାଣ ଉପରେ ଅଙ୍କୁଶ ଲଗାଇବା ପାଇଁ କେନ୍ଦ୍ର ଓ ରାଜ୍ୟର ଗୋଇନ୍ଦା ସଂସ୍ଥା, ପୋଲିସ ଓ ସୀମା ସୁରକ୍ଷା ବଳ ମଧ୍ୟରେ ଉତ୍ତମ ସମନ୍ବୟ ରହିବା ଆବଶ୍ୟକ। କିନ୍ତୁ ବାସ୍ତବ କ୍ଷେତ୍ରରେ ଗୋଇନ୍ଦା, ପୋଲିସ ମଧ୍ୟରେ ସମନ୍ବୟର ଅଭାବ ଦେଖାଦେଉଛି। ତେଣୁ ସରକାର ଏ ଦିଗରେ ଦୃଢ଼ ପଦକ୍ଷେପ ଗ୍ରହଣ କରିବା ସହ ମାନବ ଚାଲାଣ ରୋକିବା ଦିଗରେ ଅଙ୍କୁଶ ଲଗାନ୍ତୁ ବୋଲି ବିଭିନ୍ନ ମହଲରେ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ରାସାୟନିକ ଦୁର୍ଘଟଣା ରୋକିବାରେ ‘ଗ୍ରାସିମ୍‌’ ତୁଲାଉଛି ଗୁରୁଦାୟିତ୍ୱ, ଜନସାଧାରଣଙ୍କ ମଧ୍ୟରେ…

ଗଞ୍ଜାମ,୧ା୪(ଅନାଥ ତରାଇ/ବିଦ୍ୟାଧର ସାହୁ)- ପରିବେଶ ସୁରକ୍ଷା ଏବଂ ଜନସାଧାରଣଙ୍କ ନିରାପତ୍ତା ପ୍ରତି ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରି ପୁଣିଥରେ ଚର୍ଚ୍ଚାରେ ଗ୍ରାସିମ୍‌ ଇଣ୍ଡଷ୍ଟ୍ରିଜ୍‌। ମଙ୍ଗଳବାର ଅପରାହ୍ନ ପ୍ରାୟ…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ଛତ୍ରପୁରରେ ୯୧ତମ ପୋଲିିସ ପ୍ରତିଷ୍ଠା ଦିବସ ପାଳିତ: ଗଞ୍ଜାମ ପୋଲିସର ସଫଳତାକୁ ଏସ୍‌ପିଙ୍କ ପ୍ରଶଂସା, ପୁରସ୍କୃତ ହେଲେ…

ଛତ୍ରପୁର,୧।୪(ଦିଲ୍ଲୀପ ସାମଲ): ଛତ୍ରପୁର ପୋଲିସ ପଡ଼ିଆଠାରେ ବୁଧବାର ୯୧ତମ ପୋଲିସ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଗଞ୍ଜାମ ଜିଲା ଏସ୍‌ପି  ଶୁଭେନ୍ଦୁ କୁମାର ପାତ୍ର…

ଚଣ୍ଡିପଦର ରୁଟରେ ଚାଲୁଥିବା ବସକୁ ନେଇ ଚିନ୍ତାରେ ସଂଘ, ସମସ୍ୟା ଭୋଗୁଛନ୍ତି ଗ୍ରାମବାସୀ

ପୁରଷୋତ୍ତମପୁର,୧।୪(ସବିତା ମିଶ୍ର): ଗଞ୍ଜମ ଜିଲା ପୁରୁଷୋତ୍ତମପୁର ମା କନକେଶ୍ବରୀ ଘରୋଇ ବସମାଲିକ ସଂଘ ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଛି । ସଭାପତି ସନ୍ତୋଷକୁମାର ପତିଙ୍କ ପୌରହିତ୍ଯରେ…

ଘୁମୁସରରୁ ଆରମ୍ଭ ହୋଇଥିଲା ପ୍ରଥମ ଆନ୍ଦୋଳନ, ଓଡ଼ିଆ ଭାଷା ଆନ୍ଦୋଳନରୁ ହିଁ…

ଭଞ୍ଜନଗର,୧ା୪(ବାବୁଲା ପ୍ରଧାନ): ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ଉପରେ ବୁଧବାର ଭଞ୍ଜନଗର ଉପଖଣ୍ଡ ପ୍ରଶାସନ ପକ୍ଷରୁ ସହରରେ ଅନେକ କାର୍ଯ୍ୟକ୍ରମ ହୋଇଥିଲା। ସକାଳେ ଉପଜିଲାପାଳ ଉମାଶଙ୍କର ବେହେରା,…

ଉତ୍କଳ ଦିବସରେ ମହାପୁରୁଷଙ୍କୁ ପୁଷ୍ପମାଲ୍ୟ : ମନେ ପକାଇଲେ ନେତା ଓ ପ୍ରଶାସନ

ଗଞ୍ଜାମ,୧।୪(ବିଦ୍ୟାଧର ସାହୁ): ସମଗ୍ର ରାଜ୍ୟରେ ଏପ୍ରିଲ ୧ରେ ଉତ୍କଳ ଦିବସ ପାଳନ କରାଯାଇଥିବା ବେଳେ ଗଞ୍ଜାମ ସହରରେ ମଧ୍ୟ ତାହା ପାଳନ ହୋଇଛି । ବିଡ଼ିଓ ଅଚ୍ୟୁତାନନ୍ଦ…

ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା, ଯୁବକ ଗିରଫ

ଗୋପାଳପୁର,୧।୪(ନବୀନ ରାଜ ଆଚାରୀ): ବରଗଡ଼ ଜିଲା ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତ ଦେଇ ବଳତ୍କାର କରିବା ଅଭିଯୋଗରେ ଗୋଳନ୍ଥରା ପୋଲିସ ମଙ୍ଗଳବାର ବଳାତ୍କାରୀକୁ ଗିରଫ କରି କୋର୍ଟଚାଲାଣ କରିଛି।…

ମୃତ ବ୍ୟକ୍ତିଙ୍କ ନାମରେ ଜାଲ ଆଧାର କାର୍ଡ କରି ଜମି ବିକ୍ରି: ୨୦ ଭରଣ ଜମି ହଡପ

ସୋରଡା,୧।୪(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ସୋରଡା ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ଜମି କିଣାବିକାରେ ଜାଲିଆତି ହେଉଥିବା ଅଭିଯୋଗ ହେଉଛି। ଜାଲ୍‌ ଆଧାରକାର୍ଡ ପ୍ରସ୍ତୁତ କରି ଜାଲ ଦସ୍ତଖତରେ ଜଣେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri