ସକାଳେ ସ୍ବାଭାବିକ, ସନ୍ଧ୍ୟାରେ ଖାଁ ଖାଁ

ଭୁବନେଶ୍ୱର,୨।୬(ବ୍ୟୁରୋ): ଦୁଇମାସର ଲକ୍‌ଡାଉନ୍‌ ପରେ ସୋମବାର ଥିଲା ଅନ୍‌ଲକ୍‌-୧.୦ର ପ୍ରଥମ ଦିନ। କେନ୍ଦ୍ର ସରକାରଙ୍କ ଦ୍ୱାରା ଜାରି ଗାଇଡ୍‌ଲାଇନ୍‌ ଅନୁଯାୟୀ ସବୁକିଛି ପୂର୍ବଭଳି ନ ହେଲେ ବି ପ୍ରାୟତଃ ସ୍ବାଭାବିକ ହୋଇଯିବ ବୋଲି ଆଶା କରାଯାଉଥିଲା। ଏଥିପାଇଁ ସକାଳ ହେବାକ୍ଷଣି ରାଜ୍ୟ ରାଜଧାନୀ ଚଳଚଞ୍ଚଳ ହୋଇଉଠିଥିଲା। ବଜାର ଓ ଅଫିସ୍‌ ଯିବାପାଇଁ ଲୋକେ ଘରୁ ବାହାରିଥିଲେ। ରାଜଧାନୀର ଟ୍ରାଫିକ୍‌ ପୁଣି ପୂର୍ବ ଅବସ୍ଥାକୁ ଫେରିବା ଭଳି ମନେହୋଇଥିଲା। ଦୋକାନ, ବଜାର ସବୁକିଛି ଖୋଲା ଥିବାବେଳେ ଲୋକେ ବିଭିନ୍ନ ସାମଗ୍ରୀ କିଣିବା ପାଇଁ ଭିଡ଼ ଜମାଇଥିଲେ। ପୁଣିଥରେ ସବୁକିଛି ଠିକ୍‌ ହୋଇଯିବ ଭାବି ଲୋକେ ବେଶ୍‌ ଖୁସି ଥିଲେ। ହେଲେ ଅପରାହ୍ନରେ ରାଜ୍ୟ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀଙ୍କ ଖବରଦାତା ସମ୍ମିଳନୀ ପରେ ସବୁକିଛି ଓଲଟପାଲଟ ହୋଇଯାଇଥିଲା। ଶନିବାର ଓ ରବିବାର ୧୧ଟି ଜିଲା ଶଟ୍‌ଡାଉନ୍‌ ସହ ରାତି ୭ରୁ ସକାଳ ୫ ପର୍ଯ୍ୟନ୍ତ କର୍ଫ୍ୟୁ ବଳବତ୍ତର ରହିବ ବୋଲି ସୂଚନା ଦେଇଥିଲେ। ତେବେ ଏହି ନିଷ୍ପତ୍ତିକୁ ନେଇ ସହରବାସୀ ଅସନ୍ତୋଷ ପ୍ରକାଶ କରୁଥିବା ଦେଖିବାକୁ ମିଳିଥିଲା। ବିଶେଷକରି ଆର୍ଥିକ କ୍ଷତି ସହୁଥିବା ଛୋଟ ବଡ଼ ବ୍ୟବସାୟୀମାନେ ପୁଣିଥରେ ରାତିରେ ବେପାର କରି ନ ପାରି ନିରାଶ ହୋଇ ଘରକୁ ଫେରିଥିଲେ। ଏନେଇ ରାଜମହଲ ଛକର ଜଣେ ମିଠା ବ୍ୟବସାୟୀ ଦେବପ୍ରସାଦ ସାହୁ କହିଛନ୍ତି, ଭଲ ବେପାର ହେବ ଭାବି ପୂର୍ବରୁ ବରାପାଇଁ ବିରିବାଟଣଠାରୁ ଆରମ୍ଭକରି ମିଠା ତିଆରି ପାଇଁ ଅଧିକ ଛେନା ମଗାଇଥିଲୁ। ହେଲେ ରାଜ୍ୟ ସରକାରଙ୍କ ନିଷ୍ପତ୍ତି ଯୋଗୁ ସବୁକିଛି ନଷ୍ଟ ହୋଇଗଲା। ଅଧା ବେପାର ବି ହୋଇପାରିଲାନି। ୭ଟା ନ ହେଉଣୁ ପୋଲିସ ଭୟରେ ସବୁକିଛି ବନ୍ଦକରି ଏବେ ଘରକୁ ଯାଉଛୁ। ଫଳ ବ୍ୟବସାୟୀ ରଘୁନନ୍ଦନ ମହାପାତ୍ର କହିଛନ୍ତି, ରାତ୍ରି କର୍ଫ୍ୟୁକୁ ଆମେ ସ୍ବାଗତ କରୁଛୁ। ହେଲେ ଶନିବାର ଓ ଶଟ୍‌ଡାଉନ୍‌ ହେଲେ ବ୍ୟବସାୟ ବହୁଳଭାବେ ପ୍ରଭାବିତ ହେବ। ଏମିତି ବି ପରିବାର ଚଳାଇବା ବହୁ କଷ୍ଟକର ହୋଇପଡ଼ୁଛି। ଏବେ ସପ୍ତାହକୁ ଦୁଇଦିନ ବେପାର ବନ୍ଦ ହେଲେ ଆମକୁ କିଏ କ୍ଷତିପୂରଣ ଦେବ ବୋଲି ସେ ପ୍ରଶ୍ନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସାବଧାନ! ସୋସିଆଲ ମିଡିଆରେ ଅଶ୍ଳୀଳ ଭାଷା ବ୍ୟବହାର କଲେ କଡ଼ା କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର,୮ା୪: ଏଣିକି ସୋସିଆଲ ମିଡିଆ ୟୁଜର୍ସ ସାବଧାନ! ସୋସିଆଲ ମିଡିଆରେ କୌଣସି ଅଶ୍ଳୀଳ କିମ୍ବା ଅପଶବ୍ଦ ବ୍ୟବହାର କଲେ ଏହା ଉପରେ ଲଗାମ ଲାଗିବ। ଏନେଇ ସରକାର…

ଭୁବନେଶ୍ବରରେ ଛାତିଥରା ହତ୍ୟାକାଣ୍ଡ, ସ୍ତ୍ରୀର ତଣ୍ଟି କାଟି ବୀଭତ୍ସ ହତ୍ୟା କଲେ ସ୍ବାମୀ

ଭୁବନେଶ୍ବର,୮।୪: ରାଜଧାନୀ ଭୁବନେଶ୍ବରରେ ବୀଭତ୍ସ ହତ୍ୟାକାଣ୍ଡ ହୋଇଛି । ସ୍ତ୍ରୀକୁ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା କରିଛନ୍ତି ସ୍ବାମୀ । ଭୁବନେଶ୍ୱର ଏୟାରଫିଲ୍ଡ ଥାନା ସ୍ୱସ୍ତି ନଗର…

ଗ୍ରାମ୍ୟ ପାଇପ୍‌ ଜଳ ଯୋଗାଣ ପମ୍ପ୍‌ ହାଉସ୍‌ରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ କର୍ମଚାରୀ

ମୋହନା,୮ା୪ (ମନ୍ମଥ ମିଶ୍ର): ଗ୍ରାମ୍ୟ ପାଇପ ଜଳ ଯୋଗାଣ ପମ୍ପ୍‌ ହାଉସ୍‌ରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଗଲେ ପମ୍ପ ଚାଳକ। ଏଭଳି ଘଟଣା ଦେଖିବାକୁ ମିଳିଛି ଗଜପତି…

ଯୁଦ୍ଧବିରତି ଭିତରେ ବଦଳିଲା ଗ୍ୟାସ ସିଲିଣ୍ଡର ଦର, ଜାଣନ୍ତୁ ବଢିଲା ନା କମିଲା…

ନୂଆଦିଲ୍ଲୀ,୮।୪: ବିଶ୍ୱ ଉତ୍ତେଜନା ମଧ୍ୟରେ, ସାଧାରଣ ଲୋକଙ୍କ ପାଇଁ ଏକ ଆଶ୍ୱସ୍ତିକର ଖବର ଆସିଛି। ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ଘୋଷଣା ପରେ, ଅନ୍ତର୍ଜାତୀୟ ବଜାରରେ…

ହଜାର ହଜାର ଆଖୁଚାଷୀ, ଶ୍ରମିକଙ୍କ ଜୀବନଜୀବିକା ପ୍ରଭାବିତ, ପୁନଃ ଚିନିକଳ କାର୍ଯ୍ୟକ୍ଷମ ଦାବି କରି…

ବଲାଙ୍ଗୀର,୮ା୪(ସୁନିଲ କୁମାର ମହାନ୍ତି): ଦେଓଗାଁ ଚିନିକଳ ସମିତି ପକ୍ଷରୁ ବୁଧବାର ବଲାଙ୍ଗୀର ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଜୟାନନ୍ଦ ସମବାୟ ଚିନିକଳ ପୁନଃ କାର୍ଯ୍ୟକ୍ଷମ କରିବା ଦାବି ନେଇ…

ଫିଲ୍ମ ‘ମେହରମୁଣ୍ଡା’ର ରିଲିଜ ପାଇଁ ମା’ ତାରାତାରିଣୀଙ୍କ ଆଶୀର୍ବାଦ ନେଲେ ସିନେ କଳାକାର

ପୁରୁଷୋତ୍ତମପୁର,୮ା୪(ସବିତା ମିଶ୍ର): ନିଚ୍ଛକ ଓଡ଼ିଆ କାହାଣୀକୁ ନେଇ ରିଲିଜ ହେବାକୁ ଯାଉଛି ଫିଲ୍ମ ‘ମେହେରମୁଣ୍ଡା’। ମେହେରମୁଣ୍ଡା ରିଲିଜ ପୂର୍ବରୁ ଗଞ୍ଜାମ ଜିଲାର ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କ…

କାରରେ ଗଞ୍ଜେଇ ନେଇ ଜାଉଥିଲେ: ମାଡ଼ି ବସିଲା ପୋଲିସ

ନନ୍ଦପୁର,୮।୪(ତୁଷାର କାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ପୋଲିସ ଏକ ଓଆର୦୨ ବିଜେଡ ୬୧୭୦ ନମ୍ବ ବିଶିଷ୍ଟ କାର ସମେତ ୨୧ କିଲୋ ଗଞ୍ଜେଇ ଜବତ କରିଛି।…

ବିଶ୍ବ ଜାଣିଲା ସତ! ଯୁଦ୍ଧବିରତି ନେଇ ନାଁ ଘୋଷଣା କଲେ ଟ୍ରମ୍ପ, ପ୍ରଥମ ପ୍ରତିକ୍ରିୟା ଦେଲା ଚାଇନା

ନୂଆଦିଲ୍ଲୀ,୮।୪: ଇରାନ ଏବଂ ଆମେରିକା ମଧ୍ୟରେ ହୋଇଥିବା ଯୁଦ୍ଧବିରତି ଚୁକ୍ତିକୁ ସ୍ୱାଗତ କରିଛି ଚାଇନା । କିନ୍ତୁ ଇରାନ ସହିତ କୌଣସି ସିଧାସଳଖ ଆଲୋଚନାକୁ ନିଶ୍ଚିତ କରିନାହିଁ ଯାହା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri