ସଂସ୍କୃତି ମୁଖା ଖୋଲିଦେଇଛି କୋଭିଡ୍‌-୧୯

କୋଭିଡ୍‌-୧୯ ସଂର୍କମଣ ଏବେ ଦେଶର ଭଲ ମନ୍ଦ କଥା ତଥା ବ୍ୟକ୍ତିର ଭଲ ମନ୍ଦ ଗୁଣକୁ ପଦାକୁ ନେଇଆସିଛି। କେବଳ ଏତିକି ନୁହେଁ ସଂସ୍ଖୃତିର ବିଶେଷତା ଓ ଦୁର୍ବଳତାକୁ ଜଣାଇ ଦେଇଛି। ସରକାରଙ୍କ ଅକ୍ଷମତାକୁ ପଦାରେ ପକାଇଦେଇଛି। ସାରା ବିଶ୍ୱରେ ଆମେ ଏବେ ଏକା ପ୍ରକାର ସମସ୍ୟାର ସମ୍ମୁଖୀନ ହେଉଛୁ। ଏହି ସମସ୍ୟା ହେଉଛି କୋଭିଡ୍‌-୧୯ ସଂକ୍ରମଣ। ଉକ୍ତ ରୋଗର କୌଣସି ଓ୍ୟଷଧ ନାହିଁ। କିନ୍ତୁ ବ୍ୟକ୍ତିଗତ ସହଯୋଗରେ ଏହି ସଂକ୍ରମଣକୁ ରୋକାଯାଇପାରିବ। ଏକ ଉତ୍ତମ ସ୍ବାସ୍ଥ୍ୟସେବା ଭିତ୍ତିଭୂମି ବଳରେ ଏଥିରେ ଶିକାର ହେଉଥିବା ଲୋକଙ୍କୁ ବଞ୍ଚାଯାଇପାରିବ। ଭାରତ ନିକଟରେ ସମ୍ଭବତଃ ଏହା ଉପଲବ୍ଧ ନାହିଁ। ଆମ ଦେଶ ଗରିବ। ଏଠାରେ ଲୋକମାନଙ୍କ ମୁଣ୍ଡପିଛା ଆୟ ବିକଶିତ ଦେଶ ତୁଳନାରେ ୩୦ ଗୁଣ କମ୍‌। ଆମ ଲାଇଫ ଏକ୍ସପେକ୍ଟାନି ବିକଶିତ ଦେଶଗୁଡିକଠାରୁ ବି ୧୦ ବର୍ଷ କମ୍‌। ତଥାପି ସ୍ବାସ୍ଥ୍ୟସେବା କ୍ଷେତ୍ରରେ ସେମାନେ ଜିଡିପିର ଯେତିକି ପ୍ରତିଶତ ବ୍ୟୟ କରୁଛନ୍ତି ଆମେ ତା’ଠାରୁ କମ୍‌ ବ୍ୟୟ କରୁଛୁ। ଏହା ଆମମାନଙ୍କର ଦୋଷ। ସାଧାରଣ ସ୍ବାସ୍ଥ୍ୟସେବା କ୍ଷେତ୍ର ପ୍ରତି ଦୃଷ୍ଟି ଦିଆଯାଉ ନ ଥିଲେ ବି ଆମେ ତାକୁ ସହିଯାଉଛୁ ଏବଂ ମହାମାରୀର ଦୁର୍ଦ୍ଦିନ ଯେତେଦିନ ଲାଗି ରହିବ ଆମକୁ ଏଥିପାଇଁ ମୂଲ୍ୟ ଦେବାକୁ ପଡିବ। ଆମ ପାଖରେ ଅଧିକ ଆଇସିୟୁ ବେଡ୍‌ ନାହିଁ, ଭେଣ୍ଟିଲେଟର ନାହିଁ। ଆମ ପାଖରେ ପ୍ରଶିକ୍ଷିତ କର୍ମଚାରୀ ନାହାନ୍ତି। କୁହାଯାଉଛି ଆମେ ସେମାନଙ୍କୁ ଖୁବ୍‌ ଶୀଘ୍ର ଦେଖିବାକୁ ପାଇବୁ। କଥା ହେଉଛି ଆମେ ଯେଉଁମାନେ ଏହି କଥା ପଢୁଛେ କି ସେ ସମ୍ପର୍କରେ ଲେଖୁଛେ ଏହାର ପରିଣାମ ଆମେ ହିଁ ଅନୁଭବ କରିବୁ। ସ୍ବାସ୍ଥ୍ୟଠାରୁ ପ୍ରତିରକ୍ଷା କ୍ଷେତ୍ରରେ ସରକାର ୫ ଗୁଣ ବ୍ୟୟ କରୁଛନ୍ତି। ଆମେ ଦୋଷ ଦେବାକୁ କିଏ? ଆମେ କେବଳ ଆମକୁ ଦୋଷ ଦେବା ଉଚିତ, ଏମିତି କି ନିର୍ବାଚିତ ପ୍ରତିନିଧିମାନଙ୍କୁ ନୁହେଁ ।
କିନ୍ତୁ ଆମେ ଆମ ସରକାରଙ୍କୁ ଅକ୍ଷମତା ପାଇଁ ଦୋଷ ଦେଇପାରିବା।ସରକାରଙ୍କ ଅକ୍ଷମତା ଏବେ ପଦାକୁ ଜଣାପଡିଛି ଓ ଏମିତି ଆଗକୁ ଜଣାପଡୁଥିବ। ଏହା କେନ୍ଦ୍ର ଓ ରାଜ୍ୟ ପାଇଁ ଲାଗି ରହିଛି କାରଣ ଆମ ନୀତି ନିର୍ଦ୍ଧାରଣ କ୍ଷେତ୍ରକୁ ଖୁବ୍‌ କମ୍‌ ବିଜ୍ଞ ବ୍ୟକ୍ତି ନିର୍ବାଚିତ ହୋଇ ଯାଉଛନ୍ତି। ଏହା ମଧ୍ୟ ଏହି ମହାମାରୀ ସଂକ୍ରମଣ ସମୟରେ ସ୍ପଷ୍ଟ ହୋଇଯାଇଛି।
ନିର୍ଦ୍ଦେଶ ଦେବା ବ୍ୟତୀତ କେନ୍ଦ୍ର ସରକାରଙ୍କ ପାଖରେ ଏବେ ଅଧିକ କାମ ନାହିଁ। ତଥାପି ଠିକ୍‌ ଭାବେ ନିର୍ଦ୍ଦେଶ ଦେବା କାର୍ଯ୍ୟଟିକୁ ବି ତୁଲାଇପାରୁନାହାନ୍ତି। ସରକାର ଏମିତି ଏକ ନିୟମ କଲେ ଯାହା ଜଣେ ବ୍ୟବସାୟୀଙ୍କୁ ତାଙ୍କ ବ୍ୟବସାୟିକ ପ୍ରତିଷ୍ଠାନ ଓ ଅଫିସରେ କୋଭିଡ୍‌ କଟକଣା ଉଲ୍ଲଂଘନ କଲେ ଜେଲ୍‌କୁ ପଠାଇ ଦେଇପାରୁଛି। ଏହାଦ୍ୱାରା କାର୍ଯ୍ୟକ୍ଷେତ୍ରରେ କିମ୍ବା ଘରେ ଜଣେ କର୍ମଚାରୀ ସଂକ୍ରମିତ ହେଲେ ତାହା କିପରି ଜଣାପଡିବ। ଏହା ତାଙ୍କ ଦୁର୍ଭାଗ୍ୟ କିମ୍ବା ଦାୟିତ୍ୱହୀନତାରୁ ହୋଇଛି ବୋଲି କେମିତି ଜାଣିବା? ଏଥିରେ ବ୍ୟବସାୟୀଙ୍କ ଦୋଷ ଥିଲା ବୋଲି କେମିତି ଜାଣାପଡିବ? ଏଭଳି ନିର୍ଦ୍ଦେଶକୁ ମଞ୍ଜୁରୀ ଦେବା ଓ ପାସ୍‌ ହେବାବେଳେ କେହି ଜଣେ ହେଲେ ବି ଏହା ବିଷୟରେ ଭାବିଲେ ନାହିଁ। ଯେତେବେଳେ ଏହା ସମ୍ପର୍କରେ ସବୁ କିଛି ଜଣା ପଡିଲା ସେତେବେଳେ ଏହି ନିୟମ ବଦଳାଇ ଦିଆଗଲା ବୋଲି ସ୍ପଷ୍ଟୀକରଣ ଦେବାକୁ ଜଣେ ଜୁନିୟର ମିନିଷ୍ଟରଙ୍କୁ ପଠାଗଲା। ଏହା ଏକ ଛୋଟ ଘଟଣା ନୁହେଁ। ଏଥିରୁ ପ୍ରତୀୟମାନ ହୁଏ ଯେ, ଲକ୍‌ଡାଉନ ସମ୍ପର୍କରେ ସରକାର କିଛି ବି ବିଚାର କରି ନାହାନ୍ତି। ବାସ୍ତବରେ ପ୍ରାଦେଶିକ ସ୍ତରରେ ଏବେ ଠିକ୍‌ ଶାସନ ନାହଁ। ମୁଁ ଯେଉଁ ରାଜ୍ୟରେ ରହୁଛି ସେଠାରେ ସରକାର ଗୋଟିଏ ଜେଲ୍‌ରୁ ଗ୍ରୀନ ଜୋନ୍‌ରେ ଥିବା ଆଉ ଏକ ଜେଲକୁ ୧୦୦ ଜଣରୁ ଊର୍ଦ୍ଧ୍ୱ ବିଚାରାଧୀନ କଏଦୀଙ୍କୁ ସ୍ଥାନାନ୍ତର କରିବାକୁ ନିଷ୍ପତ୍ତି ନେଇଥିଲେ। ଏମାନଙ୍କ ମଧ୍ୟରେ କୋଭିଡ୍‌ ପଜିଟିଭ ମଧ୍ୟ ରହିଥିଲେ। ଏହା ଏକ ନିୟମ ବିରୁଦ୍ଧ କାର୍ଯ୍ୟ ଥିଲା ଓ ଗଣ୍ଡଗୋଳିଆ ପରିସ୍ଥିତି ସୃଷ୍ଟି କରିଥିଲା। ଏଭଳି ଘଟିବ ବୋଲି ସରକାର ଚିନ୍ତା ବି କରି ନ ଥିଲେ। ଏଣୁ ସରକାର ଆଉ ଏକ ଗାଡିରେ ସେମାନଙ୍କୁ ଫେରାଇ ଆଣିଥିଲେ ଯାହା ପୁଣି କରୋନା ସଂକ୍ରମଣକୁ ଆମନ୍ତ୍ରଣ କରିଥିଲା। ଆମ ଦେଶରେ ଏହା ସାଧାରଣ ଘଟଣା ଓ ଏହା ଆଗକୁ ବି ଘଟିଚାଲିବ।
ଶେଷରେ ଏହି ଦୁର୍ଦ୍ଦିନରେ ଆମ ଭିତରେ ଏକ ମୂଲ୍ୟବୋଧ ଓ ଜ୍ଞାନର ଉଜାଗର ହେବା ଦରକାର। ଆମେ ଯଦି ଶୃଙ୍ଖଳା ରକ୍ଷା କରିବା ତେବେ କୋଭିଡ୍‌କୁ ସଫଳତାର ସହ ରୋକିପାରିବା। ମାସ୍କ ପିନ୍ଧି ଆମେ ଅନ୍ୟଙ୍କୁ ସୁରକ୍ଷିତ ରଖିପାରିବା। ହାତ ଧୋଇ ନିଜର ସୁରକ୍ଷା କରିପାରିବା ଓ ଅବଶ୍ୟକ ଥିଲେ ବାହାରକୁ ଯିବା । ଏହା ଅନ୍ୟମାନଙ୍କୁ ବିପଦରେ ପକାଇବ ନାହିଁ। ଏହା ଭାରତରେ ପାଳନ ହେବା ଦରକାର। କାରଣ ଏହି ସମୟରେ ଏଠାରେ ଧନୀମାନେ ପିକ୍‌ନିକ କରିବାକୁ ବାହାରି ଯାଉଛନ୍ତି, ସରକାର ଗାଦିଚ୍ୟୁତ ହେଉଛିି ଓ ବିଜୟ ଶେଭାଯାତ୍ରାର ଆୟୋଜନ କରାଯାଉଛି। ଏଠାରେ ବାହାରେ ବୁଲିବା ପାଇଁ କଫୁର୍‌ୟ ପାସ୍‌ର ନକଲ ମଧ୍ୟ କରାଯାଉଛି। ଆମେରିକା ଏବେ କରୋନା କବଳରେ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛି। ସେଠାରେ ଲକ୍‌ଡାଉନ ବଳବତ୍ତର ରହିଛି। କିନ୍ତୁ ଏହା ଆମଠାରୁ ପୂରା ଭିନ୍ନ। ସେଠାରେ ଦୋକାନ, ଅଫିସ ଓ ସ୍କୁଲ ସବୁ କିଛି ବନ୍ଦ କିନ୍ତୁ ଲୋକମାନଙ୍କ ଚଳପ୍ରଚଳ ଉପରେ କୌଣସି କଟକଣା ନାହଁି। ସେମାନଙ୍କ ସୁରକ୍ଷା ଲାଗି ସେମାନେ ସାମାଜିକ ଦୂରତ୍ୱକୁ ଠିକ୍‌ ଭାବେ ପାଳନ କରିବେ ବୋଲି ସେଠାକାର ସରକାର ଆଶା କରିଛନ୍ତି। ଭାରତ ଭଳି ସେଠାରେ କର୍ଫ୍ୟୁ ନାହିଁ, କାରଣ ସେଠାରେ ଏହାର ଆବଶ୍ୟକତା ନାହିଁ। ଅପରପକ୍ଷରେ ଭାରତରେ ଏବେ ଯାହା ଘଟୁଛି ସେଥିରେ ଆମ ସଂସ୍କୃତିର ଭିତିରି କଥା ବାହାରକୁ ଜଣାପଡିଛି। ମୁଁ ଏହି ପରିସ୍ଥିତିରେ ଆମ ପକ୍ଷପାତିତା ଓ ଧର୍ମନ୍ଧତା କଥା ଉଠାଉ ନାହିଁ ଯାହା ସାରା ବିଶ୍ୱକୁ ଜଣା। ଜଣେ ଭାଜପା ବିଧାୟକ ଓ ପ୍ରବାସୀ ଭାରତୀୟଙ୍କ ଇସ୍‌ଲାମ ଓ ମୁସଲମାନ ବିରୋଧୀ ମନ୍ତବ୍ୟ ଉପରେ ସଫେଇ ଦେବାକୁ ଆମ ପ୍ରଧାନମନ୍ତ୍ରୀ ଓ ବୈଦେଶିକ ମନ୍ତ୍ରୀଙ୍କୁ ଏହି ସପ୍ତାହରେ ଗଲ୍ଫ ନେତାଙ୍କୁ ଫୋନ୍‌ କରିବାକୁ ପଡିଥିଲା । ଆମ ଭିତରେ ଥିବା ଏମିତି ଅନେକ ଗୁଣ ଏବେ କୋଭିଡ୍‌-୧୯ ସଂକ୍ରମଣ ସମୟରେ ପ୍ରକାଶ ପାଇବ ଓ ଏହି ଧାରା ବି ଲାଗି ରହିବ। ଏହି ଭୟର ବାତାବରଣରେ ଆମକୁ ବଞ୍ଚିବାକୁ ହେବ ଏବଂ ଆମ ଚାରିପାଖରେ କ’ଣ ଘଟୁଛି ତାହାକୁ ନିରୀକ୍ଷଣ କରିବାକୁ ପଡିବ।
Email:aakar.patel@gmail.com


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ପକ୍ଷୀ ଜୀବନ ଏବେ ସଙ୍କଟରେ। ଜଳବାୟୁ ପରିବର୍ତ୍ତନ,ସହରୀକରଣରେ ବାସସ୍ଥାନ ଓ ଖାଦ୍ୟ ଅଭାବ ଯୋଗୁ ବଂଶବୃଦ୍ଧି ନ ହୋଇ ବହୁ ପ୍ରଜାତିର ପକ୍ଷୀ ଏବେ ବିଲୁପ୍ତିର ଦ୍ୱାରଦେଶରେ।…

ପରୀକ୍ଷା ପାଇଁ ପ୍ରସ୍ତୁତି

ଚଳିତ ବର୍ଷ ଫେବୃଆରୀଠାରୁ ଆମ ରାଜ୍ୟରେ ବିଭିନ୍ନ ପରୀକ୍ଷା ଆରମ୍ଭ ହେଉଛି। ଏଥି ନିମନ୍ତେ ପ୍ରତ୍ୟେକ ପରୀକ୍ଷାର୍ଥୀ ଜୋର୍‌ସୋରରେ ପ୍ରସ୍ତୁତି ଚଳାଇଛନ୍ତି। ପରୀକ୍ଷାର୍ଥୀମାନେ ପରୀକ୍ଷା ପାଇଁ ଯେତିକି…

ଗାଈ ସଂଗ୍ରହାଳୟ

ଉତ୍ତର ପ୍ରଦେଶର ଏକ ସରକାରୀ ସଂସ୍ଥା ‘ଉତ୍ତର ପ୍ରଦେଶ ବ୍ରଜ ତୀର୍ଥ ବିକାଶ ପରିଷଦ’ ମଥୁରାଠାରେ ଭାରତର ପ୍ରଥମ ‘କାଓ କଲ୍‌ଚର ମ୍ୟୁଜିୟମ୍‌’ ବା ଗାଈ ସଂସ୍କୃତି…

ଏଇ ଭାରତରେ

ଦିଲ୍ଲୀର କିଡ୍‌ଓ୍ବାଇ ନଗରରେ ଚାଲୁଛି ଏକ ନିଆରା ସ୍କୁଲ। ଏହି ସ୍କୁଲର ଘର ନାହିଁ କି କୌଣସି ସରକାରୀ ପାଠ୍ୟକ୍ରମ ଅନୁଯାୟୀ ଶିକ୍ଷା ଦିଆଯାଉନାହିଁ। ପିଲାମାନେ ଗଛମୂଳେ…

ନେତା ହେବାକୁ ଅନୁକୂଳ ପରିବେଶ

ସଭା ସମିତି, ଜଳଖିଆ ଦୋକାନ, ଚା’ ଦୋକାନ, ପାନ ଦୋକାନ ଆଗରେ ଓ ଘରେ ବସି ସାଙ୍ଗସାଥୀ ସହିତ କଥାହେଲା ବେଳେ ଅନେକ ଶିକ୍ଷିତ ଲୋକ କହିଥା’ନ୍ତି,…

ନୈତିକ ମୂଲ୍ୟବୋଧ ଓ ଧର୍ମ

ଯେତେବେଳେ ଆମେ ଜଣେ କରୁଥିବା କାର୍ଯ୍ୟକୁ ‘ନୈତିକ’ ବୋଲି ବିଚାର କରୁ, ତାକୁ ଭଲ ଲୋକ କହୁ ଓ ଅନୈତିକ କାର୍ଯ୍ୟ କରୁଥିବା ଲୋକକୁ ମନ୍ଦ ଲୋକ…

ପାଖ ବିଦେଶ

ବାଂଲାଦେଶ ଜାତୀୟ ନିର୍ବାଚନରେ ଭୋଟ ହୋଇଥିବା ୨୯୯ ଆସନ ମଧ୍ୟରୁ ବାଂଲାଦେଶ ନ୍ୟାଶନାଲିଷ୍ଟ ପାର୍ଟି(ବିଏନ୍‌ପି) ଏକାକୀ ୨୦୯ ଆସନ ପାଇଥିବା ବେଳେ ସହଯୋଗୀଙ୍କୁ ମିଶାଇଲେ ସଂଖ୍ୟା ୨୧୨…

ମହେନ୍ଦ୍ରଗିରିର ଶିବ ମହିମା

ମହେନ୍ଦ୍ରଗିରି ପର୍ୱତ, ଯେଉଁ ପର୍ୱତ ଦିନେ ଥିଲା ଶ୍ୱେତକମଣ୍ଡଳ ରାଜ୍ୟର ଅଂଶବିଶେଷ, ଯେଉଁ ପର୍ୱତକୁ ନିଜ କବିତାରେ ସ୍ଥାନ ଦେଇଛନ୍ତି ଗୋଦାବରୀଶ ମିଶ୍ର, ଗୋପବନ୍ଧୁ ଦାସ ଏବଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri