ଷ୍ଟାଇଲ ଷ୍ଟେଟ୍‌ମେଣ୍ଟରେ ଅଜବ ‘କ୍ଲଚ୍‌’

କ୍ଲଚ୍‌ ଏବେ ଷ୍ଟାଇଲ ଷ୍ଟେଟ୍‌ମେଣ୍ଟ ପାଲଟିଛି। ପାର୍ଟି ପାଇଁ ତ ଏହାର ଚାହିଦା ବେଶି। ତେବେ ଏମିତି ବି କିଛି କ୍ଲଚ୍‌ ଅଛି, ଯାହା ଦେଖିବାକୁ ବେଶ୍‌ ଅଜବ କିନ୍ତୁ ଆକର୍ଷକ। ଏହାକୁ କ୍ୟାରି କଲେ ଏକ ଡିଫରେଣ୍ଟ ଲୁକ୍‌ ମିଳିଥାଏ…

ମୋଶ୍ଚିନୋ ସ୍ପ୍ରେ ପେଣ୍ଟ ବ୍ୟାଗ୍‌-ଏହା ଦେଖିବାକୁ ଏକ ସ୍ପ୍ରେ ପେଣ୍ଟ କ୍ୟାନ୍‌ ଭଳି। ସେଥିରେ କମ୍ପାନୀର ନାମ ବି ଲେଖା ଯାଇଥାଏ । ହେଲେ ପ୍ରକୃତରେ ତାହା କୌଣସି ସ୍ପ୍ରେ ପେଣ୍ଟ କ୍ୟାନ୍‌ ନୁହେଁ ବରଂ କ୍ଲଚ୍‌ ବ୍ୟାଗ୍‌। ଏହାର ମୂଲ୍ୟ ୭୯୫ ଡଲାରଠାରୁ ବି କମ୍‌।

କ୍ରିସ୍‌ମାସ୍‌ ଟ୍ରି ପରି ବ୍ୟାଗ୍‌- କ୍ରିସ୍‌ମାସ୍‌ ଟ୍ରି ପରି ଦେଖିବାକୁ ଏହି ବ୍ୟାଗ୍‌। ଆନ୍ୟା ହିନ୍ଦମାର୍ଚ୍ଚ ଲିଟିଲ୍‌ ଟ୍ରି ଚାର୍ମ ନାମକ ଏହି ବ୍ୟାଗ୍‌ର ମୂଲ୍ୟ ହେଉଛି ୩୫୦ ଡଲାର।

ରୋବୋ କ୍ଲଚ୍‌ ବ୍ୟାଗ୍‌- ଭାରି କ୍ୟୁଟ୍‌ ଲାଗେ ଏହି ବ୍ୟାଗ୍‌। ଅବିକଳ ରୋବୋ ଭଳି। ଛୋଟିଆ କଳା ରଙ୍ଗର ଏହି କ୍ଲଚ୍‌ ବ୍ୟାଗ୍‌ରେ ନୀଳରଙ୍ଗର ଦୁଇଟି ଆଖି ସହ ରୋବୋ ଭଳି ହାତ ଗୋଡ଼ ବି ଅଛି। ଏମ୍‌ସିଏମ୍‌ ରୋବୋ କ୍ଲଚ୍‌ ନାମକ ଏହି ବ୍ୟାଗ୍‌ର ମୂଲ୍ୟ ୧୨୯୫ ଡଲାର।

ପଞ୍ଝା ପରି ବ୍ୟାଗ୍‌- ରୋବୋ ବ୍ୟାଗ୍‌ ପରେ କେଞ୍ଜୋ ମେଟାଲ ପ’ ବ୍ୟାଗ୍‌ ବହୁତ ମଜାଦାର। ଏହା ଦେଖିବାକୁ କୁକୁରର ପଞ୍ଝା ପରି। ରୋଜ୍‌ ଗୋଲ୍ଡ କଲର୍‌ର ଏହି ବ୍ୟାଗ୍‌ ବେଶ୍‌ ଆକର୍ଷକ। ଏହାର ମୂଲ୍ୟ ୬୦୫ ଡଲାର।

ଦିଆସିଲି ଖୋଳ କ୍ଲଚ୍‌- ପ୍ରଥମ ନଜରରେ ଏହା ଏକ ବଡ଼ ଆକାରର ଦିଆସିଲି ଖୋଳ ବା ମ୍ୟାଚ୍‌ ବକ୍ସ ପରି ଲାଗିବ। କିନ୍ତୁ ଏହା ଏକ କ୍ଲଚ୍‌ ବ୍ୟାଗ୍‌। ଦିଆସିଲି ଖୋଳ ଅଧା ଖୋଲି କାଠି ଦେଖାଗଲା ଭଳି ଚିତ୍ର ଏଥିରେ ହୋଇଛି। ୟାଜବୁକି ସମ୍‌ ଲାଇକ୍‌ ଇଟ୍‌ ହଟ୍‌ କ୍ଲଚ୍‌ ନାମକ ଏହି ବ୍ୟାଗ୍‌ର ମୂଲ୍ୟ ୭୨୫ ଡଲାର।

ବଜୁକା ବବଲ୍‌ ଗମ୍‌ କଭର୍‌ କ୍ଲଚ୍‌-ଦ୍ୱିତୀୟ ବିଶ୍ୱଯୁଦ୍ଧ ପରବର୍ତ୍ତୀ ସମୟରେ ନ୍ୟୁୟର୍କର ଟପ୍ସ କମ୍ପାନୀର ଏହି ବବଲ୍‌ ଗମ୍‌ ବଜାରରେ ଉପଲବ୍ଧ ହେଉଥିଲା। ସେହି ବବଲ୍‌ ଗମ୍‌ର କଭର୍‌ ଦେଖିବାକୁ ଯେମିତି ଥିଲା ଠିକ୍‌ ସେହିଭଳି ଏକ କ୍ଲଚ୍‌ ତିଆରି ହୋଇଛି। ଏହାର ମୂଲ୍ୟ ୧୫୯୫ ଡଲାର।

ମଶରୁମ୍‌ କ୍ଲଚ୍‌- ଏହି କ୍ଲଚ୍‌ ଛତୁ ଭଳି ଦେଖିବାକୁ। ଲାଲ୍‌ରଙ୍ଗର ଅର୍ଦ୍ଧଗୋଲାକାର ଉପରେ ଧଳାରଙ୍ଗର ଟୋପା ଟୋପା ଥାଏ। ତଳଭାଗଟି ଈଷତ୍‌ ଧଳା ଓ ଛୋଟିଆ ନାଡ଼ ବି ଅଛି। ଏହାର ମୂଲ୍ୟ ୩୪୮ ଡଲାର।

ଅଣ୍ଡରଓ୍ବେର ବ୍ୟାଗ୍‌- ଏହି ବ୍ୟାଗ୍‌କୁ ଧରି ବାହାରକୁ ଯିବା ଲାଗି କେହି କେହି ସଙ୍କୋଚ କରିପାରନ୍ତି। କାରଣ ଏହା ଦେଖିବାକୁ ଅଣ୍ଡରଓ୍ବେର୍‌ ପରି। ମୋଶ୍ଚିନୋ କମ୍ପାନୀର ଏହି ବ୍ୟାଗ୍‌ର ମୂଲ୍ୟ ୭୯୫ ଡଲାର।

ରେଡ୍‌ ଲିପ୍‌ କ୍ଲଚ୍‌- ଲାଲ୍‌ରଙ୍ଗର ଓଠ ଭଳି ଏହି କ୍ଲଚ୍‌ ନାଇଟ୍‌ ପାର୍ଟି ପାଇଁ ଭଲ ଲାଗେ। ଚାହିଁଲେ ବ୍ଲାକ୍‌ ଡ୍ରେସ୍‌ ସାଙ୍ଗରେ ଏହାକୁ କ୍ୟାରି କରିପାରିବେ।

ହାପି କ୍ଲଚ୍‌- ସ୍ମାଇଲି ଥିବା ଏହି କ୍ଲଚ୍‌ ହଳଦିଆ ରଙ୍ଗର। ଆଶଲିନ୍‌ସ ହାପି କ୍ଲଚ୍‌ ନାମକ ଏହି ବ୍ୟାଗ୍‌ ବହୁତ ସିମ୍ପଲ୍‌ କିନ୍ତୁ କ୍ୟୁଟ୍‌ ଲାଗେ। ଏହାର ମୂଲ୍ୟ ୫୭୫ ଡଲାର।

ଓ୍ବାଟର ମେଲନ କ୍ଲଚ୍‌: କଟା ତରଭୁଜ ପରି ଦେଖାଯାଉଥିବା ଏହି କ୍ଲଚ୍‌କୁ ଆପଣ ସମର ଫ୍ୟାଶନରେ ସାମିଲ କରିପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଶରୀର ପାଇଁ ଉପକାରୀ ଜିରା: ଏମିତି କରନ୍ତୁ ସେବନ

ଆମେ ସାଧାରଣତଃ ଅଧିକାଂଶ ଖାଦ୍ୟ ପ୍ରସ୍ତୁତ କରିବା ବେଳେ ଜିରା ବ୍ୟବହାର କରିଥାଉ। ଏହାର ସୁଗନ୍ଧ କେବଳ ଭଲ ନୁହେଁ ବରଂ ଏଥିରେ ଭରି ରହିଥିବା...

କେମିତି ହେବେ ଆଦର୍ଶ ଅଭିଭାବକ: ଜାଣନ୍ତୁ ଟିପ୍ସ

ପିଲାଙ୍କ ପ୍ରଥମ ଗୁରୁ ହେଉଛନ୍ତି ଅଭିଭାବକ। ସେମାନଙ୍କ ଉତ୍ତମ ଭବିଷ୍ୟତ ଗଢ଼ିବାରେ ଅଭିଭାବକଙ୍କର ହିଁ ଥାଏ ଗୁରୁତ୍ୱପୂର୍ଣ୍ଣ ଭୂମିକା। କାରଣ ପିଲାମାନେ ସର୍ବଦା ଅନୁକରଣ ପ୍ରିୟ।...

ଅତ୍ୟଧିକ ମିଠାଜାତୀୟ ଖାଦ୍ୟ ଖାଉଥିଲେ…

ମନଲୋଭା ଖାଦ୍ୟ ମଧ୍ୟରୁ ମିଠା ଅନ୍ୟତମ। ଏହାର ସ୍ବାଦ ହୁଏତ ମିଠା ହୋଇପାରେ, ହେଲେ ଏହାର ପରିମାଣ ଅଧିକ ହେଲେ ତାହା ଆମ ସ୍ମରଣ ଶକ୍ତିକୁ...

ଈଶ୍ୱର କଣିକାର ଆବିଷ୍କାରକ

ପଦାର୍ଥ ବିଜ୍ଞାନର ଏକ ଗୁରୁତ୍ୱପୂର୍ଣ୍ଣ ଆବିଷ୍କାର କରି ଖ୍ୟାତି ଲାଭ କରିଥିବା ପିଟର ହିଗ୍‌ସ ଚଳିତ ବର୍ଷ ଏପ୍ରିଲ ୮ ତାରିଖରେ ପରଲୋକ ଗମନ କରିଛନ୍ତି।...

ଥର୍ମୋମିଟର, ବାରୋମିଟର ଓ ଡାଲ୍‌ଟନ

କଡ଼େଇରେ ପାଣି ରଖି କଡ଼େଇ ତଳେ ନିଆଁ ଜାଳିଲେ ପାଣି ଗରମ ହୁଏ। କାରଣ ନିଆଁରୁ ବାହାରୁଥିବା ତାପ ଦ୍ୱାରା କଡ଼େଇ ଗରମ ହୁଏ। କଡ଼େଇ...

ଖରାଦିନେ ସ୍କିନ୍‌ ଆଲର୍ଜିର ଘରୋଇ ଚିକିତ୍ସା

ଖରାଦିନେ ଝାଳ ବୋହିବା ସହ କେତେକଙ୍କଠାରେ ବିଭିନ୍ନ ପ୍ରକାର ସ୍କିନ୍‌ ଆଲର୍ଜି ସମସ୍ୟା ଦେଖାଯାଇଥାଏ। କାହାର ଘିମିରି ବାହାରେ ତ କାହା ଶରୀରରେ ନାଲି ନାଲି...

ଘରେ ସୁଖସମୃଦ୍ଧି ବୃଦ୍ଧି ପାଇଁ ବାସ୍ତୁ ଉପାୟ, ଆପଣାଇଲେ…

ବାସ୍ତୁଶାସ୍ତ୍ର ଅନୁଯାୟୀ, ଏମିତି କିଛି ବିଶେଷ ଉପାୟ ରହିଛି; ଯାହାକୁ ଆପଣାଇଲେ ଘରେ ସୁଖସମୃଦ୍ଧି ବୃଦ୍ଧି ହେବା ସହ ସମ୍ପର୍କରେ ନିବିଡ଼ତା ଆସିଥାଏ। ତା’ସହିତ ଅନେକ...

ଇଲେକ୍ଟ୍ରିକ୍‌ ସମାଗ୍ରୀ ଚକ୍‌ଚକ୍‌ କରିବାକୁ ଚାହୁଁଥିଲେ…ଆପଣାନ୍ତୁ ଏହି ଉପାୟ

ଇଲେକ୍ଟ୍ରି ସାମଗ୍ରୀ ସଫା କରିବା ସମୟରେ କେତେକ ବିଷୟ ପ୍ରତି ସ୍ବତନ୍ତ୍ର ଭାବରେ ଦୃଷ୍ଟି ଦେବାକୁ ପଡ଼ିଥାଏ। ଏହି ସମୟରେ ନିମ୍ନଲିଖିତ ଟିପ୍ସ ଆପଣେଇ ପାରନ୍ତି…...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri