ଶ୍ରୀଲିଙ୍ଗରାଜଙ୍କ ନିଷ୍କର ଜମିରେ ଜନବସତି

ପୁରୁଣା ଭୁବନେଶ୍ୱର,୭ା୩(ଡି.ଏନ.ଏ.): ଶ୍ରୀଲିଙ୍ଗରାଜ ମନ୍ଦିର ହେବା ପରେ ଦିଅଁଙ୍କ ନୀତିକାନ୍ତି ସୁବ୍ୟବସ୍ଥିତ କରିବାକୁ ଖଞ୍ଜାରେ ବିଭିନ୍ନ ସେବାୟତଙ୍କୁ ଜମି ରାଜାରାଜୁଡା ଅମଳରୁ ଯୋଗାଇ ଦିଆଯାଇଥିଲା। ଏଥିମଧ୍ୟରୁ କୁମ୍ଭକାର ସେବାୟତଙ୍କ ଭୂମିକା ଅନେକ ଗୁରୁତ୍ୱ ବହନ କରେ। ଶ୍ରୀଲିଙ୍ଗରାଜ ମନ୍ଦିରରେ ପୂଜା ଲାଗି ମାଟି କଳସ, ପଲମ, ଅନ୍ନ ପ୍ରସାଦ ପ୍ରସ୍ତୁତି ପାଇଁ କୁଡୁଆ ବା ମାଟିହାଣ୍ଡି ଯୋଗାଇବା ଉଦ୍ଦେଶ୍ୟରେ କୁମ୍ଭକାର ସେବାୟତଙ୍କୁ ଜମି ଦିଆଯାଇଥିଲା। ସେମାନେ ଜମିକୁ ଚାଷ କରି ପରିବାର ପ୍ରତିପୋଷଣ ସାଙ୍ଗକୁ ଏଠାରୁ ମାଟି ନେଇ ମାଟି ସାମଗ୍ରୀ ନିର୍ମାଣ କରି ମନ୍ଦିରକୁ ଯୋଗେଇବେ। ତେଣୁ ସେମାନଙ୍କୁ ପୁରୁଣା ଭୁବନେଶ୍ୱର ଅଞ୍ଚଳରେ ଥଇଥାନ କରାଯାଇଥିଲା। ଏହି ଜମି ପରବର୍ତ୍ତୀ ସମୟରେ ଓଡ଼ିଶା ସରକାରଙ୍କ ଅଧୀନକୁ ଯାଇଥିଲା। କୁମ୍ଭକାର ସେବାୟତଙ୍କୁ ଶ୍ରୀଲିଙ୍ଗରାଜ ମହାପ୍ରଭୁଙ୍କ ସେବାପୂଜା ନିମନ୍ତେ କୁଡୁଆ ଯୋଗାଉଥିବା କାରଣରୁ ଅବା ବିକ୍ରିବଟା ଆଶଙ୍କା ଯୋଗୁ ଏଗୁଡିକୁ ସ୍ଥିତିବାନ ରେକର୍ଡ ଥାଇ ମଧ୍ୟ ନିଷ୍କର କରାଯାଇଥିଲା। ଫଳରେ ରାଜସ୍ବ ବିଭାଗ ପକ୍ଷରୁ ଏହି ଜମିରୁ କୌଣସି ପ୍ରକାର ଖଜଣା ଆଦାୟ କରାଯାଏନାହିଁ। ଏହି ଜମିର କିସମ ମଧ୍ୟ କୌଣସି ମତେ ପରିବର୍ତ୍ତନ କରାଯାଇ ପାରିବ ନାହିଁ। ଏଣୁ ଏଗୁଡିକୁ ହସ୍ତାନ୍ତର ଅବା ବିକ୍ରିବଟା କରାଯାଇ ପାରିବ ନହିଁ। ହେଲେ ଏବେ ଏହି ନିଷ୍କର ଜମି ଉପରେ ଜନବସତି ଗଢି ଉଠିଛି।
ନିଷ୍କର ଜମିର କିସମ ପରିବର୍ତ୍ତନ:
କେତେଜଣ ସେବାୟତ ଦୁର୍ନୀତିଗ୍ରସ୍ତ ସରକାରୀ କର୍ମଚାରୀଙ୍କୁ ହାତକରି ଶ୍ରୀଲିଙ୍ଗରାଜ କୁମ୍ଭକାର ସେବାୟତଙ୍କୁ ଯୋଗାଇ ଦିଆଯାଇଥିବା ନିଷ୍କର ଜମିର କିସମ ପରିବର୍ତ୍ତନ କରି ଘରବାରି କରି ନେଇଛନ୍ତି। ପରେ ଏହାକୁ ବିକ୍ରି କରିବା ଦ୍ୱାରା ବର୍ତ୍ତମାନ ଶ୍ରୀଲିଙ୍ଗରାଜ ମନ୍ଦିରକୁ କୁଡୁଆ ଯୋଗାଣ ଏକ ପ୍ରକାର ବନ୍ଦ ହେବାକୁ ବସିଲାଣି। ହେଲେ ସ୍ଥାନୀୟ ନୂଆଗଁ। ମୌଜାର ୩୦ ଏକରରୁ ଊର୍ଦ୍ଧ୍ୱ ଶ୍ରୀଲିଙ୍ଗରାଜ ମହାପ୍ରଭୁଙ୍କ ମାଟିପାତ୍ର ପ୍ରସ୍ତୁତକାରୀ କୁମ୍ଭକାରଙ୍କ ଜମି ଥିଲା। ଏହା ଏବେ ମାତ୍ର ୩ ଏକରରୁ ଊର୍ଦ୍ଧ୍ୱ ରହିଛି। ନୂଆଗଁ। ମୌଜାର ଖାତା ନଂ. ୩୦୦, ପ୍ଲଟ ନଂ. ୨୩୬, ନିଷ୍କର ହୋଇଥିଲେ ମଧ୍ୟ ବିକ୍ରି ବଟା ଯୋଗୁ ମନ୍ତବ୍ୟ ସ୍ଥଳରେ ବେଆଇନ ଖରିଦ ସୂତ୍ରେ ଦଖଲ ଲେଖାଯାଇଛି। ସେହିଭଳି ପ୍ଲଟ ନଂ. ୨୩୯, ଖାତା ନଂ. ୯୭ ନୂଆଗଁ। ମୌଜା ଅଧୀନରେ ମୋଟି ଦୁଇଗୋଟି ପ୍ଲଟ ୨ ଏକର ୩୬୫ ଡିମିମିଲ ଜଣେ କୁମ୍ଭକାର ସେବାୟତଙ୍କ ହୋଇଥିଲେ ହେଁ ଅନ୍ୟ ସେବାୟତ ଦଖଲରେ ରଖିଛନ୍ତି।
ଦୁର୍ନୀତିଗ୍ରସ୍ତ ରାଜସ୍ବ ଅଧିକାରୀଙ୍କ ଯୋଗୁ ଅଧିକାଂଶ ନିଷ୍କର ଜମି ଉପରେ ମିସ୍‌ କେସ୍‌ ଜରିଆରେ ଦାଖଲ ଖାରଜ କରାଯାଇ କିସମ ପରିବର୍ତ୍ତନ ହୋଇଛି। ଏଥିସହ ଜମିର ଖଜଣା ଧାର୍ଯ୍ୟ କରି ଏଗୁଡିକୁ ବିକ୍ରି କରି ଦିଆଯାଉଛି। ନିଷ୍କର ଜମି ଉପରେ ଘରୋଇ ଶିକ୍ଷାନୁଷ୍ଠାନ, କେତେଜଣ ବ୍ୟକ୍ତି ଦଖଲରେ ରଖିଛନ୍ତି। ଏଠାରେ ଏକ କଲୋନୀ ଗଢି ଉଠିଛି। ଏ ସମ୍ପର୍କରେ ବରମ୍ବାର ଅଭିଯୋଗ ହେଲେ ମଧ୍ୟ ଶ୍ରୀଲିଙ୍ଗରାଜ ମନ୍ଦିର ଟ୍ରଷ୍ଟବୋର୍ଡ କି ଦେବୋତ୍ତର କମିଶନରଙ୍କ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉନାହିଁ। କେତେଜଣ କୁମ୍ଭକାର ସେବାୟତଙ୍କ ଜମିର କିସମ ପରିବର୍ତ୍ତନ ହୋଇ ନ ଥିଲେ ମଧ୍ୟ ଏଗୁଡିକୁ ବିକ୍ରି କରି ଦିଆଯାଇଛି। ଏହି ବିକ୍ରିକୁ ରଦ୍ଦ କରାଯିବା ସହ ଏଗୁଡିକୁ ଦେବୋତ୍ତର ବିଭାଗ ଅଧୀନକୁ ଆଣିବାକୁ ସାଧାରଣରେ ଦାବି ହେଉଛି। ଏଭଳି କେତେକ ନିଷ୍କର ଜମିକୁ ଅନ୍ୟ ସେବାୟତ ଓ ଜବରଦଖଲକାରୀ ନିଜ ଦଖଲରେ ରଖିଛନ୍ତି। ଫଳରେ କୁମ୍ଭକାର ସେବାୟତ କୁଡୁଆ ଯୋଗାଇବାରେ ଅସମର୍ଥ ହେଉଛନ୍ତି। ଏଣୁ ବାଧ୍ୟ ହୋଇ ଅନ୍ନପ୍ରସାଦ ବିକ୍ରି କରୁଥିବା ସେବାୟତ କୁଡୁଆ ଓ ମାଟିପାତ୍ର କିଣିବାକୁ ପଡୁଛି। ଫଳରେ ଅନ୍ନପ୍ରସାଦ କୁଡୁଆ ଦର ଅହେତୁକ ବୃଦ୍ଧିପାଉଛି। ପୁରୁଣା ଭୁବନେଶ୍ୱର ଅଞ୍ଚଳରେ କୁମ୍ଭକାର ସେବାୟତଙ୍କ ସେବା ନାମକୁମାତ୍ର ରହିଛି। ଶ୍ରୀଲିଙ୍ଗରାଜ ମନ୍ଦିର ସେବାୟତ ବାଧ୍ୟ ହୋଇ ପୁରୀ ଶ୍ରୀମନ୍ଦିରକୁ କୁଡୁଆ ଯୋଗାଉଥିବା କୁମ୍ଭକାର ସେବାୟତ କୁମ୍ଭାରପଡ଼ା, ଜେନାପୁର, ନୂଆସାହି ଆଦି ଅଞ୍ଚଳ ସମେତ ପୁରୀ ସଦର, ବ୍ରହ୍ମଗିରି, ଗୋପ ସତ୍ୟବାଦୀ ଅଞ୍ଚଳରୁ ମାଟିପାତ୍ର ଓ କୁଡୁଆ କିଣୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?