କଲମ୍ବୋ,୨୨।୬: ଶ୍ରୀଲଙ୍କାରେ ଜରୁରୀକାଳୀନ ପରିସ୍ଥିତ ସମୟ ସୀମାକୁ ପୁଣି ବୃଦ୍ଧି କରାଯାଇଛି। ଏନେଇ ରାଷ୍ଟ୍ରପତି ମୈଥ୍ରୀପାଳ ସିରିସେନା ସୂଚନା ଦେଇଛନ୍ତି। ଏଠାରେ ଏପ୍ରିଲ୍ ୨୩ଠାରୁ ଜରୁରୀକାଳୀନ ପରିସ୍ଥିତି ଜାରି ହୋଇଥିଲା। ଏହା ଶନିବାର ଶେଷ ହେଉଥିଲା। ତେବେ ଆସନ୍ତା ୧୦ ଦିନ ମଧ୍ୟରେ ଏଥିପାଇଁ ସଂସଦରେ ଏହି ପ୍ରସ୍ତାବକୁ ମଞ୍ଜୁରୀ ମିଳିବାର ଆବଶ୍ୟକତା ରହିଛି। ଜରୁରୀକାଳୀନ ପରିସ୍ଥିତି ସମୟ ସୀମାକୁ ପୁଣି ଏକ ମାସ ପର୍ଯ୍ୟନ୍ତ ବୃଦ୍ଧି କରାଯିବାର ସମ୍ଭାବନା ରହିଛି। ସୂଚନାଯୋଗ୍ୟ, ଏପ୍ରିଲ୍ ୨୧ରେ ଇଷ୍ଟର ସଣ୍ଡେରେ ଏଠାକାର ଚର୍ଚ୍ଚରେ ସିରିଜ୍ ବିସ୍ଫୋରଣ ହୋଇଥିଲା। ଏଥିରେ ୨୫୮ ଜଣ ଲୋକଙ୍କ ମୃତ୍ୟୁ ଘଟିଥିବାବେଳେ ୫ଶହରୁ ଅଧିକ ଲୋକ ଆହତ ହୋଇଥିଲେ।