ଶ୍ରମ ଆଇନ ସଂଶୋଧନକୁ ବିରୋଧ:ଇପିଏଫ ଅଫିସ ଆଗରେ ସିଟୁର ବିକ୍ଷୋଭ

ବ୍ରହ୍ମପୁର ଅଫିସ,୩ା୮-କେନ୍ଦ୍ର ସରକାରଙ୍କ ପ୍ରଚଳିତ ଶ୍ରମ ଆଇନ ସଂଶୋଧନ ପ୍ରତିବାଦରେ ସେଣ୍ଟର ଅଫ ଇଣ୍ଡିଆନ ଟ୍ରେଡ ୟୁନିୟନସ (ସିଟୁ) ଗଞ୍ଜାମ ଜିଲା କମିଟି ପକ୍ଷରୁ ଶୁକ୍ରବାର ବ୍ରହ୍ମପୁରସ୍ଥ ଇପିଏଫ ଅଫିସ ଆଗରେ ବିକ୍ଷୋଭ କରାଯାଇଥିଲା । ମାଲିକଙ୍କୁ ସୁହାଇଲା ଭଳି ହୋଇଥିବା ସଂଶୋଧନ ଅବିଳମ୍ବେ ପ୍ରତ୍ୟାହାର କରିବାକୁ ଦାବି ହୋଇଥିଲା। ଏହି ମର୍ମରେ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଇପିଏଫ ଅଧିକାରୀଙ୍କୁ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା। ସିଟୁ ଜିଲା ସମ୍ପାଦକ ଯୁଧିଷ୍ଠିର ବେହେରା ଆନ୍ଦୋଳନର ନେତୃତ୍ୱ ନେଇଥିଲେ ା ବହୁ ସଂଖ୍ୟକ ଶ୍ରମିକ ଏଥିରେ ସାମିଲ ହୋଇଥିଲେ ।
ସମ୍ପାଦକ ବେହେରା ସମାବେଶରେ କହିଥିଲେ, କେନ୍ଦ୍ର ସରକାର ୪୪ ଶ୍ରମ ଆଇନକୁ ସଂଶୋଧନ କରି ଲୋକ ସଭାରେ ଆଗତ କରିଛନ୍ତି । ତେବେ ମାତ୍ର ୪ ଆଇନକୁ ନେଇ ୱେଜ (ମଜୁରି) କୋଡ ପ୍ରସ୍ତୁତ କରାଯାଇଛି । ଏହା ସମ୍ପୂର୍ଣ୍ଣ ଶ୍ରମିକ ବିରୋଧୀ ହୋଇଥିବା କୁହାଯାଇଛି । ଫଳରେ ଶ୍ରମିକମାନେ ମାଲିକଙ୍କ ଗୋତି ଶ୍ରମିକ ସାଜିବେ । ସର୍ବନିମ୍ନ ମଜୁରି ନିର୍ଦ୍ଧାରଣ, ବୋନସ, ନିରାପତ୍ତା, ସ୍ବାସ୍ଥ୍ୟ ଏବଂ ଚାକିରି ସର୍ତ୍ତାବଳୀ ଆଦି ଆଇନଗୁଡ଼ିକ ସଂଶୋଧନ ଦ୍ୱାରା ଅକାମୀ ହୋଇଯିବାର ଅଭିଯୋଗ କରାଯାଇଛି ।
ଲୋକ ସଭାରେ ଆଗତ ୨୦୧୯ ଶ୍ରମ ଆଇନ ସଂଶୋଧନ ବିଲ ପ୍ରତ୍ୟାହାର କରି ପ୍ରଚଳିତ ଆଇନକୁ କଡ଼ାକଡ଼ି କାର୍ଯ୍ୟକାରୀ କରିବା, ଉଲ୍ଲଂଘନକାରୀଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ ଦଣ୍ଡବିଧାନ, ମାସିକ ସର୍ବନିମ୍ନ ଦରମା ୨୦ ହଜାର ଟଙ୍କା ଧାର୍ଯ୍ୟ କରିବା ପାଇଁ ସ୍ମାରକପତ୍ରରେ ଦର୍ଶାଯାଇଛି । ବିକ୍ଷୋଭ ସ୍ଥଳରେ ସିଟୁ ଜିଲା କମିଟି ସଭାପତି ଅଶ୍ୱିନୀ ଦାସଙ୍କ ସମେତ ପଞ୍ଚାନନ ଜେନା, ବି.ଏନ୍‌ ସାହୁ, ଅଶୋକ ଦାସ, ନୃସିଂହ ବ୍ରହ୍ମା, ଶିବ ପ୍ରସାଦ ମହାପାତ୍ର, ମାଧବ କୋଠିଆ, ପ୍ରଦୀପ ସିଂ, କେ.ସି.ମିଶ୍ର ଓ ହରି ନାହାକ ପ୍ରମୁଖ ଶ୍ରମିକ ନେତାମାନେ ଉପସ୍ଥିତ ଥିଲେ । ସଂଶୋଧନ ବିଲକୁ ପ୍ରତ୍ୟାହାର କରା ନ ଗଲେ ଶ୍ରମିକଙ୍କୁ ମେଳିକରି ଆନ୍ଦୋଳନକୁ ତୀବ୍ର କରାଯିବାର ଚେତାବନୀ ଦିଆଯାଇଥିଲା ।


Enter your email to get our daily news in your inbox.

All Right Reserved By Dharitri.Com

ମହିଳାକୁ ହତ୍ୟା ଅଭିଯୋଗ, ପୋଲିସର ତନାଘନା

ଗୋପାଳପୁର,୩୦ା୧୨(ନବୀନ ରାଜ ଆଚାରୀ): ଗୋଳନ୍ଥରା ଥାନା ଅଞ୍ଚଳରେ ସୋମବାର ବିଳମ୍ବିତ ରାତିରେ ଜଣେ ମହିଳାଙ୍କୁ ତାଙ୍କ ସ୍ବାମୀ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଫାସୀନୂଆପଡା ଗ୍ରାମରେ...

ପ୍ରଭାକର ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ ; ଦାରିଙ୍ଗିବାଡି ଭଲିବଲ ଟିମ୍ ବିଜୟୀ

ଦିଗପହଣ୍ଡି, ୩୦।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ ର ତୃତୀୟ ଦିବସ ମଙ୍ଗଳବାର...

ଭଲିବଲ ଟୁର୍ନାମେଣ୍ଟ: ସେମିଫାଇନାଲରେ ଦାରିଙ୍ଗିବାଡ଼ି

ଦିଗପହଣ୍ଡି,୩୦।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ତୃତୀୟ ଦିବସ ମଙ୍ଗଳବାର କ୍ୱାର୍ଟର ଫାଇନାଲ...

ମୁଜାଗଡ଼ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ, ସାନକୋଦଣ୍ଡାକୁ ହରାଇ ବୋଇରାଣୀ ଚାମ୍ପିୟନ

ଭଞ୍ଜନଗର,୩୦।୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ମୁଜାଗଡ଼ରେ ଆଜକୁ ଏକ ସପ୍ତାହ ଧରି ଚାଲିଥିବା ମୁଜାଗଡ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ୍ ମଙ୍ଗଳବାର ସାନକୋଦଣ୍ଡା ଓ...

ସାନଖେମୁଣ୍ଡି ତହସିଲ କାର୍ଯ୍ୟାଳୟ ଆଗରେ ଗର୍ଜିଲେ ଚାଷୀ, ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ…

ଦିଗପହଣ୍ଡି,୩୦।୧୨(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ସାନଖେମୁଣ୍ଡି ଉନ୍ନୟନ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ  ମଙ୍ଗଳବାର ସ୍ଥାନୀୟ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ...

ତୃଣମୂଳ ସ୍ତରରେ ସଂଗଠନ ହେବ ସୁଦୃଢ଼: ଜିଲା ସଭାପତି ହେଉ ହେଉ ସାଙ୍ଗଠନିକ କମିଟି ଗଠନ କଲେ…

ଭଞ୍ଜନଗର,୩୦।୧୨(ବାବୁଲା ପ୍ରଧାନ): ଭାଜପା ଭଞ୍ଜନଗର ସାଙ୍ଗଠନିକ ଜିଲା ନୂତନ କମିଟି ଗଠିତ ହୋଇଛି। ଫଳରେ ନୂତନ କର୍ମକର୍ତ୍ତାଙ୍କୁ ନେଇ ତୃଣମୂଳ ସ୍ତରରେ ସଂଗଠନ ଆହୁରି ସୁଦୃଢ଼...

ରାଜ୍ୟସ୍ତରୀୟ ଚକରା ବିଷୋୟୀ ଜୟନ୍ତୀ: ଆମେ ଲୋକଙ୍କ ଡାକ ପିଅନ କହିଲେ…

ଭଞ୍ଜନଗର,୩୦।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ବିଞ୍ଜିଗିରି ଠାରେ ବୀର ଚକରା ବିଷୋୟୀଙ୍କ ରାଜ୍ୟ ସ୍ତରୀୟ ୨୦୩ ତମ ଜୟନ୍ତୀ ପାଳିତ ହୋଇଯାଇଛି। ଏଥିରେ...

ପାହାଡ଼ ଉପରେ ପୂଜା ପାଉଛନ୍ତି ମା’ ବାଳକୁମାରୀ, ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଛି ଏହି ସ୍ଥାନ

ଗଞ୍ଜାମ ,୩୦।୧୨(ବିଦ୍ୟାଧର ସାହୁ ): ଗଞ୍ଜାମ ଜିଲା ବ୍ରହ୍ମପୁର ଠାରୁ ୨୫ କି.ମି. ଚିକିଟିରୁ ୮ କିଲୋମିଟର ଗଲାପରେ ଧାନ ଘର ଛକ ଏବଂ ସେଠାରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri