ଶେଷ ପର୍ଯ୍ୟାୟରେ ନିର୍ବାଚନ ପ୍ରଚାର: ବିଜେଡି-ଭାଜପା ମଧ୍ୟରେ ତୀବ୍ର ପ୍ରତିଦ୍ୱନ୍ଦ୍ୱିତା

ଢେଙ୍କାନାଳ ଅଫିସ, ୨୦।୪- ସାଧାରଣ ନିର୍ବାଚନକୁ ନେଇ ଚଳଚଞ୍ଚଳ ଢେଙ୍କାନାଳ ଲୋକସଭା କ୍ଷେତ୍ର। ହାଟ୍ରିକ୍‌ ବିଜୟ ସହ ମୋଟ ୪ ଥର ଏମ୍‌ପି ରହିଆସିଥିବା ବରିଷ୍ଠ ବିଜେଡି ନେତା ତଥାଗତ ସତପଥୀ ନିର୍ବାଚନରୁ ନିଜକୁ ଦୂରେଇ ରଖିବା ପରେ ଶାସକ ଦଳକୁ ଏବେ ଘାରିଛି ଗଡ଼ରକ୍ଷା ଚିନ୍ତା। ଶେଷମୁହୂର୍ତ୍ତରେ ପାଲଲହଡ଼ା ବିଧାୟକ ମହେଶ ସାହୁଙ୍କୁ ଟିକେଟ ଦେଇ ଟ୍ରମ୍ପକାର୍ଡ ଭାବେ ବ୍ୟବହାର କରିଛି ଦଳ। ମହେଶଙ୍କୁ ଜିତାଇବା ସମ୍ମାନର ପ୍ରଶ୍ନ ହୋଇଥିବାବେଳେ ଏଥିରେ ଶାସକ ଦଳ ସମସ୍ତ ବଳ ଖଟାଇବ ବୋଲି ଚର୍ଚ୍ଚା ହେଉଛି। ସେହିପରି  ନିର୍ବାଚନରେ ୬ଥର ପ୍ରତିଦ୍ୱନ୍ଦ୍ୱିତା କରିଥିବା ଭାଜପା ପ୍ରାର୍ଥୀ ରୁଦ୍ରନାରାୟଣ ପାଣି ଏଯାଏ ବିଜୟ ସ୍ବାଦ ଚାଖିନାହାନ୍ତି। ତେଣୁ ନିଜର ତଥା ଦଳର ମର୍ଯ୍ୟାଦା ରକ୍ଷା ଲାଗି ସେ ଶାସକ ଦଳ ସହ ତୀବ୍ର ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ଅନ୍ୟପଟେ ଦୀର୍ଘ ୧୫ ବର୍ଷ ପରେ ପ୍ରତ୍ୟକ୍ଷ ରାଜନୀତିକୁ ବାହୁଡ଼ିଥିବା ବରିଷ୍ଠ କଂଗ୍ରେସ ନେତା କାମାକ୍ଷା ପ୍ରସାଦ ସିଂଦେଓ (କେପି) ମଧ୍ୟ ସୁଯୋଗ ଅପେକ୍ଷାରେ ଥିବା ଆଲୋଚନା ହେଉଛି।

ନବଗଠିତ ଲୋକ ସଭା ନିର୍ବାଚନମଣ୍ଡଳୀ ମହେଶ ଏବଂ କେପିଙ୍କ ପାଇଁ ନୂଆ। ଶାସକ ଦଳର ବିଧାୟକମାନେ ମହେଶଙ୍କ ପାଇଁ ସମସ୍ତ ବଳ ଖଟାଉଛନ୍ତି। ନିଜ ନିଜର ନିର୍ବାଚନମଣ୍ଡଳୀରେ ଘର ଘର ବୁଲି ସେମାନେ ଶଙ୍ଖଚିହ୍ନରେ ଭୋଟ ଦେବାକୁ ନିବେଦନ କରୁଛନ୍ତି। ମହେଶ ଏବଂ ଦଳୀୟ ବିଧାୟକ ପ୍ରାର୍ଥୀଙ୍କ ପାଇଁ ବିଜେଡି ମୁଖିଆ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମାରାଥନ ପ୍ରଚାର କରିଛନ୍ତି। ସେହିପରି ଢେଙ୍କାନାଳ ଲୋକ ସଭା ନିର୍ବାଚନ ମଣ୍ଡଳୀରେ ପଦ୍ମ ଫୁଟାଇବାକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଘନଘନ ନିର୍ବାଚନୀ ସଭା କରି ପ୍ରଚାର ଚଳାଇଛନ୍ତି। ଏ କ୍ଷେତ୍ରରେ କଂଗ୍ରେସ ସାମାନ୍ୟ ପଛରେ ପଡ଼ିଯାଇଥିବା ଚର୍ଚ୍ଚା ହେଉଛି। ଉଭୟ ଜିଲାରେ କଂଗ୍ରେସ ପୁରୁଣା ପତିଆରା ହରାଇଥିବାବେଳେ କେପି ନିଜ ସମର୍ଥକ, ପୁରୁଣା ସଙ୍ଗଠକଙ୍କୁ ନେଇ ଗଁା ଗଁାରେ ବୁଲି ଭୋଟ ଭିକ୍ଷା କରୁଛନ୍ତି।

ସେପଟେ ନିର୍ବାଚନକୁ ମଝିରେ ମାତ୍ର ୩ଦିନ ବାକିଥିବାବେଳେ ସବୁ ଦଳ ମାରାଥନ ପ୍ରଚାର ଆହୁରି ତୀବ୍ର କରିଛନ୍ତି। ରାଜ୍ୟ ବିକାଶର ଗୋଲାପୀ ଚିତ୍ରକୁ ଭୋଟରଙ୍କ ଆଗରେ ଉପସ୍ଥାପନ କରି ଭୋଟରକୁ ନିଜ ସପକ୍ଷକୁ ଆଣିବାକୁ ମହେଶ ନିରନ୍ତର ଉଦ୍ୟମ ଜାରି ରଖିଛନ୍ତି। ସେହିପରି ମୋଦିଙ୍କ ବିକାଶମୂଳକ କାର୍ଯ୍ୟ, ଦେଶ ସୁରକ୍ଷା ପ୍ରସଙ୍ଗ, ରାଜ୍ୟ ସରକାରଙ୍କ ଦୁର୍ନୀତିର ଚିଠା ପଢ଼ାଇ ଜନସାଧାରଣଙ୍କ ନିକଟତର ହେବାକୁ ଚେଷ୍ଟା କରୁଛନ୍ତି ରୁଦ୍ରନାରାୟଣ। ସେହିପରି ଭାଜପା ଏବଂ ବିଜେଡି ଲୋକଙ୍କୁ ଭୁଅଁା ବୁଲାଉଥିବା କହି ଭୋଟରଙ୍କୁ ପ୍ରଭାବିତ କରିବାରେ ଲାଗିପଡ଼ିଛନ୍ତି କେପି। ଆସନ୍ତା ୨୩ ତାରିଖରେ ମତଦାନ ହେବାକୁ ଥିବାବେଳେ ଜନତା  କାହାକୁ କ୍ଷମତା ମୁକୁଟ ପିନ୍ଧାଇବେ ତାହା ଫଳାଫଳରୁ ଜଣାପଡ଼ିବ ବୋଲି ରାଜନୈତିକ ସମୀକ୍ଷକମାନେ ମତ ଦେଇଛନ୍ତି।

ସୂଚନାଯୋଗ୍ୟ, ଢେଙ୍କାନାଳ ଲୋକ ସଭା ଆସନରୁ ୯ଜଣ ପ୍ରାର୍ଥୀ ପ୍ରତିତ୍ୱନ୍ଦ୍ୱିତା କରୁଛନ୍ତି। ସେମାନଙ୍କ ମଧ୍ୟରେ ବହୁଜନ ସମାଜ ପାର୍ଟିରୁ ପ୍ରଦ୍ୟୁମ୍ନ କୁମାର ନାୟକ, ହିନ୍ଦୁସ୍ଥାନ ନିର୍ମାଣ ଦଳରୁ ପ୍ରିୟବ୍ରତ ଗଡନାୟକ, ଆମ୍ବେଦକର ପାର୍ଟି ଅଫ ଇଣ୍ଡିଆରୁ ବିଜୟ କୁମାର ବେହେରା, ସୋସିଆଲିଷ୍ଟ ୟୁନିଟି ସେଣ୍ଟର ଅଫ୍‌ ଇଣ୍ଡିଆରୁ ମାନସୀ ସ୍ବାଇଁ, ଭାରତୀୟ ମାନବାଧିକାର ଫେଡେରାଲ ପାର୍ଟିରୁ ରଞ୍ଜନ କୁମାର ସାହୁ, ସମତାକ୍ରାନ୍ତି ଦଳରୁ ସରୋଜ କୁମାର ଶତପଥୀ ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଝାରସୁଗୁଡ଼ାରେ ପହଞ୍ଚିଲେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା

ଭୁବନେଶ୍ୱର,୨୫।୪: ଝାରସୁଗୁଡ଼ାରେ ପହଞ୍ଚିଲେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା। ଝାରସୁଗୁଡ଼ାରୁ ହେଲିକପ୍ଟର ଯୋଗେ ସୋନପୁର ଯିବେ। ସୋନପୁରରେ ବିଶାଳ ଜନସଭାକୁ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ରହିଛି।

ମିଶ୍ରଣ ପର୍ବରେ ବିଜେଡି କର୍ମୀଙ୍କୁ ଟାର୍ଗେଟ୍‌ କଲେ କଂଗ୍ରେସ କର୍ମୀ

ମୋରଡ଼ା,୨୫ା୪(ସ୍ମାରକ ମାଜୀ): ଆଗାମୀ ସାଧାରଣ ନିର୍ବାଚନ ପାଇଁ କଂଗ୍ରେସ ବଳ ଗୋଟାଇବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଗୁରୁବାର ମୋରଡା ବ୍ଲକ ଅଧୀନ କଲରାଫୁଲିଆସ୍ଥିତ କଂଗ୍ରେସ କାର୍ଯ୍ୟାଳୟରେ...

ନବୀନ, ପାଣ୍ଡିଆନଙ୍କ ମଝିରେ ଫଟୋ ଉଠାଇଲେ ସୁର, ବିଜେଡିରେ ହେବେ କି ସାମିଲ!

ଭୁବନେଶ୍ୱର,୨୫।୪: ବିଧାୟକ ସୁର ରାଉତରାୟଙ୍କୁ ନେଇ ଚର୍ଚ୍ଚା ଚାଲିଥିବା ବେଳେ ଏବେ ଆଉ ଏକ ଖବର ସାମ୍ନାକୁ ଆସିଛି। ଜଟଣୀରେ ଥିବା ବିଜେଡି କାର୍ଯ୍ୟାଳୟରେ ସୁର...

ମେ ଦ୍ୱିତୀୟ ସପ୍ତାହ ଆରମ୍ଭ ଯାଏଁ ଜାରି ରହିବ ତାତି!

ଭୁବନେଶ୍ୱର,୨୫।୪: ସମଗ୍ର ଓଡ଼ିଶାରେ ପ୍ରଚଣ୍ଡ ତାତି ଜାରି ରହିଛି। ସକାଳ ୮ଟା ରେ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି। ଗୁରୁବାର ପୂର୍ବାହ୍ନ ୧୧ଟା ୩୦ ସୁଦ୍ଧା...

ପୋଖରୀରେ ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ଭଉଣୀ

ଗୋପ,୨୫ା୪(ଭାରତୀ ଭୂଷଣ): ପୋଖରୀରେ ଗାଧୋଇବା ହେଲା କାଳ। ଦୁଇ ଭଉଣୀ ଗୁରୁବାର ପୋଖରୀରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ପୁରୀ ଜିଲା ଗୋପ ଥାନା ଡଭାର ଗାଁରେ...

ଏମ୍‌ପି ସୁରେଶ ପୂଜାରୀଙ୍କ ଘର ପରିସରରେ ଖସିଲା ଡ୍ରୋନ୍‌

ଭୁବନେଶ୍ୱର,୨୫।୪: ଏମ୍‌ପି ସୁରେଶ ପୂଜାରୀଙ୍କ ଘର ପରିସରରେ ଖସିଲା ଡ୍ରୋନ୍‌। ବେଲପାହାଡ଼ ଗାନ୍ଧି ଛକ ଆମ୍ବଝର ନିକଟ ଭଡ଼ା ଘର ପରିସରରେ ଡ୍ରୋନ୍‌ ପଡିଥିବା ସୂଚନା...

ପୁରୀରେ ପହଞ୍ଚିଲା ତୃତୀୟ ପର୍ଯ୍ୟାୟ ରଥକାଠ

ପୁରୀ,୨୫ା୪: ପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ନୟାଗଡ଼ରୁ ତୃତୀୟ ପର୍ଯ୍ୟାୟ ରଥକାଠ ଆସି ବଡ଼ଦାଣ୍ଡସ୍ଥିତ ରଥଖଳାରେ ପହଞ୍ଚିଛି। ଆସିଥିବା କାଠରେ ୨୩ ଖଣ୍ଡ...

ନିଜେ ପଞ୍ଚମ ଫେଲ୍, ଚାକିରି ଦେବା ଆଳରେ ଠକିନେଲେ ୨କୋଟିରୁ ଊର୍ଦ୍ଧ୍ୱ ଟଙ୍କା 

ସୋର, ୨୫।୪: (ଜନ୍ମେଜୟ ମିଶ୍ର): ଚାକିରି କରାଇ ଦେବାର ଆଳ ଦେଖାଇ ବାଲେଶ୍ୱର ଜିଲା ସୋର ଅଞ୍ଚଳର ଜଣେ ଯୁବକ ବିଭିନ୍ନ ଲୋକଙ୍କଠାରୁ ୨କୋଟିରୁ ଊର୍ଦ୍ଧ୍ୱ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri