ଶେରଗଡ ସମିତିସଭ୍ୟା ପଦବୀ ଅସିଦ୍ଧ ଘୋଷଣା: ସ୍ଥଗିତାଦେଶ ଆଣିଲେ ବିଜୟୀ ପ୍ରାର୍ଥିନୀ

ଶେରଗଡ,୧ା୯(ଡି.ଏନ.ଏ.)- ଶେରଗଡ ପଞ୍ଚାୟତ ସମିତିସଭ୍ୟା ପଦବୀକୁ ନେଇ ବିବାଦ ଥମୁନି। ପରାଜିତ ପ୍ରାର୍ଥତ୍ନୀ ବିଜୟୀ ପ୍ରାର୍ଥତ୍ନୀଙ୍କ ନିର୍ବାଚନ ଲଢିବାକୁ ବୟସ ହୋଇ ନ ଥିବାରୁ ତାଙ୍କ ପଦବୀକୁ ଅସିଦ୍ଧ ଘୋଷଣା କରିବାକୁ କୋର୍ଟରେ ପିଟିଶନ ଦାଖଲ କରିଥିଲେ। ଫଳରେ କୋର୍ଟ ସମିତିସଭ୍ୟା ପଦବୀକୁ ଅସିଦ୍ଧ ଘୋଷଣା କରି ନିକଟତମ ପ୍ରତିଦ୍ୱନ୍ଦ୍ୱୀଙ୍କୁ ବିଜୟୀ ଘୋଷିତ କରିବାକୁ ଜିଲା ନିର୍ବାଚନ ଅଧିକାରୀ ତଥା ଗଞ୍ଜାମ ଜିଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିଲେ। ମାତ୍ର ବିଜୟୀ ପ୍ରାର୍ଥତ୍ନୀ ଏହି ରାୟ ବିରୋଧରେ ଉପର କୋର୍ଟରେ ସ୍ଥଗିତା ଦେଶ ଆଣିଛନ୍ତି। ଚଳିତ ମାସ ୧୯ ତାରିଖକୁ ଏହାର ଶୁଣାଣି ପାଇଁ ତାରିଖ ଧାର୍ଯ୍ୟ ହୋଇଛି।
ପ୍ରକାଶ ଯେ, ୨୦୧୭ ନିର୍ବାଚନରେ ସମିତିସଭ୍ୟା ଭାବେ ସାଗରିକା ପ୍ରଧାନ ବିଜୟୀ ହୋଇଥିଲେ। ନିର୍ବାଚନ ଲଢିବାକୁ ସର୍ବନିମ୍ନ ବୟସସୀମା ୨୧ ଥିବାବେଳେ ନୋମିନେଶନ ବେଳେ ତାଙ୍କୁ ୨୦ ବର୍ଷ ୯ମାସ ହୋଇଥିବାରୁ ତାଙ୍କ ପଦବୀକୁ ଅସିଦ୍ଧ ଘୋଷଣା କରିବାକୁ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ସବିତା ରାଣୀ ଚୌଧୁରୀ ୮ ଅଗଷ୍ଟ ୧୯ରେ ଆସିକା ସିଭିଲଜଜ୍‌ ସିନିୟର ଡିଭିଜନ କୋର୍ଟରେ ପିଟିଶନ ଦାୟର କରିଥିଲେ। ଏହାର ବିଚାର କରି ବିଚାରପତି ସାଗରିକାଙ୍କ ପଦବୀକୁ ଅସିଦ୍ଧ ଘୋଷଣା ସହ ସବିତାରାଣୀଙ୍କୁ ବିଜୟୀ ଘୋଷିତ କରିବାକୁ ଜିଲା ନିର୍ବାଚନ ଅଧିକାରୀ, ଶେରଗଡ ବିଡିଓଙ୍କୁ ନିର୍ଦ୍ଦେଶ ଦେଇଥିଲେ। ୨୯ ତାରିଖରେ ଜିଲା ନିର୍ବାଚନ ଅଧିକାରୀ ତଥା ଗଞ୍ଜାମ ଜିଲାପାଳ ବିଜୟ ଅମୃତ କୁଲାଙ୍ଗେ କୋର୍ଟ ଆଦେଶ ପ୍ରକାରେ ଶେରଗଡ ସମିତିସଭ୍ୟା ଭାବେ ସବିତାରାଣୀଙ୍କୁ ଘୋଷଣା କରିବା ସହ ଏକ ବିଜ୍ଞପ୍ତି ଜାରି କରି ବ୍ଲକ, ଉପଜିଲାପାଳ, ପଞ୍ଚାୟତ କାର୍ଯ୍ୟାଳୟରେ ଲଟ୍‌କା ଜାରି କରିଥିଲେ। ମାତ୍ର ସାଗରିକା ୧୯ ଅଗଷ୍ଟରେ ଆସିକାସ୍ଥିତ ଅତିରିକ୍ତ ଦୌରାଜଜ୍‌ କୋର୍ଟରେ ତଳକୋର୍ଟ ରାୟକୁ ଚାଲେଞ୍ଜ କରି ଏକ ପିଟିଶନ ଦାୟର କରିଥିଲେ। ୨୯ ଅଗଷ୍ଟରେ ଏହାର ଶୁଣାଣି କରି ବିଚାରପତି ତଳକୋର୍ଟ ଆଦେଶ ଉପରେ ୧୯ ସେପ୍ଟେମ୍ବର ପର୍ଯ୍ୟନ୍ତ ସ୍ଥଗିତାଦେଶ ଜାରି କରିଥିଲେ। ଏହାର ନକଲ ଶେରଗଡ ବିଡିଓ, ଗଞ୍ଜାମ ଜିଲାପାଳଙ୍କ ନିକଟକୁ ପ୍ରେରଣ କରାଯାଇଛି।କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାସାୟନିକ ଦୁର୍ଘଟଣା ରୋକିବାରେ ‘ଗ୍ରାସିମ୍‌’ ତୁଲାଉଛି ଗୁରୁଦାୟିତ୍ୱ, ଜନସାଧାରଣଙ୍କ ମଧ୍ୟରେ…

ଗଞ୍ଜାମ,୧ା୪(ଅନାଥ ତରାଇ/ବିଦ୍ୟାଧର ସାହୁ)- ପରିବେଶ ସୁରକ୍ଷା ଏବଂ ଜନସାଧାରଣଙ୍କ ନିରାପତ୍ତା ପ୍ରତି ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରି ପୁଣିଥରେ ଚର୍ଚ୍ଚାରେ ଗ୍ରାସିମ୍‌ ଇଣ୍ଡଷ୍ଟ୍ରିଜ୍‌। ମଙ୍ଗଳବାର ଅପରାହ୍ନ ପ୍ରାୟ…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ଛତ୍ରପୁରରେ ୯୧ତମ ପୋଲିିସ ପ୍ରତିଷ୍ଠା ଦିବସ ପାଳିତ: ଗଞ୍ଜାମ ପୋଲିସର ସଫଳତାକୁ ଏସ୍‌ପିଙ୍କ ପ୍ରଶଂସା, ପୁରସ୍କୃତ ହେଲେ…

ଛତ୍ରପୁର,୧।୪(ଦିଲ୍ଲୀପ ସାମଲ): ଛତ୍ରପୁର ପୋଲିସ ପଡ଼ିଆଠାରେ ବୁଧବାର ୯୧ତମ ପୋଲିସ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଗଞ୍ଜାମ ଜିଲା ଏସ୍‌ପି  ଶୁଭେନ୍ଦୁ କୁମାର ପାତ୍ର…

ଚଣ୍ଡିପଦର ରୁଟରେ ଚାଲୁଥିବା ବସକୁ ନେଇ ଚିନ୍ତାରେ ସଂଘ, ସମସ୍ୟା ଭୋଗୁଛନ୍ତି ଗ୍ରାମବାସୀ

ପୁରଷୋତ୍ତମପୁର,୧।୪(ସବିତା ମିଶ୍ର): ଗଞ୍ଜମ ଜିଲା ପୁରୁଷୋତ୍ତମପୁର ମା କନକେଶ୍ବରୀ ଘରୋଇ ବସମାଲିକ ସଂଘ ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଛି । ସଭାପତି ସନ୍ତୋଷକୁମାର ପତିଙ୍କ ପୌରହିତ୍ଯରେ…

ଘୁମୁସରରୁ ଆରମ୍ଭ ହୋଇଥିଲା ପ୍ରଥମ ଆନ୍ଦୋଳନ, ଓଡ଼ିଆ ଭାଷା ଆନ୍ଦୋଳନରୁ ହିଁ…

ଭଞ୍ଜନଗର,୧ା୪(ବାବୁଲା ପ୍ରଧାନ): ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ଉପରେ ବୁଧବାର ଭଞ୍ଜନଗର ଉପଖଣ୍ଡ ପ୍ରଶାସନ ପକ୍ଷରୁ ସହରରେ ଅନେକ କାର୍ଯ୍ୟକ୍ରମ ହୋଇଥିଲା। ସକାଳେ ଉପଜିଲାପାଳ ଉମାଶଙ୍କର ବେହେରା,…

ଉତ୍କଳ ଦିବସରେ ମହାପୁରୁଷଙ୍କୁ ପୁଷ୍ପମାଲ୍ୟ : ମନେ ପକାଇଲେ ନେତା ଓ ପ୍ରଶାସନ

ଗଞ୍ଜାମ,୧।୪(ବିଦ୍ୟାଧର ସାହୁ): ସମଗ୍ର ରାଜ୍ୟରେ ଏପ୍ରିଲ ୧ରେ ଉତ୍କଳ ଦିବସ ପାଳନ କରାଯାଇଥିବା ବେଳେ ଗଞ୍ଜାମ ସହରରେ ମଧ୍ୟ ତାହା ପାଳନ ହୋଇଛି । ବିଡ଼ିଓ ଅଚ୍ୟୁତାନନ୍ଦ…

ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା, ଯୁବକ ଗିରଫ

ଗୋପାଳପୁର,୧।୪(ନବୀନ ରାଜ ଆଚାରୀ): ବରଗଡ଼ ଜିଲା ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତ ଦେଇ ବଳତ୍କାର କରିବା ଅଭିଯୋଗରେ ଗୋଳନ୍ଥରା ପୋଲିସ ମଙ୍ଗଳବାର ବଳାତ୍କାରୀକୁ ଗିରଫ କରି କୋର୍ଟଚାଲାଣ କରିଛି।…

ମୃତ ବ୍ୟକ୍ତିଙ୍କ ନାମରେ ଜାଲ ଆଧାର କାର୍ଡ କରି ଜମି ବିକ୍ରି: ୨୦ ଭରଣ ଜମି ହଡପ

ସୋରଡା,୧।୪(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ସୋରଡା ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ଜମି କିଣାବିକାରେ ଜାଲିଆତି ହେଉଥିବା ଅଭିଯୋଗ ହେଉଛି। ଜାଲ୍‌ ଆଧାରକାର୍ଡ ପ୍ରସ୍ତୁତ କରି ଜାଲ ଦସ୍ତଖତରେ ଜଣେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri