ଶୁଖିଲା ପଡିଛି ନଦୀ ଗର୍ଭ

ଧାମନଗର, ୫ା୨(ଡି.ଏନ.ଏ.)-ଧାମନଗର ବ୍ଲକରେ ନଦୀସଂସ୍କାର ଯୋଜନାରେ ସରକାର କୋଟିକୋଟି ଟଙ୍କା ବ୍ୟୟକରି ପୋତି ହୋଇ ପଡିଥିବା ବିଭିନ୍ନ ନଦୀର ସଂସ୍କାର କାର୍ଯ୍ୟ ହୋଇ ଚାଷୀମାନଙ୍କ ମନରେ ହସ ଫୁଟାଇଥିଲା। ପ୍ରଥମରୁ ଏହାକୁ ଚାଷୀକୂଳ ସ୍ବାଗତ କରିଥିବାବେଳେ ବର୍ତ୍ତମାନ ବର୍ଷା ଏବଂ ବନ୍ୟା ଜଳ ନଦୀରେ ବୋହିଯାଇ ସମୁଦ୍ରରେ ମିଶିଯାଉଥିବାରୁ ଚାଷୀକୂଳ ଉତ୍କଟ ମରୁଡିର ସମ୍ମୁଖୀନ ହେଉଛନ୍ତି। ଏହା ସହିତ ସରକାରଙ୍କଦ୍ୱାରା କୋଚିଳା ବ୍ୟାରେଜ କାର୍ଯ୍ୟ ଆରମ୍ଭ ହେବାକୁ ଯାଉଥିବାବେଳେ ବ୍ୟାରେଜ ଜଳକୁ ତଳିଆ ଅଞ୍ଚଳରେ ଗଚ୍ଛିତ ପାଇଁ ଚାଷୀମାନଙ୍କ ଦାବି ଜୋରଦାର ହୋଇଛି। ଏହି ବ୍ଲକର ୧୦ଟି ପଞ୍ଚାୟତର ଚାଷୀଙ୍କ ଦ୍ୱାରା କୋଠାର ପଞ୍ଚାୟତ ବାଙ୍କସାହି ନିକଟରେ ରେବ ଏବଂ ବାଲିଚତିରି ନଦୀମୁହାଣରେ ଏକ ଆନିକଟ ପାଇଁ ଦାବି ଯୋର ଧରିଛି।
କୋଚିଳା ବ୍ୟାରେଜ ଜଳ, ଗୌରାଙ୍ଗପୁର ଏସକେପ ଏବଂ ମଲ୍ଲିମାହାରା ବନ୍ୟାଜଳ କେବଳ ଏହି ମୁହଁ ଦେଇ ସମୁଦ୍ର ଆଡକୁ ବୋହି ଯାଉଥିବାବେଳେ ରେବ ନଦୀ, ଜନ୍ତ ମାହାରା, ଫଳପୁର ମାହାରା ଏବଂ ହରିପୁର ଚେକଡ୍ୟାମ ଦେଇ ପ୍ରବାହିତ ଜଳକୁ ଗଚ୍ଛିତ ପାଇଁ ବିଭାଗ ଉଦ୍ୟମ କରିବାକୁ ହେଲେ ବାଙ୍କସାହି ନିକଟରେ ଏକ ସ୍ଲୁଇସଗେଟର ଏକାନ୍ତ ଆବଶ୍ୟକତା ରହିଛି। ଯାହା ଫଳରେ ବର୍ଷାଦିନ ପରେ ଏଠାରେ ଗେଟକୁ ପକାଇ ଜଳ ଗଚ୍ଛିତ ରଖିଲେ ପ୍ରାୟ ୧୦ ଗୋଟି ପଞ୍ଚାୟତରେ ଥିବା ରେବ ନଦୀ ଏବଂ ବାଲିଚିତିରି ନଦୀରେ ପାଣିକୁ ଅଟକ ରଖାଯାଇପାରିବ। ଖରାଦିନେ ଉକ୍ତ ନଦୀର ଦୁଇ ଧାରରେ ଥିବା ଉପର ମୁଣ୍ଡରେ ପ୍ରାୟ ୧୦ କି.ମି. ପର୍ଯ୍ୟନ୍ତ ନଦୀ ଗର୍ଭରେ ବର୍ଷା ଜଳ ଗଚ୍ଛିତ ହେଲେ ନଦୀର ଦୁଇଧାରରେ ହଜାର ହଜାର ହେକ୍ଟର ଚାଷ ଜମିରେ ପର୍ଯ୍ୟାପ୍ତ ପରିମାଣରେ ପନିପରିବା ଚାଷ ହୋଇ ପାରିବ ବୋଲି ଦିନାଜପୁର ଗ୍ରାମର ଚାଷୀ ନିରାକାର ରାଉତ, ଗୋଲକ ରାଉତ ପ୍ରକାଶ କରିଛନ୍ତି। ଉକ୍ତ ମୁହାଣରେ ସ୍ଲୁଇସ ଗେଟ କୋଠାର, ଫତେପୁର, ଅସୁରାଳୀ, କାଶିମପୁର, ଧୂଷୁରୀ, ଭଟ୍ଟସାହି, ନଦୀଗଁ।, ଦଳାଙ୍ଗ, ଅର୍ଜୁନପୁର, ବୟାଙ୍ଗଡିହି, ରାଧାବଲ୍ଲଭପୁର ପଞ୍ଚାୟତର ହଜାର ହଜାର ଏକର ଚାଷ ଜମିକୁ ମରୁଡି ମୁକ୍ତ କରାଇବ ବୋଲି ପୂର୍ବତନ କୋଠାର ସମିତିସଭ୍ୟ ମନୋରଞ୍ଜନ ମଣ୍ଡଳ ପ୍ରକାଶ କରିଛନ୍ତି। ସ୍ଲୁଇସଗେଟ କରାଗଲେ ପାଣି ଅଟକ ପାଇଁ ଘେରିବନ୍ଧର ଆଉ ଆବଶ୍ୟକତା ନାହିଁ ବୋଲି ସାମାଜିକ କର୍ମୀ ନୃସିିଂହ ତରାଇ ପ୍ରକାଶ କରିଛନ୍ତି । ଏଠାରେ ଗଚ୍ଛିତ ଜଳ ତଳ ମୁଣ୍ଡକୁ ମଧ୍ୟ ପାଣି ମଡାଯାଇ ପାରିବ। କାରଣ ପୂର୍ବରୁ ନାଉଗଡିଆ ପୋଲ, ବାଙ୍କସାହି ଠାକୁରାଣୀ ନିକଟ କଲଭର୍ଟ, ବାଙ୍କସାହି ସ୍କୁଲ ନିକଟରେ ଥିବା କଲଭର୍ଟ ଦେଇ ପୂର୍ବଦିଗକୁ ଗଚ୍ଛିତ ଜଳକୁ ଚାଷୀମାନେ ବ୍ୟବହାର କରିପାରିବେ ବୋଲି ଚାଷୀ ପତ୍ରୀସାହିର ସୁରେନ୍ଦ୍ର ମିଶ୍ର ସୂଚନା ଦେଇଛନ୍ତି। ବନ୍ୟା ଜଳ ନିଷ୍କାସିତ ପାଇଁ ମୁଖ୍ୟ ସ୍ଥାନ ବାଙ୍କସାହି ପୋଲ ନିକଟରେ ଉଚ୍ଚସ୍ଥାନ ଯୋଗୁ ବନ୍ୟାଜଳକୁ ଗଚ୍ଛିତ ରଖାଗଲେ ଏହି ନଦୀ ଜଳ ବାଲିଚତିରି ନଦୀ ଦେଇ ହରିପୁର ଚେକଡ୍ୟାମ ପର୍ଯ୍ୟନ୍ତ ଗଚ୍ଛିତ ରହିବା ସହିତ ସେପଟେ ରେବନଦୀରେ ଜଳ ଅସୁରାଳୀ ପର୍ଯ୍ୟନ୍ତ ଚାଷୀମାନେ ବ୍ୟବହାର କରିପାରିବେ ବୋଲି ବାହାରବିଲର ପୂର୍ବତନ ସେନା କର୍ମଚାରୀ ପୂର୍ଣ୍ଣଚନ୍ଦ୍ର ନାୟକ ସୂଚନା ଦେଇଛନ୍ତି । ଦୀର୍ଘଦିନ ଧରି ଚାଷୀମାନଙ୍କର ଉକ୍ତ ଦାବି ଯଥାର୍ଥ ସହିତ ପ୍ରଶାସନିକ ଏବଂ ରାଜନୈତିକ ଦୃଷ୍ଟି ଆକର୍ଷଣ ନେଇ କୋଠାର ସରପଞ୍ଚ ଡା. ନିମାଇଁ ନାୟକ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୪ବର୍ଷ ବିତିଲା, ମିଳିଲାନି ନିଖୋଜ ଶ୍ରମିକଙ୍କ ପତ୍ତା

ନୂଆପଡ଼ା,୧୫ା୪ (ମକାରୁ ବେମାଲ):ନୂଆପଡ଼ା ଜିଲା କୋମନା ଥାନା ଦର୍ଲିପଡା ଗଁ।ର ଜଣେ ଦାଦନ ଶ୍ରମିକ ନିଖୋଜ ହେବାର ପ୍ରାୟ ୪ବର୍ଷ ବିତିଯାଇଥିଲେ ମଧ୍ୟ ତାଙ୍କର ପତ୍ତା ମିଳିନାହିଁ।…

ବିବାହ ପ୍ରତିଶ୍ରୁତି ଦେଇ ଛାତ୍ରୀଙ୍କ ସହ ଶାରୀରୀକ ସମ୍ପର୍କ ରଖୁଥିଲେ କଲେଜର ଅଧ୍ୟାପକ, ବିବାହ ପାଇଁ କହିବାରୁ…

ଦେବଗଡ,୧୫।୪(ଶଶାଙ୍କ ଶେଖର ଝାଙ୍କର): ବିବାହ ପ୍ରଲୋଭନ ଦେଖାଇ ଜଣେ ଛାତ୍ରୀଙ୍କ ସହିତ ଶାରୀରୀକ ସମ୍ପର୍କ ସ୍ଥାପନ କରିବା ପରେ ପ୍ରତାରଣା ଅଭିଯୋଗରେ ଏକ କଲେଜର ଜଣେ ଅଧ୍ୟାପକ…

ଦିଗପହଣ୍ଡିରେ ଆମ୍ବେଦକର ଜୟନ୍ତୀ: ସ୍ଵାଧୀନତା ପରବର୍ତ୍ତୀ ସମୟରେ…

ଦିଗପହଣ୍ଡି,୧୪|୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପୁରୁଣା ବସଷ୍ଟାଣ୍ଡ ସ୍ଥିତ ଭାରତୀୟ କମ୍ୟୁନିଷ୍ଟ ପାର୍ଟି(ସିପିଆଇ) କାର୍ଯ୍ୟାଳୟରେ ମଙ୍ଗଳବାର ସମ୍ବିଧାନ ପ୍ରଣେତା ଡ଼. ଭୀମରାଓ ଆମ୍ବେଦକରଙ୍କ ଜୟନ୍ତୀ…

‘ଧରିତ୍ରୀ’ ପ୍ରଭାବ: ପୁଣି ଆଲୋକମୟ ହେଲା ଛତ୍ରପୁର ଶିଶୁ ଉଦ୍ୟାନ

ଛତ୍ରପୁର, ୧୪।୪ (ଦିଲୀପ ସାମଲ): ପଡ଼ିଛି ‘ଧରିତ୍ରୀ’ ପ୍ରଭାବ। ସୋମବାର ଖବର ପ୍ରକାଶ ପାଇବା ପରେ ପ୍ରଶାସନ ପକ୍ଷରୁ ତତ୍ପରତା ଦେଖାଯାଇଛି। ଗଞ୍ଜାମ ଜିଲ୍ଲାର ସଦର ମହକୁମା…

ବାଇକ୍‌ରେ ଆସୁଥିବା ବେଳେ ଧକ୍କା ଦେଲା ପିକ୍‌ଅପ୍‌: ଚାଲିଗଲା ମା’-ବାପା,ଦେଢ଼ ବର୍ଷର ପୁଅର ଜୀବନ; ଉତ୍ତ୍ୟକ୍ତ ଲୋକେ…

ବଲାଙ୍ଗୀର,୧୪।୪(ସୁନିଲ କୁମାର ମହାନ୍ତି):  ପିକ୍‌ଅପ୍‌ ଧକ୍କାରେ ବାପା ପୁଅ ମୃତ। ମା’ ଗୁରୁତର। ଏପରି ଏକ ଦୁଖଦ ଘଟଣା ଘଟିଛି ବଲାଙ୍ଗୀର-ସୋନପୁର ଏନ୍‌.ଏଚ୍‌ ୫୭ ର ଟୋଲଗେଟ…

ଥୁଆମୂଳ ରାମପୁରରେ ବାବାସାହେବଙ୍କ ଜୟନ୍ତୀ: ମାନବବାଦୀ ବିଚାରଧାରା…

ଥୁଆମୂଳ ରାମପୁର, ୧୪।୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକରେ ସମ୍ବିଧାନ ପ୍ରଣେତା  ଡଃ. ବାବାସାହେବ ଭୀମରାଓ ଆମ୍ବେଦକରଙ୍କ ୧୩୫ତମ ଜନ୍ମ ଜୟନ୍ତୀ ଅତି…

କାମ ସାରି ବାଇକ୍‌ରେ ଫେରୁଥିଲେ, ମାମୁ-ଭଣଜାଙ୍କୁ ପଛରୁ ଧକ୍କା ଦେଲା କାର୍‌, କଚାଡ଼ି ହୋଇ…

ଦିଗପହଣ୍ଡି,୧୪।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମୁଖ୍ୟରାସ୍ତା ପୁଞ୍ଜିକଂୟା ଛକ ନିକଟରେ ମଙ୍ଗଳବାର ଅପରାହ୍ନରେ ଏକ କାର (ନଂ. ଓଡ଼ି୦୭ବିସି -୧୬୯୦) ଧକ୍କାରେ ସାନଖେମୁଣ୍ଡି ବ୍ଲକ…

ଆରଏମ୍‌ସି ହାଟଗୃହ ଭାଙ୍ଗିବା ନେଇ ତେଜିଲା ଅସନ୍ତୋଷ

ନନ୍ଦପୁର,୧୪ା୪(ତୁଷାର କାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ ସଦର ମହକୁମାସ୍ଥିତ ବୁଧବାର ସାପ୍ତାହିକ ହାଟ ମଧ୍ୟର ପୁରୁଣା ହାଟ ଗୃହକୁ ବିନା ଅନୁମତିରେ ଭାଙ୍ଗିବାକୁ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri