Categories: ଖେଳ

ଶୀର୍ଷସ୍ଥାନରେ ସ୍ଥିତି ମଜଭୂତ କଲେ ଜୋକୋଭିଚ୍‌

ପ୍ରାରିସ,୧୫।୭(ଏଏଫ୍‌ପି)- ନୋଭାକ ଜୋକୋଭିଚ୍‌ ସଫଳତାର ସହ ଓ୍ବିମ୍ବେଲଡନ ଓପନ ଟାଇଟଲ ବଜାୟ ରଖିଛନ୍ତି। ଏହି ବିଜୟ ଯୋଗୁ ସର୍ବିଆ ଖେଳାଳି ଏଟିପି ର଼୍ୟାଙ୍କିଙ୍ଗ୍‌ ଶୀର୍ଷ ସ୍ଥାନରେ ନିଜ ସ୍ଥିତିକୁ ଦୃଢ଼ିଭୂତ କରିଛନ୍ତି। ଏହା ଦର୍ଶାଇଛି ସେମାବାର ପ୍ରକାଶ ପାଇଥିବା ନୂଆ ଏଟିପି ର଼୍ୟାଙ୍କିଙ୍ଗ୍‌। ୩୨ ବର୍ଷୀୟ ଜୋକୋଭିଚ୍‌ ପ୍ରାୟ ୫ ଘଣ୍ଟା ଧରି ଚାଲିଥିବା ଫାଇନାଲରେ ରୋଜର ଫେଡରରଙ୍କୁ ହରାଇ କ୍ୟାରିୟରର ୫ମ ଓ୍ବିମ୍ବେଲଡନ ଓ ମୋଟ ଉପରେ ୧୬ତମ ଟାଇଟଲ ହାତେଇଛନ୍ତି। ସେ ଏବେ ଦ୍ୱିତୀୟ ସ୍ଥାନରେ ରଫାଲ ନାଡାଲଠାରୁ ସାଢ଼େ ୪ ହଜାର ପଏଣ୍ଟ ଆଗରେ ଅଛନ୍ତି। ରନର୍ସ ଅପ୍‌ ୩୭ ବର୍ଷୀୟ ଫେଡରର ଏବେ ଦ୍ୱିତୀୟ ସ୍ଥାନଠାରୁ ୪୮୫ ପଏଣ୍ଟ ପଛରେ ରହିଛନ୍ତି। ଚଳିତ ଥର ରବର୍ଟ ବୌତିସ୍ତାଙ୍କ ର଼୍ୟାଙ୍କିଙ୍ଗରେ ଉଲ୍ଲେଖନୀୟ ଉନ୍ନତି ଆସିଛି। ଓ୍ବିମ୍ବେଲଡନ ଓପନ ସେମିଫାଇନାଲରୁ ପ୍ରେବଶ କରିବାରୁ ସେ ପୂର୍ବପେକ୍ଷା ୯ ସ୍ଥାନ ଉପରକୁ ଉଠି ୧୩ତମ ର଼୍ୟାଙ୍କ ଅଧିକାର କରିଛନ୍ତି।

Share