ଶୀତରେ ବି ପିଇବା ପାଣି ଚିନ୍ତା

ଦଶମନ୍ତପୁର,୨୮।୧୧(ଡି.ଏନ୍‌.ଏ.) ଦଶମନ୍ତପୁର ବ୍ଲକ ଲୁଲ୍ଲା ପଞ୍ଚାୟତ ଦୋଲଦୋଲା ଗ୍ରାମରେ ୨ ମାସ ହେବ ଗାଁ ଲୋକେ ବୁନ୍ଦାଏ ପାଣି ପାଇଁ ଡହଳ ବିକଳ ହେଉଛନ୍ତି। ଗାଁରେ ୫୦ ଘର ରହୁଥିବା ବେଳେ ଜନସଂଖ୍ୟା ୨୦୦ରୁ ଅଧିକ। ଗାଁରେ ୩ଟି ନଳକୂପ ଥିବାବେଳେ ସେଥିରୁ ବର୍ତ୍ତମାନ ୨ଟି ଅଚ଼ଳ ହୋଇ ପଡ଼ିଛି। ଗୋଟିଏ ନଳକୂପରୁ ବିଦ୍ୟୁତ ମାଧ୍ୟମରେ ଟାଙ୍କିରେ ଜଳ ସଂରକ୍ଷଣ କରି ଏହାକୁ ଯୋଗାଇବା ପାଇଁ ଯୋଜନା କରାଯାଇଥିଲା। କିନ୍ତୁ ଥ୍ରୀ-ଫେଜ୍‌ ବିଦ୍ୟୁତ ସମସ୍ୟା ଯୋଗୁ ଟାଙ୍କିକୁ ପାଣି ଚଢୁ ନ ଥିବା ଗ୍ରାମବାସୀ କହିଛନ୍ତି। ଗାଁରୁ ଦେଢ଼ କିମି ଦୂର ଜଙ୍ଗଲିଆ ରାସ୍ତା ଦେଇ ପିଟଚୋଲ ଝୋଲା ଓ କଦମଝୋଲାରୁ ବହୁ କଷ୍ଟରେ ମହିଳାମାନେ ଜଳ ସଂଗ୍ରହ କରି ଆଣୁଛନ୍ତି ଓ ଏହାକୁ ହିଁ ପାନୀୟ ଭାବେ ବ୍ୟବହାର କରୁଥିବା କହିଛନ୍ତି ଜଗବନ୍ଧୁ ସାଉନ୍ତା, ପାଣ୍ଡୁ ସାଉନ୍ତା, ସିମା ଜାନୀ, ଫକିର ସାଉନ୍ତା, ନାଥ ହିକ୍‌କା, ଦର୍ଶନ ସାଉନ୍ତା, ପାନ ଜାନୀ, ସାଲ ସାଉନ୍ତା, ତୁଲା ହିକ୍‌କା। ୨୦୧୩ରେ ଏଭଳି ଝୋଲାର ଜଳ ବ୍ୟବହାର କରି ଗ୍ରାମର ୧୦ରୁ ଉଦ୍ଧର୍‌ବ ଲୋକେ ଅସୁସ୍ଥ ହୋଇଥିଲେ। ପାନୀୟ ଜଳ ସମସ୍ୟା ନେଇ ବ୍ଲକ ପ୍ରଶାସନ ଓ ଆର୍‌ଡବ୍ଲ୍ୟୁଏସ୍‌ଏସ୍‌ କାର୍ଯ୍ୟାଳୟରେ ଜଣାଇଥିଲେ ମଧ୍ୟ କିଛି ଫଳ ମିଳୁନାହିଁ ଲକି ହିକ୍‌କା, ମକର ସାଉନ୍ତା, ଅଁଲା ଜାନୀ, ରୁକ ଜାନୀ, ସୁବାଇ ସାଉନ୍ତା, ସାବିତ୍ରୀ ହିକ୍‌କା, ଡମାଇ ସାଉନ୍ତା କହିଛନ୍ତି। ଅଚ଼ଳ ନଳକୂପ ମରାମତି ସହ ଗାଁ ନିକଟସ୍ଥ ଯୋଗୀମାଳି ପାହାଡ଼ ଦେଇ ପ୍ରବାହିତ ହୁଆଡୋଙ୍ଗ ଓ ସାକଡ଼ାଡୋଙ୍ଗରେ ଥିବା ୨ ଜୋରରୁ ଟାଙ୍କି ଜରିଆରେ ଜଳ ଯୋଗାଇବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି। ଏ ସଂପର୍କରେ ଆର୍‌ଡବ୍ଲ୍ୟୁଏସ୍‌ଏସ୍‌ କନିଷ୍ଠ ଯନ୍ତ୍ରୀ ଧର୍ମେନ୍ଦ୍ର ନାୟକଙ୍କୁ ଯୋଗାଯୋଗ କରିବାରୁ ସେ କହିଛନ୍ତି, ଆମ ବ୍ଲକରେ ଥିବା ୧୬ଟି ପଞ୍ଚାୟତ ପାଇଁ ଗୋଟିଏ ମାତ୍ର ଗାଡ଼ି ନିୟୋଜିତ ଅଛି। ତେଣୁ ଗାଁକୁ ଗାଁ ବୁଲି ପାଣି ସମସ୍ୟା ଦୂର କରିବା କଷ୍ଟକର ହେଉଛି। ଆଉ ଏକ ଗାଡ଼ି ଲଗାଇବା ପାଇଁ ସେ ବିଡିଓଙ୍କୁ ଜଣାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ତାରାତାରିଣୀଙ୍କ ଚୈତ୍ର ମଙ୍ଗଳବାର ଯାତ୍ରାର ସମୀକ୍ଷା କଲେ ଜିଲାପାଳ: ନିର୍ବାହୀ ଅଧିକାରୀ ବିନୋଦ ବେହେରା ସମ୍ବର୍ଦ୍ଧିତ

ପୁରୁଷୋତ୍ତମପୁର, ୨।୪ (ସବିତା ମିଶ୍ର): ଗଞ୍ଜାମ ଜିଲାର ପ୍ରସିଦ୍ଧ ଶକ୍ତିପୀଠ ମା’ ତାରାତାରିଣୀଙ୍କ ଚୈତ୍ର ମଙ୍ଗଳବାର ଯାତ୍ରା ଚଳିତ ବର୍ଷ ଅତ୍ୟନ୍ତ ଶାନ୍ତିଶୃଙ୍ଖଳାର ସହ ସମାପ୍ତ ହୋଇଛି।…

ଘୁମୁସର ଉତ୍ତର ବନଖଣ୍ଡରେ ହାତୀ ଓ ଜଙ୍ଗଲ ନିଆଁ ସୁରକ୍ଷା ଚିନ୍ତା: କର୍ମଚାରୀ ଅଭାବ, ଅଧିକ…

ଭଞ୍ଜନଗର,୨।୪(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡରେ ହାତୀ ସମେତ ବିଭିନ୍ନ ପ୍ରାଣୀ ନିର୍ଦ୍ଧିଷ୍ଟ ଅଞ୍ଚଳ ମଧ୍ୟରେ ଅଧିକାଂଶ ସମୟ ବସବାସ କରନ୍ତି। ତେଣୁ ସେମାନଙ୍କ…

୨୫ ଫୁଟ ଉଚ୍ଚ ପାଣି ଟାଙ୍କିରେ ଚଢ଼ିଗଲେ ଛାତ୍ର, ସୁରକ୍ଷାକୁ ନେଇ ବଢ଼ିଲା ଚିନ୍ତା

ଖଜୁରିପଡ଼ା,୨ା୪(ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ପିରିକୁଡ଼ି ସରକାରୀ ଉଚ୍ଚ ବିଦ୍ୟାଳୟରେ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଶତାଧିକ ଛାତ୍ରୀଛାତ୍ର ହଷ୍ଟେଲରେ ରହି ପାଠପଢୁଥିବା ବେଳେ ସେମାନଙ୍କ ସୁରକ୍ଷାକୁ…

ଟ୍ରେନ୍ ଯାତ୍ରୀଙ୍କ ପାଇଁ IRCTC ର ‘ଡିଜିଟାଲ୍ ଢାବା’: ଏବେ ଗୋଟିଏ କ୍ଲିକରେ ସିଟ୍‌ରେ ପହଞ୍ଚିବ ଗରମାଗରମ ଖାଦ୍ୟ! ଜାଣନ୍ତୁ କେମିତି…

ନୂଆଦିଲ୍ଲୀ,୨।୪: ଭାରତୀୟ ରେଳରେ ଯାତ୍ରା କରୁଥିବା ଯାତ୍ରୀଙ୍କ ପାଇଁ ଏକ ବଡ଼ ସୁବିଧା ନେଇ ଆସିଛି IRCTC। ଏବେ ମେଲ କିମ୍ବା ଏକ୍ସପ୍ରେସ ଟ୍ରେନରେ ଯାତ୍ରା ସମୟରେ…

୨୦୨୬ ଆଇପିଏଲରେ ଖେଳିବା ପାଇଁ କୋର୍ଟଙ୍କ ଦ୍ୱାରସ୍ଥ ହେଲେ RCB ବୋଲର, ପୂରା ଘଟଣା ଜାଣିଲେ…

ନୂଆଦିଲ୍ଲୀ,୨।୪: IPL ୨୦୨୬ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ଖବର ସାମ୍ନାକୁ ଆସିଛି। ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB)ର ଶ୍ରୀଲଙ୍କାର ଦ୍ରୁତ ବୋଲର ନୁୱାନ ତୁଷାରା IPL ୨୦୨୬…

ମା’ ଦକ୍ଷିଣ କାଳୀଙ୍କ ୧୩ଦିନିଆ ଦଣ୍ଡ ଯାତ୍ରା ଆରମ୍ଭ, ଢହଢହ ଖରାରେ ଭୋକତା ଭୋଗିବେ….

ଗଞ୍ଜାମ,୧।୪(ବିଦ୍ୟାଧର ସାହୁ ): ଗଞ୍ଜାମ ସହର କଲେଜ ରୋଡ଼ ସ୍ଥିତ ମା’ ଦକ୍ଷିଣ କାଳୀଙ୍କ ତେର ଦିନିଆ ଦଣ୍ଡଯାତ୍ରା ଗୁରୁବାର ଶୁଭାରମ୍ଭ ହୋଇଛି । ମା’ ଦକ୍ଷିଣ…

ଇନଷ୍ଟାଗ୍ରାମରୁ ପ୍ରେମ ପରେ ଛୁଆ ଜନ୍ମ ଦେଲେ ୨୦ ବର୍ଷୀୟ ଯୁବତୀ; ଭୟରେ ବାଲଟିରେ ସିଲ୍ କରି ମନ୍ଦିରରେ ଛାଡିଦେଲେ, ତାପରେ…

ନୂଆଦିଲ୍ଲୀ,୨ା୪: ଇନଷ୍ଟାଗ୍ରାମରୁ ସାଙ୍ଗ ହେବା ପରେ ଗଢ଼ି ଉଠିଥିଲା ପ୍ରେମ ସମ୍ପର୍କ । ପରେ ୨୦ ବର୍ଷୀୟ ଯୁବତୀ ଜଣକ ଏକ ଛୁଆକୁ ଜନ୍ମ ଦେଇଥିଲେ ।…

ବଡ଼ ଘୋଷଣା କଲେ ଉପମୁଖ୍ୟମନ୍ତ୍ରୀ, ଝିଅ ଜନ୍ମ ହେବାର ବର୍ଷକ ଭିତରେ ଟଙ୍କା ପଠାଇବେ ସରକାର

ଭୁବନେଶ୍ବର,୨ା୪: ଖୁଵ୍‌ ଶୀଘ୍ର ଆସିବ କନ୍ୟା ସୁମଙ୍ଗଳ ଯୋଜନାର ଏସ୍‌ଓପି । ସୂଚନା ଦେଲେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଝିଅ ଜନ୍ମ ହେବାର ବର୍ଷକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri