ଟୋକନ ବ୍ୟବସ୍ଥାକୁ ନେଇ ଉଦ୍‌ବେଗ

ଭୁବନେଶ୍ୱର, ୨୮ା୧୧(ବ୍ୟୁରୋ): ଟୋକନ ବ୍ୟବସ୍ଥାକୁ ନେଇ ଚାଷୀମାନେ ଅସନ୍ତୋଷ ପ୍ରକାଶ କରୁଥିବା ବେଳେ ବୁଧବାର ବିଧାନସଭାରେ ଶାସକ ଦଳର ସଦସ୍ୟମାନେ ମଧ୍ୟ ଏହି ବ୍ୟବସ୍ଥା ଯୋଗୁ ଧାନ କିଣାରେ ବିଳମ୍ବ ହେଉଥିବା ନେଇ ଉଦ୍‌ବେଗ ପ୍ରକାଶ କରିଥିଲେ। ବିଧାନସଭା ପ୍ରଶ୍ନୋତ୍ତର ବେଳେ ବିଜେଡି ସଭ୍ୟ ଦେବେଶ ଆଚାର୍ଯ୍ୟ ମୂଳ ପ୍ରଶ୍ନରେ ପଚାରିଥିଲେ ଯେ, ଯେଉଁଠି ନେଟଓ୍ବର୍କ ନାହିଁ ସେଠାରେ ଟୋକନ କିପରି ମିଳିପାରିବ। ଟୋକନ ବ୍ୟବସ୍ଥା କୋହଳ କଲେ ଧାନ କିଣା ସହଜ ହୋଇପାରିବ। ମନ୍ତ୍ରୀ ଏଥିପ୍ରତି ଦୃଷ୍ଟି ଦେବା ଦରକାର। ବିଜେଡି ସଭ୍ୟ ତଥା ସରକାରୀ ଦଳ ଉପମୁଖ୍ୟ ସଚେତକ ରୋହିତ ପୂଜାରୀ ଟୋକନ ବ୍ୟବସ୍ଥାକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଥିଲେ, ସେ କହିଥିଲେ ଯେ ଧାନ କେବେ ବିକ୍ରି ହେବ ସେ କଥା ଚାଷୀ ଜାଣିପାରୁ ନାହାନ୍ତି। ମଣ୍ଡିକୁ ଗଲେ ୧୫ ଦିନ ପରେ ଆସିବାକୁ କୁହାଯାଉଛି। ୧୫ ଦିନ ପରେ ଟୋକନ ମିଳିବ କି ନାହିଁ ସେମାନେ ଜାଣିପାରୁ ନାହାନ୍ତି।ଟୋକନ ବ୍ୟବସ୍ଥା ଠିକ ନ ହେଲେ ଚାଷୀମାନଙ୍କର ଆକ୍ରୋଶ ବଢ଼ିବ ବୋଲି ପୂଜାରୀ କହିଥିଲେ। ବିଜେଡି ସଭ୍ୟ ବିଜୟ ରଞ୍ଜନ ସିଂ ବରିହା କହିଥିଲେ ଯେ, ମିଲରମାନଙ୍କୁ ଅଖା ପାଇଁ ପଇସା ଦିଆଯାଉଛି। ସେଥିରେ ସ୍ବଚ୍ଛତା କିଭଳି ଆସିପାରିବ ସେ ନେଇ ସରକାର ଦୃଷ୍ଟି ଦେବେ କି। ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ କହିଥିଲେ ଚାଷୀଙ୍କ ଭିତରେ ଆଦୌ ଆକ୍ରୋଶ ନାହିଁ। ଆପଣମାନେ ସ୍ପିରିଟ ବୁଝିବାକୁ ଚେଷ୍ଟା କରନ୍ତୁ। ସବୁ ଠିକ୍‌ ଚାଲିଛି।
ମୂଳ ପ୍ରଶ୍ନକର୍ତ୍ତା ପଚାରିଥିଲେ ଯେ, ବରଗଡ଼ ଜିଲାରେ ଧାନ କିଣାରେ ବ୍ୟାପକ ଅନିୟମିତତା ସମ୍ପର୍କରେ ବିଭାଗ ତରଫରୁ କି ପଦକ୍ଷେପ ଗ୍ରହଣ କରାଯାଇଛି। ମନ୍ତ୍ରୀ ସ୍ବାଇଁ କହିଥିଲେ ଯେ, ୨୦୧୮-୧୯ ଧାନ ସଂଗ୍ରହ ସମୟରେ ରାଜ୍ୟସ୍ତରୀୟ ଏନ୍‌ଫୋର୍ସମେଣ୍ଟ ସ୍କ୍ବାଡ୍‌ ବରଗଡ଼ ଜିଲାର ବିଭିନ୍ନ ପ୍ରାଥମିକ କୃଷି ସମବାୟ ସମିତି(ପ୍ୟାକ୍ସ)ର ଧାନ କ୍ରୟ କେନ୍ଦ୍ରକୁ ଅଚାନକ ଚଢାଉ କରିଥିଲା। ବିଭାଗୀୟ ଯୁଗ୍ମ ସଚିବଙ୍କ ନେତୃତ୍ୱାଧୀନ ସ୍କ୍ବାଡ୍‌ ପକ୍ଷରୁ ୨୦୧୯ ଜୁନ ୧୨ରୁ ୨୯ ତାରିଖ ମଧ୍ୟରେ ୧୩ଟି ପ୍ୟାକ୍ସ ତନଖି କରାଯାଇଥିଲା। ସେହି ପ୍ୟାକ୍ସଗୁଡିକ ହେଲା ସରସରା, କଟାପାଲି, ଝାରବନ୍ଧ, ଉଭା, ସନକ୍ରୀଡା, ରୁସୁଗଡା, ଚେଢଇଗାଁ, ଉରଦୁନା, ପହରସିଗୁଡା, ସୋହେଲା, କଣ୍ଡାପାଲି, ଭୁକଟା ଓ ନାରାୟଣ। କ୍ଷେତ୍ର ପରିଦର୍ଶନ ପରେ ସ୍କାଡ୍‌ ପକ୍ଷରୁ ଅନିୟମିତତା ହୋଇଥିବା ନେଇ ଏକ ରିପୋର୍ଟ ଦାଖଲ କରିଥିଲେ। ଉକ୍ତ ରିପୋର୍ଟ ଆଧାରରେ ସମବାୟ ସମିତି ସମୂହର ନିବନ୍ଧକ, ରାଜ୍ୟ ଯୋଗାଣ ନିଗମର ପରିଚାଳନା ନିର୍ଦ୍ଦେଶକ ଏବଂ ବରଗଡ ଜିଲାପାଳଙ୍କୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ୨୦୧୯ ସେପ୍ଟେମ୍ବର ୧୬ରେ ବିଭାଗ ପକ୍ଷରୁ ପଠାଯାଇଥିବା ଚିଠିରେ ନିର୍ଦ୍ଦେଶ ଦିଆଯାଇଥିଲା। ଅନିୟମିତତା ହୋଇଥିବା ପ୍ୟାକ୍ସଗୁଡିକରେ ଧାନ କିଣା ବାବଦ କମିଶନ, ମଣ୍ଡି ହ୍ୟାଣ୍ଡଲିଂ ବାବଦ ଦେୟ ଏବଂ ଆରଏମ୍‌ସିକୁ ଦିଆଯାଇଥିବା ଧାନ କିଣା ବାବଦ ମାର୍କେଟ ଫି ପ୍ରଦାନ ନ କରିବା ପାଇଁ ଯୋଗାଣ ନିଗମ ପରିଚାଳନା ନିର୍ଦ୍ଦେଶକଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା। ଅନିୟମିତତାରେ ସମ୍ପୃକ୍ତ ପ୍ୟାକ୍ସଗୁଡିକରେ ନିୟୋଜିତ ଥିବା କଷ୍ଟମ ମିଲରମାନଙ୍କୁ ଅଖା ବ୍ୟାଗ ବାବଦ ୟୁଜେସ୍‌ ଚାର୍ଜ ନ ଦେବାକୁ ମଧ୍ୟ ଯୋଗାଣ ନିଗମକୁ ନିର୍ଦ୍ଦେଶ ଦିଆଯାଇଛି। ଅନିୟମିତତାରେ ଜଡିତ ପ୍ୟାକ୍ସଗୁଡିକ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ସମବାୟ ସମିତି ସମୂହ ନିବନ୍ଧକ ୨୦୧୯ ସେପ୍ଟେମ୍ବର ୨୫ ତାରିଖରେ ବରଗଡ ଜିଲା ସମବାୟ ସମିତି ରେଜିଷ୍ଟାର ଏବଂ ଜିଲା କେନ୍ଦ୍ରୀୟ ସମବାୟ ବ୍ୟାଙ୍କ ସେକ୍ରେଟାରୀଙ୍କୁ ନିର୍ଦ୍ଦେଶ ଦେଇଥିବା ମନ୍ତ୍ରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ଓଡ଼ିଶାରେ ଭାଜପା ସରକାରକୁ ଆସିଲେ ଲୋକେ ରୋଜଗାର ପାଇଁ ବାହାର ରାଜ୍ୟକୁ ଯିବେ ନାହିଁ: ଅମିତ ଶାହା

ସୋନପୁର,୨୫।୪: କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଗୁରୁବାର ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ଗଢିବାକୁ ଲୋକ ମାନଙ୍କୁ ଆହ୍ୱାନ ଦେଇଛନ୍ତି। ନବୀନ ସରକାରକୁ ଓପାଡ଼ି ଏଠାରେ ଭାଜପା...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ଅଂଶୁଘାତ ରୋଗୀଙ୍କ ଚିକିତ୍ସା ପାଇଁ ଏମ୍ସରେ ସ୍ବତନ୍ତ୍ର ୟୁନିଟ୍‌

ଭୁବନେଶ୍ୱର,୨୫ା୪(ଅସମାପିକା ସାହୁ): ରାଜ୍ୟରେ ପ୍ରଚଣ୍ଡ ରୌଦ୍ରତାପ ଯୋଗୁ ଦିନକୁ ଦିନ ବୃଦ୍ଧି ଘଟୁଥିବା ଅଂଶୁଘାତ ରୋଗୀଙ୍କ ଚିକିତ୍ସା ନିମନ୍ତେ ଏମ୍ସ ଭୁବନେଶ୍ୱରରେ ଏକ ସ୍ବତନ୍ତ୍ର ହିଟ୍‌...

କାହିଁକି ଅମିତ ଶାହା ପଚାରିଲେ ‘୨୦ ଲୋକସଭା ସିଟ୍‌ ଜିତିବା କି ନାହିଁ’ ?

ସୋନପୁର,୨୫।୪: ଓଡ଼ିଶାରୁ ସର୍ବାଧିକ ଲୋକ ସଭା ଆସନ ବିଜୟ ଲକ୍ଷ୍ୟରେ କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଗୁରୁବାର ସୋନପୁରରୁ ପ୍ରଚାର ଆରମ୍ଭ କରିଛନ୍ତି। ଜୟ ଜଗନ୍ନାଥ, ଜୟ...

ନବୀନ ସରକାରକୁ ଉପାଡ଼ି ଭାଜପା ସରକାର ବନାନ୍ତୁ: ଶାହା

ସୋନପୁର,୨୫।୪: କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଗୁରୁବାର ଝାରସୁଗୁଡ଼ା ବିମାନବନ୍ଦରରେ ପହଞ୍ଚିବା ପରେ ସୋନପୁର ଗସ୍ତ କରିଛନ୍ତି। ସେଠରେ ଆୟୋଜିତ ବିଶାଳ ଜନସଭାକୁ ସମ୍ବୋଧିତ...

ଭାଜପାରେ ସାମିଲ ହେଲେ ପୂର୍ବତନ ହକି ଟିମ ଅଧିନାୟକ ପ୍ରବୋଧ ତିର୍କୀ

ଭୁବନେଶ୍ୱର,୨୫।୪: ଭାଜପାରେ ସାମିଲ ହେଲେ ପୂର୍ବତନ ହକି ଟିମ ଅଧିନାୟକ ପ୍ରବୋଧ ତିର୍କୀ। ସୋନପୁର ସମାବେଶକୁ ଆସି ଗୁରୁବାର ବିଧିବଦ୍ଧ ଭାବେ ସେ ପଦ୍ମ ଧରିଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri