ଟୋକନ ବ୍ୟବସ୍ଥାକୁ ନେଇ ଉଦ୍‌ବେଗ

ଭୁବନେଶ୍ୱର, ୨୮ା୧୧(ବ୍ୟୁରୋ): ଟୋକନ ବ୍ୟବସ୍ଥାକୁ ନେଇ ଚାଷୀମାନେ ଅସନ୍ତୋଷ ପ୍ରକାଶ କରୁଥିବା ବେଳେ ବୁଧବାର ବିଧାନସଭାରେ ଶାସକ ଦଳର ସଦସ୍ୟମାନେ ମଧ୍ୟ ଏହି ବ୍ୟବସ୍ଥା ଯୋଗୁ ଧାନ କିଣାରେ ବିଳମ୍ବ ହେଉଥିବା ନେଇ ଉଦ୍‌ବେଗ ପ୍ରକାଶ କରିଥିଲେ। ବିଧାନସଭା ପ୍ରଶ୍ନୋତ୍ତର ବେଳେ ବିଜେଡି ସଭ୍ୟ ଦେବେଶ ଆଚାର୍ଯ୍ୟ ମୂଳ ପ୍ରଶ୍ନରେ ପଚାରିଥିଲେ ଯେ, ଯେଉଁଠି ନେଟଓ୍ବର୍କ ନାହିଁ ସେଠାରେ ଟୋକନ କିପରି ମିଳିପାରିବ। ଟୋକନ ବ୍ୟବସ୍ଥା କୋହଳ କଲେ ଧାନ କିଣା ସହଜ ହୋଇପାରିବ। ମନ୍ତ୍ରୀ ଏଥିପ୍ରତି ଦୃଷ୍ଟି ଦେବା ଦରକାର। ବିଜେଡି ସଭ୍ୟ ତଥା ସରକାରୀ ଦଳ ଉପମୁଖ୍ୟ ସଚେତକ ରୋହିତ ପୂଜାରୀ ଟୋକନ ବ୍ୟବସ୍ଥାକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଥିଲେ, ସେ କହିଥିଲେ ଯେ ଧାନ କେବେ ବିକ୍ରି ହେବ ସେ କଥା ଚାଷୀ ଜାଣିପାରୁ ନାହାନ୍ତି। ମଣ୍ଡିକୁ ଗଲେ ୧୫ ଦିନ ପରେ ଆସିବାକୁ କୁହାଯାଉଛି। ୧୫ ଦିନ ପରେ ଟୋକନ ମିଳିବ କି ନାହିଁ ସେମାନେ ଜାଣିପାରୁ ନାହାନ୍ତି।ଟୋକନ ବ୍ୟବସ୍ଥା ଠିକ ନ ହେଲେ ଚାଷୀମାନଙ୍କର ଆକ୍ରୋଶ ବଢ଼ିବ ବୋଲି ପୂଜାରୀ କହିଥିଲେ। ବିଜେଡି ସଭ୍ୟ ବିଜୟ ରଞ୍ଜନ ସିଂ ବରିହା କହିଥିଲେ ଯେ, ମିଲରମାନଙ୍କୁ ଅଖା ପାଇଁ ପଇସା ଦିଆଯାଉଛି। ସେଥିରେ ସ୍ବଚ୍ଛତା କିଭଳି ଆସିପାରିବ ସେ ନେଇ ସରକାର ଦୃଷ୍ଟି ଦେବେ କି। ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ କହିଥିଲେ ଚାଷୀଙ୍କ ଭିତରେ ଆଦୌ ଆକ୍ରୋଶ ନାହିଁ। ଆପଣମାନେ ସ୍ପିରିଟ ବୁଝିବାକୁ ଚେଷ୍ଟା କରନ୍ତୁ। ସବୁ ଠିକ୍‌ ଚାଲିଛି।
ମୂଳ ପ୍ରଶ୍ନକର୍ତ୍ତା ପଚାରିଥିଲେ ଯେ, ବରଗଡ଼ ଜିଲାରେ ଧାନ କିଣାରେ ବ୍ୟାପକ ଅନିୟମିତତା ସମ୍ପର୍କରେ ବିଭାଗ ତରଫରୁ କି ପଦକ୍ଷେପ ଗ୍ରହଣ କରାଯାଇଛି। ମନ୍ତ୍ରୀ ସ୍ବାଇଁ କହିଥିଲେ ଯେ, ୨୦୧୮-୧୯ ଧାନ ସଂଗ୍ରହ ସମୟରେ ରାଜ୍ୟସ୍ତରୀୟ ଏନ୍‌ଫୋର୍ସମେଣ୍ଟ ସ୍କ୍ବାଡ୍‌ ବରଗଡ଼ ଜିଲାର ବିଭିନ୍ନ ପ୍ରାଥମିକ କୃଷି ସମବାୟ ସମିତି(ପ୍ୟାକ୍ସ)ର ଧାନ କ୍ରୟ କେନ୍ଦ୍ରକୁ ଅଚାନକ ଚଢାଉ କରିଥିଲା। ବିଭାଗୀୟ ଯୁଗ୍ମ ସଚିବଙ୍କ ନେତୃତ୍ୱାଧୀନ ସ୍କ୍ବାଡ୍‌ ପକ୍ଷରୁ ୨୦୧୯ ଜୁନ ୧୨ରୁ ୨୯ ତାରିଖ ମଧ୍ୟରେ ୧୩ଟି ପ୍ୟାକ୍ସ ତନଖି କରାଯାଇଥିଲା। ସେହି ପ୍ୟାକ୍ସଗୁଡିକ ହେଲା ସରସରା, କଟାପାଲି, ଝାରବନ୍ଧ, ଉଭା, ସନକ୍ରୀଡା, ରୁସୁଗଡା, ଚେଢଇଗାଁ, ଉରଦୁନା, ପହରସିଗୁଡା, ସୋହେଲା, କଣ୍ଡାପାଲି, ଭୁକଟା ଓ ନାରାୟଣ। କ୍ଷେତ୍ର ପରିଦର୍ଶନ ପରେ ସ୍କାଡ୍‌ ପକ୍ଷରୁ ଅନିୟମିତତା ହୋଇଥିବା ନେଇ ଏକ ରିପୋର୍ଟ ଦାଖଲ କରିଥିଲେ। ଉକ୍ତ ରିପୋର୍ଟ ଆଧାରରେ ସମବାୟ ସମିତି ସମୂହର ନିବନ୍ଧକ, ରାଜ୍ୟ ଯୋଗାଣ ନିଗମର ପରିଚାଳନା ନିର୍ଦ୍ଦେଶକ ଏବଂ ବରଗଡ ଜିଲାପାଳଙ୍କୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ୨୦୧୯ ସେପ୍ଟେମ୍ବର ୧୬ରେ ବିଭାଗ ପକ୍ଷରୁ ପଠାଯାଇଥିବା ଚିଠିରେ ନିର୍ଦ୍ଦେଶ ଦିଆଯାଇଥିଲା। ଅନିୟମିତତା ହୋଇଥିବା ପ୍ୟାକ୍ସଗୁଡିକରେ ଧାନ କିଣା ବାବଦ କମିଶନ, ମଣ୍ଡି ହ୍ୟାଣ୍ଡଲିଂ ବାବଦ ଦେୟ ଏବଂ ଆରଏମ୍‌ସିକୁ ଦିଆଯାଇଥିବା ଧାନ କିଣା ବାବଦ ମାର୍କେଟ ଫି ପ୍ରଦାନ ନ କରିବା ପାଇଁ ଯୋଗାଣ ନିଗମ ପରିଚାଳନା ନିର୍ଦ୍ଦେଶକଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା। ଅନିୟମିତତାରେ ସମ୍ପୃକ୍ତ ପ୍ୟାକ୍ସଗୁଡିକରେ ନିୟୋଜିତ ଥିବା କଷ୍ଟମ ମିଲରମାନଙ୍କୁ ଅଖା ବ୍ୟାଗ ବାବଦ ୟୁଜେସ୍‌ ଚାର୍ଜ ନ ଦେବାକୁ ମଧ୍ୟ ଯୋଗାଣ ନିଗମକୁ ନିର୍ଦ୍ଦେଶ ଦିଆଯାଇଛି। ଅନିୟମିତତାରେ ଜଡିତ ପ୍ୟାକ୍ସଗୁଡିକ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ସମବାୟ ସମିତି ସମୂହ ନିବନ୍ଧକ ୨୦୧୯ ସେପ୍ଟେମ୍ବର ୨୫ ତାରିଖରେ ବରଗଡ ଜିଲା ସମବାୟ ସମିତି ରେଜିଷ୍ଟାର ଏବଂ ଜିଲା କେନ୍ଦ୍ରୀୟ ସମବାୟ ବ୍ୟାଙ୍କ ସେକ୍ରେଟାରୀଙ୍କୁ ନିର୍ଦ୍ଦେଶ ଦେଇଥିବା ମନ୍ତ୍ରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମହାନଦୀରୁ ମୃତଦେହ ଉଦ୍ଧାର ଘଟଣା: ମିଳିଲା ଜଣଙ୍କର ପରିଚୟ, ଅନ୍ୟଜଣଙ୍କ ଅନ୍ତିମ ସଂସ୍କାର କଲା ପୋଲିସ

ଅମରପାଲି,୨୭।୯(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ଉପଖଣ୍ଡ ଅନ୍ତର୍ଗତ ସୁବଳୟା ମହାନଦୀ ଫେରିଘାଟ ନିକଟରୁ ମଙ୍ଗଳବାର ଉଦ୍ଧାର ହୋଇଥିବା ୨ ଅଜଣା ମୃତଦେହ ମଧ୍ୟରୁ ଜଣଙ୍କର ପରିଚୟ…

ଗୁଣିଗାରେଡ଼ି ସନ୍ଦେହରେ ମୋହନାରେ ବିଭତ୍ସ ହତ୍ୟାକାଣ୍ଡ: ପାହାଡ଼ ଉପରେ କୁଡ଼ିଆରେ ହାଣି ପୋଡ଼ିଦେଲେ!

ମୋହନା,୨୭।୯( ମନ୍ମଥ ମିଶ୍ର ): ଗୁଣିଗାରେଡ଼ି ସନ୍ଦେହରେ ଗାଁଠାରୁ ଅଢ଼େଇ କିଲୋମିଟର ଦୂର ପାହାଡ଼ ଉପରେ କୁଡ଼ିଆ ଘରେ ରହୁଥିବା ଜଣେ ବ୍ୟକ୍ତିଙ୍କୁ ଧାରୁଆ ଅସ୍ତ୍ରରେ ହତ୍ୟା…

ଚିଖିଲିକୁ ପଶିଲା ଜଳଭଣ୍ଡାରର ବନ୍ୟା ପାଣି, ଶହ ଶହ ଏକର ଚାଷଜମି ଜଳମଗ୍ନ

ବରଗଡ଼,୨୭।୯(ପ୍ରେମାନନ୍ଦ ଖମାରୀ): ଛତିଶଗଡ଼ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଲଗାଣ ବର୍ଷା ହୋଇଛି। ଏହାର ପ୍ରଭାବ ସୀମାବର୍ତ୍ତୀ ବରଗଡ଼ ଜିଲାର ଅମ୍ବାଭୋନା ବ୍ଲକ ଅଞ୍ଚଳରେ ଦେଖିବାକୁ ମିଳିଛି। ଉପରମୁଣ୍ଡରେ…

ପିକ୍‌ଅପ୍‌ ଧକ୍କାରେ ଶିଶୁ ମୃତ୍ୟୁ ଘଟଣା: ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ପୁରୁଷୋତ୍ତମପୁର,୨୭।୯(ସବିତା ମିଶ୍ର): ଏକ ପିକ୍‌ଅପ୍‌ ଭ୍ୟାନ୍‌ ଧକ୍କାରେ ୪ ବର୍ଷର ଶିଶୁର ମୃତ୍ୟୁ ଘଟିଥିଲା। ଏନେଇ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ସହରରେ ରବିବାର ସନ୍ଧ୍ୟାରେ ଉତ୍ତେଜନା ପରିସ୍ଥିତି…

ବିରାଟ-ଗିଲ୍‌ଙ୍କ ଶତକରେ ଭାରତର ବଡ଼ ବିଜୟ, ୮ ୱିକେଟ୍‌ରେ ହାରିଲା ୱେଷ୍ଟଇଣ୍ଡିଜ

ତିରୁଭାନନ୍ତପୁରମ,୨୭।୯: ୱେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ODIରେ ଭାରତ ୮ ୱିକେଟ୍‌ରେ ବିଜୟୀ ହୋଇଛି । ତିରୁଭାନନ୍ତପୁରମର ଗ୍ରୀନ୍‌ଫିଲ୍ଡ ଇଣ୍ଟରନ୍ୟାସନାଲ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ମ୍ୟାଚ୍‌ରେ ୱେଷ୍ଟଇଣ୍ଡିଜ ଭାରତ ସମ୍ମୁଖରେ…

କ୍ୟାଣ୍ଡଲ ଜାଳି ଶିକ୍ଷକ ସୁନୀଲଙ୍କୁ ଶ୍ରଦ୍ଧାଞ୍ଜଳି

ଗଞ୍ଜାମ,୨୭।୯(ଅନାଥ ତରାଇ): ଗଞ୍ଜାମ ସହରର ଜଣାଶୁଣା ଶିକ୍ଷକ ସ୍ବର୍ଗତ ସୁନୀଲ ସାମଲଙ୍କ ଦ୍ୱାଦଶ ଅବସରରେ ରବିବାର କ୍ୟାଣ୍ଡଲ ଯାତ୍ରା ସହ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି। ଜୟଶ୍ରୀ…

ସଚିନଙ୍କ ବଡ଼ ରେକର୍ଡ ଭାଙ୍ଗିଲେ ବିରାଟ କୋହଲି, ଦିନିକିଆ କ୍ରିକେଟରେ କଲେ….

ତିରୁଭାନନ୍ତପୁରମ,୨୭।୯: ବିରାଟ କୋହଲି ଦିନିକିଆ କ୍ରିକେଟ୍‌ରେ ଆଉ ଏକ ବଡ଼ କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ବିରାଟ କୋହଲି ଦିନିକିଆ ଆନ୍ତର୍ଜାତୀୟ କ୍ରିକେଟରେ ୧୫,୦୦୦ ରନ୍ ପୂରଣ କରିଛନ୍ତି।ଏହା…

ସ୍କୁଟିକୁ ଧକ୍କା ଦେଲା ଟ୍ରକ: ଚାଲିଗଲା ମତ୍ସ୍ୟଜୀବୀଙ୍କ ଜୀବନ, ଉତ୍ତେଜନା

ଛତ୍ରପୁର,୨୭।୯:(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଛତ୍ରପୁର ପୌରପରିଷଦ ଅନ୍ତର୍ଗତ ଡିଆର୍‌ଡିଏ ଛକ ନିକଟ ୧୬ ନମ୍ବର ଜାତୀୟ ରାଜପଥରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?