ଶୀତଦିନେ କିପରି ନେବେ ଓଠର ଯତ୍ନ

ଶୀତଦିନେ ଓଠ ଫାଟିବା ସମସ୍ତଙ୍କ ପାଇଁ ଏକ ସମସ୍ୟା। ସେହି ସମୟରେ ତ୍ୱଚା ସହ ଓଠର ମଧ୍ୟ ବହୁ ଯତ୍ନ ନେବାକୁ ପଡ଼ିଥାଏ। କାରଣ ଓଠ ଫାଟିବା ଦ୍ବାରା ଖାଇବା ବେଳେ ମଧ୍ୟ କଷ୍ଟ ହୋଇଥାଏ। ଏହି ସମସ୍ୟାରୁ ମୁକ୍ତି ପାଇବା ପାଇଁ ଆମେ ବଜାରରେ ମିଳୁଥିବା ବିଭିନ୍ନ କିସମର କ୍ରିମ୍‌କୁ ବ୍ୟବହାର କରିଥାଉ। ହେଲେ ଏହା ଅସ୍ଥାୟୀ ଭାବେ କାମ କରିଥାଏ। ତେବେ ଘରୋଇ ଉପାୟରୁ ମଧ୍ୟ ଓଠ ଫାଟିବା ସମସ୍ୟାରୁ ସ୍ଥାୟୀ ଉପଶମ ମିଳିପାରିବ।
*ଓଠକୁ ନମନୀୟତା ବଜାୟ ରଖିବାକୁ ହେଲେ ପ୍ରଥମେ ନିଜ ଖାଦ୍ୟପାନୀୟ ଉପରେ ଧ୍ୟାନ ଦେବାକୁ ପଡ଼ିବ। ଯେଭଳି ଶରୀରରୁ ଭିଟାମିନ୍‌-ଏ ଓ ବି-କମ୍ପ୍ଲେକ୍ସ କମ୍‌ ନ ହୁଏ। ଏଥିପାଇଁ ପ୍ରତିଦିନ ନିଜ ଖାଇବାରେ ସବୁଜ ପରିବା, କ୍ଷୀର, ସତେଜ ଫଳ ଆଦି ସାମିଲ କରିବା ଉଚିତ।
* ଶୀତଦିନେ ପାଣି ଥଣ୍ଡା ଥିବାରୁ ଏହାକୁ ପିଇବାକୁ କେତେକେ ଆଦୌ ଭଲପାଆନ୍ତିନି। କମ୍‌ ପାଣି ପିଇବା ଦ୍ୱାରା ଏହା ସିଧାସଳଖ ଶରୀର ଉପରେ ପ୍ରଭାବ ପକାଇଥାଏ। ଏହାଦ୍ୱାରା ଚର୍ମ ଓ ତ୍ୱଚା ଆର୍ଦ୍ର ମଧ୍ୟ ହୋଇଥାଏ। ତେଣୁ ଏହି ସମୟରେ ପ୍ରଚୁର ପାଣି ପିଇବା ଉଚିତ।
*ଗୋଲାପ ଫୁଲ ପାଖୁଡାକୁ ଛିଣ୍ଡାଇ ତାକୁ ପାଣିରେ ଭଲ ଭାବେ ଧୋଇ ଦିଅନ୍ତୁ। ଏହାକୁ କ୍ଷୀରରେ କିଛି ସମୟ ଭିଜାଇ ପେଷ୍ଟ କରିଦିଅନ୍ତୁ। ପେଷ୍ଟକୁ ୧୫ମିନିଟ ରଖିବା ପରେ ଓଠରେ ଲଗାନ୍ତୁ। ଏପରି କରିବା ଦ୍ବାରା ଓଠ ନରମ ହେବା ସହ ଗୋଲାପୀ ହୋଇଥାଏ। ଫାଟିବାର ସମସ୍ୟା ମଧ୍ୟ ରହି ନ ଥାଏ।
* ଆଲୋଭିରାର ଉପର ଚୋପାକୁ କାଟି ଦିଅନ୍ତୁ। ଏହାକୁ ଓଠରେ ହାଲୁକା ଭାବେ ୫ମିନିଟ୍‌ ଘଷନ୍ତୁ। ଏଭଳି କରିବା ଦ୍ବାରା ଓଠର ରୁକ୍ଷତା ଦୂର ହୋଇଯିବ। ସେହିପରି ରାତିରେ ଶୋଇବା ପୂର୍ବରୁ ଓଠରେ କାକୁଡି ରସ ଲଗାନ୍ତୁ। ଏପରି କରିବା ଦ୍ବାରା ଓଠ ନରମ ହେବା ସହ ପ୍ରାକୃତିକ ରଙ୍ଗ ଆସିଯିବ।
* ମହୁରେ ଅନେକ ପ୍ରକାର ପୋଷକ ତତ୍ତ୍ବ ରହିଛି। ଏହାକୁ ଓଠରେ ଲଗାଇବା ଦ୍ବାରା ନରମ ହୋଇଥାଏ ଏବଂ ଫାଟିବାର ସମସ୍ୟା ମଧ୍ୟ ନ ଥାଏ।
*ରାତିରେ ଶୋଇବା ବେଳେ ନାଭିରେ ସୋରିଷ ତେଲ ଲଗାନ୍ତୁ। ପ୍ରତିଦିନ ଏପରି କରିବା ଦ୍ବାର ଥଣ୍ଡା ନ ହେବା ସହ ଓଠ ମଧ୍ୟ ଫାଟି ନ ଥାଏ। ତେବେ ଓଠ ଫାଟିଥିଲେ ପାଚିଲା ଅମୃତଭଣ୍ଡା ରସକୁ ମଧ୍ୟ ଲଗାଇ ପାରିବେ। ଏହାଦ୍ବାରା ଓଠ କୋମଳ ଏବଂ ନରମ ହୋଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଅଂଶୁଘାତ ନେଲା ଚାଷୀଙ୍କ ଜୀବନ!

ବେଲଗୁଣ୍ଠା,୨୧ା୫(କୃଷ୍ଣ ଚନ୍ଦ୍ର ପଟ୍ଟନାୟକ): ଗଞ୍ଜାମ ଜିଲା ବେଲଗୁଣ୍ଠା ବ୍ଳକ୍‌ ଗାଙ୍ଗପୁର ଥାନା ଅନ୍ତର୍ଗତ ପାଇଲିପଡ଼ା ପଞ୍ଚାୟତର ଧାନପୁଞ୍ଜା ଗ୍ରାମରେ ଜଣେ ଭାଗ ଚାଷୀଙ୍କ ଅଂଶୁଘାତରେ ମୃତ୍ୟୁ ହୋଇଥିବା…

ବିଶ୍ୱବିଦ୍ୟାଳୟରେ ବିନା ଅନୁମୋଦନରେ ନିଯୁକ୍ତ କର୍ମଚାରୀ ଛଟେଇ ହେବେ

ଭୁବନେଶ୍ୱର,୨୧ା୫(ସୁଚିସ୍ମିତା ସାହୁ): ରାଜ୍ୟ ସରକାରୀ ବିଶ୍ୱବିଦ୍ୟାଳୟଗୁଡ଼ିକରେ ବେଆଇନ ଭାବେ ନିଯୁକ୍ତ କର୍ମଚାରୀଙ୍କୁ ଛଟେଇ କରାଯିବ। ସେମାନଙ୍କ ନିୟମିତକରଣ ଦାବିକୁ ବିଚାର କରାଯିବ ନାହିଁ। ଏପରି ନିଯୁକ୍ତି ଫଳରେ…

ନାବାଳିକାଙ୍କୁ ବଳାତ୍କାର

ହିଞ୍ଜିଳିକାଟୁ ୨୧।୫(ଦ୍ୱିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ଶାସନ ଆମ୍ୱଗାଁ ପଞ୍ଚାୟତ ଅଧୀନ ଏକ ଗାଁର ଜଣେ ନାବାଳିକାଙ୍କୁ ପ୍ରଲୋଭନ ଦେଖାଇ ବଳାତ୍କାର ଅଭିଯୋଗରେ ଜଣେ…

ପ୍ଲେଅଫ୍‌ ରେସରୁ ବାଦ୍‌ ପଡ଼ିଲା ଚେନ୍ନାଇ

ଅହମଦାବାଦ, ୨୧ା୫: ଅଧିନାୟକ ଶୁବମନ ଗିଲ୍‌ ଏବଂ ସାଇ ସୁଦର୍ଶନଙ୍କ ଶତକୀୟ ଭାଗୀଦାରି ବଳରେ ଗୁରୁବାର ଅନୁଷ୍ଠିତ ଆଇପିଏଲ୍‌ ମ୍ୟାଚ୍‌ରେ ଗୁଜରାଟ ଜାଏଣ୍ଟ୍ସ ୮୯ ରନରେ ଚେନ୍ନାଇ…

ଷ୍ଟାଡିୟମ ପାଇଁ ହେଲା ଜାଗା ଚିହ୍ନଟ

କର୍ଲାମୁଣ୍ଡା,୨୧ା୫(ପ୍ରଦୀପ କୁମାର ସାହୁ): ରାଜ୍ୟ ସରକାର ପ୍ରତ୍ୟେକ ବ୍ଲକ୍‌ରେ ଷ୍ଟାଡିୟମ ନିର୍ମାଣ ପାଇଁ ଅର୍ଥ ମଞ୍ଜୁର କରିଥିବା ବେଳେ କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ୍‌ରେ ଜାଗା ଚିହ୍ନଟରେ…

ପ୍ରବଳ ଗ୍ରୀଷ୍ମ ପ୍ରବାହ: ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର ୨ ଦିନ ବନ୍ଦ

କଟକ, ୨୧।୫ (କାର୍ତ୍ତିକ ସାହୁ): ସାରା ରାଜ୍ୟ ସମେତ କଟକ ଜିଲାରେ ମଧ୍ୟ ଗ୍ରୀଷ୍ମ ପ୍ରବାହ ଓ ପ୍ରବଳ ଖରା ପାଇଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଏହି…

ନ୍‌କଆଉଟ୍‌ କ୍ରିକେଟ ପ୍ରତିଯୋଗିତା: ଚଣାଲିମା ଚାମ୍ପିୟନ

ଲାଞ୍ଜିଗଡ଼,୨୧।୫(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ଲାଞ୍ଜିଗଡ଼ ନିୟମଗିରି ବେଦାନ୍ତନଗର ଖେଳପଡିଆରେ ଗୋଲଡେନ ସ୍ପୋଟର୍‌ସ କ୍ଳବ ଏବଂ ଲାଞ୍ଜିଗଡ଼ ବେଦାନ୍ତ ଲିମିଟେଡ଼ ମିଳିତ ଆନୁକୂଲ୍ୟରେ…

ଇରାନ ଦେଲା ବଡ଼ ଧମକ, ସାରା ବିଶ୍ୱରେ ଖେଳିଗଲାଣି ଆତଙ୍କ

ତେହରାନ,୨୧।୫: ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ, ସମୁଦ୍ର ତଳ ଇଣ୍ଟରନେଟ କେବୁଲ ସମ୍ପର୍କରେ ଇରାନ ଦ୍ୱାରା ଜାରି କରାଯାଇଥିବା ଧମକ ବିଶ୍ୱ ଚିନ୍ତାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri