ଶୀତଦିନେ କିପରି ନେବେ ଓଠର ଯତ୍ନ

ଶୀତଦିନେ ଓଠ ଫାଟିବା ସମସ୍ତଙ୍କ ପାଇଁ ଏକ ସମସ୍ୟା। ସେହି ସମୟରେ ତ୍ୱଚା ସହ ଓଠର ମଧ୍ୟ ବହୁ ଯତ୍ନ ନେବାକୁ ପଡ଼ିଥାଏ। କାରଣ ଓଠ ଫାଟିବା ଦ୍ବାରା ଖାଇବା ବେଳେ ମଧ୍ୟ କଷ୍ଟ ହୋଇଥାଏ। ଏହି ସମସ୍ୟାରୁ ମୁକ୍ତି ପାଇବା ପାଇଁ ଆମେ ବଜାରରେ ମିଳୁଥିବା ବିଭିନ୍ନ କିସମର କ୍ରିମ୍‌କୁ ବ୍ୟବହାର କରିଥାଉ। ହେଲେ ଏହା ଅସ୍ଥାୟୀ ଭାବେ କାମ କରିଥାଏ। ତେବେ ଘରୋଇ ଉପାୟରୁ ମଧ୍ୟ ଓଠ ଫାଟିବା ସମସ୍ୟାରୁ ସ୍ଥାୟୀ ଉପଶମ ମିଳିପାରିବ।
*ଓଠକୁ ନମନୀୟତା ବଜାୟ ରଖିବାକୁ ହେଲେ ପ୍ରଥମେ ନିଜ ଖାଦ୍ୟପାନୀୟ ଉପରେ ଧ୍ୟାନ ଦେବାକୁ ପଡ଼ିବ। ଯେଭଳି ଶରୀରରୁ ଭିଟାମିନ୍‌-ଏ ଓ ବି-କମ୍ପ୍ଲେକ୍ସ କମ୍‌ ନ ହୁଏ। ଏଥିପାଇଁ ପ୍ରତିଦିନ ନିଜ ଖାଇବାରେ ସବୁଜ ପରିବା, କ୍ଷୀର, ସତେଜ ଫଳ ଆଦି ସାମିଲ କରିବା ଉଚିତ।
* ଶୀତଦିନେ ପାଣି ଥଣ୍ଡା ଥିବାରୁ ଏହାକୁ ପିଇବାକୁ କେତେକେ ଆଦୌ ଭଲପାଆନ୍ତିନି। କମ୍‌ ପାଣି ପିଇବା ଦ୍ୱାରା ଏହା ସିଧାସଳଖ ଶରୀର ଉପରେ ପ୍ରଭାବ ପକାଇଥାଏ। ଏହାଦ୍ୱାରା ଚର୍ମ ଓ ତ୍ୱଚା ଆର୍ଦ୍ର ମଧ୍ୟ ହୋଇଥାଏ। ତେଣୁ ଏହି ସମୟରେ ପ୍ରଚୁର ପାଣି ପିଇବା ଉଚିତ।
*ଗୋଲାପ ଫୁଲ ପାଖୁଡାକୁ ଛିଣ୍ଡାଇ ତାକୁ ପାଣିରେ ଭଲ ଭାବେ ଧୋଇ ଦିଅନ୍ତୁ। ଏହାକୁ କ୍ଷୀରରେ କିଛି ସମୟ ଭିଜାଇ ପେଷ୍ଟ କରିଦିଅନ୍ତୁ। ପେଷ୍ଟକୁ ୧୫ମିନିଟ ରଖିବା ପରେ ଓଠରେ ଲଗାନ୍ତୁ। ଏପରି କରିବା ଦ୍ବାରା ଓଠ ନରମ ହେବା ସହ ଗୋଲାପୀ ହୋଇଥାଏ। ଫାଟିବାର ସମସ୍ୟା ମଧ୍ୟ ରହି ନ ଥାଏ।
* ଆଲୋଭିରାର ଉପର ଚୋପାକୁ କାଟି ଦିଅନ୍ତୁ। ଏହାକୁ ଓଠରେ ହାଲୁକା ଭାବେ ୫ମିନିଟ୍‌ ଘଷନ୍ତୁ। ଏଭଳି କରିବା ଦ୍ବାରା ଓଠର ରୁକ୍ଷତା ଦୂର ହୋଇଯିବ। ସେହିପରି ରାତିରେ ଶୋଇବା ପୂର୍ବରୁ ଓଠରେ କାକୁଡି ରସ ଲଗାନ୍ତୁ। ଏପରି କରିବା ଦ୍ବାରା ଓଠ ନରମ ହେବା ସହ ପ୍ରାକୃତିକ ରଙ୍ଗ ଆସିଯିବ।
* ମହୁରେ ଅନେକ ପ୍ରକାର ପୋଷକ ତତ୍ତ୍ବ ରହିଛି। ଏହାକୁ ଓଠରେ ଲଗାଇବା ଦ୍ବାରା ନରମ ହୋଇଥାଏ ଏବଂ ଫାଟିବାର ସମସ୍ୟା ମଧ୍ୟ ନ ଥାଏ।
*ରାତିରେ ଶୋଇବା ବେଳେ ନାଭିରେ ସୋରିଷ ତେଲ ଲଗାନ୍ତୁ। ପ୍ରତିଦିନ ଏପରି କରିବା ଦ୍ବାର ଥଣ୍ଡା ନ ହେବା ସହ ଓଠ ମଧ୍ୟ ଫାଟି ନ ଥାଏ। ତେବେ ଓଠ ଫାଟିଥିଲେ ପାଚିଲା ଅମୃତଭଣ୍ଡା ରସକୁ ମଧ୍ୟ ଲଗାଇ ପାରିବେ। ଏହାଦ୍ବାରା ଓଠ କୋମଳ ଏବଂ ନରମ ହୋଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଅଂଶୁଘାତ ସମୟରେ କେମିତି ନେବେ ପ୍ରାଣୀଙ୍କ ଯତ୍ନ

ଅଂଶୁଘାତ ପାଇଁ  ସତର୍କ ଓ ସାବଧାନ ରୁହନ୍ତୁ । ପ୍ରଚୁର ଥଣ୍ଡା ପାଣି ପିଇବାକୁ ଦିଅନ୍ତୁ। ଗୁହାଳକୁ ଥଣ୍ଡା ରଖିବା ସହ ସଙ୍କର ଜାତୀୟ ଗାଈ...

ଖରାଦିନେ ଗର୍ଭବତୀ ମହିଳା ଏମିତି ନିଅନ୍ତୁ ଯତ୍ନ

ଖରାଦିନେ ଗର୍ଭବତୀ ମହିଳାଙ୍କୁ ଅଧିକ ସତର୍କ ରହିବାକୁ ହେବ। ଏହି ଦିନେ ଗ୍ରୀଷ୍ମତାପରୁ ରକ୍ଷାପାଇବା ପାଇଁ ଜାଣିରଖନ୍ତୁ କିଛି ଉପାୟ। ଖରାଦିନେ ପ୍ରଚୁର ପାଣି ତ...

ସିଙ୍ଗଲ୍‌ ଚାଇଲ୍ଡ ଥିଲେ.. ଏମିତି ନିଅନ୍ତୁ ଯତ୍ନ

ଆଜିକାଲି ଅନେକଙ୍କର ପସନ୍ଦ ସିଙ୍ଗଲ ଚାଇଲ୍ଡ। କ୍ୟାରିୟର ପାଇଁ ହେଉ ବା ଆର୍ଥିକ ଚାପ ଅବା ଲାଳନପାଳନର ଅସୁବିଧା ଯୋଗୁ ସେମାନେ ଏମିତି ପସନ୍ଦ ବାଛି...

ଅବସାଦ ଦୂର ପାଇଁ ଆପଣାନ୍ତୁ ଏହି ଟିପ୍ସ

ଶରୀରକୁ ସୁସ୍ଥ ଓ ମଜଭୁତ ରଖିବାରେ ଉତ୍ତମ ଖାଦ୍ୟର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଆମେ କେତେ ରୋଗମୁକ୍ତ ଓ ସୁସ୍ଥ ଜୀବନ ବିତାଉଛେ, ତାହା ଅନେକାଂଶରେ ନିର୍ଭର...

ପାଣି ପିଅନ୍ତୁ କି ନ ପିଅନ୍ତୁ ଘରେ ରଖନ୍ତୁ ସୁରେଇ, ଆଣିବ ସୌଭାଗ୍ୟ…

ଖରାଦିନେ ମାଠିଆ ହେଉ ଅଥବା ସୁରେଇର ପାଣି ପିଇବାକୁ ଯେମିତି ଥଣ୍ଡା ଲାଗେ ସେମିତି ସ୍ବାସ୍ଥ୍ୟପ୍ରଦ ବି ହୋଇଥାଏ। ସେଥିପାଇଁ ପୂର୍ବେ ଘରେ ଘରେ ମାଠିଆ,...

ବାସ୍ତୁ ଅନୁଯାୟୀ ଘରର ମୁଖ୍ୟ ପ୍ରବେଶ ଦ୍ୱାର କିପରି ହେବା ଦରକାର…ଜାଣନ୍ତୁ

ଘରର ଭିତର ପାର୍ଶ୍ୱ କେତେ ସୁନ୍ଦର ଓ ସୁବ୍ୟବସ୍ଥିତ; ତାହାର ଅନୁମାନ ଘରର ମୁଖ୍ୟ ପ୍ରବେଶ ଦ୍ୱାରକୁ ଦେଖିଲେ ହିଁ ଜଣାପଡିଯାଏ। ତେଣୁ ଘରର ମୁଖ୍ୟ...

ଶରୀର ପାଇଁ ଉପକାରୀ ଜିରା: ଏମିତି କରନ୍ତୁ ସେବନ

ଆମେ ସାଧାରଣତଃ ଅଧିକାଂଶ ଖାଦ୍ୟ ପ୍ରସ୍ତୁତ କରିବା ବେଳେ ଜିରା ବ୍ୟବହାର କରିଥାଉ। ଏହାର ସୁଗନ୍ଧ କେବଳ ଭଲ ନୁହେଁ ବରଂ ଏଥିରେ ଭରି ରହିଥିବା...

କେମିତି ହେବେ ଆଦର୍ଶ ଅଭିଭାବକ: ଜାଣନ୍ତୁ ଟିପ୍ସ

ପିଲାଙ୍କ ପ୍ରଥମ ଗୁରୁ ହେଉଛନ୍ତି ଅଭିଭାବକ। ସେମାନଙ୍କ ଉତ୍ତମ ଭବିଷ୍ୟତ ଗଢ଼ିବାରେ ଅଭିଭାବକଙ୍କର ହିଁ ଥାଏ ଗୁରୁତ୍ୱପୂର୍ଣ୍ଣ ଭୂମିକା। କାରଣ ପିଲାମାନେ ସର୍ବଦା ଅନୁକରଣ ପ୍ରିୟ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri