ଶିଶୁ ମୃତ୍ୟୁହାର କମିବ କେମିତି

ଡା. ଜ୍ୟୋତିରଞ୍ଜନ ଚମ୍ପତିରାୟ

ମିଳିତ ଜାତିସଂଘ କିମ୍ବା ଅନ୍ୟ କୌଣସି ଆନ୍ତର୍ଜାତିକ ସଂଗଠନ ପକ୍ଷରୁ ଯେତେବେଳେ ବି ବିଶ୍ୱରେ ଶିକ୍ଷା ଓ ସ୍ବାସ୍ଥ୍ୟର ସ୍ଥିତି ସମ୍ବନ୍ଧିତ ରିପୋର୍ଟ ପ୍ରକାଶ ପାଏ, ସେଥିରେ ଭାରତ ସମ୍ପର୍କରେ ବିଶେଷ କିଛି ଉତ୍ସାହପ୍ରଦ ସୂଚନା ନ ଥାଏ। ଏହି କ୍ରମରେ ନିକଟରେ ଜାତିସଂଘ ସଂସ୍ଥା ୟୁନିସେଫ ପକ୍ଷରୁ ପ୍ରକାଶିତ ବିଶ୍ୱରେ ଶିଶୁଙ୍କ ସ୍ଥିତି ରିପୋର୍ଟରେ ମଧ୍ୟ ଏହାର ପୁନରାବୃତ୍ତି ହୋଇଛି। ଶିଶୁ ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଭାରତର ନିରାଶାଜନକ ସ୍ଥିତିର ଚିତ୍ର ଏଥିରେ ପ୍ରତିଫଳିତ ହୋଇଛି। ରିପୋର୍ଟ ଅନୁଯାୟୀ ଗତ ୨୦୧୯ରେ ସାରା ବିଶ୍ୱରେ ଠିକଣା ପ୍ରତିଷେଧକମୂଳକ ବ୍ୟବସ୍ଥା ଏବଂ ଚିକିତ୍ସା ଦ୍ୱାରା ଆରୋଗ୍ୟ ହୋଇପାରୁଥିବା ରୋଗରେ ଆକ୍ରାନ୍ତ ହୋଇ ପ୍ରାୟ ୫.୨ ନିୟୁତ ପାଞ୍ଚବର୍ଷରୁ କମ୍‌ ବୟସର ଶିଶୁ ଅକାଳରେ ପ୍ରାଣ ହରାଇଥିଲେ। ଏହି ଅଭାଗା ଶିଶୁଙ୍କ ମଧ୍ୟରେ ଭାରତୀୟ ଶିଶୁଙ୍କ ସଂଖ୍ୟା ଥିଲା ୧.୨ ନିୟୁତ। ମୃତ ଭାରତୀୟ ଶିଶୁଙ୍କ ମଧ୍ୟରେ ୩୯ପ୍ରତିଶତ ନିର୍ଦ୍ଧାରିତ ସମୟ ପୂର୍ବରୁ ଜନ୍ମ ଏବଂ ଜନ୍ମର ଚାରି ସପ୍ତାହ ମଧ୍ୟରେ ସ୍ବାସ୍ଥ୍ୟଗତ ସମସ୍ୟା ଯୋଗୁ ପ୍ରାଣ ହରାଇଥିବା ବେଳେ ୧୪.୯ ପ୍ରତିଶତ ଶିଶୁଙ୍କ ନିମୋନିଆରେ ମୃତ୍ୟୁ ହୋଇଥିଲା। ଡାଇରିଆ ୯.୮ ପ୍ରତିଶତ ଶିଶୁଙ୍କ ପାଇଁ ଘାତକ ହୋଇଥିଲା। ପୁଷ୍ଟିହୀନତା ଏବଂ ଅନ୍ୟ ରୋଗରେ ଅବଶିଷ୍ଟ ଶିଶୁଙ୍କ ମୃତ୍ୟୁ ହୋଇଥିଲା। ଯେଉଁ ସବୁ କାରଣରୁ ପ୍ରାୟ ୧୨ ଲକ୍ଷ ଶିଶୁଙ୍କ ମୃତ୍ୟୁ ହେଲା, ତାହା ଆଦୌ ଅସାଧ୍ୟ ନୁହେଁ। ଠିକଣା ପ୍ରତିଷେଧକମୂଳକ ପଦକ୍ଷେପ ଏବଂ ସମୟୋଚିତ ଚିକିତ୍ସା ଦ୍ୱାରା ମୃତ୍ୟୁକୁ ଏଡ଼ାଯାଇ ପାରିଥାନ୍ତା। ଏହା ଉଚ୍ଚ ଅର୍ଥନୈତିକ ଅଭିବୃଦ୍ଧି ପଛରେ ଗୋଡ଼ାଉଥିବା ଭାରତରେ ଶିଶୁ ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଭାରତର ନିରାଶାଜନକ ସ୍ଥିତିର ବୟାନ କରୁଛି।
ମା’ର ଗର୍ଭାଶୟର ଏକ ତରଳ ଆବର୍ତ୍ତ ଓ ନିରାପଦ ଉତ୍ତାପ ମଧ୍ୟରେ ଶିଶୁଟି ରହିଥାଏ, ଜନ୍ମ ପରେ ବାହାର ଥଣ୍ଡା ତାକୁ ସ୍ବାଭାବିକ ଭାବେ ଅସ୍ବସ୍ତିକର ହୋଇଥାଏ। ଶିଶୁଟିକୁ ଉଷୁମ ରଖିବା ପାଇଁ ଆବଶ୍ୟକ ମାତ୍ରାରେ ଇଲେକ୍ଟ୍ରିକ୍‌ ବଲ୍‌ବ ବା ରୁମ୍‌ ହିଟର ବ୍ୟବହାର କରିପାରନ୍ତି, ମାତ୍ର କାଠ ବା କୋଇଲା ନିଆଁ ଦ୍ୱାରା ନୁହେଁ, କାରଣ ଏହାର ଧୂଆଁ ଶ୍ୱାସରୁଦ୍ଧ କରିପକାଏ। ଉଷୁମ ପାଇଁ ପିଲା ପାଖରେ ଗରମ ପାଣି ବୋତଲ ରଖନ୍ତୁ ନାହିଁ। ଶିଶୁଥିବା ଘରଟିକୁ ଉପଯୁକ୍ତ ପରିମାଣରେ ବାହାର ପବନ ଓ ସୂର୍ଯ୍ୟାଲୋକ ଆସିବାକୁ ଦିଅନ୍ତୁ। ମନେରଖନ୍ତୁ ମା’ର ପ୍ରଥମ ଦୁଇଦିନର କ୍ଷୀରରେ ପ୍ରଚୁର ପରିମାଣରେ ବିଭିନ୍ନ ପ୍ରତିରୋଧକ ଶକ୍ତିର ଜୀବନୀ ରହିଥାଏ। ଏହାକୁ କଷକ୍ଷୀର କହି ନଷ୍ଟ ନ କରି ପିଲାଙ୍କୁ ଖାଇବାକୁ ଦିଅନ୍ତୁ। ପିଲାର ନାହିକୁ ରବର ବା ସୂତାରେ ନ ବାନ୍ଧି, ନୂଆବ୍ଲେଡ଼ ଓ ଡେଟଲ ଦ୍ୱାରା ସଫା ରଖନ୍ତୁ। ବେଟାଡାଇନ ବା ରେକ୍ଟିଫାଏଡ଼ ସ୍ପିରିଟ ଲଗାଇପାରନ୍ତି । ପିଲା ଶାରୀରିକ ତତ୍ତ୍ୱ ଅନୁସାରେ ଦିନକୁ ୨୦/୨୨ ଘଣ୍ଟା ଶୋଇବ, ଏଥିରେ ବ୍ୟସ୍ତ ହେବାର ନାହିଁ। ପ୍ରତି ପିଲା ପ୍ରଥମ ୨/୪ମାସ ଦିନରେ ଶୁଅନ୍ତି ଓ ରାତିରେ କାନ୍ଦନ୍ତି କାରଣ ସେମାନେ ମା’ ଗର୍ଭରେ ଥିବାବେଳେ ଦିନରେ ମା’ ବୁଲାବୁଲି କରିବା ଦ୍ୱାରା ସେମାନେ ହଲିଥାଆନ୍ତି, ଯାହାକି ସେମାନଙ୍କୁ ଶୋଇବାରେ ଆରାମ ଲାଗିଥାଏ। ହେଲେ ରାତିରେ ମା’ ଶୋଇଗଲା ପରେ ସେମାନେ ସେ ଅବସ୍ଥା ପାଉ ନ ଥିବାରୁ ସ୍ବାଭାବିକ ଭାବେ ଶୁଅନ୍ତି । ପ୍ରଥମେ କ୍ଷୀର ଖାଇବା ପରେ ପିଲାମାନେ ଦିନକୁ ୫/୬ଥର ପରିସ୍ରା ଓ ୮/୧୦ଥର ହଳଦିଆ ରଙ୍ଗର ଝାଡ଼ା କରନ୍ତି। ଏଥିରେ ବ୍ୟସ୍ତ ହେବାର ନାହିଁ। ପିଲାମାନେ ମା’କ୍ଷୀର ଖାଇବା ସମୟରେ କ୍ଷୀର ସହ କିଛି ବାୟୁ ଖାଇଥାଆନ୍ତି; ଯାହାଫଳରେ ପେଟ ଫୁଲିଥାଏ। ଏହା ଛାଏଁ ଭଲ ହୋଇଯାଏ। ଏହାକୁ ଲୋକମାନେ ଭୁଲ୍‌ରେ ପେଟପମ୍ଫା ବୋଲି କହିଥାନ୍ତି। ଜନ୍ମ ହେବା ପରେ ପରେ ପିଲାଙ୍କ ଦେହରେ ଜଣ୍ଡିସ ହୋଇଥାଏ। ଏହା ୧୦/୧୫ ଦିନ ରହିଥାଏ। ଏହା ସ୍ବାଭାବିକ ଭାବେ ଭଲ ହୋଇଯାଏ। ତେବେ ବେଶି ହଳଦିଆ ରଙ୍ଗ ଦେଖାଦେଲେ ଚିକିତ୍ସକଙ୍କ ପରାମର୍ଶ ନିଅନ୍ତୁ। ପିଲାଙ୍କ ମୁଣ୍ଡରେ କଳା ଆଦୌ ଲଗାନ୍ତୁ ନାହିଁ, ଏହା ଚର୍ମ ସଂକ୍ରମଣ କରିପାରେ । ପିଲାଙ୍କ ମୁଣ୍ଡର କେଶକୁ ଉଷୁମ ତେଲ ପାଣିରେ ସଫା କରନ୍ତୁ। କିଛିକ୍ଷେତ୍ରରେ ଶିଶୁର ସମ୍ମୁଖ ଭାଗରେ ଦାନ୍ତ ବାହାରି ଆସେ। ଏହା ପ୍ରାକୃତିକ ବ୍ୟବସ୍ଥା, ଏହାକୁ ଦାନ୍ତୁରା ଭାବିବା ଭୁଲ୍‌ ଧାରଣା। ଶିଶୁଟି ଝିଅ ହୋଇଥିଲେ ଜନ୍ମ ହେବା ୩/୪ ଦିନ ପରେ ଜନନେନ୍ଦ୍ରିୟରୁ ସାମାନ୍ୟ ରକ୍ତ ବାହାରେ, ଏହା ଚିନ୍ତାଜନକ ନୁହେଁ। ମନେରଖନ୍ତୁ ଜନ୍ମ ହେବା ପରେ ପରେ ନବଜାତକର ପାରିପାର୍ଶ୍ୱିକ ସ୍ବାସ୍ଥ୍ୟଗତ ପରିବେଶ ସହ ସ୍ବାଭାବିକ ହେବାକୁ ସମୟ ଲାଗିଥାଏ। ତେବେ ସଦାସର୍ବଦା ଉଷୁମ ଓ ବିଷୋଧିତ ବ୍ୟବସ୍ଥା ଦ୍ୱାରା ଏହାକୁ ସଂକ୍ରମଣଠାରୁ ଦୂରେଇ ରଖନ୍ତୁ।
ଚିନ୍ତାର ବିଷୟ ହେଲା, ଭାରତ ତୁଳନାରେ ଅପେକ୍ଷାକୃତ ଅର୍ଥନୈତିକ ଦୃଷ୍ଟିରୁ ପଛୁଆ ନେପାଳ ଓ ବାଂଲାଦେଶରେ ଶିଶୁ ସ୍ବାସ୍ଥ୍ୟସେବାର ସ୍ଥିତି ଉନ୍ନତତର। ଭାରତରେ ଜନ୍ମ ହେଉଥିବା ପ୍ରତି ୧୦୦୦ ଶିଶୁରେ ୪୮ ଜଣ ଶିଶୁ ପଞ୍ଚମ ଜନ୍ମଦିନ ପାଳନ ପୂର୍ବରୁ ମୃତ୍ୟୁମୁଖରେ ପଡ଼ୁଥିବା ବେଳେ ନେପାଳ ଓ ବାଂଲାଦେଶର ପାଞ୍ଚ ବର୍ଷରୁ କମ୍‌ ବୟସରେ ଶିଶୁ ମୃତ୍ୟୁହାର ଯଥାକ୍ରମେ ୧୦୦୦:୩୬ ଏବଂ ୧୦୦୦:୩୮। ଅର୍ଥନୈତିକ ଅଭିବୃଦ୍ଧିରେ ଚାଇନାକୁ ପଛରେ ପକାଇ ଦେଇଥିବାରୁ ଭାରତ ଗର୍ବିତ। ଅଥଚ ଚାଇନାରେ ଶିଶୁ ମୃତ୍ୟୁ ହାର ୧୦୦୦:୧୧ ହୋଇଥିବା ବେଳେ ଭାରତରେ ଶିଶୁ ମୃତ୍ୟୁ ହାର ଏହାର ଚାରିଗୁଣ (୧୦୦୦:୪୮)। ୧୯୯୦ରେ ଭାରତରେ ଜନ୍ମ ହେଉଥିବା ୧୦୦୦ ଶିଶୁରେ ୧୨୬ ଶିଶୁ ପାଞ୍ଚବର୍ଷ ବୟସର ହେବା ପୂର୍ବରୁ ମୃତ୍ୟୁ ହେଉଥିଲା। ଗତ ୨୫ ବର୍ଷ ମଧ୍ୟରେ ସ୍ଥିତିରେ ନିଶ୍ଚିତ ଭାବେ ଉନ୍ନତି ଘଟିଛି। କିନ୍ତୁ ତାହା ଯଥେଷ୍ଟ ନୁହେଁ। ଶିଶୁ ମୃତ୍ୟୁହାର ବର୍ତ୍ତମାନ ଠାରୁ ଦୁଇଗୁଣ ହାରରେ ହ୍ରାସ ପାଇବା ଦରକାର। ଶିଶୁ ମୃତ୍ୟୁ ହାରରେ ଭାରତର ସ୍ଥିତି ନାଇଜେରିଆ, କଙ୍ଗୋ ଆଦି ଆଫ୍ରିକୀୟ ଦେଶମାନଙ୍କ ସହ ସମାନ। ଉଲ୍ଲେଖନୀୟ ବିଷୟ ହେଲା ସାରା ବିଶ୍ୱରେ ପାଞ୍ଚବର୍ଷ ବୟସ ପୂର୍ବରୁ ଯେତିକି ଶିଶୁଙ୍କ ମୃତ୍ୟୁ ହୁଏ, ତା’ର ଅଧାରୁ ଅଧିକ ଭାରତ, କଙ୍ଗୋ, ନାଇଜେରିଆ ଆଦି ୫ଟି ଦେଶରେ ହୋଇଥାଏ। ଦେଶର ଶିଶୁ ମୃତ୍ୟୁ ହାର କମାଇବା ପାଇଁ ଶିଶୁ ସ୍ବାସ୍ଥ୍ୟସେବା ବ୍ୟବସ୍ଥାରେ ଉନ୍ନତି ଅଣାଯିବା ସହ ଶିଶୁ ସ୍ବାସ୍ଥ୍ୟ ସଂକ୍ରାନ୍ତ ସଚେତନତାର ପ୍ରସାର ଏକାନ୍ତ ଆବଶ୍ୟକ। ୟୁନିସେଫ ରିପୋର୍ଟରେ ସତର୍କ କରି ଦିଆଯାଇଛି ଯେ, ଶିଶୁ ସ୍ବାସ୍ଥ୍ୟସେବା କ୍ଷେତ୍ରରେ ସକାରାତ୍ମକ ପରିବର୍ତ୍ତନ ନ ଆସିଲେ ୨୦୩୦ ବେଳକୁ ସମଗ୍ର ବିଶ୍ୱରେ ଯେତିକି ସଂଖ୍ୟକ ପାଞ୍ଚବର୍ଷରୁ କମ୍‌ ଶିଶୁ ମୃତ୍ୟୁ ମୁଖରେ ପଡ଼ିବେ, ସେଥିରେ ଭାରତର ଭାଗ ଥିବ ୧୭ପ୍ରତିଶତ। ଆଶା, ଭାରତୀୟ ନେତୃବୃନ୍ଦ ୟୁନିସେଫ ରିପୋର୍ଟକୁ ଗୁରୁତ୍ୱର ସହ ନେଇ ସ୍ବାସ୍ଥ୍ୟସେବା, ବିଶେଷ କରି ଶିଶୁ ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଉଲ୍ଲେଖନୀୟ ଉନ୍ନତି ଆଣିବା ସକାଶେ ନିଷ୍ଠାପର ପ୍ରୟାସ କରିବେ।
ସହଯୋଗୀ ପ୍ରଫେସର, ଶିଶୁରୋଗ ବିଭାଗ, ଶିଶୁଭବନ, କଟକ, ମୋ: ୯୪୩୭୧୨୪୦୭୪


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ମହାରାଷ୍ଟ୍ରର ୨୦୪ଟି ମରୁଡ଼ିପ୍ରବଣ ଗାଁରେ ଜଳ ସଙ୍କଟ ଦୂର କରିବାକୁ ପ୍ରୟାସ ଜାରି ରଖିଛନ୍ତି ପୂର୍ବତନ ଭାରତୀୟ ରାଜସ୍ବ ଅଧିକାରୀ (ଆଇଆର୍‌ଏସ୍‌) ଉଜ୍ଜ୍ୱଳ କୁମାର ଚଭନ।...

ମୋବାଇଲ ସ୍କ୍ରିନ୍‌ ଆସକ୍ତି

କାଳେ ନିଦରୁ ଉଠିବାରୁ ଆରମ୍ଭ କରି ରାତିରେ ଶୋଇବା ପର୍ଯ୍ୟନ୍ତ, ଆଖି ସବୁଠାରୁ ଅଧିକ ଯେଉଁ ବସ୍ତୁଟିକୁ ଦେଖୁଛି, ତାହା ହେଉଛି ଆମ ମୋବାଇଲ୍‌ ସ୍କ୍ରିନ୍‌।...

ଗଣତନ୍ତ୍ର କାହିଁକି ଦୋଷୀ ହେବ

ସନ ପଦ୍ଧତି ମଧ୍ୟରୁ ଗଣତନ୍ତ୍ର ହିଁ ସର୍ବୋତ୍କୃଷ୍ଟ। ଗଣତନ୍ତ୍ର ଶାସନର ଅର୍ଥ ଗଣଙ୍କର ଶାସନ, ନିଜକୁ ଶାସନ କରିବା। ହେଲେ ଏଥିରେ ଜନତାର ଶାସନ ପ୍ରତ୍ୟକ୍ଷ...

ବାଂଲାଦେଶ ପରେ ବର୍ମା

ପ୍ରାୟ ଦେଢ଼ ବର୍ଷ ପରେ ପୁଣି ବାଂଲାଦେଶ ଅଶାନ୍ତ ହୋଇପଡ଼ିଛି। ଏବର ଅସ୍ବାଭାବିକ ସ୍ଥିତି ସେଠାକାର ଉଗ୍ର ଯୁବ ନେତା ଶରିଫ୍‌ ଓସ୍‌ମାନ ହାଦିଙ୍କୁ ଅଚିହ୍ନା...

ଏଇ ଭାରତରେ

ସୁନ୍ଦରବନର ହେନ୍ତାଳବନରେ ମହୁ ସଂଗ୍ରହ କରିବାକୁ ଯାଇ ଅନେକ ପୁରୁଷ ବାଘ ଆକ୍ରମଣ ଯୋଗୁ ମୃତ୍ୟୁମୁଖରେ ପଡ଼ନ୍ତି। ଏହିସବୁ ମୃତ ପୁରୁଷଙ୍କ ବିଧବା ସ୍ତ୍ରୀଙ୍କୁ କୁହାଯାଉଛି...

ଶିଷ୍ଟାଚାରର ଅଧଃପତନ

ର୍ଘବର୍ଷର ପରାଧୀନତା ଆମ ସମାଜ ତଥା ସାମାଜିକ ଆଚାର ବ୍ୟବହାର ଉପରେ ଏତେ ପ୍ରଭାବ ପକାଇଛି ଯେ, ତାହା ସ୍ୱାଧୀନତାର ଅର୍ଦ୍ଧଶତାବ୍ଦୀ ପରେ ମଧ୍ୟ ସୁଧୁରିବାର...

ନୂଆ ନଁାରେ ପୁରୁଣା କୋଠା

କଭବନ ସ୍ୱଚ୍ଛତା, ସୁଗମତା ଏବଂ ପ୍ରଶାସନ ଓ ଲୋକଙ୍କ ମଧ୍ୟରେ ଏକ ଗଭୀର ସମ୍ପର୍କର ପ୍ରତୀକ। ଏହି ପଦକ୍ଷେପ ନାଗରିକମାନଙ୍କୁ ସଶକ୍ତ, ଶାସନ ବ୍ୟବସ୍ଥାକୁ ସୁଦୃଢ଼...

କେବଳ ବାହାନା

ଡିସେମ୍ୱର ୧୭ରେ ୱାୟାନାଡ ସାଂସଦ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ବିକଶିିତ ଭାରତ ଗ୍ୟାରେଣ୍ଟି ଫର୍‌ ରୋଜଗାର ଆଣ୍ଡ୍‌ ଆଜୀବିକା ମିଶନ ବିଲ୍‌, ୨୦୨୫ ଉପରେ ପରାମର୍ଶ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri