ଶିଶୁଙ୍କ ନାମକରଣ କରୁଥିଲେ ଧ୍ୟାନଦିଅନ୍ତୁ ଏହି କଥା ପ୍ରତି

ପ୍ରତ୍ୟେକ ବ୍ୟକ୍ତିଙ୍କ କିଛି ନା କିଛି ନାମ ରହିଛି। ଏହି ନାମ ତାଙ୍କୁ ଅନ୍ୟ ନିକଟରେ ପରିଚିତ କରାଇଥାଏ। ଯେତେବେଳେ ଘରକୁ ଶିଶୁଟିଏ ଆସିଥାଏ ତାହାର ନାମକରଣରେ ପରିବାରର ସମସ୍ତ ସଦସ୍ୟ ଲାଗିପଡ଼ିଥାନ୍ତି। ବେଳେବେଳେ ନାମ ଚୟନରେ ବହୁ ଅସୁବିଧା ମଧ୍ୟ ହୋଇଥାଏ। ତେବେ ପିଲାର ନାମ ଚୟନ ବେଳେ କେଉଁ ସବୁ କଥାପ୍ରତି ଧ୍ୟାନ ଦେବା ଉଚିତ ଜାଣିବା ସେ ବିଷୟରେ।


ପରମ୍ପରା ଉପରେ ଗୁରୁତ୍ୱ: ମା’ବାପା ସବୁବେଳେ ନିଜ ପିଲାର ଭିନ୍ନ ପ୍ରକାରର ନାମ ରଖିବାକୁ ଚାହିଁଥାନ୍ତି। ମାତ୍ର ଘରର ବୟୋଜ୍ୟେଷ୍ଠମାନେ ତାହାକୁ ସ୍ବୀକୃତି ଦେଇ ନ ଥାନ୍ତି। ଏମିତି ପରିସ୍ଥିତିରେ ନିଜ ଧର୍ମ, ସଂସ୍କୃତି, ପରମ୍ପରାକୁ ଧ୍ୟାନରେ ରଖି କୌଣସି ନାମ ରଖିପାରିବେ।


ନାମର ଅର୍ଥ ଥିବା ଉଚିତ: ପିଲାର ଏମିତି ନାମକରଣ କରନ୍ତୁ, ଯାହାର ଉଚିତ ଅର୍ଥ ରହିଥିବା ଆବଶ୍ୟକ। କୌଣସି ଅର୍ଥ ନ ଥିବା ନାମ ଦ୍ୱାରା ପିଲା ବଡ଼ ହେବା ପରେ ଏହାର ଖରାପ ପ୍ରଭାବ ତା’ ଉପରେ ପଡ଼ିଥାଏ। ତେଣୁ ଯେକୌଣସି ବି ନାମ ରଖନ୍ତୁ ତାହାର ଉଚିତ ଅର୍ଥ ଜାଣିଥିବା ଦରକାର।


ସାଥୀଙ୍କ ସହମତିରେ ନାମ ରଖନ୍ତୁ: ଶିଶୁର ନାମକରଣ ପୂର୍ବରୁ ସାଥୀଙ୍କ ସହ ଏ ନେଇ କଥା ହୁଅନ୍ତୁ। ପ୍ରଥମେ କେତେଗୁଡିଏ ନାମର ଏକ ତାଲିକା ପ୍ରସ୍ତୁତ କରନ୍ତୁ। ସେଥିମଧ୍ୟରେ ପିଲାର ବ୍ୟକ୍ତିତ୍ୱ ପାଇଁ କେଉଁ ନାମ ଠିକ୍‌ ରହିବ ତାହା ଚିନ୍ତା କରନ୍ତୁ।


ଅନ୍‌ଲାଇନରୁ ନାମ ଚୟନ: ବର୍ତ୍ତମାନ ସମୟରେ ବହୁତଗୁଡ଼ିଏ ଓ୍ବେବ୍‌ସାଇଟ୍‌ ଆସିଲାଣି। ସେଥିରୁ ଆପଣ ମନପସନ୍ଦର ନାମ ଚୟନ କରିପାରିବେ। ଓ୍ବେବ୍‌ସାଇଟ୍‌ରୁ ଆପଣଙ୍କୁ ଧର୍ମ ଓ ସଂସ୍କୃତି ସହ ଜଡିତ ଅନେକ ନାମ ମିଳିପାରିବ। ଏଥିରୁ ନାମର ଅର୍ଥ, ମହତ୍ତ୍ୱ ବିଷୟରେ ଆପଣ ଜାଣିପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ବିଳମ୍ବିତ ରାତିରେ କୋରାପୁଟରେ ଭୂକମ୍ପ ଝଟ୍‌କା: ଭୟଭୀତ ଅବସ୍ଥାରେ ଘରୁ ବାହାରି ଆସିଲେ ଲୋକେ

କୋରାପୁଟ/ପଟ୍ଟାଙ୍ଗି, ୪।୪(ଅମିତାଭ ବେହେରା/ ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ସଦର ମହକୁମା ସମେତ ଆଖପାଖ ଅଞ୍ଚଳରେ ଶନିବାର ମୃଦୁ ଭୂକମ୍ପ ଅନୁଭୂତ ହୋଇଛି।…

ଗୁଜରାଟକୁ ହରାଇ ରାଜସ୍ଥାନର ଦ୍ୱିତୀୟ ବିଜୟ

ଅହମଦାବାଦ,୪ା୪: ଯଶସ୍ୱି ଜୟସ୍ୱାଲ ଓ ଧ୍ରୁବ ଜୁରେଲଙ୍କ ଅର୍ଦ୍ଧଶତକ ପରେ ରବି ବିଷ୍ଣୋଇଙ୍କ ୪ ଉଇକେଟ ସଫଳତା ଯୋଗୁ ରାଜସ୍ଥାନ ରୟାଲ୍ସ ୬ ରନରେ ଗୁଜରାଟ ଟାଇଟନ୍ସକୁ…

ମୁମ୍ୱାଇକୁ ହରାଇଲା ଦିଲ୍ଲୀ

ନୂଆଦିଲ୍ଲୀ,୪ା୪: ସମୀର ରିଜ୍‌ଭୀଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଦିଲ୍ଲୀ କ୍ୟାପିଟାଲ୍ସ (ଡିସି) ଶନିବାର ଅପରାହ୍ନରେ ଖେଳାଯାଇଥିବା ଆଇପିଏଲ୍‌ ମ୍ୟାଚ୍‌ରେ ମୁମ୍ୱାଇ ଇଣ୍ଡିଆନ୍ସ (ଏମ୍‌ଆଇ)କୁ ୬ ଉଇକେଟରେ ପରାସ୍ତ…

ୟୁକ୍ରେନ୍‌ ଉପରେ ରୁଷିଆର ଡ୍ରୋନ୍‌ ଆକ୍ରମଣ, ପୁଣି ବଢ଼ାଇଲା ଚିନ୍ତା…

କିଭ୍‌,୪ା୪: ୟୁକ୍ରେନ୍‌ର ନିକୋପୋଲ୍‌ ସହର ଅନ୍ତର୍ଗତ ଏକ ବଜାର ଉପରେ ଶନିବାର ରୁଷିଆ ଡ୍ରୋନ୍‌ ମାଡ଼ କରିବାରୁ ଅନୂ୍ୟନ ୫ ଜଣଙ୍କ ମୃତ୍ୟୁ ଘଟିବା ସହ ୧୯ଜଣ…

ଉତ୍ସବରେ ଯୋଗଦେଇ ଘରକୁ ଫେରୁଥିଲେ ପରିବାର ଲୋକେ: ରାସ୍ତାପାର୍ଶ୍ୱ କୂଅରେ ଖସିପଡ଼ିଲା କାର୍‌, ଆଉ ତା’ପରେ…

ନାଶିକ୍‌,୪ା୪: ମହାରାଷ୍ଟ୍ରର ନାଶିକ ଜିଲାରେ ଖୋଲା କୂଅକୁ ଏକ କାର୍‌ ଖସିପଡ଼ିବାରୁ ଗୋଟିଏ ପରିବାରର ୯ ସଦସ୍ୟଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ୬ଜଣ ପିଲା ଥିବା…

ଶ୍ରେୟଶଙ୍କୁ ୨୪ ଲକ୍ଷ ଟଙ୍କା ଜରିମାନା

ଚେନ୍ନାଇ, ୪ା୪: ସ୍ଥାନୀୟ ଏମ୍‌.ଏ. ଚିଦାମ୍ୱରମ ଷ୍ଟାଡିୟମରେ ଚେନ୍ନାଇ ସୁପର କିଙ୍ଗ୍ସ ବିପକ୍ଷ ଆଇପିଏଲ୍‌ ମ୍ୟାଚରେ ଏକ ସ୍ଲୋ-ଓଭର ରେଟ୍‌ ପାଇଁ ପଞ୍ଜାବ କିଙ୍ଗ୍ସ ଅଧିନାୟକ ଶ୍ରେୟସ…

ସିଏସ୍‌କେ ପରାଜୟର କାରଣ କହିଲେ ଗାଭାସ୍କର

ଚେନ୍ନାଇ,୪ା୪: ଭାରତର କିମ୍ୱଦନ୍ତୀ କ୍ରିକେଟର ସୁନୀଲ ଗାଭାସ୍କରଙ୍କ ମତରେ ୫ ଥରର ଚାମ୍ପିୟନ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ପାଇଁ ସେମାନଙ୍କର ବୋଲିଂ ସବୁଠୁ ବଡ଼ ସମସ୍ୟା।…

ମହଙ୍ଗା ପଡ଼ିଲା କର୍ତ୍ତବ୍ୟରେ ଅବହେଳା: ବିଏଲ୍‌ଓ ନିଲମ୍ବିତ

ଗଜପତ/ମୋହନା,୪।୪(ଗିରିଧାରୀ ପରିଛା/ମନ୍ମଥ ମିଶ୍ର): ଗଜପତି ଜିଲା ୧୩୭-ପାରଳାଖେମୁଣ୍ଡି ବିଧାନସଭାର କାଶୀନଗର ବ୍ଲକ ଅନ୍ତର୍ଗତ ଭୋଟଗ୍ରହଣ କେନ୍ଦ୍ରର ବୁଥସ୍ତରୀୟ ଅଧିକାରୀ ଦାୟିତ୍ୱରେ ଥିବା ସହକାରୀ ଶିକ୍ଷକଙ୍କୁ ଜିଲା ନିର୍ବାଚନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri