ଶିଳ୍ପ ଜଗତର ଆଶା;୨୦୨୦ରେ ଅର୍ଥ ବ୍ୟବସ୍ଥାରେ ଆସିପାରେ ସୁଧାର

ନୂଆଦିଲ୍ଲୀ,୩୦-୧୨: ୨୦୨୦ରେ ଦେଶର ଅର୍ଥ ବ୍ୟବସ୍ଥାରେ ସୁଧାର ଆସିପାରେ। ସରକାର ଏବଂ ରିଜର୍ଭ ବ୍ୟାଙ୍କ ଗ୍ରହଣ କରିଥିବା ପଦକ୍ଷେପ ସହ ବିଶ୍ୱ ସ୍ତରର ବାଣିଜ୍ୟ ସମସ୍ୟା ସମାଧାନ ହେବାର ଆଶା ରହିଥିବାରୁ ଦେଶର ଅର୍ଥ ବ୍ୟବସ୍ଥାରେ ଉନ୍ନତି ଆସିବାର ସମ୍ଭାବନା ରହିଛି ବୋଲି ଶିଳ୍ପ ସଂଘ କନଫେଡେରେଶନ ଅଫ୍‌ ଇଣ୍ଡିଆନ ଇଣ୍ଡଷ୍ଟ୍ରିଜ(ସିଆଇଆଇ) ପକ୍ଷରୁ ଶନିବାର କୁହାଯାଇଛି। କେନ୍ଦ୍ର ସରକାରଙ୍କ ପକ୍ଷରୁ ଗ୍ରହଣ କରାଯାଇଥିବା ବିଭିନ୍ନ ବିତ୍ତୀୟ ନୀତି ଅର୍ଥ ବ୍ୟବସ୍ଥା ଉପରେ ଭଲ ପ୍ରଭାବ ପକାଇବ ବୋଲି ଏହା ପ୍ରକାଶ କରିଛି। ଚଳିତ ବର୍ଷ ଶେଷ ହେବା ସହ ଏକ ନୂଆ ବର୍ଷର ଆରମ୍ଭ ହେଉଛି। ବଜାରରେ ରହିଥିବା ମାନ୍ଦାବସ୍ଥାର ପ୍ରଭାବ କମ୍‌ ହେବାରେ ଲାଗିଛି। ଭାରତ ନିରନ୍ତର ଭାବେ ଏହି ଅବସ୍ଥାରୁ ବାହାରିବାକୁ ଲାଗି ପ୍ରୟାସ ଜାରି ରଖିବା ସହ ଉନ୍ନତ ସ୍ଥିତି ଆଡକୁ ଗତି କରୁଥିବା ଶିଳ୍ପ ସଂଘ ମତ ରହିଛି। ମାନୁଫାକଚରିଂ ଏବଂ ସର୍ଭିସ କ୍ଷେତ୍ର ଧୀରେ ଧୀରେ ମାନ୍ଦାବସ୍ଥା କବଳରୁ ମୁକ୍ତ ହେଉଛି ବୋଲି ସିଆଇଆଇ ସଭାପତି ବିକ୍ରମ କିର୍ଲୋସ୍କାର ମତ ଦେଇଛନ୍ତି। ତୃତୀୟ ତ୍ରୈମାସରେ ଜିଡିପି ଅଭିବୃଦ୍ଧି କମିଲେ ମଧ୍ୟ ତା ପରବର୍ତ୍ତୀ ସମୟରେ ଏଥିରେ ସୁଧାର ଆସିବାର ସମ୍ଭାବନା ଦେଖାଯାଉଥିବା ସେ ମତ ଦେଇଛନ୍ତି।
ସାମଗ୍ରୀ ଓ ସେବା ଟିକସ(ଜିଏସ୍‌ଟି) ଏବଂ ଇନସଲଭେନ୍ସି ଆଇନ ଦ୍ୱାରା ଅର୍ଥ ବ୍ୟବସ୍ଥାରେ ଉନ୍ନତି ଆସିବ ବୋଲି ଶିଳ୍ପ ଜଗତ ଆଶାବାଦୀ ରହିଛି। ୨୦୧୯ ବର୍ଷକୁ ବିତ୍ତ କ୍ଷେତ୍ରର ସିଷ୍ଟମ ସ୍ବଚ୍ଛତା ଭବେ ବିଚାର କରାଯାଇ ପାରିବ ବୋଲି ଶିଳ୍ପସଂଘ କହିଛି। ସ୍ବଳ୍ପ ଏବଂ ମଧ୍ୟମ ସମୟ ଲାଗି ଅର୍ଥ ବ୍ୟବସ୍ଥା ଉପରେ ଏହା ପ୍ରଭାବ ପକାଇଲେ ମଧ୍ୟ ଏହାର ସୁଫଳ ବଜାରକୁ ମିଳିବା ନେଇ ସଂଘ ଆଶାବାଦୀ ରହିଛି। ଜିଏସ୍‌ଟି ହାର ହ୍ରାସ ଏବଂ ଏହାର ସରଳୀକରଣ ପ୍ରସଙ୍ଗକୁ ସରକାର ଗୁରୁତ୍ୱ ଦିଅନ୍ତୁ ବୋଲି ସଂଘ ଏହାର ଦାବିରେ କହିଛି। ସେହିଭଳି ଏଥିରେ ଅନୁପାଳନ ବ୍ୟବସ୍ଥାକୁ କଡାକଡି କରିବା ଉପରେ ବିଚାର କରିବାକୁ ପ୍ରସ୍ତାବ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଯୁଦ୍ଧ ଭିତରେ ଭାରତ ଠାରୁ ମିସାଇଲ କିଣିଲା ଆମେରିକା, ବିଶ୍ୱରେ ଚହଳ…

ନୂଆଦିଲ୍ଲୀ,୫।୪: ୨୦୨୫-୨୬ ଆର୍ଥିକ ବର୍ଷରେ ଭାରତର ପ୍ରତିରକ୍ଷା ରପ୍ତାନି ସର୍ୱକାଳୀନ ସର୍ୱାଧିକ ସ୍ତରରେ ପହଞ୍ଚିଛି। ଏହା ବିଶ୍ୱ ଅସ୍ତ୍ରଶସ୍ତ୍ର ବଜାରରେ ଭାରତର ବର୍ଦ୍ଧିତ ଉପସ୍ଥିତିକୁ ସ୍ପଷ୍ଟ କରେ।…

ପ୍ରକୃତ ଉଦ୍ୟୋଗୀ କେବଳ ନିଜ ପାଇଁ ସମ୍ପତ୍ତି ସୃଷ୍ଟି କରନ୍ତି ନାହିଁ

ଭାଲଚନ୍ଦ୍ର ମହାନ୍ତି ଜଣେ ପ୍ରଥମ ପିଢିର ଓଡ଼ିଆ ଉଦ୍ୟୋଗୀ ଏବଂ ଓରିକ୍ଲିନ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ର ପରିଚାଳନା ନିର୍ଦ୍ଦେଶକ। ୧୯୯୦ ମସିହାରେ କମ୍ପାନୀ ପ୍ରତିଷ୍ଠା ହେବା ପରଠାରୁ ସେ…

ଧନୀ ହେବାକୁ ଛାହୁଁଥିଲେ, ଛାଡ଼ନ୍ତୁ ଏହି ୫ ଅଭ୍ୟାସ: ନଚେତ୍‌ ପଡ଼ିବ ଅଭାବ

ମଧ୍ୟବିତ୍ତ ବର୍ଗର ଲୋକମାନେ ପ୍ରାୟତଃ ଭାବନ୍ତି, ବେଳେବେଳେ ହଠାତ୍‌ ସେମାନଙ୍କର ଆର୍ଥିକ ସଙ୍କଟ ଆସିଯାଉଛି; କିନ୍ତୁ ଏହା ବାସ୍ତବରେ ନୁହେଁ। ଏହା ଏକ ପରିସ୍ଥିତି ଯାହା ଧୀରେ…

ଏକାଗ୍ରତା ଆଣେ ସଫଳତା: ସୁରେଶଙ୍କ ସହ ସ୍ବତନ୍ତ୍ର ସାକ୍ଷାତ୍‌କାର

ହାଇଟେକ୍‌ ଗ୍ରୁପ୍‌ ଅଫ୍‌ ଇନ୍‌ଷ୍ଟିଚ୍ୟୁଶନର ମ୍ୟାନେଜିଂ ଟ୍ରଷ୍ଟି ତଥା ସିଇଓ ସୁରେଶ କୁମାର ପାଣିଗ୍ରାହୀ ଜଣେ ଉଦ୍ୟୋଗୀ ଏବଂ ଶିକ୍ଷାବିତ୍‌ ଭାବରେ ଅନୁଷ୍ଠାନ ଆରମ୍ଭରୁ ଏହାର ଭିତ୍ତିଭୂମିକୁ…

ସରକାରଙ୍କ ବଡ଼ ଘୋଷଣା! ବଦଳିବ ସୁନା କିଣିବା ନିୟମ, ଜାଣନ୍ତୁ ଗ୍ରାହକଙ୍କ ଉପରେ କ’ଣ ପ୍ରଭାବ ପଡ଼ିବ…

ନୂଆଦିଲ୍ଲୀ,୪।୪: ସରକାର ସୁନା କ୍ରୟ ସମ୍ବନ୍ଧୀୟ ନିୟମଗୁଡ଼ିକୁ ଆହୁରି କଠୋର କରିବାକୁ ଯାଉଛନ୍ତି। ଏହି ପଦକ୍ଷେପର ଅଂଶ ସ୍ବରୂପ, ହଲମାର୍କିଂର ଅପବ୍ୟବହାର ବିଷୟରେ ବଢ଼ୁଥିବା ଚିନ୍ତାକୁ ଦୂର…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

ନମ୍ବର ସେଭ୍‌ ନ କରି କରିପାରିବେ WhatsAppରେ ଚାଟ୍‌, ଅନେକେ ଜାଣନ୍ତି ନାହିଁ ଏହି ସିକ୍ରେଟ୍‌…

ନୂଆଦିଲ୍ଲୀ,୩।୪: ସାଧାରଣତଃ ହାଟ୍ସଆପରେ କାହା ସହିତ କଥା ହେବାକୁ ହେଲେ ଆମକୁ ପ୍ରଥମେ ସେହି ବ୍ୟକ୍ତିଙ୍କ ନମ୍ବର ନିଜ ଫୋନରେ ସେଭ କରିବାକୁ ପଡ଼ିଥାଏ। କିନ୍ତୁ ଅନେକ…

ପ୍ରପର୍ଟି କାଗଜପତ୍ର ନାହିଁ, ତଥାପି ମିଳିପାରିବ ହୋମ୍‌ ଲୋନ୍‌? ଜାଣନ୍ତୁ କ’ଣ କହୁଛି ବ୍ୟାଙ୍କ ନିୟମ

ନୂଆଦିଲ୍ଲୀ,୩।୪: ନିଜର ଏକ ସୁନ୍ଦର ଘରଟିଏ କରିବା ସମସ୍ତଙ୍କର ସ୍ବପ୍ନ ଥାଏ। ଏହି ସ୍ବପ୍ନକୁ ସାକାର କରିବାରେ ‘ହୋମ ଲୋନ୍‌’ ବା ଗୃହ ଋଣ ଏକ ମୁଖ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri