ଶିଳ୍ପ ଅନୁଷ୍ଠାନକୁ କାର୍ଯ୍ୟକ୍ଷମ କରିବାକୁ ଝାରସୁଗୁଡ଼ା ଜିଲା ପ୍ରଶାସନର ନୂତନ ଗାଇଡ୍‌ଲାଇନ

ଝାରସୁଗୁଡ଼ା ଅଫିସ,୨୪ା୪- ଝାରସୁଗୁଡ଼ା ଜିଲାରେ ଥିବା ସମସ୍ତ ବୃହତ୍‌, ମଧ୍ୟମ ଓ କ୍ଷୁଦ୍ରଶିଳ୍ପ ଅନୁଷ୍ଠାନ ତଥା ଖଣିଜ ଉପତ୍ାଦନ ପ୍ରତିଷ୍ଠାନ ନିମନ୍ତେ ଗୁରୁବାର ଜିଲା ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣର ମୁଖ୍ୟ ତଥା ଜିଲାପାଳ ସରୋଜ କୁମାର ସାମଲ ଗାଇଡ୍‌ଲାଇନ ଜାରି କରିଛନ୍ତି। ଏକ ଭିଡିଓ ମାଧ୍ୟମରେ ସେ ଗଣମାଧ୍ୟମକୁ ଏ ସମ୍ପର୍କରେ ସୂଚନା ଦେଇଛନ୍ତି। ଜିଲାପାଳ ସାମଲଙ୍କ ସୂଚନା ମୁତାବକ ଲକ୍‌ଡାଉନ ସମୟରେ ଖଣି ପ୍ରତିଷ୍ଠାନ ବନ୍ଦ କରାଯାଇ ନ ଥିଲା। ଏବେ ଜିଲାରେ ଥିବା ସମସ୍ତ ବୃହତ୍‌, ମଧ୍ୟମ ଓ କ୍ଷୁଦ୍ର ଶିଳ୍ପ ଅନୁଷ୍ଠାନକୁ କାର୍ଯ୍ୟ ଆରମ୍ଭ କରିବାକୁ ଅନୁମତି ଦିଆଯାଇଛି। ସମସ୍ତ କର୍ମଚାରୀ ଓ ଅଧିକାରୀ ମାସ୍କ ପିନ୍ଧିବାକୁ ବାଧ୍ୟ। ଶିଳ୍ପାନୁଷ୍ଠାନରେ କାର୍ଯ୍ୟ କରୁଥିବା ସମସ୍ତ କର୍ମଚାରୀ ଓ ଅଧିକାରୀଙ୍କ ମଧ୍ୟରୁ ୭୫ପ୍ରତିଶତଙ୍କୁ ଶିଳ୍ପ ପ୍ରତିଷ୍ଠାନ ମଧ୍ୟରେ ରଖିବାର ବ୍ୟବସ୍ଥା ହେବ ା ଅବଶିଷ୍ଟଙ୍କୁ ଯିବା ଆସିବା ପାଇଁ ସ୍ବତନ୍ତ୍ର ଗାଡି ବ୍ୟବସ୍ଥା କରାଯିବ। ଶିଳ୍ପ ପ୍ରତିଷ୍ଠାନ ମଧ୍ୟରେ ରହୁଥିବା କର୍ମଚାରୀ ଓ ଗାଡିରେ ଯାଉଥିବା କର୍ମଚାରୀଙ୍କ ମଧ୍ୟରେ ସାମାଜିକ ଦୂରତାକୁ ଗୁରୁତ୍ୱ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହା ସହିତ ଶିଳ୍ପ ପ୍ରତିଷ୍ଠାନ ଭିତରେ କାର୍ଯ୍ୟ ହେଉଥିବା ସ୍ଥାନରେ ବିଭିନ୍ନ ସମୟରେ ସାନିଟାଇଜ କରିବାକୁ କର୍ତ୍ତୃପକ୍ଷ ଧ୍ୟାନ ଦେବେ। ୬୦ ବର୍ଷରୁ ଊର୍ଦ୍ଧ୍ୱ ଶ୍ରମିକଙ୍କୁ କାର୍ଯ୍ୟରେ ନିୟୋଜିତ କରିବାକୁ ବାରଣ କରାଯାଇଛି। କୌଣସି କର୍ମଚାରୀଙ୍କ ସ୍ବାସ୍ଥ୍ୟ ସମସ୍ୟା ଦେଖାଦେଲେ ତୁରନ୍ତ ଜିଲା ପ୍ରଶାସନ କିମ୍ବା ଜିଲା ସ୍ବାସ୍ଥ୍ୟ ବିଭାଗକୁ ଯୋଗଯୋଗ କରିବାକୁ କୁହାଯାଇଛି। ଜିଲା ପ୍ରଶାସନ ପକ୍ଷରୁ ନିଆଯାଉଥିବା ପଦକ୍ଷେପକୁ ମାନି ସହଯୋଗ କରିବାକୁ ଜିଲାପାଳ ସାମଲ ଅନୁରୋଧ କରିଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ପଟେ ପ୍ରଶାସନିକ ଦାୟିତ୍ୱ: ଅନ୍ୟପଟେ ପରିବେଶ ପ୍ରତି ଅନୁରାଗ, ’ପ୍ରକୃତି ମିତ୍ର’ ସମ୍ମାନରେ ସମ୍ମାନିତ ହେଲେ ଦୁର୍ଗପତିସାରଦା ପ୍ରସାଦ ଦାସ

ଗଞ୍ଜାମ,୫।୬(ଅନାଥ ତରାଇ/ବିଦ୍ୟାଧର ସାହୁ ): ବିଶ୍ୱ ପରିବେଶ ଦିବସ ଅବସରରେ ଗଞ୍ଜାମ ଅଷ୍ଟମ ବାଟାଲିୟନର ଦୁର୍ଗପତି ସାରଦା ପ୍ରସାଦ ଦାସଙ୍କୁ ଜିଲାସ୍ତରୀୟ ସମ୍ମାନଜନକ ପ୍ରକୃତି ମିତ୍ର ପୁରସ୍କାର…

ଅଚାନକ ଡାକ୍ତରଖାନାରେ ପହଞ୍ଚିଲେ ସିଡିଏମ୍‌ଓ

ବଡ଼ଗାଁ,୫ା୬(ଅଶୋକ ଷଡଙ୍ଗୀ):ସୁନ୍ଦରଗଡ଼ ଜିଲା ବଡ଼ଗାଁ ସ୍ଥିତ ସରକାରୀ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର(ସିଏଚସି )ରେ ଲାଗି ରହିଥିବା ବିଭିନ୍ନ ସମସ୍ୟାକୁ ନେଇ ବୁଧବାର ଗ୍ରାମବାସୀମାନେ ସିଏଚସି ଅଧିକାରୀଙ୍କୁ ସାକ୍ଷାତ…

ହଟିବ ବେଆଇନ ନିର୍ମାଣ

କେନ୍ଦୁଝର,୫ା୬ (ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସଦର ତହସିଲ ମୋଚିଗାଁ ମୌଜା ପୂର୍ତ୍ତ ବିଭାଗ ରାସ୍ତା ପାର୍ଶ୍ୱ ନୟନଯୋରୀ ଜବରଦଖଲ ହୋଇ ବେଆଇନ ଭାବେ ଦୋକାନ ଘର…

ମନୋଜ ପାଇଲେ ପ୍ରକୃତି ବନ୍ଧୁ ପୁରସ୍କାର

ବଡ଼ଗାଁ,୫ା୬(ଅଶୋକ ଷଡଙ୍ଗୀ): ପରିବେଶ ସୁରକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଜଙ୍ଗଳ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ପକ୍ଷରୁ ରୁନଗାଁର ମନୋଜ କୁମାର ଦାନୀଙ୍କୁ ଶୁକ୍ରବାର…

ଫିଲ୍ଡରେ କାର୍ଯ୍ୟ କରୁଥିବାବେଳେ ହଠାତ୍‌ ଟଳିପଡ଼ିଲେ ବିଦ୍ୟୁତ୍‌ କର୍ମଚାରୀ, ସ୍ତ୍ରୀଙ୍କୁ ଚାକିରି ସହ କ୍ଷତିପୂରଣ ଦାବିରେ…

ଭଞ୍ଜନଗର,୫ା୬(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଟାଟା ପାଓ୍ବାର ଅଧୀନରେ କାର୍ଯ୍ୟରତ କର୍ମଚାରୀ ଦୁର୍ଗାମାଧବ ଜେନା (୪୫) ଶୁକ୍ରବାର ଫିଲ୍ଡରେ କାମ କରୁଥିବା ବେଳେ ହଠାତ୍‌ ଟଳିପଡ଼ିଥିଲେ।…

ପାନୀୟ ଜଳ ବିଦ୍ୟୁତ ସମସ୍ୟା ନେଇ ଟାଟା ପାଓ୍ବାର ଅଫିସ ଘେରାଉ

ବଲାଙ୍ଗୀର,୫ା୬(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ଦେଓଗାଁ ବ୍ଲକ ଅନ୍ତର୍ଗତ ବିଭିନ୍ନ ଗ୍ରାମପଞ୍ଚାୟତର ବହୁ ଗ୍ରାମବାସୀ ଶୁକ୍ରବାର ବଲାଙ୍ଗୀର ଆସି ଆରଡବ୍ଲ୍ୟୁଏସ୍‌ଏସ୍‌ ଅଧୀକ୍ଷଣ ଯନ୍ତ୍ରୀ ଅଫିସ ଏବଂ…

୯ ଦିନ ପରେ ମିଳିଲା ଗୌରାଙ୍ଗଙ୍କ ଗଳିତ ମୃତଦେହ, ପାଖରେ ପଡ଼ିଥିବା ଏସବୁ ଜିନିଷ ଦେଖି…

ଆଳି,୫ା୬(ବନମାଳୀ ସେନାପତି): ବହୁ ଚର୍ଚ୍ଚିତ ଆଳି ମହାଦେଇପାଟଣା ଗ୍ରାମର ନିଖୋଜ ଗୌରାଙ୍ଗ ସେଠୀଙ୍କ ଗଳିତ ମୃତଦେହ ୯ ଦିନ ପରେ ଉଦ୍ଧାର ହୋଇଛି। ଆଳି ଥାନା ଅନ୍ତର୍ଗତ…

ରାଜନୀତିରେ ବଡ଼ ହଲଚଲ: NAC ଅଧ୍ୟକ୍ଷଙ୍କ ସହ ୧୧ କାଉନସିଲର ଛାଡ଼ିଲେ ବିଜେଡି

ବାଲିଗୁଡ଼ା,୫ା୬: କନ୍ଧମାଳ ଜିଲା ବାଲିଗୁଡ଼ା ରାଜନୀତିରେ ଏକ ବଡ଼ ହଲଚଲ ହୋଇଛି। ଏକାଧିକ ନେତା ବିଜେଡି ଛାଡ଼ିଛନ୍ତି। ବାଲିଗୁଡ଼ା NAC ଅଧ୍ୟକ୍ଷଙ୍କ ସମେତ ୧୧ କାଉନସିଲର ଏକାବେଳକେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri