ଶିମିଳିପାଳରୁ ୩ ଶିକାରୀ ଗିରଫଦେଶୀ ବନ୍ଧୁକ ଜବତ

ଉଦଳା,୧୧ା୬(ଡି.ଏନ.ଏ)- ମୟୂରଭଞ୍ଜ ଜିଲା ଶିମିଳିପାଳ କୋର ଏରିଆରେ ରବିବାର ବିଳମ୍ବିତ ରାତିରେ ବନବିଭାଗ ଏବଂ ଏସଟିଆର ଟିମ୍‌ ମିଳିତ ଚଢାଉ କରି ୩ ଶିକାରୀଙ୍କୁ ଗିରଫ କରିଛନ୍ତି। ସେମାନଙ୍କଠାରୁ ୩ଟି ଦେଶୀ ବନ୍ଧୁକ ଜବତ ହୋଇଛି। ଗିରଫ ଶିକାରୀମାନେ ହେଲେ ଫୁଲବାଡିଆ ଓ ଗୁଡିଆଦର ଗ୍ରାମର ଚାରୁଚନ୍ଦ୍ର ସିଂ, ନବ କଟୁଆଳ ଏବଂ ସୁଦାମ ସିଂ ା ଗିରଫ ଅଭିଯୁକ୍ତଙ୍କୁ ଉଦଳା ଏସଡିଜେଏମ୍‌ କୋର୍ଟ ଚାଲାଣ କରାଯାଇଛି।
ବନବିଭାଗ ଏବଂ ଏସଟିଆର ଟିମ ମିଳିତ ଭାବେ ରବିବାର ବିଳମ୍ବିତ ରାତିରେ ଶିମିଳିପାଳ କୋର ଏରିଆ ଜେନାବିଲ୍‌ ହାତୀଶୋଳ ବିଟ୍‌ ଚାରିଛକ ଜଙ୍ଗଲ ନିକଟରେ ଚଢାଉ କରିଥିଲେ। ଏହି ସମୟରେ ଶିକାର ନିମନ୍ତେ ଜଙ୍ଗଲ ଭିତରକୁ ଯାଉଥିବା ୩ ଶିକାରୀ ବନ ବିଭାଗ କର୍ମଚାରୀଙ୍କ ହାବୁଡରେ ପଡିଥିଲେ। ବନବିଭାଗ କର୍ମଚାରୀମାନେ ସେମାନଙ୍କୁ କାବୁ କରିବା ସହ ୩ ଟି ଦେଶୀ ବନ୍ଧୁକ ଜବତ କରିଥିଲେ। ଗତ ମଇ ୧୮ ତାରିଖରେ ଶିମିଳିପାଳ କୋର ଏରିଆ ଉପର ବାରହାକାମୁଡା ଅଞ୍ଚଳରୁ ୨ ଶିକାରୀଙ୍କୁ ବନ୍ଧୁକ ସହିତ ଏସଟିଆର ଟିମ୍‌ ଗିରଫ କରିଥିବା ବେଳେ ସେମାନଙ୍କ ନିକଟରୁ ବନ୍ୟଜନ୍ତୁ ମାଂସ ମଧ୍ୟ ଜବତ ହୋଇଥିଲା ା ଶିମିଳିପାଳରେ ଶିକାରୀ ସକ୍ରିୟ ରହିଥିବା ବେଳେ ଜଙ୍ଗଲ ମଧ୍ୟରେ କାଠ ଏବଂ ବନ୍ୟଜନ୍ତୁ ଶିକାର ଚାଲିଥିବା ଓ ବନବିଭାଗ ଠିକ୍‌ ଭାବରେ ପାଟ୍ରୋଲିଂ କରୁ ନ ଥିବା ଅଭିଯୋଗ ହୋଇଛି ା ଏଥିନେଇ ପରିବେଶବିତଙ୍କ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି ା ଏ ସମ୍ପର୍କରେ ପରିବେଶବିତ୍‌ ପଦୁ ଦାସଙ୍କୁ ପଚାରିବାରୁ ଘର ଢିଙ୍କି କୁମ୍ଭୀର ସାଜିଲା ପରି ବନବିଭାଗ ଜାଣତରେ ଶିମିଳିପାଳରେ ଶିକାର ଚାଲିଛି। ତେଣୁ ଏହା ଉପରେ ରୋକ ଲଗାଇବ କିଏ ବୋଲି ସେ ଓଲଟା ପ୍ରଶ୍ନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାଲେଶ୍ବରରେ ପୁଣି ଅଗ୍ନିକାଣ୍ଡ; ବିଦ୍ୟୁତ ତାରରୁ ସର୍ଟ ସର୍କିଟ ହୋଇ ଜଳିଗଲା…

ବାଲେଶ୍ୱର,୧।୧୦(ମୃତ୍ୟୁଞ୍ଜୟ ପଟ୍ଟନାୟକ): ବାଲେଶ୍ୱର ସହରରେ ପୁଣି ଅଗ୍ନିକାଣ୍ଡ ଘଟିଛି । ଗୁରୁବାର ପୂର୍ବାହ୍ନରେ ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ପ୍ରଚଣ୍ଡ ଶବ୍ଦରେ ବିସ୍ଫୋରଣ ଘଟି ନିଆଁ ଲାଗିଯାଇଥିଲା ।…

ବନ୍ୟା ପାଇଁ ଡଙ୍ଗାରେ ଗଲେ ବର: ବନ୍ୟାଜଳରେ ବୁଡ଼ିରହିଛି ବିଭିନ୍ନ ପଞ୍ଚାୟତ

ଭୋଗରାଇ,୨୯ା୯(ପ୍ରଦୀପ ଦାସ):ସୁବର୍ଣ୍ଣରେଖା ନଦୀରେ ଆସିଛି ଚତୁର୍ଥ ବନ୍ୟା। ବାଲେଶ୍ୱର ଜିଲା ଭୋଗରାଇ ବ୍ଲକର ବିଭିନ୍ନ ପଞ୍ଚାୟତ ବନ୍ୟାଜଳରେ ବୁଡ଼ିରହିଛି। ଘରୁ ଗୋଡ଼ କାଢ଼ିଲେ ଅକାତକାତ ପାଣି। ଯାତାୟାତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?