Posted inଜାତୀୟ

ଶିବସେନା-ଏନ୍‌ସିପି ମଧ୍ୟରେ ମେସେଜ୍‌ ପଲିଟିକ୍ସ

ମୁମ୍ବାଇ,୩।୧୧: ମହାରାଷ୍ଟ୍ର ରାଜନୀତି ଏବେ ରୋଚକ ହେବାରେ ଲାଗିଛି। ସରକାର ଗଠନକୁ ନେଇ ଭାଜପା-ଶିବସେନା ମଧ୍ୟରେ ଗଣିତ ଛିଡି ପାରୁ ନ ଥିବା ବେଳେ ଏବେ ଶିବସେନା-ଏନ୍‌ସିପି ମଧ୍ୟରେ ମେସେଜ୍‌ ପଲିଟିକ୍ସ ଆରମ୍ଭ ହୋଇଯାଇଛି। ଏନ୍‌ସିପି ନେତା ଅଜିତ ପାଓ୍ବାର କହିଛନ୍ତି ତାଙ୍କ ନିକଟକୁ ଶିବସେନା ନେତା ସଞ୍ଜୟ ରାଉତ ଏକ ମେସେଜ୍‌ ପଠାଇଛନ୍ତି। ଗଣମାଧ୍ୟମକୁ ସେ ସେହି ମେସେଜଟି ଦେଖାଇଥିବା ବେଳେ ଉକ୍ତ ମେସେଜରେ ‘ଜୟ ମହାରାଷ୍ଟ୍ର’ ବୋଲି ଲେଖାଯାଇଥିବା ସେ ଦର୍ଶାଇଛନ୍ତି। ତେବେ ସେ ଏକ ମିଟିଂରେ ଥିବାରୁ ଏହାର ଉତ୍ତର ଦେଇ ପାରି ନ ଥିବା କହିଛନ୍ତି। ଆଉ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପରେ ଏହା ତାଙ୍କ ପାଖକୁ ସଞ୍ଜୟଙ୍କ ପ୍ରଥମ ମେସେଜ୍‌ ବୋଲି ସେ କହିଛନ୍ତି। ପାଓ୍ବାର କହିଛନ୍ତି ଯଦି ସଞ୍ଜୟ କହୁଛନ୍ତି ତାଙ୍କ ପାଖରେ ୧୭୦ ବିଧାୟକଙ୍କ ସମର୍ଥନ ଅଛି ତେବେ ସେ ଏହାର ତଥ୍ୟ ଦେବା ଦରକାର। ଆମ ପାଖରେ ୧୧୦ ଅଛି ବୋଲି ପାଓ୍ବାର କହିଛନ୍ତି। ଏପଟେ ଏନ୍‌ସିପି-କଂଗ୍ରେସ ସହ ମେଣ୍ଟ କରି ନିର୍ବାଚନ ଲଢିଥିଲା। ତେଣୁ ଏବେ ନିଷ୍ପତ୍ତି କେବଳ ଏନ୍‌ସିପି ନେଇ ପାରିବ ନାହିଁ। ଯାହାବି ହେବ ଏନ୍‌ସିପି-କଂଗ୍ରେସ ମିଳିତ ଭାବେ ନିଷ୍ପତ୍ତି ନେବେ ବୋଲି ସେ କହିଛନ୍ତି। ଅନ୍ୟପଟେ ଶିବସେନା-ଭାଜପା ସହ ମେଣ୍ଟ କରି ନିର୍ବାଚନ ଲଢିଥିଲା। ତେଣୁ ଏବେ ଏହି ମେଣ୍ଟ ସରକାର ଗଢିବା କଥା। ତେବେ ଶିବସେନା ସହ ମେଣ୍ଟକୁ ନେଇ ପାଓ୍ବାର କହିଛନ୍ତି ସୋମବାର ମହାରାଷ୍ଟ୍ର ବିଧାନସଭା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଦିନ। କାରଣ ସୋମବାର ଏନ୍‌ସିପି ମୁଖ୍ୟ ଶରଦ ପାଓ୍ବାର ଦିଲ୍ଲୀ ଯାଇ କଂଗ୍ରେସର ଅସ୍ଥାୟୀ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ଭେଟିବା ପରେ ଯାହା ନିଷ୍ପତ୍ତି ନିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଧାନ କାଟିବାକୁ ଯାଇଥିବା ନାବାଳିକାଙ୍କୁ ବଳାତ୍କାର, ଜଣେ ନାବାଳକଙ୍କୁ ଅଟକ ରଖି…

ବଞ୍ଚୋ,୯ା୯(ପ୍ରଦୋଷ ବିଶ୍ୱାଳ): ଆନନ୍ଦପୁର ଥାନା ଅଞ୍ଚଳର ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ବଳାତ୍କାର କରାଯାଇଥିବା ଅଭିଯୋଗରେ ଜଣେ ୧୭ ବର୍ଷ ୧୦ ମାସ ବୟସର ନାବାଳକଙ୍କୁ ପୋଲିସ…

ଘର ଆଗରୁ ବାଇକ୍‌ ଚୋରି କରି ନେଇଗଲେ ଦୁର୍ବୃତ୍ତ

ଦିଗପହଣ୍ଡି,୯ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ରାଜନଗର ମେନ୍‌ରୋଡ୍‌ରେ ଥିବା ଏ. ମୁନା ଦୋରାଙ୍କ ଘର ସମ୍ମୁଖରୁ କେହି ଦୁର୍ବୃତ୍ତ ତାଙ୍କ ବାଇକ୍‌କୁ ଚୋରି କରି…

ପାଖେଇ ଆସିଲାଣି ଗଣେଶ ପୂଜା, ମୂର୍ତ୍ତି ନିର୍ମାଣରେ ବ୍ୟସ୍ତ କାରିଗର

ରିଷିଡ଼ା,୯ା୯(ସୁଶାନ୍ତ ମଲ୍ଲିକ): ଗଣେଶ ପୂଜା ଉପଲକ୍ଷେ କଳାହାଣ୍ଡି ଜିଲା ଉତ୍ସବ ମୁଖର ହୋଇଉଠିଛି। ବିଶେଷକରି କର୍ଲାମୁଣ୍ତା ବ୍ଲକ ରିଷିଡ଼ା ଅଞ୍ଚଳର ମୂର୍ତ୍ତି କାରିଗରମାନେ ମାଟି ମୂର୍ତ୍ତି ନିର୍ମାଣରେ…

ଗଣେଶ ପୂଜାରେ ୫ ରାଶିଙ୍କ ଫିଟିବ ଭାଗ୍ୟ; ଅଚାନକ ମିଳିବ ଧନ, କଟିଯିବ ସବୁ ବିପଦ…

ଗଣେଶ ଚତୁର୍ଥୀ ଅବସରରେ ଶୁଭ ସଂଯୋଗ ସୃଷ୍ଟି ହେଉଛି। ଏହି ଦିନ ମାତା ପାର୍ୱତୀଙ୍କ ପୂଜା ପାଇଁ ହରତାଳିକା ତୀଜ ବ୍ରତ ରହିଛି। ଶିବଙ୍କ ପୂଜା ପାଇଁ…

ମଧ୍ୟବିତ୍ତଙ୍କ ପାଇଁ ଖୁସି ଖବର, ସରକାର ଦେବେ ସବସିଡିଯୁକ୍ତ ଶସ୍ତା ଭଡ଼ା ଘର; ଜାଣନ୍ତୁ କେମିତି କରିବେ ଆବେଦନ

ନୂଆଦିଲ୍‌ଲୀ,୯।୯: ପ୍ରଧାନମନ୍ତ୍ରୀ ଆବାସ ଯୋଜନା ସହରାଞ୍ଚଳ ୨.୦ (PMAY-U 2.0) ଅଧୀନରେ ମୋଦୀ ସରକାର ସହରରେ ରହୁଥିବା ଗରିବ ତଥା ସ୍ୱଳ୍ପ ଆୟକାରୀ ପରିବାରଗୁଡ଼ିକୁ ଦୃଷ୍ଟିରେ ରଖି…

ପେନଶନର୍‌ଙ୍କ ପାଇଁ ଖୁସି ଖବର, ୮ମ ବେତନ ଆୟୋଗରେ ଆସିଲା ବଡ଼ ଅପଡେଟ୍‌

ନୂଆଦିଲ୍ଲୀ,୯।୯: ୮ମ କେନ୍ଦ୍ରୀୟ ବେତନ ଆୟୋଗ (8th Pay Commission) ସୁପାରିଶକୁ ଅପେକ୍ଷା କରିଥିବା ଲକ୍ଷ ଲକ୍ଷ କର୍ମଚାରୀ ଏବଂ ପେନସନଭୋଗୀଙ୍କ ମଧ୍ୟରେ ଏବେ ଏକ ନୂଆ…

ମୋଦି କ୍ୟାବିନେଟ୍‌ର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି: ହେଲା ବଡ଼ ଘୋଷଣା, ଓଡ଼ିଶାକୁ…

ନୂଆଦିଲ୍ଲୀ,୯।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବୁଧବାର ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଦେଶର ରେଳ ଭିତ୍ତିଭୂମିକୁ ଆହୁରି ସୁଦୃଢ଼ କରିବା…

ବଡ଼ ରାଜଯୋଗ: ୨୬ ସେପ୍ଟେମ୍ବର ଯାଏ ୩ ରାଶିଙ୍କର ବଲ୍ଲେ-ବଲ୍ଲେ, ଅଚାନକ ଚାକିରି-ବ୍ୟବସାୟରେ…

ବୁଧ ଗ୍ରହ କନ୍ୟା ରାଶିରେ ଗୋଚର କରିସାରିଛନ୍ତି। କନ୍ୟା ରାଶିର ସ୍ବାମୀ ହେଉଛନ୍ତି ସ୍ବୟଂ ବୁଧ ଦେବ। ଏଭଳି ସ୍ଥିତିରେ ବୁଧ ନିଜ ରାଶିରେ ପ୍ରବେଶ କରିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri