ବିଜେପୁର, ୮।୮ (ଡି.ଏନ୍.ଏ): ବରଗଡ଼ ଜିଲା ଟି.ଗଣ୍ଡପାଲି ପଁଚେତ୍ ସଦର ଗାଁ ର ସନିକଟ୍ ସାହୁ(୪୮) ଗଲା ୪ ବଛର ହେଲା ଶିଁକ୍ଲା ବଁଧା ଜୀବନ୍ ବିତଉଥିଲେ। ଇ ବାବ୍ଦେ ଗଲା ମଙ୍ଗଲବାର ଧରିତ୍ରୀ ସମ୍ବଲପୁର ସଂସ୍କରଣରେ ‘ଶିଁକ୍ଲା ବଁଧା ଜୀବନ୍ ବିତଉଛନ୍ ସନିକଟ୍’ ଶୀରଷକ୍ରେ ଖବର ବାହାରିଥିଲା। ଖବର ବାହାରଲା ଉତାରୁ ଘଟ୍ନାକେ ଗୁରୁତ୍ ଦେଇଥିଲା ଜିଲା ପରଶାସନ। ଜିଲାପାଲ ଇନ୍ଦ୍ରମଣି ତ୍ରିପାଠୀକଁର ପରାମଶ୍ରେ ଜିଲା ସୁଆସ୍ତିଅ ଅଧ୍କାରୀକଁର ନିରଦେଶରେ ଥାନୀୟ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର କରମ୍ଚାରୀମାନେ ବୁଧୁବାର ଟି.ଗଣ୍ଡପାଲିରୁ ସନିକଟକେ ଉଧାର କରିଥିଲେ। ଚିକିଛା ଲାଗି ସନିକଟ୍କୁଁ ବୁର୍ଲା ଡାକ୍ତରଖାନାର ମାନସିକ୍ ରୋଗ୍ ବିଭାଗର ୧୧ ନମର ଓ୍ବାର୍ଡରେ ଭରତି କରାଯାଇଥିବାର ଜନାପଡ଼ିଛେ। ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଚିକିସତ୍ା ଅଧ୍କାରୀ ଡା.ଶାନ୍ତନୁ ସାହୁକଁର ଦେଖ୍ରେଖ୍ଥି ଚିକିଛା ଦଲ ବୁଧୁବାର ବେଲାକେ ଟି.ଗଣ୍ଡପାଲି ଯାଇଥିଲେ। ଡା.ସାହୁ ସନିକଟର ଦିହିପା ଯଁାଚ୍ କଲା ଉତାରୁ ଫାର୍ମାସିଷ୍ଟ ବିଜେତା ମିଶ୍ର ତାକର ପରିବାର ଲୁକ୍କର ସଂଗେ ବୁର୍ଲା ଡାକ୍ତରଖାନା ଯାଇଥିଲେ।
ପୂରବର ସୂଚନା ଅନ୍ସାରେ ଦିନ୍ଥିଲା ସନିକଟ ବାହା ଜାଂଗଲ ମାଜି ସାତ୍ ପରାନୀ କୁଟୁମ୍ ପୁଷୁଥିଲେ। ହେଲେ ଆଏଜ୍କେ ୧୫ ବଛର୍ ତଲେ ସନିକଟ୍ର ଦିହିପା ବନେ ବିଗଡି ଗଲା। ଏନ୍ତାଥି କମିହା ପୁଓକେ ଭଲ କରବାକେ ବାପ୍ ମୂରଲି ସାହୁ ମାଗିଯାଚି ତାହାକୁ ବୁର୍ଲା ଡାକ୍ତରଖାନା ନେଲେ। ଡାକ୍ତର କହେବାର ହିସାବେ ସନିକଟ୍ ମାନସିକ୍ ରୋଗ୍ରେ ପୀଡ଼ିତ ଅଛନ୍। ଉଷୋକଷା କରି ଭଲ କରବାକେ ହେଲେ ଉଚ ଧରନ୍ର ଚିକିଛା ଦରକାର। ହେଲେ ଟଁକା ପଏସା ଅଭାବୁ ମୂରଲି ମୁଡ଼କାନ ସୁଅଁାଲି ପୁଓକେ ଧରି ଘରକେ ଫିରିଆଏଲେ। ଦିନୁ ଦିନ୍କେ ସନିକଟ୍ର ଆଚାର ବେଭାର, ଚାଲିଚଲନ ବଦଲି ଗଲା, ଘରୁ ଯହିଁତହିଁ ପଲେଇ ବସଲେ। ଏନ୍ତାଥି ପରିବାର ଲୋକ୍ ଉପେ ଶୂଇନ୍ ହେଇ ସନିକଟ୍ର ଗୁଟେ ଲୁହା ଶିଁକ୍ଲା ବଁାଧିଦେଲେ। ଆଏଜ୍କେ ୪ ବଛର ହେଲା ଶନିକଟ୍ ଶିଁକ୍ଲା ବଁଧା ଜୀବନ୍ ବିତଉଥିଲେ। ହେଲେ ଇ ବାବ୍ଦେ ଧରିତ୍ରୀରେ ଖବର ବାହାରଲା ଉତାରୁ ପରଶାସନ ଘଟନାକେ ଗୁରୁତ୍ ଦେଇ ସନିକଟ୍କେ ଉଧାର କରି ଚିକିଛା ଲାଗି ବୁର୍ଲା ଡାକ୍ତରଖାନାରେ ଭରତି କରିଛେ। ଟି.ଗଣ୍ଡପାଲିବାସୀ ପରଶାସନର ଇ ମହତ୍ କାଯ୍କେ ଗୁରୁଦୁ ପରଶଁସା କରିଛନ୍।
Posted inଆମ ଜିଲା ଖବର, ବରଗଡ଼ View All
ପୂର୍ବତନ SRAଙ୍କ ଦୁଇମହଲା କୋଠା, ଟେଣ୍ଟ ହାଉସ୍ ଠାବ
ଜଗତସିଂହପୁର, ୨୪।୮: ଆୟବହିର୍ଭୂତ ସମ୍ପତ୍ତି ଠୁଳ ଓ ଆର୍ଥିକ ଅନିୟମିତତା ଅଭିଯୋଗରେ ତିର୍ତ୍ତୋଲର ପୂର୍ବତନ SRA ଭଞ୍ଜକିଶୋର ବେହେରାଙ୍କ ବିରୋଧରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି। ଚଢ଼ାଉ…
କରେଣ୍ଟ ନେଲା ୨ ଚାଷୀଙ୍କ ଜୀବନ, ଗାଁରେ ଶୋକାକୁଳ
ଜଗତସିଂହପୁର,୨୪।୮: ଜଗତସିଂହପୁର ଜିଲା ସଦର ଥାନା ବେନୁଖଣ୍ଡା ଗାଁରେ ସୋମବାର ଏକ ଅଘଟଣ ଘଟିଛି। ଚାଷ କାମ କରୁଥିବା ବେଳେ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ୨ଜଣ…
ଶୋଇଥିବାବେଳେ ମହିଳାଙ୍କ ଉପରେ ଭୁଶୁଡ଼ି ପଡ଼ିଲା କାନ୍ଥ, ତହସିଲଦାର ପହଞ୍ଚି…
ଗୁଣପୁର,୨୪ା୮(ସୁଜାତା ପାଢ଼ୀ): ଲଘୁଚାପ ଜନିତ ଲଗାଣ ବର୍ଷା ଫଳରେ ରାୟଗଡ଼ା ଜିଲା ରାମନାଗୁଡ଼ା ବ୍ଲକ କଣ୍ଡାଜାମ ଗ୍ରାମରେ ଜଣେ ମହିଳାଙ୍କ ଉପରେ କାନ୍ଥ ଭୁଶୁଡ଼ି ପଡ଼ିଥିଲା। ତେବେ…
ଜଳସମ୍ପଦ ସର୍ବୋଚ୍ଚ ଯନ୍ତ୍ରୀଙ୍କ ବଡ଼ ସୂଚନା, ଏହି ନଦୀ କରିଛି ଅଧିକ କ୍ଷତି
ଭୁବନେଶ୍ୱର,୨୪।୮: ଲଘୁଚାପ ବର୍ଷା ନେଇ ଜଳସମ୍ପଦ ସର୍ବୋଚ୍ଚ ଯନ୍ତ୍ରୀ ଦିଲୀପ ରାଉତ ସୋମବାର ଏକ ବଡ଼ ସୂଚନା ଦେଇଛନ୍ତି। ରାଜ୍ୟର ୯ଟି ସ୍ଥାନରେ ୧୦୦ ମିଲିମିଟରରୁ ଅଧିକ…
ଟ୍ରେନ୍ରେ ପିଟିହୋଇ ମହିଳା ଗୁରୁତର
ବଲାଙ୍ଗୀର, ୨୪।୮: ବଲାଙ୍ଗୀର ସହର ନିକଟସ୍ଥ ଝୁଜେନପାଲି ରେଳ ଫାଟକଠାରେ ଟ୍ରେନ୍ରେ ପିଟି ହୋଇ ଜଣେ ମହିଳା ଗୁରୁତର ହୋଇଛନ୍ତି। ମହିଳା ଜଣକ ପାଟଣାଗଡ଼ ଥାନା ଅନ୍ତର୍ଗତ…
ଝାଡ଼ଖଣ୍ଡ-ରାଉରକେଲା ପୋଲିସର ବଡ଼ ଅପରେଶନ, ଜଙ୍ଗଲରୁ ଜବତ ହେଲା ବିପୁଳ ବିସ୍ଫୋରକ
ରାଉରକେଲା,୨୪।୮: ସୁନ୍ଦରଗଡ଼ ଜିଲା କେ.ବଲାଙ୍ଗ ଥାନା ନିକଟ ଜଙ୍ଗଲରୁ ସୋମବାର ବିପୁଳ ପରିମାଣର ବିସ୍ଫୋରକ ଜବତ ହୋଇଛି। ମାଓବାଦୀମାନେ ଜଙ୍ଗଲରେ ଏହି ବିସ୍ଫୋରକ ଲୁଚାଇ ରଖିଥିବା ଜଣାପଡିଛି।…
ଗଞ୍ଜାମ ତହସିଲରେ କର୍ମଚାରୀ ଅଭାବ : ଏକାଥରକେ ୬ କର୍ମଚାରୀଙ୍କ ବଦଳି, କାର୍ଯ୍ୟ ବାଧାପ୍ରାପ୍ତ
ଗଞ୍ଜାମ, ୨୪।୮ (ବିଦ୍ୟାଧର ସାହୁ): ଗଞ୍ଜାମ ସହରର ଐତିହାସିକ ପୋତାଗଡ଼ ରାସ୍ତାରେ ଅବସ୍ଥିତ ଗଞ୍ଜାମ ତହସିଲ କାର୍ଯ୍ୟାଳୟରେ କର୍ମଚାରୀ ଅଭାବ ଯୋଗୁ ବିଭିନ୍ନ ସରକାରୀ କାର୍ଯ୍ୟ ବାଧାପ୍ରାପ୍ତ…
ମନ୍ଦିରକୁ ଯାଇଥିଲେ ମା’, ଫେରିଲା ବେଳକୁ ଝୁଲି ପଡିଥିଲେ ଝିଅ
ଉଦଳା,୨୪।୮(ସନ୍ତୋଷ ବାଛିନୀ): ଘର ଭିତରୁ ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ଉଦଳା ଥାନା ଏନଏସି ୧୦ ନମ୍ବର ୱାର୍ଡରେ ଏଭଳି ଅଭାବନୀୟ ଘଟଣା ଘଟିଛି…
Archives

