ଶିକ୍ଷା ବ୍ୟବସ୍ଥାରେ ସୁଧାର ଆସୁନି

ଆଦିବାସୀ ଅଧ୍ୟୁଷିତ ମୟୂରଭଞ୍ଜ ଜିଲାରେ ଶିକ୍ଷା ବ୍ୟବସ୍ଥାରେ କୌଣସି ସୁଧାର ଆସୁ ନ ଥିବା ଅଭିଯୋଗ ହୋଇଛି। ଅଭିଭାବକମାନେ ସେମାନଙ୍କ ପିଲାମାନଙ୍କୁ ଶିକ୍ଷା ଗ୍ରହଣ ନିମନ୍ତେ ସରକାରୀ ବିଦ୍ୟାଳୟକୁ ପଠାଉଥିବା ବେଳେ ସେଠାରେ ନାନା ଅବ୍ୟବସ୍ଥା ଦେଖିବାକୁ ମିଳିଛି। ଉପଯୁକ୍ତ ଶିକ୍ଷା ବଦଳରେ ଶିକ୍ଷକମାନେ ଛାତ୍ରୀଛାତ୍ରଙ୍କୁ କେଉଁଠି ଖଟାଉଛନ୍ତି ତ ଆଉ କେଉଁଠି ଅକଥନୀୟ ଦଣ୍ଡ ଦେଉଛନ୍ତି। ଏ ନେଇ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ଜିଲା ଶିକ୍ଷା ବିଭାଗ ସଂପୃକ୍ତ ଶିକ୍ଷୟିତ୍ରୀ, ଶିକ୍ଷକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହାନ୍ତି। ଅଧିକାଂଶ ସମୟରେ ଗଣଶିକ୍ଷା ବିଭାଗ ଉପରେ ଦାୟିତ୍ୱ ଲଦି ବିଭାଗୀୟ ଅଧିକାରୀମାନେ ଖସିଯାଉଛନ୍ତି। କାଦୁଅକୁ ଯିବି କାହିଁକି, ଗୋଡ଼ ଧୋଇବି କାହିଁକି ନ୍ୟାୟ ଆପଣାଇ ନେଇଛି ଜିଲା ଶିକ୍ଷା କାର୍ଯ୍ୟାଳୟ। ଫଳରେ ଶିକ୍ଷକମାନେ ବିଦ୍ୟାଳୟରେ ସେମାନଙ୍କ ମନମୁଖି କାର୍ଯ୍ୟ କରୁଛନ୍ତି। କିଛିଦିନ ତଳେ ବାରିପଦା ସହରର ଏକ ସ୍କୁଲରେ ଜଣେ ପ୍ରଧାନ ଶିକ୍ଷୟିତ୍ରୀ କେତେଜଣ ଛାତ୍ରକୁ ଆଣ୍ଠେଇଥିବା ଭିଡିଓ ଭାଇରାଲ୍‌ ହୋଇଥିଲା। ଏ ନେଇ ଥାନାରେ ମଧ୍ୟ ଅଭିଯୋଗ ହୋଇଥିଲା। ହେଲେ ଶିକ୍ଷା ବିଭାଗ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ବଦଳରେ ଗଣଶିକ୍ଷା ବିଭାଗକୁ ରିପୋର୍ଟ ଦେଇ ଚୁପ୍‌ ହୋଇ ବସିଥିଲା। ପ୍ରାୟ ୨ ମାସ ତଳେ କୁଳିଅଣା ଅଞ୍ଚଳର ଏକ ସ୍କୁଲର ଜଣେ ଶିକ୍ଷକ ଛାତ୍ରମାନଙ୍କୁ ଜଙ୍ଗଲକୁ କାଠ ସଂଗ୍ରହ ପାଇଁ ପଠାଇଥିଲେ। ଏ ନେଇ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା। ସମ୍ପୃକ୍ତ ଶିକ୍ଷକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ବଦଳରେ ଏବେ ବିଭାଗ ଚୁପ୍‌ ବସିଛି। ସେହିଭଳି ଅନ୍ୟ ଏକ ବିଦ୍ୟାଳୟର ଛାତ୍ରମାନେ ଜଣେ ଶିକ୍ଷକଙ୍କ ଦେହରେ ତେଲ ମାଲିସ କରୁଥିବା ଭିଡିଓ ଭାଇରାଲ୍‌ ହୋଇଥିଲା। ତାଙ୍କ ବିରୋଧରେ ବି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନି। କରୋନା କଟକଣା ଯୋଗୁ ଏବେ ସମସ୍ତ ବିଦ୍ୟାଳୟ ବନ୍ଦ ରହିଛି। ଏହି ପରିପ୍ରେକ୍ଷୀରେ ସମସ୍ତ ଛାତ୍ରଙ୍କୁ ସ୍କୁଲ କର୍ତ୍ତୃପକ୍ଷ ଘରେ ପହଞ୍ଚାଇବାର ବ୍ୟବସ୍ଥା କରିବା କଥା। ହେଲେ ରାସଗୋବିନ୍ଦପୁର ବ୍ଲକର ଜଣେ ପ୍ରଧାନ ଶିକ୍ଷକ ବେପରୁଆ ଭାବେ ସମସ୍ତ ଛାତ୍ରଙ୍କୁ ବସ୍‌ରେ ବସାଇ ଦେଇଥିଲେ। ବାରିପଦାରେ ପିଲାମାନେ ବାଟବଣା ହୋଇଯାଇଥିବା ବେଳେ କେତେଜଣ ବ୍ୟକ୍ତି ସେମାନଙ୍କୁ ଉଦ୍ଧାର କରି ପୋଲିସ ଜିମା ଦେଇଥିଲେ। ଏମିତି କେତେଜଣ ଶିକ୍ଷୟିତ୍ରୀ, ଶିକ୍ଷକଙ୍କ ଯୋଗୁ ଦିନକୁ ଦିନ ଅଭିଭାବକଙ୍କ ଭରସା ସରକାରୀ ସ୍କୁଲ ଉପରୁ ତୁଟିବାରେ ଲାଗିଛି। ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଅଭିଭାବକଙ୍କ ପାଖରେ ଅର୍ଥର ଅଭାବ ରହିଛି। ସେମାନେ ନିଜ ପିଲାମାନଙ୍କୁ ଘରୋଇ ଶିକ୍ଷାନୁଷ୍ଠାନକୁ ନ ପଠାଇ ସରକାରୀ ସ୍କୁଲରେ ପଢ଼ାଇ ଏଭଳି ହଇରାଣ ହେଉଥିବା ଅଭିଯୋଗ ହୋଇଛି। ଏ ଦିଗର ଜିଲା ଶିକ୍ଷା ବିଭାଗ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବୁଦ୍ଧିଜୀବୀମାନେ ଗୁରୁତ୍ୱାରୋପ କରିଛନ୍ତି ା

– ରଞ୍ଜନ କୁମାର ପ୍ରଧାନ


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?