କଟାନକୁଲାଥର,୧୪-୧୧: ବର୍ତ୍ତମାନର ସମୟ ଅନେକ ଆହ୍ବାନପୂର୍ଣ୍ଣ। ମାତ୍ର ଏହାକୁ ସାମ୍ନା କରି ଆଗକୁ ବଢିବାକୁ ହେବ। ନିଜ ମଧ୍ୟରେ ସମ୍ପୂର୍ଣ୍ଣ ପ୍ରସ୍ତୁତି ଏଥି ଲାଗି ରଖିବାକୁ ହେବ ବୋଲି ସତୀଶ ଧାଓ୍ବନ ସ୍ପେଶ ସେଣ୍ଟରର ନିର୍ଦ୍ଦେଶକ ଏ ରାଜାରାଜନ କହିଛନ୍ତି। ଏସ୍ଆର୍ଏମ୍ ଇନଷ୍ଟିଚ୍ୟୁଟ ଅଫ୍ ଟେକ୍ନୋଲୋଜିର ୧୫ତମ ବାର୍ଷିକ କାର୍ଯ୍ୟକ୍ରମରେ ଯୋଗ ଦେଇ ସେ କହିଛନ୍ତି ଯେ, ଶିକ୍ଷା କ୍ଷେତ୍ରକୁ ଏସ୍ଆର୍ଏମ୍ର ଯୋଗଦାନ ଗୁରୁତ୍ୱପୂର୍ଣ୍ଣ ରହିଆସିଛି। ଛାତ୍ରୀଛାତ୍ରମାନେ ସର୍ବଦା ନିଷ୍ଠାର ସହ କଠିନ ପରିଶ୍ରମ କରିବାର ଆବଶ୍ୟକତା ରହିଛି। ବଡମାନଙ୍କର ଅବଦାନକୁ ସର୍ବଦା ମନେ ରଖି ସମାଜର ବିକାଶ ଦିଗରେ ନିଜର ଯୋଗଦାନ ରଖିବାକୁ ସେ ମତ ରଖିଛନ୍ତି। ଦେଶର ଅଭିବୃଦ୍ଧି କ୍ଷେତ୍ରରେ ଶିକ୍ଷାର ଏକ ପ୍ରମୁଖ ଭୂମିକା ରହିଥିବା ବେଳେ ଏସ୍ଆର୍ଏମ୍ ଏ ଦିଗରେ ନିଜର ନିରନ୍ତର ଯୋଗଦାନ ରଖି ପାରିବ ବୋଲି ସେ କହିଛନ୍ତି। କାର୍ଯ୍ୟକ୍ରମରେ ଆଟୋମିକ ଏନର୍ଜି କମିଶନର ଅଧ୍ୟକ୍ଷ କେ.ଏନ୍.ବ୍ୟାସ ସମ୍ମାନଜନକ ଡକ୍ଟରଅଫ୍ ସାଇନ୍ସ ପ୍ରଦାନ କରାଯାଇଛି। କାର୍ଯ୍ୟକ୍ରମରେ ପ୍ରତିଷ୍ଠାତା ଚାନ୍ସେଲର ଟି.ଆର୍. ପରିଭେନ୍ଦର, କୁଳପତି ସନ୍ଦୀପ ସାଞ୍ଚେତି, ସଭାପତି ପି.ସତ୍ୟନାରାୟଣନ, ସହ ଅଧ୍ୟକ୍ଷ ରାମପୁରମ ଏନ୍ ନିରଞ୍ଜନ, ପ୍ରୋଭାଇସ ଚାନ୍ସେଲର ଟିପି ଗଣେଷନ, ପ୍ରୋଭାଇସ ଚାନ୍ସେଲରଡ.ଆର୍ ବାଲସୁବ୍ରମଣ୍ୟନ, ରେଜିଷ୍ଟ୍ରାର ଏନ୍. ସେଥୁରାମନ ପ୍ରମୁଖ ଉପସ୍ଥିତ ଥିଲେ।
SBI ରେ ଆକାଉଣ୍ଟ ଅଛି କି? ଏହି ଭୁଲ କରୁଥିଲେ କଟିଯିବ ଟଙ୍କା…
ନୂଆଦିଲ୍ଲୀ,୭।୧୨: ଆପଣଙ୍କର ଷ୍ଚେଟ ବ୍ୟାଙ୍କ ଅଫ ଇଣ୍ଡିଆ(SBI) ବ୍ୟାଙ୍କରେ ଖାତା ଅଛି କି? ଆପଣଙ୍କର ATMରୁ ବାରମ୍ୱାର ଟଙ୍କା ଉଠାଇବାର ଅଭ୍ୟାସ ରହିଛି କି? ତେବେ...
ଜିରୋ ବାଲାନ୍ସ ଆକାଉଣ୍ଟଧାରୀଙ୍କ ପାଇଁ ଖୁସି ଖବର, ଏବେ ସେମାନେ ପାଇବେ…
ନୂଆଦିଲ୍ଲୀ,୬।୧୨: ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ସାଧାରଣ ଗ୍ରାହକଙ୍କୁ ଆଶ୍ୱସ୍ତି ପ୍ରଦାନ କରି ମୌଳିକ ସଞ୍ଚୟ ବ୍ୟାଙ୍କ ଜମା (BSBD) ଆକାଉଣ୍ଟରେ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ କରିଛି।...
୪୪% ବଢିବ ଦରମା! ସରକାରଙ୍କ ହାତରୁ ଯିବ ଏତେ କୋଟି ଟଙ୍କା
ନୂଆଦିଲ୍ଲୀ,୬।୧୨: ଅଷ୍ଟମ ବେତନ କମିଶନକୁ ନେଇ ବଡ଼ ଅପଡେଟ୍ ଆସିଛି । କେନ୍ଦ୍ର ସରକାର ଦେଶର ଲକ୍ଷ ଲକ୍ଷ ସରକାରୀ କର୍ମଚାରୀ ଏବଂ ପେନସନ୍ଭୋଗୀଙ୍କୁ ବଡ଼...
୧ଟଙ୍କାରେ ଜମି ଦେବେ ସରକାର, ଏହି ତାରିଖ ସୁଦ୍ଧା କରିବାକୁ ପଡିବ ଆବେଦନ, କିନ୍ତୁ ରହିଛି ଏହି ସର୍ତ୍ତ
ପାଟନା,୬।୧୨: ପ୍ରାୟତଃ ଦେଖାଯାଏ ଯେ ଏକ ଭଲ ବ୍ୟବସାୟିକ ଧାରଣା ସତ୍ତ୍ୱେ, ଆକାଶଛୁଆଁ ଜମି ମୂଲ୍ୟ ଉଦ୍ୟୋଗୀମାନଙ୍କ ସ୍ୱପ୍ନକୁ ବାଧା ଦିଏ। ଯଦି ଆପଣ ମଧ୍ୟ...
ଭାରତର ସବୁଠୁ ବିଶ୍ବାସଯୋଗ୍ୟ ଏହି ୩ଟି ବ୍ୟାଙ୍କ, RBI କଲା ବଡ଼ ଘୋଷଣା
ନୂଆଦିଲ୍ଲୀ,୫।୧୨: ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ (SBI), HDFC, ଏବଂ ICICI ବ୍ୟାଙ୍କକୁ ଦେଶର ସବୁଠାରୁ ସୁରକ୍ଷିତ ବ୍ୟାଙ୍କ ଭାବରେ...
ଟ୍ରମ୍ପଙ୍କୁ ଜୋରଦାର ଝଟ୍କା ଦେଲେ ପୁଟିନ-ମୋଦି! ବିଶ୍ୱରେ ଚହଳ
ନୂଆଦିଲ୍ଲୀ,୫।୧୨: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଗସ୍ତରେ ଭାରତ ଆସିଛନ୍ତି। ତାଙ୍କ ଆଗମନ ଭାରତ ପାଇଁ ଖୁସିର ଖବର ଆଣିଛି। ଗୁରୁବାର ଆମେରିକୀୟ...
ରେପୋ ରେଟ୍ ୫.୨୫% କୁ ହ୍ରାସ କଲା RBI, ସୁଧ ହାର କମିବା ସମ୍ଭାବନା
ମୁମ୍ବାଇ,୫।୧୨: ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ଏହାର ମୁଦ୍ରା ନୀତି ସମୀକ୍ଷା ବୈଠକ ପରେ ରେପୋ ରେଟ୍କୁ ୨୫ ବେସିସ୍ ପଏଣ୍ଟ ହ୍ରାସ କରି ୫.୨୫...
ବଦଳିବ ବ୍ୟାଙ୍କିଂ ସମୟ! ଓ଼୍ବାର୍କିଂ ଡେ ରହିବ ଏତିକି, ଆସିଲା ବଡ଼ ଖବର
ନୂଆଦିଲ୍ଲୀ,୪ା୧୨: ଆଜିକାଲି କାର୍ଯ୍ୟ-ଜୀବନ ସନ୍ତୁଳନ ଏକ ପ୍ରମୁଖ ସମସ୍ୟା। ବ୍ୟାଙ୍କ କର୍ମଚାରୀମାନେ ମଧ୍ୟ ଏହାର ବ୍ୟତିକ୍ରମ ନୁହଁନ୍ତି। ୟୁନିଅନଗୁଡ଼ିକ ବହୁ ଦିନ ଧରି ବ୍ୟାଙ୍କଗୁଡ଼ିକ ପାଇଁ...
Archives


