‘ଶିକ୍ଷା କ୍ଷେତ୍ରକୁ ଏସ୍‌ଆର୍‌ଏମ୍‌ର ଯୋଗଦାନ ଗୁରୁତ୍ୱପୂର୍ଣ୍ଣ’

କଟାନକୁଲାଥର,୧୪-୧୧: ବର୍ତ୍ତମାନର ସମୟ ଅନେକ ଆହ୍ବାନପୂର୍ଣ୍ଣ। ମାତ୍ର ଏହାକୁ ସାମ୍ନା କରି ଆଗକୁ ବଢିବାକୁ ହେବ। ନିଜ ମଧ୍ୟରେ ସମ୍ପୂର୍ଣ୍ଣ ପ୍ରସ୍ତୁତି ଏଥି ଲାଗି ରଖିବାକୁ ହେବ ବୋଲି ସତୀଶ ଧାଓ୍ବନ ସ୍ପେଶ ସେଣ୍ଟରର ନିର୍ଦ୍ଦେଶକ ଏ ରାଜାରାଜନ କହିଛନ୍ତି। ଏସ୍‌ଆର୍‌ଏମ୍‌ ଇନଷ୍ଟିଚ୍ୟୁଟ ଅଫ୍‌ ଟେକ୍ନୋଲୋଜିର ୧୫ତମ ବାର୍ଷିକ କାର୍ଯ୍ୟକ୍ରମରେ ଯୋଗ ଦେଇ ସେ କହିଛନ୍ତି ଯେ, ଶିକ୍ଷା କ୍ଷେତ୍ରକୁ ଏସ୍‌ଆର୍‌ଏମ୍‌ର ଯୋଗଦାନ ଗୁରୁତ୍ୱପୂର୍ଣ୍ଣ ରହିଆସିଛି। ଛାତ୍ରୀଛାତ୍ରମାନେ ସର୍ବଦା ନିଷ୍ଠାର ସହ କଠିନ ପରିଶ୍ରମ କରିବାର ଆବଶ୍ୟକତା ରହିଛି। ବଡମାନଙ୍କର ଅବଦାନକୁ ସର୍ବଦା ମନେ ରଖି ସମାଜର ବିକାଶ ଦିଗରେ ନିଜର ଯୋଗଦାନ ରଖିବାକୁ ସେ ମତ ରଖିଛନ୍ତି। ଦେଶର ଅଭିବୃଦ୍ଧି କ୍ଷେତ୍ରରେ ଶିକ୍ଷାର ଏକ ପ୍ରମୁଖ ଭୂମିକା ରହିଥିବା ବେଳେ ଏସ୍‌ଆର୍‌ଏମ୍‌ ଏ ଦିଗରେ ନିଜର ନିରନ୍ତର ଯୋଗଦାନ ରଖି ପାରିବ ବୋଲି ସେ କହିଛନ୍ତି। କାର୍ଯ୍ୟକ୍ରମରେ ଆଟୋମିକ ଏନର୍ଜି କମିଶନର ଅଧ୍ୟକ୍ଷ କେ.ଏନ୍‌.ବ୍ୟାସ ସମ୍ମାନଜନକ ଡକ୍ଟରଅଫ୍‌ ସାଇନ୍ସ ପ୍ରଦାନ କରାଯାଇଛି। କାର୍ଯ୍ୟକ୍ରମରେ ପ୍ରତିଷ୍ଠାତା ଚାନ୍‌ସେଲର ଟି.ଆର୍‌. ପରିଭେନ୍ଦର, କୁଳପତି ସନ୍ଦୀପ ସାଞ୍ଚେତି, ସଭାପତି ପି.ସତ୍ୟନାରାୟଣନ, ସହ ଅଧ୍ୟକ୍ଷ ରାମପୁରମ ଏନ୍‌ ନିରଞ୍ଜନ, ପ୍ରୋଭାଇସ ଚାନ୍‌ସେଲର ଟିପି ଗଣେଷନ, ପ୍ରୋଭାଇସ ଚାନ୍‌ସେଲରଡ.ଆର୍‌ ବାଲସୁବ୍ରମଣ୍ୟନ, ରେଜିଷ୍ଟ୍ରାର ଏନ୍‌. ସେଥୁରାମନ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆଗକୁ ପେଟ୍ରୋଲରେ ମିଶିବ କି ୨୦% ରୁ ଅଧିକ ଇଥାନଲ୍? ସଂସଦରେ ସ୍ପଷ୍ଟ କଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ,୨୧।୭: ପେଟ୍ରୋଲରେ ଇଥାନଲ ମିଶ୍ରଣ ବା ଇ-୨୦ ପେଟ୍ରୋଲକୁ ନେଇ ଚର୍ଚ୍ଚା ଆଲୋଚନା ଲାଗି ରହିଛି । ଏହାଦ୍ୱାରା ଗାଡି଼ର ଇଞ୍ଜିନ ଖରାପ ହେଉଥିବା ନେଇ କହୁଛନ୍ତି…

ଏଣିକି ବିନା ଇଣ୍ଟରନେଟ୍‌ରେ ହେବ UPI ପେମେଣ୍ଟ! ଦ୍ରୁତ ଗତିରେ ଚାଲିଛି…

ନୂଆଦିଲ୍ଲୀ,୨୧।୭: UPI ଭାରତରେ ଡିଜିଟାଲ ପେମେଣ୍ଟର ଦୃଶ୍ୟପଟକୁ ସମ୍ପୂର୍ଣ୍ଣ ପରିବର୍ତ୍ତନ କରିଛି। ଏବେ ଇଣ୍ଟରନେଟ ସଂଯୋଗ ବିନା ମଧ୍ୟ UPI ପେମେଣ୍ଟ କରିବାର ଏକ ଉପାୟ ଖୋଲିବାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri