ଶିକ୍ଷକ ଅଭାବ ନେଇ ତାଲା ପକାଇଲେ ଗ୍ରାମବାସୀ: ବର୍ଷାରେ ଭିଜି ପ୍ରତିବାଦ କଲେ

ବାହାନଗା, ୨୫ା୧୦(ଡି.ଏନ.ଏ.)-ବାଲେଶ୍ୱର ଜିଲା ବାହାନଗା ପଞ୍ଚାୟତ ଇଚ୍ଛାପୁର ଗ୍ରାମରେ ଥିବା ୟୁଜିୟୁପି ବିଦ୍ୟାଳୟରେ ଶିକ୍ଷକ ଅଭାବ ନେଇ ଗ୍ରାମବାସୀ ଓ ପରିଚାଳନା କମିଟି ସଦସ୍ୟାସଦସ୍ୟମାନେ ଗୁରୁବାର ଫାଟକରେ ତାଲା ପକାଇ ପ୍ରତିବାଦ କରିଛନ୍ତି। ଲଘୁଚାପଜନିତ ବର୍ଷା ଲାଗି ରହିଥିଲେ ମଧ୍ୟ ପରିଚାଳନା କମିଟି ସଦସ୍ୟମାନେ ସକାଳ ୯ଟାରୁ ତାଲା ପକାଇ ପ୍ରତିବାଦ କରିଥିଲେ। ଫଳରେ ବିଦ୍ୟାଳୟ ଭିତରକୁ ଛାତ୍ରୀଛାତ୍ର କିମ୍ବା ଶିକ୍ଷକ ଯାଇପାରି ନ ଥିଲେ ା ସାମ୍ନାରେ ଥିବା ଏକ ମନ୍ଦିରରେ କେତେକ ଛାତ୍ରୀଛାତ୍ର ବସିଥିବା ବେଳେ ଅନ୍ୟମାନେ ଘରକୁ ଫେରିଯାଇଥିଲେ। ତେବେ ବର୍ଷାରେ ପରିଚାଳନା କମିଟିର ସଦସ୍ୟା ଓ ସଦସ୍ୟମାନେ ଫାଟକ ଆଗରେ ଛିଡା ହୋଇ ପ୍ରତିବାଦ କରିଥିଲେ। ସିଆରସିସି ସୀତାକାନ୍ତ ତ୍ରିପାଠୀ ପହଞ୍ଚି ସଦସ୍ୟମାନଙ୍କୁ ବୁଝାଶୁଝା କରିବା ସହ ବିଇଓ ଶୁଭଲକ୍ଷ୍ମୀ ନାୟକଙ୍କ ସହିତ କଥାବାର୍ତ୍ତା କରିବେ ବୋଲି କହିଥିଲେ। ସଦସ୍ୟମାନେ ଦେଇଥିବା ଦାବି ଜିଲା ଶିକ୍ଷାଧିକାରୀଙ୍କ ନିକଟକୁ ପଠାଯାଇଛି ା ସେ ଖୁବ୍‌ଶୀଘ୍ର ଜଣେ ଶିକ୍ଷକ ନିଯୁକ୍ତି କରିବେ ବୋଲି ପ୍ରତିଶ୍ରୁତି ଦେବା ପରେ ଅପରାହ୍ନ ସାଢେ ଗୋଟାଏ ବେଳେ ଫାଟକରୁ ତାଲା ଖୋଲାଯାଇଥିଲା ା
ଏହି ବିଦ୍ୟାଳୟରେ ୧ମ ଶ୍ରେଣୀରୁ ୭ମ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢାଯାଏ। ମାତ୍ର ୭ଶ୍ରେଣୀ ଲାଗି ୭୦ରୁ ଊର୍ଦ୍ଧ୍ୱ ଛାତ୍ରୀଛାତ୍ର ଥିବା ବେଳେ ଜଣେ ମାତ୍ର ଶିକ୍ଷକ ଅକ୍ଷୟ କୁମାର ନାୟକ ପାଠ ପଢାଉଛନ୍ତି। ଏହାକୁ ନେଇ ପରିଚାଳନା କମିଟି ସଦସ୍ୟମାନେ ୨ମାସ ତଳେ ବ୍ଲକ ଶିକ୍ଷାଧିକାରିଣୀ ଶୁଭଲକ୍ଷ୍ମୀ ନାୟକଙ୍କୁ ଏକ ଦାବିପତ୍ର ଦେଇଥିଲେ। ଦୀର୍ଘଦିନ ହେଲାଣି ଶିକ୍ଷକ ପଦବୀ ପୂରଣ ହେଉନାହିଁ ା କେବଳ ସଦସ୍ୟମାନଙ୍କୁ ୧୫ଦିନ, ୭ଦିନ ମଧ୍ୟରେ ଦାବି ଅନୁଯାୟୀ ଶିକ୍ଷକ ନିଯୁକ୍ତି କରିବୁ କହି ଦିନ ଗଡାଉଛନ୍ତି। ଆଉ ଅଳ୍ପଦିନ ମଧ୍ୟରେ ପିଲାମାନଙ୍କ ପରୀକ୍ଷା ହେବ, ମାତ୍ର ଜଣେ ଶିକ୍ଷକଙ୍କ ଦ୍ୱାରା ବିଦ୍ୟାଳୟରେ କିପରି ପାଠ ପଢାଯାଉଥିବ ତାହା ଭାବି ଅବିଭାବକ ଓ ପରିଚାଳନା କମିଟିର ସଦସ୍ୟା ସଦସ୍ୟମାନେ ଚିନ୍ତାପ୍ରକଟ କରିଛନ୍ତି। ୨ ମାସ ପୂର୍ବରୁ ଏହି ବିଦ୍ୟାଳୟରେ ଦୁଇଜଣ ଶିକ୍ଷକ ଥିଲେ ା ତେବେ ପ୍ରଧାନ ଶିକ୍ଷକ ଦାୟିତ୍ୱରେ ଥିବା ପ୍ରଶାନ୍ତ କୁମାର ଦାସ ସିଆରସିସି ଭାବେ ପଦୋନ୍ନତି ପାଇବା ପରେ ସେ ବିଦ୍ୟାଳୟରେ ଆଉ ପାଠ ପଢାଉନାହାନ୍ତି। ସବୁ ବେଳେ ବିଭିନ୍ନ କାମରେ ଅନ୍ୟ ବିଦ୍ୟାଳୟକୁ ଯାଉଛନ୍ତି। ଫଳରେ ଛାତ୍ରୀଛାତ୍ରମାନଙ୍କ ପାଠପଢା ସମ୍ପୂର୍ଣ୍ଣ ଠପ୍‌ ହୋଇଯାଇଛି। ପରିଚାଳନା କମିଟି ସଭାପତି ଧୀରେନ୍ଦ୍ର କୁମାର ଉପାଧ୍ୟାୟଙ୍କ ନେତୃତ୍ୱରେ ରବୀନ୍ଦ୍ର କୁମାର ଦାସ, ଶମ୍ଭୁ୍‌ନାଥ ଦାସ, ବୃନ୍ଦାବନ ମଲ୍ଲିକ, ଉମାକାନ୍ତ ମଲ୍ଲିକ, ବନିତା ମଲ୍ଲିକ, ବର୍ଷା ମଲ୍ଲିକ୍‌, ବାସୁଦେବ ମଲ୍ଲିକ ପ୍ରମୁଖ ସଦସ୍ୟ ଓ ଛାତ୍ରୀଛାତ୍ରମାନେ ଆନ୍ଦୋଳନରେ ସାମିଲ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ରାସ୍ତା କାଦୁଅ ପଚ ପଚ, ଦୁର୍ଦ୍ଦଶାରେ ଲୋକେ

କୋକସରା,୨୩ା୭ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ୨୬ ନମ୍ବର ଜାତୀୟ ରାଜପଥର କୋକସରା ବ୍ଲକ ଡଙ୍ଗରୀଗୁଡା ଛକଠାରୁ କାଦୋପଦର ଭାୟା କାଶିବାହାଲ ପର୍ଯ୍ୟନ୍ତ ରାସ୍ତା ଅତ୍ୟନ୍ତ ଶୋଚନୀୟ ହୋଇପଡିଛି।…

ଦିଲ୍ଲୀ ତାତି ବରଗଡ଼ରେ: ଗାନ୍ଧୀଛକରେ କଂଗ୍ରେସର ବିକ୍ଷୋଭ ସହ ମୋଦୀ-ଶାହ-ଧର୍ମେନ୍ଦ୍ରଙ୍କ କୁଶପୁତ୍ତଳିକା ଦାହ

ବରଗଡ଼, ୨୩ା୭(ପ୍ରେମାନନ୍ଦ ଖମାରୀ): ଦିଲ୍ଲୀ ଜନ୍ତରମନ୍ତରରେ ଚାଲିଥିବା ଛାତ୍ର ଆନ୍ଦୋଳନ ଉପରେ ପୋଲିସର ଦମନଲୀଳା ଏବଂ ଶୀର୍ଷ ନେତୃବୃନ୍ଦଙ୍କ ଗିରଫଦାରୀ ପ୍ରତିବାଦରେ ଗୁରୁବାର ସନ୍ଧ୍ୟାରେ ବରଗଡ଼ ଜିଲା…

ପାରଳାଖେମୁଣ୍ଡି ରାଜପ୍ରାସାଦର ଦୁର୍ଦ୍ଦଶା ଦେଖି ମନ୍ତ୍ରୀଙ୍କ ଉଦ୍‌ବେଗ: ପୁନରୁଦ୍ଧାର ପାଇଁ ଜୋର ଧରିଲା ଦାବି

ପାରଳାଖେମୁଣ୍ଡି, ୨୩ା୭(ଗିରିଧାରୀ ପରିଚ୍ଛା): ରାଜ୍ୟର ଖଣି, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ଗୁରୁବାର ଗଜପତି ଜିଲା ଗସ୍ତରେ ଆସିଥିବା ବେଳେ ଐତିହ୍ୟବାହୀ ପାରଳାଖେମୁଣ୍ଡି…

ବ୍ରହ୍ମଚାରୀ ଓଭରବ୍ରିଜ୍ ନିକଟରେ ବରଗଡ଼ ପୋଲିସର ଚଢ଼ାଉ: ୧୧୮୦ ବୋତଲ କଫ୍ ସିରପ ଜବତ, ୨ ଗିରଫ

ବରଗଡ଼, ୨୩ା୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ବ୍ରହ୍ମଚାରୀ ଓଭରବ୍ରିଜ୍ ନିକଟରେ ପୋଲିସ ପକ୍ଷରୁ ଏକ ଚଢ଼ାଉ କରାଯାଇ ବିପୁଳ ପରିମାଣର ବେଆଇନ କଫ୍ ସିରପ ଜବତ କରାଯାଇଛି। ଏହି…

ଭଞ୍ଜନଗର ଥାନା ସମ୍ମୁଖରେ ବିଦ୍ୟୁତ୍ ଖୁଣ୍ଟରେ ନିଆଁ: ସଟ୍ ସର୍କିଟ୍ ଯୋଗୁଁ ହୁ ହୁ ହୋଇ ଜଳିଲା ତାର, ଭୟଭୀତ ହେଲେ…

ଭଞ୍ଜନଗର, ୨୩ା୭(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଥାନା ସମ୍ମୁଖରେ ଥିବା ଏକ ବିଦ୍ୟୁତ୍ ଖୁଣ୍ଟରେ ଗୁରୁବାର ସନ୍ଧ୍ୟାରେ ହଠାତ୍ ନିଆଁ ଲାଗିଯାଇଥିବାରୁ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ…

ଦିଗପହଣ୍ଡି ଶ୍ରୀ ଗୁଣ୍ଡିଚା ମନ୍ଦିରରେ ନବମୀ ସନ୍ଧ୍ୟା ଦର୍ଶନ: ରାମ-ବଳରାମ ବେଶରେ ଦର୍ଶନ ଦେଲେ ଶ୍ରୀଜିଉ, ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼

ଦିଗପହଣ୍ଡି, ୨୩ା୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥ ଶ୍ରୀ ଗୁଣ୍ଡିଚା ମନ୍ଦିରରେ ଗୁରୁବାର ପବିତ୍ର ନବମୀ ସନ୍ଧ୍ୟା ଦର୍ଶନ ଅବସରରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ପରିଲକ୍ଷିତ…

ଭଞ୍ଜନଗର ସାବିତ୍ରୀ ମହିଳା ମହାବିଦ୍ୟାଳୟରେ ‘ଶକ୍ତିଶ୍ରୀ’ କାର୍ଯ୍ୟକ୍ରମ, ଯୁକ୍ତ ୨ ନୂତନ ଛାତ୍ରୀଙ୍କୁ ସ୍ବାଗତ

ଭଞ୍ଜନଗର, ,୨୩ା୭(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗରସ୍ଥ ସାବିତ୍ରୀ ମହିଳା ମହାବିଦ୍ୟାଳୟରେ ଗୁରୁବାର ‘ଶକ୍ତିଶ୍ରୀ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିସହ ଯୁକ୍ତ ୨ ପ୍ରଥମ ବର୍ଷର ନୂତନ…

ଶ୍ରୀ ଜଗନ୍ନାଥ ମନ୍ଦିର ଘଣ୍ଟ ଚୋରି କରି ନେଇଥିଲେ, ସିସିଟିଭି ଫୁଟେଜ୍‌ରୁ ଚିହ୍ନଟ କରି ଅଭିଯୁକ୍ତଙ୍କୁ ଗିରଫ, କୋର୍ଟ ଚାଲାଣ ପରେ…

ଦିଗପହଣ୍ଡି, ୨୩ା୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ରାଜବାଟି ପରିସରରେ ଥିବା ଶ୍ରୀ ଜଗନ୍ନାଥ ମନ୍ଦିରରୁ ଘଣ୍ଟ ଚୋରି ହୋଇଥିବା ମାମଲାରେ ପୋଲିସ ଜଣେ ଅଭିଯୁକ୍ତଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri