କୁନ୍ଦୁରା,୧୯।୧୧(ଡି.ଏନ୍.ଏ.)କୁନ୍ଦୁରା ବ୍ଲକ ଚେଣ୍ଡିଆ ଝିଲିଗାଁର ପଦ୍ମା ପରଜା (୨୬) ଓ ବଡ଼ ଝିଲିଗଁାର ରାଧା ପରଜା (୨୮)। ଏହି ୨ ମହିଳା ମାନସିକ ଭାବେ ଅସୁସ୍ଥ ଥାଇ ଗତ ୩/୪ ବର୍ଷ ହେବ ଶିକୁଳିବନ୍ଧା ଜୀବନ କାଟୁଛନ୍ତି। ପଦ୍ମା ୪ ବର୍ଷ ତଳୁ ମାନସିକ ଅସୁସ୍ଥ ଥାଇ କୁନ୍ଦୁରାର ସାରଗଗୁଡ଼ା ଅଞ୍ଚଳରେ ଏଣେତେଣେ ବୁଲୁଥିଲେ। ଯେତିକି ସମ୍ବଳ ଥିଲା, ସେଥିରେ ଆଖପାଖ ଡାକ୍ତରଖାନାରେ ଚିକିତ୍ସା କଲୁ। କିନ୍ତୁ ଆଉ ପାରିଲୁନି। କେତେବେଳେ କେଉଁ ଅସାମାଜିକ ହାବୁଡ଼ରେ ପଡ଼ିଯିବ, ସେଇ ଆଶଙ୍କାରେ ବାଧ୍ୟହୋଇ ଝିଅକୁ ଶିକୁଳିରେ ବାନ୍ଧି ରଖିଛୁ ବୋଲି କହିଛନ୍ତି ପଦ୍ମାଙ୍କ ମା’ ବୈଦି ପରଜା ଓ ଦାଦା ଭକତ ରାମ ପରଜା। ସେହିଭଳି ବଡ଼ଝିଲିଗାଁର ରାଧା ମଧ୍ୟ ମାନସିକ ଅସୁସ୍ଥ ହୋଇ ପରିବାର ଉପରେ ନିର୍ଭରଶୀଳ ରହିଛନ୍ତି। ୨୦୧୫ରେ ମା’ ବାପା ତାଙ୍କର ବିବାହ ବାଣୁଆଗୁଡ଼ା ପଞ୍ଚାୟତ ମୁଣ୍ଡାରିଗୁଡ଼ା ଗ୍ରାମର କୃଷ୍ଣ ପରଜାଙ୍କ ସହ କରାଇଥିଲେ ା ୨ ବର୍ଷ ସଂସାର କଲାପରେ ହଠାତ୍ ସେ ଘରେ ନ ରହି ବୁଲିବା ଓ ମନକୁ ମନ କହି ହସିବାକୁ ଲାଗିଲେ। ସ୍ବାମୀ ଶ୍ୱଶୁର ଯେତିକି ଚିକିତ୍ସା କରିବା କଥା କଲେ, କିନ୍ତୁ ପରେ ରାଧାଙ୍କୁ ତାଙ୍କ ବାପା ଗୋରା ପରଜାଙ୍କ ପାଖରେ ଛାଡ଼ିଦେଇ ଗଲେ। ଗୋରା ଅଳଙ୍କାର ବିକି ଝିଅର ଯଥାସମ୍ଭବ ଚିକିତ୍ସା କଲେ। କିନ୍ତୁ କିଛି ଫଳ ନ ହେବାରୁ ଝିଅକୁ ଶିକୁଳିରେ ବାନ୍ଧି ରଖିଛନ୍ତି। ରାଧାଙ୍କ ବାପା, ମା’, ଦାଦା ସମସ୍ତେ ଅତି ଗରିବ, କୁଲି ମଜୁରି କରି ଚଳନ୍ତି ା ତେଣୁ ଅଧିକ ଚିକିତ୍ସା ଦେଇାରୁ ନାହାନ୍ତି। ଏନେଇ କୁନ୍ଦୁରା ଭାରପ୍ରାପ୍ତ ବିଡିଓ ମାଧୁରୀ ଆଚାରୀଙ୍କୁ ପଚାରିବାରୁ ସେ କହିଥିଲେ, ଏଯାବତ୍ ଏହି ଘଟଣା ଆମ ନଜରକୁ ଆସି ନ ଥିଲା ା ସରକାରଙ୍କ ନିୟମାନୁସାରେ ଯାହା ସହାୟତା ଦେଇହେବ ସେ ଦେବେ।
ଟେକ୍ସଟାଇଲ ପାର୍କ ଆଶାରେ ବଲାଙ୍ଗୀର
ବଲାଙ୍ଗୀର,୧୮ା୨(ବୀରେନ୍ଦ୍ର କୁମାର ଝାଙ୍କର): ଦାଦନପ୍ରବଣ ତଥା ଶିଳ୍ପବିହୀନ ବଲାଙ୍ଗୀର ଜିଲାରେ ଟେକ୍ସଟାଇଲ ପାର୍କ(କ୍ଲଷ୍ଟର) ପ୍ରତିଷ୍ଠା ଘୋଷଣାରେ ଅଟକିଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ‘ଓଡିଶା ଟେକ୍ସଟାଇଲ କନ୍କ୍ଲେଭ…
ଆରମ୍ଭରୁ ସାର କଳାବଜାର, ବରଗଡ଼ରେ ତେଜିଲା ଚାଷୀ ଅସନ୍ତୋଷ
ବରଗଡ଼, ୧୭।୨(ପ୍ରେମାନନ୍ଦ ଖମାରୀ) – ବରଗଡ଼ ଜିଲାରେ ଚାଷୀଙ୍କ ସମସ୍ୟା ଲାଗି ରହିଛି। ଖରିଫକ ଧାନ ବିକ୍ରି ସମସ୍ୟା ତୁଟି ନଥିବାବେଳେ ଚାଷୀମାନଙପରେ ଏବେ ରବି ଋତୁର…
ଗ୍ୟାସ ସିଲିଣ୍ଡର ଖୋଲି ଘରେ ନିଆଁ ଲଗାଇଦେଲେ ସ୍ବାମୀ, ଥାନାରେ ପହଞ୍ଚିଲେ ସ୍ତ୍ରୀ; ଗିରଫ ପରେ ଜେଲ…
ଦିଗପହଣ୍ଡି,୧୭|୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ୭ ନଂ ୱାର୍ଡ ବଜାର ସାହି ଗୁଣ୍ଡିଚା ଛକ ରେ ରହୁଥିବା ଏ.ରାଜୁଙ୍କୁ ମଙ୍ଗଳବାର ପୋଲିସ ଗିରଫ କରି…
ଦୁଇ ଦିନ ପରେ ଦେଇଥାନ୍ତେ ମାଟ୍ରିକ୍ ପରୀକ୍ଷା, ବାଇକ୍ ସହ ଦୁର୍ଘଟଣା ପରେ ଟ୍ରାକ୍ଟର ଚାପି ଦେବାରୁ ଚାଲିଗଲା ଛାତ୍ରଙ୍କ ଜୀବନ
ରାୟଗଡ଼ା,୧୭।୨(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡ଼ା ସହରରେ ଚିନ୍ତାଜନକ ହୋଇପଡ଼ିଛି ଟ୍ରାଫିକ ସମସ୍ୟା । ସହର ଦେଇ ଯାଇଥିବା ୩୨୬ନଂ ଜାତୀୟ ରାଜପଥ କଡ଼ରେ ବେଆଇନ ପାର୍କିଂ ଯୋଗୁ…
କଲେଜ ଯାଇଥିବା ବେଳେ ଛାତ୍ରୀଙ୍କୁ ଅପହରଣ କରି ୫ ଦିନ ଧରି ବଳାତ୍କାର, ଜେଲ ହାଜତକୁ ଗଲେ …
ଦିଗପହଣ୍ଡି,୧୭।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳର ଏକ କଲେଜରେ ଯୁକ୍ତ ୨ ଦିତୀୟ ବର୍ଷ କଳା ଶ୍ରେଣୀରେ ପଢୁଥିବା ୧୭ ବର୍ଷର ଛାତ୍ରୀଙ୍କୁ ଅପହରଣ…
ଏହିଦିନ ଓଡ଼ିଶା ଆସିବେ ଅମିତ ଶାହା: କଟକରେ ରହିଛି ବଡ କାର୍ଯ୍ୟକ୍ରମ
ଭୁବନେଶ୍ୱର,୧୭।୨: କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଆସନ୍ତା ମାର୍ଚ୍ଚ ୭ ତାରିଖରେ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଏହି ଏକଦିବସୀୟ ଗସ୍ତ କାଳରେ ସେ କଟକ ଜିଲା…
‘ମୁଖ୍ୟମନ୍ତ୍ରୀ ମୋ ସାନ ଭାଇ, ବିଜେଡି ଫେରିବା ଆଶା ନାହିଁ’- ସନାତନ ମହାକୁଡ଼
ଭୁବନେଶ୍ୱର,୧୭l୨: ବିଜୁ ଜନତା ଦଳ (ବିଜେଡି) ରୁ ନିଲମ୍ବିତ ହେବା ପରେ ପ୍ରଥମ ଥର ପାଇଁ ମୁହଁ ଖୋଲିଛନ୍ତି ଚମ୍ପୁଆ ବିଧାୟକ ସନାତନ ମହାକୁଡ଼। ଦଳରୁ ନିଲମ୍ବନ…
ଦୁର୍ବ୍ୟବହାର ଅଭିଯୋଗ ଆଣିଥିଲେ ଅତିରିକ୍ତ ତହସିଲଦାର, ଆଖି ବୁଜିଲେ ବିଷ ପିଇଥିବା ଚିକିଟି ପିଇଓ
ଚିକିଟି,୧୭।୨(ପ୍ରକାଶ ଚନ୍ଦ୍ର ସାହୁ): ଚିକିଟି ଅତିରିକ୍ତ ତହସିଲଦାରଙ୍କ ଦ୍ୱାରା ଦୁର୍ବ୍ୟବହାର କରିଥିବା ଅଭିଯୋଗ ଆସିବା ପରେ ଗଞ୍ଜାମ ଜିଲା ରାମଚନ୍ଦ୍ରପୁର ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ(ପିଇଓ) ଦଣ୍ଡପାଣି ପାତ୍ର…
Archives

