କୁନ୍ଦୁରା,୧୯।୧୧(ଡି.ଏନ୍.ଏ.)କୁନ୍ଦୁରା ବ୍ଲକ ଚେଣ୍ଡିଆ ଝିଲିଗାଁର ପଦ୍ମା ପରଜା (୨୬) ଓ ବଡ଼ ଝିଲିଗଁାର ରାଧା ପରଜା (୨୮)। ଏହି ୨ ମହିଳା ମାନସିକ ଭାବେ ଅସୁସ୍ଥ ଥାଇ ଗତ ୩/୪ ବର୍ଷ ହେବ ଶିକୁଳିବନ୍ଧା ଜୀବନ କାଟୁଛନ୍ତି। ପଦ୍ମା ୪ ବର୍ଷ ତଳୁ ମାନସିକ ଅସୁସ୍ଥ ଥାଇ କୁନ୍ଦୁରାର ସାରଗଗୁଡ଼ା ଅଞ୍ଚଳରେ ଏଣେତେଣେ ବୁଲୁଥିଲେ। ଯେତିକି ସମ୍ବଳ ଥିଲା, ସେଥିରେ ଆଖପାଖ ଡାକ୍ତରଖାନାରେ ଚିକିତ୍ସା କଲୁ। କିନ୍ତୁ ଆଉ ପାରିଲୁନି। କେତେବେଳେ କେଉଁ ଅସାମାଜିକ ହାବୁଡ଼ରେ ପଡ଼ିଯିବ, ସେଇ ଆଶଙ୍କାରେ ବାଧ୍ୟହୋଇ ଝିଅକୁ ଶିକୁଳିରେ ବାନ୍ଧି ରଖିଛୁ ବୋଲି କହିଛନ୍ତି ପଦ୍ମାଙ୍କ ମା’ ବୈଦି ପରଜା ଓ ଦାଦା ଭକତ ରାମ ପରଜା। ସେହିଭଳି ବଡ଼ଝିଲିଗାଁର ରାଧା ମଧ୍ୟ ମାନସିକ ଅସୁସ୍ଥ ହୋଇ ପରିବାର ଉପରେ ନିର୍ଭରଶୀଳ ରହିଛନ୍ତି। ୨୦୧୫ରେ ମା’ ବାପା ତାଙ୍କର ବିବାହ ବାଣୁଆଗୁଡ଼ା ପଞ୍ଚାୟତ ମୁଣ୍ଡାରିଗୁଡ଼ା ଗ୍ରାମର କୃଷ୍ଣ ପରଜାଙ୍କ ସହ କରାଇଥିଲେ ା ୨ ବର୍ଷ ସଂସାର କଲାପରେ ହଠାତ୍ ସେ ଘରେ ନ ରହି ବୁଲିବା ଓ ମନକୁ ମନ କହି ହସିବାକୁ ଲାଗିଲେ। ସ୍ବାମୀ ଶ୍ୱଶୁର ଯେତିକି ଚିକିତ୍ସା କରିବା କଥା କଲେ, କିନ୍ତୁ ପରେ ରାଧାଙ୍କୁ ତାଙ୍କ ବାପା ଗୋରା ପରଜାଙ୍କ ପାଖରେ ଛାଡ଼ିଦେଇ ଗଲେ। ଗୋରା ଅଳଙ୍କାର ବିକି ଝିଅର ଯଥାସମ୍ଭବ ଚିକିତ୍ସା କଲେ। କିନ୍ତୁ କିଛି ଫଳ ନ ହେବାରୁ ଝିଅକୁ ଶିକୁଳିରେ ବାନ୍ଧି ରଖିଛନ୍ତି। ରାଧାଙ୍କ ବାପା, ମା’, ଦାଦା ସମସ୍ତେ ଅତି ଗରିବ, କୁଲି ମଜୁରି କରି ଚଳନ୍ତି ା ତେଣୁ ଅଧିକ ଚିକିତ୍ସା ଦେଇାରୁ ନାହାନ୍ତି। ଏନେଇ କୁନ୍ଦୁରା ଭାରପ୍ରାପ୍ତ ବିଡିଓ ମାଧୁରୀ ଆଚାରୀଙ୍କୁ ପଚାରିବାରୁ ସେ କହିଥିଲେ, ଏଯାବତ୍ ଏହି ଘଟଣା ଆମ ନଜରକୁ ଆସି ନ ଥିଲା ା ସରକାରଙ୍କ ନିୟମାନୁସାରେ ଯାହା ସହାୟତା ଦେଇହେବ ସେ ଦେବେ।
ନାତୁଣୀଙ୍କୁ ଦୁର୍ବ୍ୟବହାର, ପ୍ରତିବାଦ କରିବାରୁ ଗାଁ ଦାଣ୍ଡରେ ବୃଦ୍ଧଙ୍କୁ ପିଟି ପିଟି ହତ୍ୟା; ମୃତଦେହ…
ଦିଗପହଣ୍ଡି,୧।୧(ଅଶେଷ ନାଥ ମିଶ୍ର): ନୂଆବର୍ଷରେ ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷା ନିମଖଣ୍ଡି ପଞ୍ଚାୟତ ସିନ୍ଧବା ଗ୍ରାମରେ ଜଣେ ବୃଦ୍ଧ ସନିଆ ଗୌଡ଼(୮୫)ଙ୍କୁ ଗୁରୁବାର ସକାଳ...
ନୂଆବର୍ଷରେ କର୍ମୀଙ୍କ ବ୍ୟାନର ଓ୍ବାର, ନୂଆନୂଆ ଚେହେରା ଦେଖି…
ଧର୍ମଶାଳା,୧ା୧(ଶିବପ୍ରସାଦ ମହାନ୍ତି): ବିଦାୟ ନେଇଛି ବର୍ଷ ୨୦୨୫, ଆରମ୍ଭ ହୋଇଛି ନବବର୍ଷ ୨୦୨୬। ଏଥିପାଇଁ ଅନେକ ପ୍ରସ୍ତୁତି ମଧ୍ୟ ହୋଇଛି। ସବୁଠି ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ସହ...
ନୂଆ ରେକର୍ଡ କଲା ନନ୍ଦନକାନନ: ବୁଲିଲେ ୪୦ ଲକ୍ଷ ପର୍ଯ୍ୟଟକ
ଭୁବନେଶ୍ୱର,୧।୧: ୨୦୨୫ରେ ନନ୍ଦନକାନନକୁ ରେକର୍ଡ ସଂଖ୍ୟକ ପର୍ଯ୍ୟଟକ ଆଗମନ କରିଥିବା ଗୁରୁବାର ସୂଚନା ମିଳିଛି। ୨୦୨୫ରେ ନନ୍ଦନକାନନକୁ ୪୦ ଲକ୍ଷ ୨୦ହଜାର ୫୩୯ ପର୍ଯ୍ୟଟକ ଆସିଛନ୍ତି।...
ରାଜଧାନୀରେ ମଦର ମାହୋଲ: ୭ ଦିନରେ ୩୨ କୋଟି ଟଙ୍କାର ମଦ ପିଇଲେ ଭୁବନେଶ୍ୱରବାସୀ
ନୂଆଦିଲ୍ଲୀ,୧।୧: ନୂଆବର୍ଷ ସ୍ୱାଗତ ଉତ୍ସବକୁ ନେଇ ସାରା ରାଜଧାନୀ ଚଳଚଞ୍ଚଳ ଥିବାବେଳେ, ମଦ ବିକ୍ରି କ୍ଷେତ୍ରରେ ଏକ ନୂଆ ରେକର୍ଡ ସୃଷ୍ଟି ହୋଇଛି। ଅବକାରୀ ବିଭାଗର...
ନୂଆବର୍ଷର ପ୍ରଥମ ଦିନରେ ଦୁର୍ଘଟଣା, ଦୁଇ ବାଇକ୍ ମୁହାଁମୁହିଁ ଧକ୍କାରେ ଜଣେ ମୃତ
ପଟ୍ଟାଙ୍ଗି୧/୧(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍ ଅନ୍ତର୍ଗତ ଦେଓଫଟ୍ଟାଙ୍ଗି ପଞ୍ଚାୟତ ସଦର ମହକୁମା ସ୍ଥିତ ଚିଲିଗୁଡା ସଲପଗୁଡା ଛକ ନିକଟରେ ଦୁଇ ମୋଟର...
ନବୀନଙ୍କ ଉତ୍ତରାଧିକାରୀକୁ ନେଇ ଚର୍ଚ୍ଚା, ଅଶୋକ ପଣ୍ଡା କହିଲେ ଯେବେ ଯାଏ ନବୀନ ଅଛନ୍ତି…
ଭୁବନେଶ୍ବର,୧।୧: ନୂଆବର୍ଷର ପ୍ରଥମ ଦିନରେ ପୁଣି ଥରେ ନବୀନଙ୍କ ଉତ୍ତରାଧିକାରୀଙ୍କୁ ନେଇ ଚର୍ଚ୍ଚା ବଢ଼ିଛି ।ନବୀନଙ୍କୁ ଭେଟି ଶୁଭେଚ୍ଛା ଜଣାଇବା ପରେ ମୁହଁ ଖୋଲିଛନ୍ତି ଅଶୋକ...
ଗ୍ରାମବାସୀଙ୍କୁ ଜଙ୍ଗଲ ମନା, ରାତି ଉଜାଗର ରହି ହାତୀ ଜଗିଲେ ବନକର୍ମଚାରୀ
ଭଞ୍ଜନଗର,୧ା୧(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡରେ ଗୁରୁବାର ସନ୍ଧ୍ୟା ସୁଦ୍ଧା ୭୦ ହାତୀ ଅଛନ୍ତି। ହାତୀମାନେ ସନ୍ଧ୍ୟା ହେଲେ ଜଙ୍ଗଲରୁ ବାହାରି...
ମା’ ରାମଚଣ୍ଡୀଙ୍କୁ ଦର୍ଶନ କଲେ ରାଜ୍ୟସଭା ସାଂସଦ, ୪ ଲକ୍ଷ ଅନୁଦାନ ଦେଲେ
ଗଞ୍ଜାମ,୧।୧(ଦିଲ୍ଲୀପ ସାମଲ/ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଳକ ଅନ୍ତର୍ଗତ କରପଡ଼ା ପଞ୍ଚାୟତର ଋଷିକୂଲ୍ୟା ତଟର ନୀଳାଦ୍ରିପୁର ଶିଖରେ ଅବସ୍ଥିତ ପ୍ରସିଦ୍ଧ ଶକ୍ତିପୀଠ ମା’ ରାମଚଣ୍ଡୀଙ୍କ ମନ୍ଦିର ।...
Archives


