ଶାଶୁ ବୋହୂ ଧାରାବାହିକ ଯୁଗରେ ସାହିତ୍ୟ ତିଷ୍ଠିବା ଅସମ୍ଭବ

ବିଶିଷ୍ଟ ଲେଖକ ତଥା ପ୍ରଶାସକ ଡ. ପ୍ରଦୀପ ଦାଶ। ନିକଟରେ ସେ ନିଜ ରଚିତ ପୁସ୍ତକ ‘ଚରୁ ଚିବର ଓ ଚର୍ଯ୍ୟା’ ନିମନ୍ତେ ୪୦ତମ ଶାରଳା ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି। ସାହିତ୍ୟ ସୃଷ୍ଟି ମାଧ୍ୟମରେ ସାମାଜିକ ସମସ୍ୟାର ପ୍ରତିଫଳନ କରୁଥିବା ଡ. ଦାଶ ଏକାଧିକ ଓଡ଼ିଆ ପୁସ୍ତକର ରଚୟିତା। ନିଜ ପ୍ରଶାସନିକ ଅଭିଜ୍ଞତାକୁ ସାହିତ୍ୟରେ ପ୍ରତିଫଳନ କରାଉଥିବା ଏହି ସାହିତି୍ୟକଙ୍କ ସହ ଧରିତ୍ରୀର ସ୍ବତନ୍ତ୍ର ସାକ୍ଷାତ୍‌କାର।

ଶାରଳା ପୁରସ୍କାର ପାଇବେ ବୋଲି ଆଶା କରିଥିଲେ? କାହାକୁ ଶ୍ରେୟ ଦେବେ?
ପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ଶ୍ରେୟ ଦେବି। ଜଣେ ନୀରବ ସାଧକ କେବେ ପୁରସ୍କାରକୁ ଆଶା କରେନା। ମୋର କେବେଳ ପୁରସ୍କାର ପାଇଁ ଆଶା ନଥିଲା କି ନାହିଁ। ସାହିତ୍ୟ ମୋ ପାଇଁ ସାଧନା, ଏଥିରେ ପ୍ରତ୍ୟାଶାର ସ୍ଥାନ ନାହିଁ।
ଆପଣ ଭାବୁଛନ୍ତି କି ସାହିତ୍ୟ ମାଧ୍ୟମରେ ପରିବର୍ତ୍ତନ ଆଣିହେବ?
ପାଠାଗାର ଭିତରେ ବସି ୫, ୧୦ଟା ବହି ପଢି ସେଥିରୁ କିଛି ଭାଷା, ଭାବ, ଶୈଳୀ ଚୋରିକରି ଲେଖିବା ସାହିତ୍ୟ ନୁହେଁ। ସାହିତ୍ୟ ହେଉଛି ନିଜ ଅନୁଭବ ଓ ନିଜ ଅନୁଭୂତିକୁ ସାମାଜିକ ପରିବର୍ତ୍ତନ ପାଇଁ ଏକ ରୂପ ଦେଇ ତାହାକୁ ଲୋକଙ୍କ ସାମ୍ନାକୁ ଆଣିବା। ଆସାମ, ପଶ୍ଚିମବଙ୍ଗର ସାହିତି୍ୟକମାନେ ସେଭଳି କରନ୍ତି। ଲୋକଙ୍କ ସହ ମିଶି ସେମାନଙ୍କ ଠାରୁ କାହାଣୀ ଆଣନ୍ତି। ହେଲେ ଆମେ ବହୁ ସାହିତ୍ୟ ସୃଷ୍ଟିକଲେ ବି ତାହାର ଗୁରୁତ୍ୱ ରୁହେନା। କାରଣ କିଛି ନଥିଲେ ଆମେ ପ୍ରେମର ତ୍ରିଭୁଜକୁ ସାହିତ୍ୟ କହୁ। ସେଭଳି ସାହିତ୍ୟରେ କେବେ ପରିବର୍ତ୍ତନ ସମ୍ଭବ ନୁହେଁ।
ଧୀରେ ଧୀରେ ଓଡ଼ିଆ ପାଠକଙ୍କ ସଂଖ୍ୟା କମିଯାଉଛି। ଏହାର କାରଣ କ’ଣ ବୋଲି ଭାବୁଛନ୍ତି?
ଓଡ଼ିଆ ପାଠକଙ୍କ ସଂଖ୍ୟା କମିବା ପାଇଁ ଆମେ ନିଜେ ଦାୟୀ। କାରଣ ଆମେ ଆମ ପିଲାଙ୍କୁ ଓଡ଼ିଆ ପଢାଇବାକୁ କୁଣ୍ଠାବୋଧ କରୁଛୁ। ୬ବର୍ଷ ହେଲାବେଳକୁ ଷ୍ଟୁଆର୍ଟ, କେମ୍ବ୍ରିଜ୍‌ ସ୍କୁଲ୍‌ ଖୋଜୁଛୁ। ଏମିତି ହେଲେ ସେମାନେ ଓଡ଼ିଆ ସାହିତ୍ୟ ବିଷୟରେ ଜାଣିବା ତ ଦୂରର କଥା ସାହିତ୍ୟ ବଞ୍ଚତ୍ବା ଅସମ୍ଭବ ହୋଇଯିବ। ଓଡ଼ିଆ ସାହିତ୍ୟର ଐଶର୍ଯ୍ୟ ଅଛି ବୋଲି ଆମେ କେବଳ କଥାରେ କହୁ, ପ୍ରକୃତରେ କିନ୍ତୁ ବୁଝୁନା। ପ୍ରକୃତରେ ବୁଝୁଥିଲେ ଆମେ ଓଡ଼ିଆରେ କଥାହେବାକୁ କେବେ କୁଣ୍ଠାବୋଧ କରନ୍ତୁନି କି ନିଜ ପିଲାଙ୍କୁ ଓଡ଼ିଆ ପଢାଇବାକୁ ଲାଜ କରନ୍ତୁନି।
ଆପଣଙ୍କର ଆଗାମୀ ଲେଖା କାହାଉପରେ ରହିବ?
ସମୟ କହିବ କାହା ଉପରେ ଲେଖିବି। ଆବଶ୍ୟକତାରୁ ସାହିତ୍ୟର ସୃଷ୍ଟି। ପ୍ରଶାସନିକ ସେବାରେ ପଶିବା ପରେ ଦୁଃଖ କେଉଁଠି, ଅଭାବ କେଉଁଠି, ଦୈନ୍ୟ କେଉଁଠି ଜାଣିଲି। ଲୋକେ କିଭଳି ନିର୍ଯାତିତ, ନିଷ୍ପେଷିତ ହେଉଛନ୍ତି, ତା’ର ପ୍ରକୃତ ଚିତ୍ର ମୁଁ ଦେଖିସାରିଲା ପରେ ମୋ ମନକୁ ସାହିତ୍ୟ ଆସୁଛି। ଯେଉଁଠାରେ ଦେଖେ ସରକାରୀ ସ୍ତରରେ ଏକ ସମସ୍ୟାର ସମାଧାନ କରିହେବନି ସେଠାରେ ମୁଁ ସାହିତ୍ୟର ସାହାରା ନିଏ। ଲୋକଙ୍କ ଦୁଃଖ ଓ ଯନ୍ତ୍ରଣାକୁ ସାହିତ୍ୟର ସ୍ବର କରେ। ଯେତେବେଳେ ମନେହୁଏ ଆମର କିଛି କରିବାର କ୍ଷମତା ନାହିଁ ସେତେବେଳେ ଏ ସାହିତ୍ୟ କାମରେ ଆସେ।
ଜଣେ ପ୍ରଶାସକ ଏବଂ ଜଣେ ଲେଖକ। କେମିତି ବାଲାନ୍ସ କରନ୍ତି?
ଦୁଇଜଣ ବ୍ୟକ୍ତିତ୍ୱ ମୋତେ ଏଥିପ୍ରତି ଉତ୍ସାହିତ କରିଛନ୍ତି। ସେମାନେ ହେଲେ ଫକୀରମୋହନ ସେନାପତି ଓ ଗୋପୀନାଥ ମହାନ୍ତି। ଜଣେ ଦଓ୍ବୋନ୍‌ ହେଲେ ଆଉଜଣେ ଡେପୁଟି କଲେକ୍ଟର। ତେବେ ଦୁଇଜଣଙ୍କର ସାହିତ୍ୟ ଏତେ ଉର୍ବର, ବ୍ୟାପକ ଓ ବ୍ୟାପ୍ତ ତାହା ଜଣେ ପଢିଲେ ହିଁ ଜାଣିପାରିବ। ମୋ ମତରେ ଏସବୁ ସାହିତ୍ୟ ସୃଷ୍ଟି ପଛରେ ପ୍ରଶାସନିକ ଅଭିଜ୍ଞତା ରହିଛି। ମୋତେ ଲାଗିଥିଲା ଭଲ ସାହିତି୍ୟକ ହେବାକୁ ହେଲେ ପ୍ରଥମେ ଜଣେ ପ୍ରଶାସକ ହେବାକୁ ପଡ଼ିବ।
ସର୍ବଭାରତୀୟ ସ୍ତରରେ ଓଡ଼ିଆ ସାହିତ୍ୟର ସ୍ଥିତି କିଭଳି ରହିଛି?
ଓଡ଼ିଆ ଭାଷା ଶାସ୍ତ୍ରୀୟ ମାନ୍ୟତା ପାଇବା ପରେ ଆମେ ଶାସ୍ତ୍ରୀୟ ପରମ୍ପରାକୁ ଭିତ୍ତିକରି ଉଚ୍ଚାଙ୍ଗ ସାହିତ୍ୟ ସୃଷ୍ଟି କରିବା ଉଚିତ। ତାମିଲ୍‌, ବଙ୍ଗଳା ଓ ଆସାମୀମାନେ କବି, କବିତା, ସାହିତ୍ୟ ଓ ସାହିତି୍ୟକ ପ୍ରତି ଯେଉଁଭଳି ଅନୁରାଗ ପୋଷଣ କରୁଛନ୍ତି ସେଭଳି ଅନୁରାଗ ଆମର ନାହିଁ। ସେଥିପାଇଁ ତାଙ୍କ ସାହିତ୍ୟ କୃତି ବହୁତ ଆଗକୁ ଯାଉଛି। ଆମର ଯେତେ ଭଲ ହେଲେ ବି ଆମେ ପଛରେ ରହିଯାଉଛେ। ଯେଉଁ ସାରଳା ଆମ ସାହିତ୍ୟର ଭିତ୍ତି ସୃଷ୍ଟି କରିଥିଲେ ୪ କୋଟିରୁ ୧ କୋଟି ବି ସେଭଳି ମହାକବିଙ୍କୁ ମନେରଖିନାହାନ୍ତି। ମନେ ରଖିବା ତ ଦୂରର କଥା ସାରଳା ଦାଶ ଓ ସାରଳା ମହାଭାରତ ବିଷୟରେ ଓଡ଼ିଆମାନେ ଜାଣିନାହାନ୍ତି।
ଓଡ଼ିଆ ସାହିତ୍ୟ ପ୍ରତି ଯୁବପିଢିମାନେ ଆକୃଷ୍ଟ ହେଉଛନ୍ତି ବୋଲି ଭାବୁଛନ୍ତି କି?
ସୁନାମ, ଖ୍ୟାତି ଓ ଗରିମା ପାଇଁ ଆଜିକାଲି ଲୋକେ ସାହିତ୍ୟ ଆଡ଼କୁ ମୁହାଁଉଛନ୍ତି। ଆଗପିଢିର ସାହିତି୍ୟକମାନେ ନିଜ ଲେଖା ମାଧ୍ୟରେ ଯେଭଳି ସାମାଜିକ ପରିବର୍ତ୍ତନର ବାର୍ତ୍ତା ଦେଉଥିଲେ ଏବେକାର ସାହିତି୍ୟକମାନଙ୍କ ମଧ୍ୟରେ ଆଉ ସେଭଳି ମାନସିକତା ନାହିଁ। ସାହିତ୍ୟ ଯଦି ସାମାଜିକ ପ୍ରତିବଦ୍ଧତା ଦେଇ ଗତିକରେ ତାହେଲେ ସେ ସାହିତ୍ୟ ଦୀର୍ଘସ୍ଥାୟୀ ହେବ। ସମାଜ ପ୍ରତି, ମଣିଷ ପ୍ରତି, ମାଟିର ସ୍ବପ୍ନ ପ୍ରତି, ଭୂମିର ଆତ୍ମାପ୍ରତି ଥିବା ଆନ୍ତରିକତା ସାହିତ୍ୟରେ ପ୍ରତିଫଳନ ହେବା ଆବଶ୍ୟକ।
ଜଣେ ଚାହିଁଲେ ସାହିତି୍ୟକ ହୋଇ ତିଷ୍ଠିପାରିବ କି?
ଶାଶୁ ବୋହୂ ଧାରାବାହିକ ଯୁଗରେ ସାହିତ୍ୟକୁ ନେଇ ତିଷ୍ଠିବା କାଠିକର ପାଠ। ବିଶେଷକରି ଓଡ଼ିଶାରେ ଏହା ଅସମ୍ଭବ। ଆମ ମାନସିକତାରେ ଯେପର୍ଯ୍ୟନ୍ତ ପରିବର୍ତ୍ତନ ନ ହୋଇଛି ସେପର୍ଯ୍ୟନ୍ତ ଆମେ ସାହିତ୍ୟକୁ ପୁଞ୍ଜି କରି ବଞ୍ଚତ୍ପାରିବା ନାହିଁ। ଆଜି ମୁଁ ଯେଉଁଠାରେ ପହଞ୍ଚତ୍ଛି ତାହାର ଭିତ୍ତିଭୂମି ‘ଧରିତ୍ରୀ’ରେ ସୃଷ୍ଟିହୋଇଛି। ସ୍ବର୍ଗତ ଦେବେନ୍ଦ୍ର ଶତପଥୀ ଏବଂ ନନ୍ଦିନୀ ଶତପଥୀ ଆଜି ଯଦି ଜୀବିତ ଥା’ନ୍ତେ ତାଙ୍କୁ ମୁଁ ପ୍ରଥମେ କୃତଜ୍ଞତା ଜଣାଇଥାନ୍ତି। ଜଣେ ସାହିତ୍ୟ ଛାତ୍ରଭାବେ ସେମାନେ ମୋତେ ଆଗକୁ ବଢିବାର ସୁଯୋଗ ଦେଇଥିଲେ। କିନ୍ତୁ ଏବେ ଓଡ଼ିଆ ଭାଷା ଯେଉଁମାନେ ପଢୁଛନ୍ତି ସେମାନଙ୍କୁ ଲୋକେ ମୂର୍ଖ ଭାବନ୍ତି। ଆମ ଲୋକଙ୍କ ମାନସିକତା ଏମିତି ଯେ ସାହିତ୍ୟ ଛାତ୍ରକୁ ସମସ୍ତେ ପଛ ବେଞ୍ଚରେ ବସିଥିବା ପିଲା ଭାବନ୍ତି।
ଆଗାମୀ ପିଢି ସାହିତି୍ୟକଙ୍କୁ କ’ଣ ବାର୍ତ୍ତାଦେବେ?
ଅଧିକ ପଢ଼। ଲୋକଙ୍କ ସହ ମିଶ ଓ ସେମାନଙ୍କ କଥାକୁ କାହାଣୀ କର। ଦୁର୍ଭାଗ୍ୟର ବିଷୟ, ୯୮ରୁ ୯୯ ପ୍ରତିଶତ ଓଡ଼ିଆ ଛାତ୍ରୀଛାତ୍ର ନିଜର ଶିଖିବାର ପରିସୀମାକୁ ବ୍ୟାପ୍ତ କରୁନାହାନ୍ତି। ସାମୁଏଲ୍‌ ବେକେଟ୍‌ସଙ୍କ ବହି ନ ପଢିଲେ ଆବ୍‌ସର୍ଡ ଡ୍ରାମା ବିଷୟରେ ଜାଣିପାରିବେ ନାହିଁ ବୋଲି ସେମାନେ ଭୁଲିଯାଉଛନ୍ତି। ଯଦି ଜଣେ ଇତିହାସ, ଭୂଗୋଳ, ରାଜନୀତି ବିଜ୍ଞାନ, ଇଂଲିଶ ପଢି ନିଜକୁ ପ୍ରତିଷ୍ଠିତ କରିପାରୁଛି ତାହେଲେ ଓଡ଼ିଆ ପଢି କ’ଣ ପାଇଁ ଆମେ କରିପାରିବା ନାହିଁର ମାନସିକତା ରଖି ଆଗକୁ ବଢିବା ଉଚିତ।


Enter your email to get our daily news in your inbox.

All Right Reserved By Dharitri.Com

ଚପଲ ପିନ୍ଧି ମହାପ୍ରସାଦ ବାଣ୍ଟିଲେ, ଠିଆହୋଇ ଖାଇଲେ

ପୁରୀ,୩୧ା୧୨(ଅଜିତ୍‌ କୁମାର ମହାନ୍ତି): ମହାପ୍ରସାଦ ଓ ମହାପ୍ରଭୁଙ୍କୁ ଅପମାନ କଲାଭଳି ଦୃଶ୍ୟ ପୁଣି ଦେଖିବାକୁ ମିଳିଛି। ଏନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। କେତେଜଣ...

ନୂଆବର୍ଷ ପୂର୍ବରୁ ବଡ଼ ଧରଣର ଭୂକମ୍ପ ଝଟକା, ଭୟରେ…

ନୂଆଦିଲ୍ଲୀ,୩୧।୧୨: ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଜାପାନରେ ବଡ଼ ଧରଣର ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ତୀବ୍ରତା ୬ ରେକର୍ଡ କରାଯାଇଛି ।...

ଘରକୁ ଫେରିବା ବାଟରେ ଭୟଙ୍କର ଦୁର୍ଘଟଣା: ବାଇକ୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ବୋଲେରୋ; ଯୁବକ ଗୁରୁତର; ଡ୍ରାଇଭର…

କେସିଙ୍ଗା,୩୧।୧୨( ତୁମେଶ୍ୱର ସାହୁ): ରାତି ପାହିଲେ ନୂଆବର୍ଷ। ଗାଁଠୁ ନେଇ ସହର ଯାଏ ନୂଆବର୍ଷ ପାଳନ ପାଇଁ ଚାଲିଛି ସଜ ବାଜ। ଏଭଳି ସମୟରେ କେସିଙ୍ଗା...

ବରିଷ୍ଠ IAS ଅରବିନ୍ଦ ପାଢ଼ୀଙ୍କୁ ମିଳିଲା ପ୍ରମୋଶନ

ଭୁବନେଶ୍ବର,୩୧ା୧୨: ଓଡ଼ିଶା ପ୍ରଶାସନିକ ସ୍ତରରେ ଏକ ବଡ଼ ପରିବର୍ତ୍ତନ ହୋଇଛି। କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ତଥା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ...

ରୁଷକୁ ବିଶ୍ବାସ ଯେ… ୨୦୨୫ ବର୍ଷର ଶେଷ ଭାଷଣରେ ଜେଲେନ୍ସକିଙ୍କ ବିଷୟରେ କଣ କହିଲେ ପୁଟିନ୍

ନୂଆଦିଲ୍ଲୀ,୩୧।୧୨: ରୁଷ ରାଷ୍ଟ୍ରପତି ପୁଟିନ ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଦେଶକୁ ସମ୍ବୋଧିତ କରିଛନ୍ତି । ୟୁକ୍ରେନରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ସେ କହିଥିଲେ ଯେ...

ଭୂତକୋଠା ପାଲଟିଛି ଶିକ୍ଷକ ଭବନ, ରାତି-ଦିନରେ ଜମୁଛି ମଦର ଆସର

ମୋହନା,୩୧/୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ । ଏହା ୩୯ଟି ପଞ୍ଚାୟତକୁ ନେଇ ଗଠିତ । ଏହି ବ୍ଲକର...

ପ୍ରଭାକର ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ, ଡେଙ୍ଗାପଦର ଭଲିବଲ ଟିମ୍ ବିଜୟୀ

ଦିଗପହଣ୍ଡି, ୩୧|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ୪ର୍ଥ ଦିବସ ଆଜି ଆୟୋଜିତ...

ରାସନ୍ କାର୍ଡ E-KYC ନେଇ ଯୋଗାଣ ମନ୍ତ୍ରୀଙ୍କ ବଡ଼ ଘୋଷଣା, ଏତିକି ଦିନ ବଢ଼ିଲା ଅବଧି

ଭୁବନେଶ୍ବର,,୩୧/୧୨: ରାସନକାର୍ଡ ହିତାଧିକାରୀଙ୍କ ପାଇଁ ବଡ଼ ଖବର । ଆହୁରି ୨ ମାସ ବଢିଲା ରାସନ୍ କାର୍ଡ E-KYC ଅବଧି । ଆଜି  E-KYC ଅବଧି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri