ଭୁବନେଶ୍ୱର,୨୨ା୧୧(ବ୍ୟୁରୋ): ବାସୋପଯୋଗୀ ଜମି ଦେବା ଆଳରେ ଶାରଳା ରିଅଲକନ୍ ପ୍ରାଇଭେଟ୍ ଲିଃ ଜମାକାରୀଙ୍କ ୧୭ କୋଟି ଟଙ୍କା ଠକିବା ମାମଲା କଟକ ଓପିଆଇଡି କୋର୍ଟରେ ବିଚାରାଧୀନ ରହିଛି। ସୋମବାର ଏହାର ଶୁଣାଣି କରି କୋର୍ଟ ଜବତ ୧୩.୯୭ କୋଟିରୁ ଊର୍ଦ୍ଧ୍ୱ ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ବାଜ୍ୟାପ୍ତି କରିବାକୁ କଟକ ଏଡିଏମ୍ଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ସମ୍ପତ୍ତିରେ ରହିଛି ୧୩.୮୧ କୋଟିର ୯୫ ଏକର ଜମି, ୧୩.୧୦ ଲକ୍ଷର ଫ୍ରିଜ୍ ବ୍ୟାଙ୍କ ଜମା, ୩.୨୫ କୋଟିର ନଗଦ ଟଙ୍କା ଏବଂ ୪ଟି ଚାରିଚକିଆ ଗାଡ଼ି। ତେବେ ଅସ୍ଥାବର ସମ୍ପତ୍ତିକୁ ନିଲାମ କରି ବିକ୍ରି ଟଙ୍କା ସହ ବ୍ୟାଙ୍କ ଜମାକୁ ମିଶାଇ ମୋଟ ଟଙ୍କାକୁ ଜମାକାରୀଙ୍କୁ ଫେରାଇବାକୁ କୋର୍ଟ କହିଛନ୍ତି।
ସୂଚନା ଅନୁଯାୟୀ, ଭୁବନେଶ୍ୱର ଓ ଏହାର ଆଖପାଖରେ ଜମି ଦେବାକୁ କହି ୨୦୧୦ରୁ ୨୦୧୩ ମସିହା ମଧ୍ୟରେ ୨୩୮ଜଣ ଜମାକାରୀଙ୍କଠାରୁ କମ୍ପାନୀର ପରିଚାଳନା ନିର୍ଦ୍ଦେଶକ ତଥା ଅଭିଯୁକ୍ତ ଗୟାଧର ଜେନା ଏବଂ ନିର୍ଦ୍ଦେଶକମାନେ ପ୍ରାୟ ୧୭ କୋଟି ଟଙ୍କା ଠକି ନେଇଥିଲେ। ଉକ୍ତ ଟଙ୍କାରେ ସେମାନେ ବିପୁଳ ସମ୍ପତ୍ତି ଠୁଳ କରିଥିଲେ। ଏନେଇ ଅଭିଯୋଗ ହେବା ପରେ କ୍ରାଇମ୍ବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲ୍ୟୁ) ୨୦୧୫ ମାର୍ଚ୍ଚ ୧୫ରେ ଏକ ମାମଲା (ନଂ.୯/୧୫) ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ସେହି ବର୍ଷ ଇଓଡବ୍ଲ୍ୟୁ ଗୟାଧର ଓ ୨ ନିର୍ଦ୍ଦେଶକଙ୍କୁ ଗିରଫ କରିଥିଲା। ଏପରିକି ନିର୍ଦ୍ଦେଶକ ଥିବା ଗୟାଧରଙ୍କ ସ୍ତ୍ରୀ ପଙ୍କଜିନୀ ମଧ୍ୟ ଗିରଫ ହୋଇଥିଲେ। ଇଓଡବ୍ଲ୍ୟୁ ତଦନ୍ତ କରି ଚାର୍ଜଶିଟ୍ ଦାଖଲ କରିବା ସହ ଠକେଇ ଟଙ୍କାରେ ହୋଇଥିବା ସମସ୍ତ ସମ୍ପତ୍ତିକୁ ଚିହ୍ନଟ କରିବା ପରେ ତାହାକୁ ବାଜ୍ୟାପ୍ତି କରିବାକୁ ପ୍ରସ୍ତାବ ଦେଇଥିଲା। ଅର୍ଥ ବିଭାଗ ୨୦୧୬ ଅକ୍ଟୋବରରେ ଏହାକୁ ବାଜ୍ୟାପ୍ତି କରିବାକୁ ଏକ ଅର୍ଡର ଦେଇଥିଲା। ଏଥିସହ କଟକ ଓପିଆଇଡି କୋର୍ଟରେ ମାମଲାର ବିଚାର ଚାଲିଥିଲା।
ଦୁଇ ଦିନ ପରେ ଦେଇଥାନ୍ତେ ମାଟ୍ରିକ୍ ପରୀକ୍ଷା, ବାଇକ୍ ସହ ଦୁର୍ଘଟଣା ପରେ ଟ୍ରକ୍ ଚାପି ଦେବାରୁ ଚାଲିଗଲା ଛାତ୍ରଙ୍କ ଜୀବନ
ରାୟଗଡ଼ା,୧୭।୨(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡ଼ା ସହରରେ ଚିନ୍ତାଜନକ ହୋଇପଡ଼ିଛି ଟ୍ରାଫିକ ସମସ୍ୟା । ସହର ଦେଇ ଯାଇଥିବା ୩୨୬ନଂ ଜାତୀୟ ରାଜପଥ କଡ଼ରେ ବେଆଇନ ପାର୍କିଂ ଯୋଗୁ…
ବ୍ରହ୍ମପୁର-ରେଢ଼ାଖୋଲ ରେଳ ପ୍ରକଳ୍ପ: ୩୩୨ କିମି ହେବ ରେଳ ଲାଇନ୍, ଅର୍ଥ ଅନୁମୋଦନ କେବେ…?
ଭଞ୍ଜନଗର,୧୭।୨(ବାବୁଲା ପ୍ରଧାନ)- ସରକାର ପରେ ସରକାର ବଦଳୁଛି, କିନ୍ତୁ ବ୍ରହ୍ମପୁର ଭାୟା ଭଞ୍ଜନଗର, ଫୁଲବାଣୀ ରେଢ଼ାଖୋଲ ରେଳ ପ୍ରକଳ୍ପ ଅଗ୍ରଗତି ହୋଇପାରୁନାହିଁ। କନ୍ଧମାଳ ଜିଲାବାସୀଙ୍କ ପାଇଁ ରେଳ…
କଲେଜ ଯାଇଥିବା ବେଳେ ଛାତ୍ରୀଙ୍କୁ ଅପହରଣ କରି ୫ ଦିନ ଧରି ବଳାତ୍କାର, ଜେଲ ହାଜତକୁ ଗଲେ …
ଦିଗପହଣ୍ଡି,୧୭।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳର ଏକ କଲେଜରେ ଯୁକ୍ତ ୨ ଦିତୀୟ ବର୍ଷ କଳା ଶ୍ରେଣୀରେ ପଢୁଥିବା ୧୭ ବର୍ଷର ଛାତ୍ରୀଙ୍କୁ ଅପହରଣ…
ଏହିଦିନ ଓଡ଼ିଶା ଆସିବେ ଅମିତ ଶାହା: କଟକରେ ରହିଛି ବଡ କାର୍ଯ୍ୟକ୍ରମ
ଭୁବନେଶ୍ୱର,୧୭।୨: କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଆସନ୍ତା ମାର୍ଚ୍ଚ ୭ ତାରିଖରେ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଏହି ଏକଦିବସୀୟ ଗସ୍ତ କାଳରେ ସେ କଟକ ଜିଲା…
‘ମୁଖ୍ୟମନ୍ତ୍ରୀ ମୋ ସାନ ଭାଇ, ବିଜେଡି ଫେରିବା ଆଶା ନାହିଁ’- ସନାତନ ମହାକୁଡ଼
ଭୁବନେଶ୍ୱର,୧୭l୨: ବିଜୁ ଜନତା ଦଳ (ବିଜେଡି) ରୁ ନିଲମ୍ବିତ ହେବା ପରେ ପ୍ରଥମ ଥର ପାଇଁ ମୁହଁ ଖୋଲିଛନ୍ତି ଚମ୍ପୁଆ ବିଧାୟକ ସନାତନ ମହାକୁଡ଼। ଦଳରୁ ନିଲମ୍ବନ…
ଦୁର୍ବ୍ୟବହାର ଅଭିଯୋଗ ଆଣିଥିଲେ ଅତିରିକ୍ତ ତହସିଲଦାର, ଆଖି ବୁଜିଲେ ବିଷ ପିଇଥିବା ଚିକିଟି ପିଇଓ
ଚିକିଟି,୧୭।୨(ପ୍ରକାଶ ଚନ୍ଦ୍ର ସାହୁ): ଚିକିଟି ଅତିରିକ୍ତ ତହସିଲଦାରଙ୍କ ଦ୍ୱାରା ଦୁର୍ବ୍ୟବହାର କରିଥିବା ଅଭିଯୋଗ ଆସିବା ପରେ ଗଞ୍ଜାମ ଜିଲା ରାମଚନ୍ଦ୍ରପୁର ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ(ପିଇଓ) ଦଣ୍ଡପାଣି ପାତ୍ର…
ଚାକିରି ନାଁରେ ଠକେଇ: ଖୋର୍ଦ୍ଧା କୋର୍ଟରେ ଜାମିନ ଆବେଦନ କଲେ ଗିରଫ ଜୟଦୁର୍ଗା ଫାଉଣ୍ଡେଶନ ଅଧ୍ୟକ୍ଷା, ୨୦ରେ…
ହାଟଡିହୀ,୧୭l୨(ଶୁଭକାନ୍ତ ନାୟକ): ୨୨ ଲକ୍ଷ ଟଙ୍କା ଠକେଇ ମାମଲାରେ ଗିରଫ ହୋଇଥିବା ଜୟଦୁର୍ଗା ଫାଉଣ୍ଡେଶନ ଅଧ୍ୟକ୍ଷା ସୁରେଶ୍ୱରୀ ସାଗରୀକା ଜେନା ଗିରଫ ପରେ ଜାମିନ ପାଇଁ ଖୋର୍ଦ୍ଧା…
ଜାତୀୟ ରାଜପଥରେ ପଡି ରହିଛି ପୋଡ଼ା କାର୍: ନିଆଁ ଲଗାଇ ଦିଆଯାଇଥିବା ସନ୍ଦେହ
ଧୂଷୁରୀ,୧୭।୨(ଦୀପ୍ତି ରଞ୍ଜନ ନାୟକ): ଧୂଷୁରୀ ଥାନା ଆରଡି ଫାଣ୍ଡି ଅଧୀନ ସାଠିବାଙ୍କୁଡା ନିକଟରେ ୨୦ ନମ୍ବର ଜାତୀୟ ରାଜପଥ ପାଶର୍ବରେ ଏକ କାର୍ ପୋଡିଯାଇ ପଡି ରହିଥିବା…
Archives

