ଶାରଳା ମନ୍ଦିର : ନିର୍ଦ୍ଦେଶ ମାନିଲେନି ଦୋକାନୀ, କାର୍ଯ୍ୟାନୁଷ୍ଠାନ ଶୂନ

ଜଗତ୍‌ସିଂହପୁର ଅଫିସ,୨ା୮: ଝଙ୍କଡ଼ବାସିନୀ ମା’ଶାରଳାଙ୍କ ପୀଠ ପରିସରରେ ପାର୍କିଂ ନିଲାମୀ ନେଇଥିବା ବ୍ୟକ୍ତି, ଭୋଗ ଓ ଦୀପ ଦୋକାନୀ ଦୀର୍ଘଦିନ ଧରି ରାଜସ୍ବ ଲୁଟି ଚାଲିଥିଲେ ସୁଦ୍ଧା ଦେବୋତ୍ତର ବିଭାଗ ନୀରବ। ଏ ସମ୍ପର୍କିତ ଖବର ପ୍ରଥମେ ଧରିତ୍ରୀରେ ପ୍ରକାଶ ପାଇବା ପରେ ଦେବୋତ୍ତର ବିଭାଗ ଓ ଜିଲା ପ୍ରଶାସନ ଚେଇଁ ଉଠିଥିଲେ। ଯେହେତୁ ରାଜସ୍ବ ଆଦାୟ ଦାୟିତ୍ୱ ଦେବୋତ୍ତର ବିଭାଗର ତେଣୁ ନୋଟିସ୍‌ ଦିଆଯାଇ ତୁରନ୍ତ ବକେୟା ଅର୍ଥ ଜମା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା। ଗତ ୨୪ ତାରିଖରେ ହୋଇଥିବା ନୋଟିସ୍‌ରେ ୩୫.୩୩ ଲକ୍ଷ ଟଙ୍କା ୩ ଦିନ ମଧ୍ୟରେ ଜମା କରିବାକୁ ପାର୍କିଂ, ଭୋଗ ଓ ଦୀପ ଦୋକାନୀଙ୍କୁ ନିର୍ଦ୍ଦେଶ ହୋଇଥିଲା। ଇତିମଧ୍ୟରେ ଦୀପ ଦୋକାନୀ ଗତବର୍ଷର ବକେୟା ଅର୍ଥ ଓ ଚଳିତବର୍ଷର ୨ଟି କିସ୍ତିରୁ ୧ଟି କିସ୍ତି ଜମା କରି ସାରିଛନ୍ତି। କିନ୍ତୁ ପାର୍କିଂ ଓ ଭୋଗ ଦୋକାନୀ ବକେୟା ଅର୍ଥ ଜମା କରୁନାହାନ୍ତି। ନୋଟିସ ଅନୁଯାୟୀ, ଧାର୍ଯ୍ୟ ସମୟ ମଧ୍ୟରେ ବକେୟା ଅର୍ଥ ପୈଠ ନ କଲେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା କଥା। କିନ୍ତୁ ଏ ଭିତରେ ୪ ଦିନ ଅତିକ୍ରାନ୍ତ ହୋଇଥିଲେ ସୁଦ୍ଧା ଦେବୋତ୍ତର ବିଭାଗ ନୀରବ ରହିଛି। ଆଶ୍ଚର୍ଯ୍ୟର କଥା ଗତବର୍ଷ ପାର୍କିଂ ନେଇଥିବା ବ୍ୟକ୍ତି ବକେୟା ଅର୍ଥ ଶୁଝିବା ପରିବର୍ତ୍ତେ କିଛି ଅର୍ଥ ଛାଡ ପାଇଁ ଗୁରୁବାର ଦେବୋତ୍ତର ବିଭାଗ ସହକାରୀ କମିଶନର ଦେବାଶିଷ ଦାଶଙ୍କୁ ଭେଟି ଅନୁରୋଧ କରିଛନ୍ତି। କିନ୍ତୁ ବକେୟା ଅର୍ଥ ଜମା କରିସାରିବା ପରେ ଛାଡ କଥା ଚିନ୍ତା କରାଯାଇପାରେ ବୋଲି ତାଙ୍କୁ କୁହାଯାଇଛି। ଅନ୍ୟପକ୍ଷରେ ମନ୍ଦିର ପରିଚାଳନା କ୍ଷେତ୍ରରେ ସୁଧାର ଆଣିବା ପାଇଁ ଜିଲାପାଳ ସଂଗ୍ରାମ କେଶରୀ ମହାପାତ୍ରଙ୍କୁ ନୂତନ ଭାବେ ଇଣ୍ଟେରିମ୍‌ ଟ୍ରଷ୍ଟି କରାଯାଇଛି। ଜିଲାପାଳଙ୍କ ଉପସ୍ଥିତି ସତ୍ତ୍ୱେ ଅର୍ଥ ପୈଠ କରା ନ ଯିବା ଆଲୋଚ୍ୟର ବିଷୟ ହୋଇଛି।
ପ୍ରତିବର୍ଷ ଶାରଳା ମନ୍ଦିର ପାର୍କିଂ, ଭୋଗ ଓ ଦୀପ ଦୋକାନ ପାଇଁ ଟେଣ୍ଡର ହୁଏ। ଟେଣ୍ଡର ପାଇଥିବା ବ୍ୟକ୍ତି କିସ୍ତି ଅନୁଯାୟୀ ଅର୍ଥ ପୈଠ କରିବାକୁ ନିୟମ ରହିଛି। ଗତବର୍ଷ ନିକୁଞ୍ଜ ରାଉଳଙ୍କୁ ପାର୍କିଂ, ସୁଶାନ୍ତ ରାଉଳ ଭୋଗ ଓ ସାରଦା ଚରଣ ପଣ୍ଡାଙ୍କୁ ଦୀପ ଦୋକାନ ନିଲାମ ଦିଆଯାଇଥିଲା। କିନ୍ତୁ ସେମାନେ କିସ୍ତି ଅନୁଯାୟୀ ଟଙ୍କା ଜମା କରି ନ ଥିଲେ। ଦେବୋତ୍ତର ବିଭାଗ ଏହା ଜାଣି ମଧ୍ୟ ନୀରବ ରହିଥିଲା। ଚଳିତବର୍ଷ ପୁଣି ଟେଣ୍ଡର ହେଲା ଓ ପାର୍କିଂ ପାଇଁ ରୁଦ୍ରପ୍ରସାଦ ରାଉତ, ଭୋଗ ରମେଶ ରାଉଳ ଓ ଦୀପ ଦୋକାନ ପାଇଁ ଜିତେନ୍ଦ୍ର ରାଉଳଙ୍କୁ ଅନୁମତି ଦିଆଗଲା। ସେମାନେ ଇତିମଧ୍ୟରେ ୨ଟି କିସ୍ତି ଟଙ୍କା ଦେବା କଥା। କିନ୍ତୁ କେହି ଏହି କିସ୍ତି ଜମା କରିନାହାନ୍ତି। ପାର୍କିଂ ନେଇଥିବା ବ୍ୟକ୍ତି ବାର୍ଷିକ ୨,୯୦,୦୦୦ ଟଙ୍କା ପୈଠ କରିବାକୁ ସର୍ତ୍ତ ରଖାଯାଇଛି। କିନ୍ତୁ ସେ ଅଦ୍ୟାବଧି ଗୋଟିଏ ବି କିସ୍ତି ପୈଠ କରିନାହାନ୍ତି। ଏଣେ ଗତବର୍ଷ ଟେଣ୍ଡର ପାଇଥିବା ବ୍ୟକ୍ତି ପ୍ରାୟ ୫,୦୦,୦୦୦ ଟଙ୍କା ପୈଠ କରୁନାହାନ୍ତି। ବରଂ କିଛି ଅର୍ଥ ଛାଡ଼ ପାଇଁ ଗୁରୁବାର ଦେବୋତ୍ତର ସହକାରୀ କମିଶନରଙ୍କୁ ସାକ୍ଷାତ କରିଛନ୍ତି। ସେ କହିଛନ୍ତି ଯେ, ବାତ୍ୟା ତିତ୍‌ଲି ସମୟରେ ମହାଷ୍ଟମୀ ପଡିଥିଲା। ବାତ୍ୟା ଯୋଗୁ ତାଙ୍କର ଅନେକ କ୍ଷୟକ୍ଷତି ହୋଇଥିଲା। ତେଣୁ କିଛି ଅର୍ଥ ଛାଡ଼ କରାଯାଉ। କିନ୍ତୁ ଦେବୋତ୍ତର ସହକାରୀ କମିଶନର ତାଙ୍କ ଅନୁରୋଧ ଗ୍ରହଣ କରିନାହାନ୍ତି। ବକେୟା ଟଙ୍କା ପୈଠ ପରେ ଏ ବିଷୟରେ ଚିନ୍ତା କରାଯାଇପାରେ ବୋଲି କହିଥିବା ମନ୍ଦିର ଆକାଉଣ୍ଟାଣ୍ଟ ହରି ଲେଙ୍କା ସୂଚନା ଦେଇଛନ୍ତି। ଗତବର୍ଷ ଓ ଚଳିତବର୍ଷର ପାର୍କିଂ ବକେୟା ରାଶି ମିଶି ପ୍ରାୟ ୧୧ ଲକ୍ଷ ଟଙ୍କା ଏପର୍ଯ୍ୟନ୍ତ ଆଦାୟ କରିପାରୁନି ଦେବୋତ୍ତର ବିଭାଗ। ସେହିପରି ଭୋଗ ଦୋକାନୀ ଚଳିତବର୍ଷ କିସ୍ତି ପିଛା ୮,୬୭,୩୨୫ ଟଙ୍କା ଦେବେ ବୋଲି ସ୍ଥିର ହୋଇଛି। କିନ୍ତୁ ସେ ଦେବାରେ ବିଳମ୍ବ କରିଛନ୍ତି। ନିକଟରେ ପ୍ରାୟ ୪ ଲକ୍ଷ ଟଙ୍କା ଜମା ଦେଇଛନ୍ତି। ଅବଶିଷ୍ଟ ପ୍ରାୟ ୧୩ ଲକ୍ଷ ବାକି ରହିଛି। ଗତବର୍ଷ ଭୋଗ ଦୋକାନ ଟେଣ୍ଡର ପାଇଥିବା ବ୍ୟକ୍ତି ପ୍ରାୟ ୪ ଲକ୍ଷ ଟଙ୍କା ଦେଇନାହାନ୍ତି। ଉଭୟଙ୍କ ବକେୟା ରାଶି ମିଶିଲେ ୧୭ ଲକ୍ଷ ଟଙ୍କା ହେବ। ଅନ୍ୟପକ୍ଷରେ ଗତବର୍ଷ ଦୀପ ଦୋକାନ କରିଥିବା ବ୍ୟକ୍ତି ତାଙ୍କ ସମସ୍ତ କିସ୍ତି ଟଙ୍କା ପୈଠ କରି ସାରିଛନ୍ତି। ଚଳିତବର୍ଷ ଟେଣ୍ଡର ନେଇଥିବା ବ୍ୟକ୍ତି ୨ରୁ ୧ଟି କିସ୍ତି ବାବଦ ପ୍ରାୟ ୭,୫୩,୦୦୦ ଟଙ୍କା ଜମା ଦେଇଛନ୍ତି। ଅବଶିଷ୍ଟ ୭,୫୩,୦୦୦ ଟଙ୍କା ଦେବାରେ ବିଳମ୍ବ କରୁଛନ୍ତି। ତେଣୁ ଜୁଲାଇ ୨୭ ତାରିଖ ସୁଦ୍ଧା ପାର୍କିଂ, ଭୋଗ ଓ ଦୀପ ଦୋକାନୀ ସେମାନଙ୍କ ଦେୟ ପୈଠ କରିବାକୁ ମନ୍ଦିର ନିର୍ବାହୀ ଅଧିକାରୀ ଦାୟିତ୍ୱରେ ଥିବା ସଂଗ୍ରାମ କେଶରୀ ଧଳ ନୋଟିସ୍‌ କରିଥିଲେ। କିନ୍ତୁ ଏହି ନୋଟିସ୍‌କୁ ପାର୍କିଂ ଓ ଭୋଗ ଦୋକାନୀ ବେଖାତିର କରିଛନ୍ତି। କୁହାଯାଉଛି ସେମାନେ ଶାସକ ଦଳର ନେତାଙ୍କ ବାହୁଛାୟା ତଳେ ଥିବାରୁ ନୋଟିସକୁ ଭୟ କରୁନାହାନ୍ତି। ଏକଥା ମଧ୍ୟ କୁହାଯାଉଛି ଯେ, ଗତବର୍ଷ ଯେଉଁମାନେ ନିଲାମ ନେଇଥିଲେ ଚଳିତବର୍ଷ ମଧ୍ୟ ସେମାନେ ଦୋକାନ ଚଳାଇଛନ୍ତି। କେବଳ କାଗଜପତ୍ରରେ ଟେଣ୍ଡର ଅନ୍ୟ ନାଁରେ ରହିଛି। ବିଭାଗ ଏକଥା ଜାଣି ମଧ୍ୟ ସେମାନଙ୍କୁ ପ୍ରଶୟ ଦେଉଛି। ମୋଟା ଅଙ୍କର ଅର୍ଥ ନେଇ ବିଭାଗୀୟ ଅଧିକାରୀ ନୀରବ ରହୁଥିବା କୁହାଯାଉଛି। ଏ ସମ୍ପର୍କରେ ଦେବୋତ୍ତର ବିଭାଗ ସହକାରୀ କମିଶନର ଦାଶ କହିଛନ୍ତି ଯେ, ଧାର୍ଯ୍ୟ ସମୟ ମଧ୍ୟରେ ବକେୟା ଅର୍ଥ ପୈଠ କରିବାକୁ ନିର୍ଦ୍ଦେଶ ହୋଇଥିଲା। ଏଥିରେ ଖିଲାପ କଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ସୂଚନାଯୋଗ୍ୟ, ପୂର୍ବରୁ ୧୧.୫୩ ଲକ୍ଷ ଟଙ୍କା ଆଦାୟ ହୋଇପାରିଛି। ଏ ସମ୍ପର୍କରେ ଜିଲାପାଳ ମହାପାତ୍ରଙ୍କ ମତାମତ ମିଳିପାରିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ମଥୁରାନଗରୀରେ ଉପ ମୁଖ୍ୟମନ୍ତ୍ରୀ, କହିଲେ ‘ଧମକ୍‌କୁ ଡରେନି ଏହି ସରକାର…’

ମଥୁରାନଗରୀ,୨।୧(ପ୍ରେମାନନ୍ଦ ଖମାରୀ)- କିଛି ଲୋକ ଚାଷୀଙ୍କୁ ନେଇ ରାଜରାସ୍ତାକୁ ଓହ୍ଲାଇବାକୁ ଚେଷ୍ଟା କରୁଛନ୍ତି। ଚାଷୀମାନଙ୍କୁ ଭାରାକ୍ରାନ୍ତ କରିବାକୁ ପ୍ରୟାସ ଚଲାଇଛନ୍ତି। ମାତ୍ର ଏହି ସରକାର କୌଣସି...

ପରିବାରଲୋକେ କରୁଥିଲେ ନାପସନ୍ଦ, ପ୍ରେମିକଙ୍କୁ ପାଇବାକୁ ଅପହରଣ ନାଟକ ରଚିଥିଲେ ପ୍ରେମିକା, ଏବେ ପୋଲିସ…

ଫୁଲବାଣୀ, ୨ା୧(ରାକେଶ କୁମାର ରାଉତ)- କନ୍ଧମାଳ ଜିଲା ଗୋଛାପଡା ଥାନା ଅଞ୍ଚଳର ଜଣେ ୧୯ ବର୍ଷୀୟା ଯୁବତୀଙ୍କୁ କେତେ ଜଣ ଯୁବକ ତାଙ୍କ ଗାଁ ନିକଟରୁ...

ରେଳବାଇ ଷ୍ଟାଣ୍ଡିଂ କମିଟି ବୈଠକ: ଜିଲାର ଦାବି ଉପସ୍ଥାପନ କଲେ ପାରଳାଖେମୁଣ୍ଡି ବିଧାୟକ

ପାରଳାଖେମୁଣ୍ଡି,୨ା୧(ଗିରିଧାରୀ ପରିଚ୍ଛା)-ରେଳବାଇ ଷ୍ଟାଣ୍ଡିଂ କମିଟି ବୈଠକ ପୁରୀଠାରେ ଶୁକ୍ରବାର ଅନୁଷ୍ଠିତ ହୋଇଛି। ଏଥିରେ ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ ତଥା ରାଜ୍ୟସଭା ଏମ୍‌ପି ଡ. ସିଏମ୍‌ ରମେଶ...

ପ୍ରଭାକର ସ୍ମାରକୀ ଭଲିବଲ୍‌ ଟୁର୍ନାମେଣ୍ଟ; ଫାଇନାଲକୁ ଗଲା ବ୍ରହ୍ମପୁର ପାଓ୍ବାର ସିକ୍ସ

ଦିଗପହଣ୍ଡି, ୨।୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ୫ମ ଦିବସ ଶୁକ୍ରବାର ପ୍ରଥମ...

କଲରାପତରିଆ ସହ ସମ୍ବର ଶିଙ୍ଘ ଜବତ ମାମଲା: ୬ଜଣଙ୍କୁ କୋର୍ଟ ଚାଲାଣ କଲା ଖଡ଼ିଆଳ ବନଖଣ୍ଡ

ଖଡ଼ିଆଳ,୨।୧(ସୁଜିତ କୁମାର ପ୍ରଧାନ): ନୂଆପଡ଼ା ଜିଲା ଖଡିଆଳ ବନଖଣ୍ଡ ପକ୍ଷରୁ କଲରାପତରିଆ ବାଘ ଛାଲ ଏବଂ ଦୁଇଟି ସମ୍ବର ଶିଙ୍ଘ ଜବତ ମାମଲାରେ ଛଅଜଣ କୋର୍ଟ...

ନୂଆବର୍ଷ ଦିନ ହୋଇଯାଇଥିଲେ ନିଖୋଜ, ସକାଳୁ ଗଛରେ ଝୁଲୁଥିଲା ମୃତଦେହ; କୋକସରା ପୋଲିସ…

କୋକସରା,୨।୧(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ଥାନା ଅଧିନସ୍ଥ ଜୟନ୍ତପୁର ପଞ୍ଚାୟତ ରଏନଗୁଡା ଗ୍ରାମରୁ ଶୁକ୍ରବାର ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ପୋଲିସ ଉଦ୍ଧାର...

ନାବାଳିକା ନାତୁଣୀଙ୍କୁ ବଳାତ୍କାର କରି ମାରିଥିଲେ ଅଜାଙ୍କୁ: ଏବେ ଦୁଇଜଣ ଗଲେ ଜେଲ୍

ଦିଗପହଣ୍ଡି,୨|୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷାନିମଖଣ୍ଡି ପଞ୍ଚାୟତ  ସିନ୍ଧବା ଗ୍ରାମର ବୃଦ୍ଧ ସନିଆ ଗୌଡ଼(୮୫)ଙ୍କୁ  ଗୁରୁବାର ସକାଳେ ଗାଁ ଦାଣ୍ଡରେ ବିଭତ୍ସ...

ବଡ଼ପଣ ଦେଖାଇଲେ ତହସିଲଦାର: ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କ ଦୁର୍ଘଟଣା ଜାଣି..

ଚନ୍ଦାହାଣ୍ଡି,୨।୧( ହିମାଂଶୁ ଦାସ): ନବରଙ୍ଗପୁର ଜିଲା ଚନ୍ଦାହାଣ୍ଡି ତହସିଲ କାର୍ଯ୍ୟାଳୟରେ କାର୍ଯ୍ୟରତ ଚତୁର୍ଥ ଶ୍ରେଣୀ କର୍ମଚାରୀ ଶତ୍ରୁଘ୍ନ ଦାସ ନିଜ ଗାଁ ମୋତିଗାଁରୁ ଚନ୍ଦାହାଣ୍ଡି ତହସିଲକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri