ଜଗତ୍ସିଂହପୁର ଅଫିସ,୨ା୮: ଝଙ୍କଡ଼ବାସିନୀ ମା’ଶାରଳାଙ୍କ ପୀଠ ପରିସରରେ ପାର୍କିଂ ନିଲାମୀ ନେଇଥିବା ବ୍ୟକ୍ତି, ଭୋଗ ଓ ଦୀପ ଦୋକାନୀ ଦୀର୍ଘଦିନ ଧରି ରାଜସ୍ବ ଲୁଟି ଚାଲିଥିଲେ ସୁଦ୍ଧା ଦେବୋତ୍ତର ବିଭାଗ ନୀରବ। ଏ ସମ୍ପର୍କିତ ଖବର ପ୍ରଥମେ ଧରିତ୍ରୀରେ ପ୍ରକାଶ ପାଇବା ପରେ ଦେବୋତ୍ତର ବିଭାଗ ଓ ଜିଲା ପ୍ରଶାସନ ଚେଇଁ ଉଠିଥିଲେ। ଯେହେତୁ ରାଜସ୍ବ ଆଦାୟ ଦାୟିତ୍ୱ ଦେବୋତ୍ତର ବିଭାଗର ତେଣୁ ନୋଟିସ୍ ଦିଆଯାଇ ତୁରନ୍ତ ବକେୟା ଅର୍ଥ ଜମା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା। ଗତ ୨୪ ତାରିଖରେ ହୋଇଥିବା ନୋଟିସ୍ରେ ୩୫.୩୩ ଲକ୍ଷ ଟଙ୍କା ୩ ଦିନ ମଧ୍ୟରେ ଜମା କରିବାକୁ ପାର୍କିଂ, ଭୋଗ ଓ ଦୀପ ଦୋକାନୀଙ୍କୁ ନିର୍ଦ୍ଦେଶ ହୋଇଥିଲା। ଇତିମଧ୍ୟରେ ଦୀପ ଦୋକାନୀ ଗତବର୍ଷର ବକେୟା ଅର୍ଥ ଓ ଚଳିତବର୍ଷର ୨ଟି କିସ୍ତିରୁ ୧ଟି କିସ୍ତି ଜମା କରି ସାରିଛନ୍ତି। କିନ୍ତୁ ପାର୍କିଂ ଓ ଭୋଗ ଦୋକାନୀ ବକେୟା ଅର୍ଥ ଜମା କରୁନାହାନ୍ତି। ନୋଟିସ ଅନୁଯାୟୀ, ଧାର୍ଯ୍ୟ ସମୟ ମଧ୍ୟରେ ବକେୟା ଅର୍ଥ ପୈଠ ନ କଲେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା କଥା। କିନ୍ତୁ ଏ ଭିତରେ ୪ ଦିନ ଅତିକ୍ରାନ୍ତ ହୋଇଥିଲେ ସୁଦ୍ଧା ଦେବୋତ୍ତର ବିଭାଗ ନୀରବ ରହିଛି। ଆଶ୍ଚର୍ଯ୍ୟର କଥା ଗତବର୍ଷ ପାର୍କିଂ ନେଇଥିବା ବ୍ୟକ୍ତି ବକେୟା ଅର୍ଥ ଶୁଝିବା ପରିବର୍ତ୍ତେ କିଛି ଅର୍ଥ ଛାଡ ପାଇଁ ଗୁରୁବାର ଦେବୋତ୍ତର ବିଭାଗ ସହକାରୀ କମିଶନର ଦେବାଶିଷ ଦାଶଙ୍କୁ ଭେଟି ଅନୁରୋଧ କରିଛନ୍ତି। କିନ୍ତୁ ବକେୟା ଅର୍ଥ ଜମା କରିସାରିବା ପରେ ଛାଡ କଥା ଚିନ୍ତା କରାଯାଇପାରେ ବୋଲି ତାଙ୍କୁ କୁହାଯାଇଛି। ଅନ୍ୟପକ୍ଷରେ ମନ୍ଦିର ପରିଚାଳନା କ୍ଷେତ୍ରରେ ସୁଧାର ଆଣିବା ପାଇଁ ଜିଲାପାଳ ସଂଗ୍ରାମ କେଶରୀ ମହାପାତ୍ରଙ୍କୁ ନୂତନ ଭାବେ ଇଣ୍ଟେରିମ୍ ଟ୍ରଷ୍ଟି କରାଯାଇଛି। ଜିଲାପାଳଙ୍କ ଉପସ୍ଥିତି ସତ୍ତ୍ୱେ ଅର୍ଥ ପୈଠ କରା ନ ଯିବା ଆଲୋଚ୍ୟର ବିଷୟ ହୋଇଛି।
ପ୍ରତିବର୍ଷ ଶାରଳା ମନ୍ଦିର ପାର୍କିଂ, ଭୋଗ ଓ ଦୀପ ଦୋକାନ ପାଇଁ ଟେଣ୍ଡର ହୁଏ। ଟେଣ୍ଡର ପାଇଥିବା ବ୍ୟକ୍ତି କିସ୍ତି ଅନୁଯାୟୀ ଅର୍ଥ ପୈଠ କରିବାକୁ ନିୟମ ରହିଛି। ଗତବର୍ଷ ନିକୁଞ୍ଜ ରାଉଳଙ୍କୁ ପାର୍କିଂ, ସୁଶାନ୍ତ ରାଉଳ ଭୋଗ ଓ ସାରଦା ଚରଣ ପଣ୍ଡାଙ୍କୁ ଦୀପ ଦୋକାନ ନିଲାମ ଦିଆଯାଇଥିଲା। କିନ୍ତୁ ସେମାନେ କିସ୍ତି ଅନୁଯାୟୀ ଟଙ୍କା ଜମା କରି ନ ଥିଲେ। ଦେବୋତ୍ତର ବିଭାଗ ଏହା ଜାଣି ମଧ୍ୟ ନୀରବ ରହିଥିଲା। ଚଳିତବର୍ଷ ପୁଣି ଟେଣ୍ଡର ହେଲା ଓ ପାର୍କିଂ ପାଇଁ ରୁଦ୍ରପ୍ରସାଦ ରାଉତ, ଭୋଗ ରମେଶ ରାଉଳ ଓ ଦୀପ ଦୋକାନ ପାଇଁ ଜିତେନ୍ଦ୍ର ରାଉଳଙ୍କୁ ଅନୁମତି ଦିଆଗଲା। ସେମାନେ ଇତିମଧ୍ୟରେ ୨ଟି କିସ୍ତି ଟଙ୍କା ଦେବା କଥା। କିନ୍ତୁ କେହି ଏହି କିସ୍ତି ଜମା କରିନାହାନ୍ତି। ପାର୍କିଂ ନେଇଥିବା ବ୍ୟକ୍ତି ବାର୍ଷିକ ୨,୯୦,୦୦୦ ଟଙ୍କା ପୈଠ କରିବାକୁ ସର୍ତ୍ତ ରଖାଯାଇଛି। କିନ୍ତୁ ସେ ଅଦ୍ୟାବଧି ଗୋଟିଏ ବି କିସ୍ତି ପୈଠ କରିନାହାନ୍ତି। ଏଣେ ଗତବର୍ଷ ଟେଣ୍ଡର ପାଇଥିବା ବ୍ୟକ୍ତି ପ୍ରାୟ ୫,୦୦,୦୦୦ ଟଙ୍କା ପୈଠ କରୁନାହାନ୍ତି। ବରଂ କିଛି ଅର୍ଥ ଛାଡ଼ ପାଇଁ ଗୁରୁବାର ଦେବୋତ୍ତର ସହକାରୀ କମିଶନରଙ୍କୁ ସାକ୍ଷାତ କରିଛନ୍ତି। ସେ କହିଛନ୍ତି ଯେ, ବାତ୍ୟା ତିତ୍ଲି ସମୟରେ ମହାଷ୍ଟମୀ ପଡିଥିଲା। ବାତ୍ୟା ଯୋଗୁ ତାଙ୍କର ଅନେକ କ୍ଷୟକ୍ଷତି ହୋଇଥିଲା। ତେଣୁ କିଛି ଅର୍ଥ ଛାଡ଼ କରାଯାଉ। କିନ୍ତୁ ଦେବୋତ୍ତର ସହକାରୀ କମିଶନର ତାଙ୍କ ଅନୁରୋଧ ଗ୍ରହଣ କରିନାହାନ୍ତି। ବକେୟା ଟଙ୍କା ପୈଠ ପରେ ଏ ବିଷୟରେ ଚିନ୍ତା କରାଯାଇପାରେ ବୋଲି କହିଥିବା ମନ୍ଦିର ଆକାଉଣ୍ଟାଣ୍ଟ ହରି ଲେଙ୍କା ସୂଚନା ଦେଇଛନ୍ତି। ଗତବର୍ଷ ଓ ଚଳିତବର୍ଷର ପାର୍କିଂ ବକେୟା ରାଶି ମିଶି ପ୍ରାୟ ୧୧ ଲକ୍ଷ ଟଙ୍କା ଏପର୍ଯ୍ୟନ୍ତ ଆଦାୟ କରିପାରୁନି ଦେବୋତ୍ତର ବିଭାଗ। ସେହିପରି ଭୋଗ ଦୋକାନୀ ଚଳିତବର୍ଷ କିସ୍ତି ପିଛା ୮,୬୭,୩୨୫ ଟଙ୍କା ଦେବେ ବୋଲି ସ୍ଥିର ହୋଇଛି। କିନ୍ତୁ ସେ ଦେବାରେ ବିଳମ୍ବ କରିଛନ୍ତି। ନିକଟରେ ପ୍ରାୟ ୪ ଲକ୍ଷ ଟଙ୍କା ଜମା ଦେଇଛନ୍ତି। ଅବଶିଷ୍ଟ ପ୍ରାୟ ୧୩ ଲକ୍ଷ ବାକି ରହିଛି। ଗତବର୍ଷ ଭୋଗ ଦୋକାନ ଟେଣ୍ଡର ପାଇଥିବା ବ୍ୟକ୍ତି ପ୍ରାୟ ୪ ଲକ୍ଷ ଟଙ୍କା ଦେଇନାହାନ୍ତି। ଉଭୟଙ୍କ ବକେୟା ରାଶି ମିଶିଲେ ୧୭ ଲକ୍ଷ ଟଙ୍କା ହେବ। ଅନ୍ୟପକ୍ଷରେ ଗତବର୍ଷ ଦୀପ ଦୋକାନ କରିଥିବା ବ୍ୟକ୍ତି ତାଙ୍କ ସମସ୍ତ କିସ୍ତି ଟଙ୍କା ପୈଠ କରି ସାରିଛନ୍ତି। ଚଳିତବର୍ଷ ଟେଣ୍ଡର ନେଇଥିବା ବ୍ୟକ୍ତି ୨ରୁ ୧ଟି କିସ୍ତି ବାବଦ ପ୍ରାୟ ୭,୫୩,୦୦୦ ଟଙ୍କା ଜମା ଦେଇଛନ୍ତି। ଅବଶିଷ୍ଟ ୭,୫୩,୦୦୦ ଟଙ୍କା ଦେବାରେ ବିଳମ୍ବ କରୁଛନ୍ତି। ତେଣୁ ଜୁଲାଇ ୨୭ ତାରିଖ ସୁଦ୍ଧା ପାର୍କିଂ, ଭୋଗ ଓ ଦୀପ ଦୋକାନୀ ସେମାନଙ୍କ ଦେୟ ପୈଠ କରିବାକୁ ମନ୍ଦିର ନିର୍ବାହୀ ଅଧିକାରୀ ଦାୟିତ୍ୱରେ ଥିବା ସଂଗ୍ରାମ କେଶରୀ ଧଳ ନୋଟିସ୍ କରିଥିଲେ। କିନ୍ତୁ ଏହି ନୋଟିସ୍କୁ ପାର୍କିଂ ଓ ଭୋଗ ଦୋକାନୀ ବେଖାତିର କରିଛନ୍ତି। କୁହାଯାଉଛି ସେମାନେ ଶାସକ ଦଳର ନେତାଙ୍କ ବାହୁଛାୟା ତଳେ ଥିବାରୁ ନୋଟିସକୁ ଭୟ କରୁନାହାନ୍ତି। ଏକଥା ମଧ୍ୟ କୁହାଯାଉଛି ଯେ, ଗତବର୍ଷ ଯେଉଁମାନେ ନିଲାମ ନେଇଥିଲେ ଚଳିତବର୍ଷ ମଧ୍ୟ ସେମାନେ ଦୋକାନ ଚଳାଇଛନ୍ତି। କେବଳ କାଗଜପତ୍ରରେ ଟେଣ୍ଡର ଅନ୍ୟ ନାଁରେ ରହିଛି। ବିଭାଗ ଏକଥା ଜାଣି ମଧ୍ୟ ସେମାନଙ୍କୁ ପ୍ରଶୟ ଦେଉଛି। ମୋଟା ଅଙ୍କର ଅର୍ଥ ନେଇ ବିଭାଗୀୟ ଅଧିକାରୀ ନୀରବ ରହୁଥିବା କୁହାଯାଉଛି। ଏ ସମ୍ପର୍କରେ ଦେବୋତ୍ତର ବିଭାଗ ସହକାରୀ କମିଶନର ଦାଶ କହିଛନ୍ତି ଯେ, ଧାର୍ଯ୍ୟ ସମୟ ମଧ୍ୟରେ ବକେୟା ଅର୍ଥ ପୈଠ କରିବାକୁ ନିର୍ଦ୍ଦେଶ ହୋଇଥିଲା। ଏଥିରେ ଖିଲାପ କଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ସୂଚନାଯୋଗ୍ୟ, ପୂର୍ବରୁ ୧୧.୫୩ ଲକ୍ଷ ଟଙ୍କା ଆଦାୟ ହୋଇପାରିଛି। ଏ ସମ୍ପର୍କରେ ଜିଲାପାଳ ମହାପାତ୍ରଙ୍କ ମତାମତ ମିଳିପାରିନାହିଁ।
Posted inଆମ ଜିଲା ଖବର, ଜଗତ୍ସିଂହପୁର View All
ପୌର ପରିଷଦ କାର୍ଯ୍ୟାଳୟ ଗେଟରେ ତାଲା ପକାଇ ସଫେଇ କର୍ମଚାରୀ
ଯାଜପୁରରୋଡ଼,୧୮।୨(ପବିତ୍ର ରଞ୍ଜନ ମହାନ୍ତି): ବ୍ୟାସନଗର ପୌର ପରିଷଦ କାର୍ଯ୍ୟାଳୟ ଗେଟରେ ତାଲା ପକାଇ ବୁଧବାର ସଫେଇ କର୍ମଚାରୀମାନେ ଆନ୍ଦୋଳନ କରିଛନ୍ତି। କର୍ମଚାରୀଙ୍କ ଅଭିଯୋଗ ମୁତାବକ ସେମାନେ ୩…
ନୂତନ ସରପଞ୍ଚ ଭାବେ ଦାୟିତ୍ୱ ନେଲେ ବନିତା ଶବର, ପଞ୍ଚାୟତର ଉନ୍ନତି ନିମନ୍ତେ…..
ଗୁଡାରି,୧୮।୨(ପ୍ରମୋଦ କୁମାର ପତି): ରାୟଗଡ଼ା ଜିଲା ଗୁଡାରି ବ୍ଲକର ଏମକେରାଇ ଗ୍ରାମପଞ୍ଚାୟତର ନୂତନ ସରପଞ୍ଚ ଭାବେ ବୁଧବାର ଦାୟିତ୍ୱ ଗ୍ରହଣ କଲେ ବନିତା ଶବର । ଗ୍ରାମପଞ୍ଚାୟତର…
ସ୍କୁଲ ଯାଉଥିବା ବେଳେ ମହୁମାଛି ଆକ୍ରମଣ: ୩ ଛାତ୍ରୀ ଗୁରୁତର
ଭଦ୍ରକ,୧୮।୨: ଭଦ୍ରକ ଜିଲା ଭଣ୍ଡାରୀପୋଖରୀ ଥାନା ହାଟଡିହ ନିକଟରେ ବୁଧବାର ମହୁମାଛି ଆତଙ୍କ ଦେଖାଦେଇଛି। ମହୁମାଛି ଆକ୍ରମଣରେ ୩ଜଣ ଛାତ୍ରୀ ଗୁରୁତର ହୋଇଛନ୍ତି। ଛାତ୍ରୀମାନେ ସ୍କୁଲ ଯାଉଥିବା…
ଭବାନୀପାଟଣା ସହରରେ ଫୁଟିଲା ଗୁଳି, ଠିକାଦାରଙ୍କୁ ମାରିବାକୁ ଉଦ୍ୟମ
ଭବାନୀପାଟଣା,୧୮।୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସହରରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଜଣେ ଠିକାଦାରଙ୍କୁ ଟଙ୍କା ମାଗିବା ସହ ଜୀବନରେ ମାରିଦେବା…
ରାତି ଅଧରେ ଭାଜପା ନେତାଙ୍କୁ ଟେକିନେଲା ପୋଲିସ, ପ୍ରତିବାଦରେ ରାସ୍ତାରୋକୋ
ଚାନ୍ଦବାଲି, ୧୮ା୨( କିଷାନ ପାତ୍ର/ଅଶୋକ ପଣ୍ଡା): ଭାଜପା ନେତାଙ୍କୁ ରାତି ଅଧିଆ ଗିରଫ ପ୍ରତିବାଦରେ ଚାନ୍ଦବାଲି-ଭଦ୍ରକ ମୁଖ୍ୟ ରାସ୍ତାର ଖେରଙ୍ଗ ବଜାରରେ ଉତ୍ତେଜନା ଦେଖାଦେଇଛି । ପୋଲିସର…
ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ହୋଇପାରିନାହିଁ ଖାରିକୁଟି ପ୍ରକଳ୍ପ, ପୁନରୁଦ୍ଧାର ଅପେକ୍ଷାରେ…
ଗୁଡ଼ାରି,୧୮।୨ (ପ୍ରମୋଦ କୁମାର ପତି): ରାୟଗଡ଼ା ଜିଲା ଗୁଡ଼ାରି ବ୍ଲକ୍ର ଚାଷୀଙ୍କୁ ଜଳସେଚନ ସୁବିଧା ଯୋଗାଇଦେବାକୁ ଶିରିଗୁଡ଼ା ଗ୍ରାମପଞ୍ଚାୟତରେ ଗତ ୨୦ ବର୍ଷ ପୂର୍ବେ ଖାରିକୁଟି କ୍ଷୁଦ୍ର…
ମା’ ବାଙ୍କେଶ୍ୱରୀଙ୍କ ଦୋଳଯାତ୍ରା ପାଇଁ ପ୍ରସ୍ତୁତି: ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ହେବ ସମାଗମ
ଦିଗପହଣ୍ଡି,୧୮।୨(ଅଶେଷ ନାଥ ମିଶ୍ର) ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରସିଦ୍ଧ ମା’ ବାଙ୍କେଶ୍ୱରୀଙ୍କ ଦୋଳ ଯାତ୍ରା ନିମନ୍ତେ ପ୍ରସ୍ତୁତି ସଭା ଅନୁଷ୍ଠିତ ହୋଇଯାଇଛି। ଦିଗପହଣ୍ଡି ବ୍ଲକ ବଡ଼ଡୁମ୍ବୁଳା ଗ୍ରାମ…
ବିଭିନ୍ନ ସମସ୍ୟାର ସମାଧାନ କରିବାକୁ ଜିଲାପାଳଙ୍କୁ ଭେଟିଲେ ଗ୍ରାମବାସୀ, ପ୍ରତିଶ୍ରୁତି ଦେଇ କହିଲେ…
ରାୟଗଡ଼ା/କଲ୍ୟାଣସିଂହପୁର,୧୮।୨(ଆଶିଷ ରଞ୍ଜନ ପଣ୍ଡା/ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା ନିୟମଗିରି ଅଞ୍ଚଳରେ ମୌଳିକ ସୁବିଧା ପହଞ୍ଚୁ ନ ଥିବା ଅଭିଯୋଗ ହୋଇଆସୁଥିଲା। ବିଶେଷକରି କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ…
Archives

