ଶାବକ ମୃତ୍ୟୁର ପ୍ରତିଶୋଧ ନେଲା ମା’ ଭାଲୁ

 

ରେଢାଖୋଲ,୧୬।୬(ଡି.ଏନ୍‌.ଏ.)-ସମ୍ବଲପୁର ଜିଲା ରେଢ଼ାଖୋଲ ବନଖଣ୍ଡର ବଡ଼ବାହାଳ ରେଞ୍ଜ ଅନ୍ତର୍ଗତ ବଣିଆବନ୍ଧ ଗାଁରେ ୨ଦିନରେ ଭାଲୁ ଆକ୍ରମଣରେ ୩ ଜଣଙ୍କ ଜୀବନ ଗଲାଣି। ଅନ୍ୟ ଜଣେ ଗୁରୁତର ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ରବିବାର ରଜ ପାଇଁ ଏହି ଗ୍ରାମର ୫ ଜଣ ବ୍ୟକ୍ତି ମହୁ ସଂଗ୍ରହ ପାଇଁ ନିକଟସ୍ଥ ଜଙ୍ଗଲକୁ ଯାଇଥିଲେ। ଏହି ସମୟରେ ଭାଲୁ ଆକ୍ରମଣରେ ଚେରୁ ମୁଣ୍ଡା (୫୫) ଓ କୃଷ୍ଣ ମୁଣ୍ଡା (୫୦)ଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା। ଅଷାଢୁ ମୁଣ୍ଡା ଗୁରୁତର ହୋଇ ବୁର୍ଲା ଭିମ୍‌ସାରରେ ଚିକିତ୍ସିତ ହେଉଛନ୍ତି।
ତେବେ ରବିବାର ଭାଲୁ-ମଣିଷ ଲଢ଼େଇରେ ଏକ ୨ ବର୍ଷର ଅଣ୍ଡିରା ଛୁଆ ଭାଲୁର ମୃତ୍ୟୁ ଘଟିଥିଲା। ଏଣୁ ଛୁଆ ଭାଲୁର ମୃତ୍ୟୁ ପରେ ମା’ ଭାଲୁଟି ହିଂସ୍ର ହୋଇ ସୋମବାର ଆଉ ଜଣେ ଯୁବକଙ୍କୁ ଆକ୍ରମଣ କରିଛି। ମା’ ଭାଲୁର ଆକ୍ରମଣରେ ବଣିଆବନ୍ଧ ଗ୍ରାମର ସୁରେଶ ନାଏକ ଓରଫ ସୁରୁ (୨୨)ଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ସୋମବାର ଅପରାହ୍ନ ପ୍ରାୟ ଦେଢଟା ବେଳେ ଗ୍ରାମର ସୁରେଶ ନାଏକ ଓ ଅଗସ୍ତି ନାଏକ ଜଙ୍ଗଲକୁ ଯାଇଥିବା ବେଳେ ସେହି ସ୍ଥାନରେ ହିଁ ମା’ ଭାଲୁଟି ସୁରେଶଙ୍କୁ ଅତର୍କିତ ଆକ୍ରମଣ କରିଥିଲା। ଖବର ପାଇ ବଡବାହାଲ ବନ କର୍ମଚାରୀ ଓ ରେଢ଼ାଖୋଲ ପୋଲିସ ପହଞ୍ଚତ୍ ସୁରେଶଙ୍କ ମୃତଦେହ ଉଦ୍ଧାର କରିଥିଲେ। ମଙ୍ଗଳବାର ରେଢ଼ାଖୋଲ ଡାକ୍ତରଖାନାରେ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ମୃତଦେହ ହସ୍ତାନ୍ତର କରାଯିବ ବୋଲି ଜଣାପଡିଛି ା
ଅନ୍ୟପକ୍ଷେ ଗତ ୨ ଦିନ ଧରି ଭାଲୁ ଆକ୍ରମଣରେ ୩ଟି ଜୀବନ ଚାଲିଯିବାରୁ ସୋମବାର ଗ୍ରାମବାସୀଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଛି। ଖବର ପାଇ ରେଢ଼ାଖୋଲ ଏସ୍‌ଡିପିଓ ହାଡ଼ିବନ୍ଧୁ ସ୍ବାଇଁ, ରେଢ଼ାଖୋଲ ଥାନା ଅଧିକାରୀ ପ୍ରଶାନ୍ତ ସାମଲ, ଜିଲା ପରିଷଦ ସଭ୍ୟ ପ୍ରଦୀପ ପ୍ରଧାନ, ବଡ଼ବାହାଳ ସରପଞ୍ଚ ସନ୍ତୋଷ ମିର୍ଦ୍ଧା ଏବଂ ରେଞ୍ଜ ଅଧିକାରୀ ପ୍ରଜ୍ଞାପାରମିତା ଦୀପ ଗାଁରେ ପହଞ୍ଚତ୍ ଉତ୍ତେଜିତ ଲୋକଙ୍କୁ ବୁଝାଇଥିଲେ। ହେଲେ ମୃତକଙ୍କ ପରିବାର ଲୋକଙ୍କୁ କ୍ଷତିପୂରଣ ଦେବା ଓ ଆହତଙ୍କ ମାଗଣା ଚିକିତ୍ସା ଖର୍ଚ୍ଚ ବହନ କରିବାକୁ ଲୋକେ ଦାବି କରିଥିଲେ। ସେହିଭଳି ଭାଲୁ ଦାଉରୁ ସୁରକ୍ଷା ଦେବାକୁ ବନ ବିଭାଗ କ’ଣ ପଦକ୍ଷେପ ନେଇପାରିବ ବୋଲି ଲୋକେ ଜବାବ ମାଗିଥିଲେ। ତେବେ ୨୦ ଦିନ ଭିତରେ ମୃତକଙ୍କ ପରିବାର ଲୋକଙ୍କୁ ସରକାରୀ ନିୟମ ଅନୁସାରେ ୪ ଲକ୍ଷ ଟଙ୍କା ଲେଖାଏ କ୍ଷତିପୂରଣ ଦିଆଯିବ। ୭ ଦିନ ପର୍ଯ୍ୟନ୍ତ ଜଙ୍ଗଲକୁ ଲୋକେ ନ ଯିବାକୁ ବନ ବିଭାଗ ମାଇକ୍‌ ଯୋଗେ ସତର୍କ କରିବ। ଟ୍ରାଙ୍କୁଲାଇଜ କରି ଅଞ୍ଚଳରୁ ଭାଲୁପଲଙ୍କୁ ସ୍ଥାନାନ୍ତର କରିବ ବୋଲି ବନ ବିଭାଗ ପ୍ରତିଶ୍ରୁତି ଦେଇଛି। ବନ ବିଭାଗକୁ ବିଶ୍ୱାସ ନ କରି ଲୋକେ ଚେତାବନୀ ଦେଇଛନ୍ତି ଯେ, ପ୍ରତିଶ୍ରୁତି ନ ରଖିଲେ ବନ ବିଭାଗ ଅଫିସ ଘେରାଉ କରିବାକୁ ବାଧ୍ୟ ହେବେ।
ସୂଚନାଯୋଗ୍ୟ, ରବିବାର ମୃତ୍ୟୁ ଘଟିଥିବା ଚେରୁ ଓ କୃଷ୍ଣଙ୍କ ମୃତଦେହକୁ ରେଢ଼ାଖୋଲ ଡାକ୍ତରଖାନାରେ ବ୍ୟବଚ୍ଛେଦ ପରେ ସେମାନଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ଗାଁରେ ଶୋକାକୁଳ ପରିବେଶରେ ଉଭୟଙ୍କ ଅନ୍ତିମ ସଂସ୍କାର କରାଯାଇଛି। ସେହିପରି ମୃତ ଭାଲୁ ଛୁଆର ମଧ୍ୟ ବ୍ୟବଚ୍ଛେଦ କରାଯାଇ ପୋତି ଦିଆଯାଇଥିବା ବନ ବିଭାଗ ସୂଚନା ଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପରିବେଶ ନିୟମ ଉଲ୍ଲଂଘନ, ସିପିସିବି ନିର୍ଦ୍ଦେଶରେ ରେଙ୍ଗାଲି ଶ୍ୟାମ ମେଟାଲିକ୍ସ ସିଲ୍

ସମ୍ବଲପୁର/ରେଙ୍ଗାଲି,୬୲୪(ପ୍ରମୋଦ ବହିଦାର/ଦେବବ୍ରତ ପଣ୍ଡା): ସମ୍ବଲପୁର ଜିଲା ରେଙ୍ଗାଲି ବ୍ଲକ ପାଣ୍ଡଲୋଇ ସ୍ଥିତ ଶ୍ୟାମ ମେଟାଲିକ୍ସ ଏଣ୍ଡ ଏନର୍ଜି ଲିମିଟେଡ ବିରୋଧରେ କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ସିପିସିବି)…

ସମ୍ବଲପୁରର ଗୌରବକୁ ଲୋକଲୋଚନକୁ ଆଣିବା ପାଇଁ ପ୍ରୟାସ

ସମ୍ବଲପୁର,୫।୪(ପ୍ରମୋଦ ବହିଦାର): ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତିର ପ୍ରଚାର ପ୍ରସାର ପାଇଁ ଚାଲିଥିବା ‘ଓଡ଼ିଆ ପକ୍ଷ’ ପାଳନ ଅବସରରେ ସମ୍ବଲପୁର ମହାନଗର ନିଗମ ଅଞ୍ଚଳରେ ଏକ…

ଅବକାରୀ ବିଭାଗରେ ମହାଘୋଟାଲା: ଏତିକି କୋଟି ଟଙ୍କା ଚଳୁ କରି ୨ ଗିରଫ

ସମ୍ବଲପୁର,୩ା୪(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ଅବକାରୀ ବିଭାଗରେ ଏକ ବଡ଼ ଧରଣର ଆର୍ଥିକ ଅନିୟମିତତା ଘଟଣା ସାମ୍ନାକୁ ଆସିଛି। ଜାଲିଆତି କରି ବିଭାଗରୁ ପ୍ରାୟ ୩.୬୭ କୋଟି…

ଚତୁର୍ଥ ଥର ପାଇଁ ସମ୍ବଲପୁର କୋର୍ଟକୁ ବୋମା ଧମକ, ନେଦରଲାଣ୍ଡ ଓ ଜର୍ମାନୀରେ ଆଇପି ଆଡ୍ରେସ ଚିହ୍ନଟ

ସମ୍ବଲପୁର,୨।୪(ପ୍ରମୋଦ ବହିଦାର): ସମ୍ବଲପୁର ସହରର ଗୁରୁତ୍ୱପୂର୍ଣ୍ଣ କୋର୍ଟ ପରିସରକୁ ବୋମା ବିସ୍ଫୋରଣ ଉଡ଼ାଇବାର ଧମକପୂର୍ଣ୍ଣ ଇ-ମେଲ ଜିଲା ପୋଲିସ ପ୍ରଶାସନ ପାଇଁ ମୁଣ୍ଡବିନ୍ଧାର କାରଣ ସାଜିଛି। ଏହା…

ପାଇଖାନା ସେଣ୍ଟ୍ରିଂ ଖୋଲିବା ହେଲା କାଳ, ଶ୍ୱାସରୁଦ୍ଧ ହୋଇ ଚାଲିଗଲା ୨ ଜୀବନ

କୁଚିଣ୍ଡା,୩୧।୩(ବିରଞ୍ଚି ଦର୍କା): ସମ୍ବଲପୁର ଜିଲା ବାମରା ଵ୍ଲକ ମହୁଲପାଲି ଥାନା ଅନ୍ତର୍ଗତ କେଶାଇବାହାଲରେ ଅଭାବନୀୟ ଘଟଣା । ପାଇଖାନା ଟାଙ୍କି ସେଣ୍ଟ୍ରିଙ୍ଗ ଖୋଲିବା ସମୟରେ ଶ୍ୱାସରୁଦ୍ଧ ହୋଇ…

ଦ୍ରୁତଗାମୀ ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ଅଟୋ, ଚାଲିଗଲା ମହିଳାଙ୍କ ଜୀବନ

ସମ୍ବଲପୁର,୩୦ା୩(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ଯୁଯୁମୁରା ଥାନା ଅନ୍ତର୍ଗତ ୫୫ ନମ୍ବର ଜାତୀୟ ରାଜପଥର ଫୁଲଝରଣ ନିକଟରେ ସୋମବାର ସକାଳୁ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଯାଇଛି।…

ଭିମ୍‌ସାରରେ ପିଜି ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ, ନିର୍ଯାତନା ଅଭିଯୋଗ ନେଇ ଚର୍ଚ୍ଚା

ସମ୍ବଲପୁର,୨୯ା୩(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ଆୟୁର୍ବିଜ୍ଞାନ ଓ ଗବେଷଣା ପ୍ରତିଷ୍ଠାନ(ଭିମ୍‌ସାର)ର ଜଣେ ପିଜି ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ କରି ଗୁରୁତର ହୋଇଛନ୍ତି।…

ମନ୍‌ କି ବାତ୍‌ରେ ସମ୍ବଲପୁରର ସୁଜାତା, ପ୍ରଶଂସା କରି ପ୍ରଧାନମନ୍ତ୍ରୀ କହିଲେ…

ସମ୍ବଲପୁର,୨୯ା୩(ପ୍ରମୋଦ ବହିଦାର): ସମ୍ବଲପୁ ର ଜିଲାର ଜଣେ ସାଧାରଣ ଗୃହିଣୀରୁ ସଫଳ ମାଛ ଚାଷୀ ସାଜିଥିବା ସୁଜାତା ଭୂୟାଁଙ୍କ ସଫଳତା ଆଜି ସାରା ଦେଶ ପାଇଁ ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri