ଶବ ବ୍ୟବଚ୍ଛେଦରେ ବିଳମ୍ବ ପ୍ରତିବାଦରେ ରାସ୍ତାରୋକୋ

ବାଲିଆପାଳ, ୨୦।୭(ସ୍ବ.ପ୍ର.)-ସ୍ବାମୀ ଘରେ ନ ଥିବା ବେଳେ ଶୋଇବା ଘରେ ବେକରେ ରଶି ଲଗାଇ ସୂର୍ଯ୍ୟାପୁର ଗ୍ରାମର ଶିବ ପ୍ରସାଦ ଜେନାଙ୍କ ସ୍ତ୍ରୀ ସୋନାଲି ଜେନା ଶୁକ୍ରବାର ଆମତ୍ହତ୍ୟା କରିଛନ୍ତି। ମାତ୍ର ବାଲିଆପାଳ ତହସିଲଦାରଙ୍କ ଅନୁପସ୍ଥିତ ଏବଂ ପୋଲିସ ଅବହେଳା ଯୋଗୁ ୭/୮ ଘଣ୍ଟା ଧରି ଝୁଲନ୍ତା ଅବସ୍ଥାରେ ମୃତଦେହ ରହିଥିଲା। ଫଳରେ ଶବ ବ୍ୟବଚ୍ଛେଦ ହୋଇପାରି ନ ଥିଲା। ଏହାର ପ୍ରତିବାଦ କରି ଗ୍ରାମବାସୀ କମର୍ଦ୍ଦା-ପାରୁଳିଆ ରାସ୍ତାକୁ ଅବରୋଧ କରିଛନ୍ତି।
ବାଲିଆପାଳ ଥାନା ସୂର୍ଯ୍ୟାପୁର ଗ୍ରାମର ଶିବ ପ୍ରସାଦ ଜେନା ୫ ବର୍ଷ ପୂର୍ବେ ଜଳେଶ୍ୱର ଥାନା ନେତୁଆ ଗ୍ରାମର ସ୍ବର୍ଗତ ଦେବେନ୍ଦ୍ର ନାଥ ଜେନାଙ୍କ ଝିଅ ସୋନାଲିଙ୍କୁ ବିବାହ କରିଥିଲେ। ଶିବ ଏକ ଅଟା କଳ ଏବଂ କୁକୁଡା ଫାର୍ମ ପାରୁଳିଆ-ଆସ୍ତି ରାସ୍ତାର ସନ୍ତୋଷୀ ମା’ ମନ୍ଦିର ନିକଟରେ କରି ଭଡ଼ା ଘରେ ରହୁଥିଲେ। ଗୁରୁବାର ରାତିରେ ସୋନାଲି ସୂର୍ଯ୍ୟାପୁରସ୍ଥିତ ଶ୍ୱଶୁର ଘରକୁ ଯାଇଥିଲେ। ଶିବ ଭଡ଼ା ଘରେ ଥିବା ବେଳେ ଶୁକ୍ରବାର ପୂର୍ବାହ୍ନରେ ଲୋକେ ଅଟା ନେବାକୁ ଆସି ଶିବକୁ ନ ପାଇ ତାଙ୍କ ସ୍ତ୍ରୀଙ୍କୁ ଜଣାଇଥିଲେ। ସୋନାଲି ଓ ଶିବଙ୍କ ବାପା ସେଠାକୁ ଯିବାରୁ ଅଟାକଳ ଘର ତାଲା ପଡ଼ିଥିବା ଦେଖିଥିଲେ। ସେମାନେ ଶିବଙ୍କୁ ନ ପାଇ କୁକୁଡା ଫାର୍ମରେ ପାଣି ଦେବାକୁ ଯାଇଥିଲେ। ସୋନାଲିଙ୍କ ଶ୍ୱଶୁର ଫାର୍ମରେ କାମ କରୁଥିବାବେଳେ ସୋନାଲି ଭଡ଼ା ଘରକୁ ଆଗରେ ଚାଲି ଆସିଥିଲେ। ଶିବଙ୍କ ବାପା କାମ ସାରି ପୂର୍ବାହ୍ନ ୧୦ଟାରେ ଭଡ଼ା ଘରେ ପହଞ୍ଚତ୍ ଘରର କବାଟ ବନ୍ଦ ଥିବା ଦେଖି ବୋହୂଙ୍କୁ ଡାକିଥିଲେ। ହେଲେ ସେ ନ ଶୁଣିବାରୁ ଘରର ପଛକବାଟ ଦେଇ ଦେଖିବାରୁ ସୋନାଲି ଶୋଇବା ଘର ଫ୍ୟାନ୍‌ରେ ଫାଶି ଲଗାଇ ଝୁଲୁଥିବା ଦେଖିବାକୁ ପାଇଥିଲେ। ଶିବ ଗୁରୁବାର ରାତିରେ ଅନ୍ୟ ଜଣେ ମହିଳାଙ୍କୁ ନେଇ କୁଆଡେ ଚାଲି ଯାଇଥିବା ତାଙ୍କ ବାପା ଭାନୁଚରଣ ଜେନା ଥାନାରେ ଅଭିଯୋଗ କରିଛନ୍ତି। ଏହି ଘଟଣା ଜଣାପଡିବା ପରେ ସୋନାଲିଙ୍କ ଭାଇ ଅମିତ ଜେନା ଏଠାକୁ ଆସି ତା’ ଭଉଣୀଙ୍କୁ ଯୌତୁକ ପାଇଁ ଯୋଜନାବଦ୍ଧ ଭାବେ ହତ୍ୟା କରି ଫାଶୀର ରୂପ ଦିଆଯାଉଥିବା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ପୋଲିସ ପହଞ୍ଚିଥିଲେ ମଧ୍ୟ ବାଲିଆପାଳ ତହସିଲଦାର ଉପସ୍ଥିତ ନ ଥିବାରୁ ଶବ ବ୍ୟବଚ୍ଛେଦ ହୋଇପାରି ନ ଥିବା ପୋଲିସ ସୂତ୍ରରୁ ଜଣାପଡିଛି। ଏହାର ପ୍ରତିବାଦରେ ଗ୍ରାମବାସୀ ରାସ୍ତାରୋକୋ ଆନ୍ଦୋଳନ କରିଛନ୍ତି। ଘଟଣାସ୍ଥଳରେ ବସ୍ତା ଏସ୍‌ଡ଼ିପିଓ, ଆଇଆଇସି ଏବଂ ପୋଲିସ ଟିମ୍‌ ପହଞ୍ଚତ୍ ଆଲୋଚନା କରୁଛନ୍ତି। ବାଲିଆପାଳ ଥାନାରେ ଉଭୟ ପକ୍ଷ ପୃଥକ ଅଭିଯୋଗ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାଇକ୍‌ ଦୁର୍ଘଟଣାକୁ ନେଇ ତେଜିଲା ଗୋଷ୍ଠୀ ସଂଘର୍ଷ

ବାଲେଶ୍ବର,୨୯।୪: ବାଲେଶ୍ୱର ପୋଲାଡ଼ି ଛକରେ ବୁଧବାର ଗୋଷ୍ଠୀ ସଂଘର୍ଷ ଘଟିଛି। ଏଥିରେ ଏକାଧିକ ଲୋକ ଆହତ ହୋଇଛନ୍ତି। ଏକ ବାଇକ୍‌ ଦୁର୍ଘଟଣାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ…

ଦିନରେ ଚୁଟି ବେପାର, ରାତିରେ ଚୋରି: ଆନ୍ତଃରାଜ୍ୟ ଲୁଟେରାଙ୍କୁ ବାନ୍ଧିଲା ପୋଲିସ

ଭୋଗରାଇ, ୨୯ା୪(ପ୍ରଦୀପ ଦାସ):ଦିନରେ ଘର ଘର ବୁଲି ଚୁଟି ବେପାର କରୁଥିଲେ। ରାତି ହେଲେ ଘରେ ପଶି ଟଙ୍କା ପଇସା, ସୁନାଗହଣା ଲୁଟ୍‌ କରି ଚମ୍ପଟ ମାରୁଥିଲେ।…

ପ୍ରଧାନଶିକ୍ଷକଙ୍କ ସହିତ ୨ ଶିକ୍ଷୟିତ୍ରୀଙ୍କୁ ସ୍କୁଲରେ ତାଲା ପକାଇଲେ ଗ୍ରାମବାସୀ, ଏହି କାରଣ ପାଇଁ…

ନୀଳଗିରି, ୨୭।୪( ପ୍ରଶାନ୍ତ ବିଶ୍ୱାସ ): ବିଦ୍ୟାଳୟ ଅଫିସରେ ତାଲା, ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଗୋବିନ୍ଦ ଚନ୍ଦ୍ର ସାମଲଙ୍କ ସହିତ ଦୁଇ ଶିକ୍ଷୟତ୍ରୀ ଗୃହବନ୍ଦୀ। ବାଲେଶ୍ବର ଜିଲା…

ତେଜିଲା ଅସନ୍ତୋଷ: ପ୍ରଧାନ ଶିକ୍ଷକଙ୍କ ସହ ଦୁଇ ଶିକ୍ଷୟିତ୍ରୀଙ୍କୁ ତାଲା ପକାଇଲେ ଅଭିଭାବକ

ବାଲେଶ୍ୱର,୨୭।୪: ବାଲେଶ୍ୱର ଜିଲା ରେମୁଣା ବ୍ଲକ ଶାସନପଦା ୟୁଜି ୟୁପି ବିଦ୍ୟାଳୟରେ ସୋମବାର ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଶିକ୍ଷୟିତ୍ରୀଙ୍କ ବଦଳି ନେଇ ଅଭିଭାବକ ଏବଂ…

କେରଳରୁ ଭୁବନେଶ୍ୱର ଆସୁଥିଲା ତୀର୍ଥଯାତ୍ରୀ ବସ୍‌, ବାଟରେ ଓଲଟିପଡ଼ିଲା

ବାଲେଶ୍ୱର,୨୪ା୪(ବାଞ୍ଛାନିଧି ଦେ): ରାଜପଥରେ ଓଲଟିପଡ଼ିଲା ତୀର୍ଥଯାତ୍ରୀ ବସ୍‌। ଫଳରେ ୮ ଜଣ ଗୁରୁତର ହୋଇଛନ୍ତି। ବାଲେଶ୍ୱର ଜିଲା ଖନ୍ତାପଡ଼ା ଥାନା ଶେରଗଡ଼ ଓଭରବ୍ରିଜ ପାଖରେ ଶୁକ୍ରବାର ରାସ୍ତାକଡ଼କୁ…

ଗାଁ ଓଡ଼ିଶାରେ, ଭୋଟ ଦେଲେ ପଶ୍ଚିମବଙ୍ଗରେ: ଜାଣନ୍ତୁ କେମିତି…

ଭୋଗରାଇ,୨୪ା୪(ପ୍ରଦୀପ ଦାସ):ବାଲେଶ୍ୱର ଜିଲା ସୀମାକୁ ଲାଗିଥିବା ପଡ଼ୋଶୀ ପଶ୍ଚିମବଙ୍ଗର ୧୬ ଜିଲାରେ ୧୫୨ ବିଧାନସଭା ଆସନ ଲାଗି ପ୍ରଥମ ପର୍ଯ୍ୟାୟ ନିର୍ବାଚନ କଡ଼ା ନିରାପତ୍ତା ମଧ୍ୟରେ ଗୁରୁବାର…

ବସ୍ତାରେ ଗୋରୁର କଟାମୁଣ୍ଡ, ରାସ୍ତାରେ ପଡ଼ିଛି ଗୋ’ମାଂସ, କାର୍ଯ୍ୟାନୁଷ୍ଠାନ ଦାବିରେ…

ବାଲେଶ୍ୱର,୨୦ା୪(ବାଞ୍ଛାନିଧି ଦେ): ବାଲେଶ୍ୱର ସଦର ବ୍ଲକ କଷାଫଳ ମେରାଇନ ଥାନା ଅନ୍ତର୍ଗତ ଦୁବୁଲାଗଡ଼ି-ରଙ୍ଗାମାଟିଆ ରାସ୍ତାରେ ଗୋ’ମାଂସ ପକାଯିବାକୁ କେନ୍ଦ୍ର କରି ସୋମବାର ଉତ୍ତେଜନା ଦେଖାଦେଇଛି। ପ୍ରତିବାଦରେ ସ୍ଥାନୀୟଲୋକେ…

ରିଲ୍ସ କରିବା ହେଲା କାଳ, ଚଳନ୍ତା ଟ୍ରେନରୁ ଖସିପଡି ଯୁବକ ଗୁରୁତର

ସିମୁଳିଆ,୧୯ା୪(ସନ୍ତୋଷ କୁମାର ନାୟକ): ବାରମ୍ବାର ସଚେତନତା ସତ୍ତ୍ବେ ମଧ୍ୟ ସଚେତନ ହେଉନାହାନ୍ତି ଯୁବତୀ ଯୁବକ । ବେଳେ ବେଳେ ଏହି ରିଲ୍ସ ନିଶା ଜୀବନ ମଧ୍ୟ ନେଉଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri