Posted inଜାତୀୟ

ଶତାବ୍ଦୀ ଶେଷ ସୁଦ୍ଧା ଭାରତ ହେବ ୪.୪ ଡିଗ୍ରୀ ଅଧିକ ଉତ୍ତପ୍ତ

ନୂଆଦିଲ୍ଲୀ,୧୬ା୬(ପି.ଟି.): ଚଳିତ ଶତାବ୍ଦୀର ଶେଷ ସୁଦ୍ଧା ଭାରତର ତାପମାତ୍ରା ୪.୪ ଡିଗ୍ରୀ ସେଲ୍‌ସିୟସ୍‌ ବୃଦ୍ଧି ହୋଇପାରେ। ସେହିପରି ଉଷ୍ମ ପ୍ରବାହର ତୀବ୍ରତା ୩-୪ ଗୁଣ ବଢ଼ିପାରେ ବୋଲି ଜଳବାୟୁ ପରିବର୍ତ୍ତନର ପ୍ରଭାବ ଉପରେ ଏକ ସରକାରୀ ରିପୋର୍ଟରୁ ଜଣାପଡ଼ିଛି। ଭୂବିଜ୍ଞାନ ମନ୍ତ୍ରଣାଳୟର ପୁଣେସ୍ଥିତ ଭାରତୀୟ ପାଣିପାଗ ପ୍ରତିଷ୍ଠାନର ଜଳବାୟୁ ପରିବର୍ତ୍ତନ ଗବେଷଣା କେନ୍ଦ୍ର ପକ୍ଷରୁ ଏହି ରିପୋର୍ଟ ପ୍ରସ୍ତୁତ କରାଯାଇଛି। ସବୁଜ ଗୃହ ବାଷ୍ପ ଜନିତ ଉଷ୍ମତା କାରଣରୁ ୧୯୦୧-୨୦୧୮ ମଧ୍ୟରେ ଭାରତର ହାରାହାରି ତାପମାତ୍ରା ପ୍ରାୟ ୦.୭ ଡିଗ୍ରୀ ସେଲ୍‌ସିୟସ ବୃଦ୍ଧିପାଇଥିବା ରିପୋର୍ଟରେ ଦର୍ଶାଯାଇଛି।
୧୯୮୬ରୁ ୨୦୧୫ ଅର୍ଥାତ୍‌ ୩୦ ବର୍ଷର ଅବଧି ମଧ୍ୟରେ ବର୍ଷର ସବୁଠୁ ଗରମ ଦିନର ତାପମାତ୍ରା ୦.୬୩ ଡିଗ୍ରୀ ବୃଦ୍ଧି ପାଇଥିବାବେଳେ ସବୁଠୁ ଥଣ୍ଡା ରାତିର ତାପମାତ୍ରା ୦.୪ ଡିଗ୍ରୀ ସେଲ୍‌ସିୟସ୍‌ ବଢ଼ିଥିବା ରିପୋର୍ଟରେ କୁହାଯାଇଛି। ଶତାବ୍ଦୀର ଶେଷ ସୁଦ୍ଧା ସବୁଠୁ ଗରମ ଦିନ ଏବଂ ଥଣ୍ଡା ରାତିର ତାପମାତ୍ରା ଯଥାକ୍ରମେ ୪.୭ ଡିଗ୍ରୀ ସେଲ୍‌ସିୟସ୍‌ ଏବଂ ୫.୫ ଡିଗ୍ରୀ ସେଲସିୟସ ବୃଦ୍ଧି ପାଇବ ବୋଲି ଆକଳନ କରାଯାଇଛି। ଗରମ ଦିନ ଏବଂ ଗରମ ରାତି ସଂଖ୍ୟା ମଧ୍ୟ ବଢ଼ିବ, ଯାହାକି ଯଥାକ୍ରମେ ୫୫% ଏବଂ ୭୦% ବୃଦ୍ଧି ହେବା ପୂର୍ବାନୁମାନ କରାଯାଇଛି। ଏକବିଂଶ ଶତାବ୍ଦୀର ଶେଷ ଭାଗରେ ଭାରତରେ ଗ୍ରୀଷ୍ମ (ଏପ୍ରିଲ-ଜୁନ) ଉଷ୍ମ ପ୍ରବାହ ୩ରୁ ୪ ଗୁଣ ଅଧିକ ହେବ। ଉଷ୍ମ ପ୍ରବାହର ହାରାହାରି ସମୟସୀମା ମଧ୍ୟ ପ୍ରାୟ ଦୁଇ ଗୁଣ ହେବ ବୋଲି ଆକଳନ କରାଯାଇଛି। ରିପୋର୍ଟରେ ଦର୍ଶାଯାଇଛି ଯେ, ସମଗ୍ର ଭାରତରେ ଭୂପୃଷ୍ଠ ତାପମାତ୍ରା ଏବଂ ଆର୍ଦ୍ରତାର ମିଳିତ ବୃଦ୍ଧି ସାଙ୍ଗକୁ ଜୋର୍‌ଦାର ଗରମ ହେବା ଆଶଙ୍କା ଥିବାବେଳେ ଗାଙ୍ଗେୟ ସମତଳ ଅଞ୍ଚଳ ଏବଂ ସିନ୍ଧୁ ନଦୀ ଅବବାହିକାରେ ବିଶେଷ ଭାବେ ଅନୁଭୂତ ହେବ। ୧୯୫୧-୨୦୧୫ ମଧ୍ୟରେ ଭାରତ ମହାସାଗର ଅଞ୍ଚଳର ସମୁଦ୍ର ପୃଷ୍ଠ ତାପମାତ୍ରା (ଏସ୍‌ଏସ୍‌ଟି) ହାରାହାରି ୧ ଡିଗ୍ରୀ ସେଲ୍‌ସିୟସ୍‌ ବୃଦ୍ଧିପାଇଛି, ଯାହାକି ବିଶ୍ୱର ହାରାହାରି ଏସ୍‌ଏସ୍‌ଟି (୦.୭ ଡିଗ୍ରୀ ସେଲ୍‌ସିୟସ୍‌)ଠାରୁ ଅଧିକ। ଭାରତ ମହାସାଗରରେ ତାପମାତ୍ରା କମ୍‌ ବେଶି ହେବା ଯୋଗୁ ଉତ୍ତମ ମୌସୁମୀ ଆଣିବାରେ ସହାୟକ ହୋଇଥାଏ। ୧୮୭୪ରୁ ୨୦୦୪ ମଧ୍ୟରେ ଉତ୍ତର ଭାରତ ମହାସାଗରର ଜଳପତ୍ତନ ୧.୦୬ରୁ ୧.୭୫ ମିଲିମିଟର ବୃଦ୍ଧି ପାଇଥିଲା। ତେବେ ଗତ ୨୫ ବର୍ଷ ମଧ୍ୟରେ (୧୯୯୩-୨୦୧୭) ଏହା ୩.୩ ମିଲିିମିଟର ହିସାବରେ ବୃଦ୍ଧି ପାଇଛି। ଚଳିତ ଶତାବ୍ଦୀ ଶେଷ ବେଳକୁ ଉତ୍ତର ଭାରତ ମହାସାଗରରେ ସମୁଦ୍ର ପତ୍ତନ ହାରାହାରି ୩୦୦ ମିଲିିମିଟର ବୃଦ୍ଧି ପାଇବ ବୋଲି ଆକଳନ କରାଯାଇଛି। ସେହିପରି ୧୯୫୧ରୁ ୨୦୧୫ ମଧ୍ୟରେ ଭାରତରେ ମୌସୁମୀ ବର୍ଷା ପରିମାଣ(ଜୁନ୍‌ରୁ ସେପ୍ଟେମ୍ବର) ପ୍ରାୟ ୬ ପ୍ରତିଶତ ହ୍ରାସପାଇଛି। ବିଶେଷ କରି ଗାଙ୍ଗେୟ ସମତଳ ଅଞ୍ଚଳ ଏବଂ ପଶ୍ଚିମଘାଟ ଅଞ୍ଚଳରେ ବର୍ଷା ଯଥେଷ୍ଟ କମିଥିବା ରିପୋର୍ଟରେ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

୩୯ ଶିକାରିଙ୍କୁ ବାନ୍ଧିଲା ପୋଲିସ: ୯ ଦେଶୀ ବନ୍ଧୁକ, ୨୦ ଧନୁତୀର ଜବତ

ବାରିପଦା,୨୦।୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ଦକ୍ଷିଣ ଡିଭିଜନ ଅଞ୍ଚଳରେ ଶିକାର କରିବାକୁ ପ୍ରବେଶ କରିଥିବା ଶିକାରିଙ୍କୁ ବନବିଭାଗ ଗିରଫ କରଛି…

୩ ଥର ଶୂନ୍ୟରେ ଆଉଟ ହେବାରୁ ଅଭିଷେକଙ୍କୁ ଏମିତି କହିଲେ ପାକିସ୍ତାନର ପୂର୍ବତନ କ୍ରିକେଟର

ନୂଆଦିଲ୍ଲୀ,୨୦।୨: ପୂର୍ବତନ ପାକିସ୍ତାନ ଖେଳାଳି ମହମ୍ମଦ ଆମିର ଅଭିଷେକ ଶର୍ମାଙ୍କ ବିଷୟରେ କହିଥିଲେ ଯେ ସେ କେବଳ ଜଣେ ଚଳ ଚଞ୍ଚଳ ଖେଳାଳି। ଏହି ବକ୍ତବ୍ୟକୁ ବହୁଳ…

ଦ୍ୱାଦଶ ଟପ୍ପରଙ୍କୁ ମିଳିଲାନି ଚାକିରି: ରାଗରେ ମା’-ବାପା-ଭାଇଙ୍କ ସହ କଲେ ହୃଦୟବିଦାରକ କାଣ୍ଡ

ଭୋପାଳ,୨୦।୨: ମଧ୍ୟପ୍ରଦେଶର ବେତୁଲ ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଏବଂ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ୩୦ ବର୍ଷୀୟ ଗ୍ରାମର ଦୀପକ ଧୂର୍ଭେ ତାଙ୍କ ମାତାପିତା ଏବଂ ସାନ…

କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ଛାତ୍ର ଅଶାନ୍ତି

କୋରାପୁଟ,୨୦ା୨(ଅମିତାଭ ବେହେରା): କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ସୁନାବେଡ଼ାଠାରେ ଶୁକ୍ରବାର ସକାଳେ ଛାତ୍ର ଅଶାନ୍ତି ଦେଖିବାକୁ ମିଳିଛି। କୋରାପୁଟ ଜିଲାର ସୁନାବେଡ଼ାଠାରେ ଥିବା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ମୁଖ୍ୟ କ୍ୟାମ୍ପସ୍‌ରେ ତାଲା…

ସେମିଫାଇନାଲରୁ ବାଦ୍‌ ପଡ଼ିବ ଟିମ୍‌ ଇଣ୍ଡିଆ: ଏହି କ୍ରିକେଟର୍‌ କଲେ ବଡ଼ ଭବିଷ୍ୟବାଣୀ

ନୂଆଦିଲ୍ଲୀ,୨୦।୨: ICC ଟି୨୦ ବିଶ୍ୱକପ ୨୦୨୬ର ସୁପର ୮ ରାଉଣ୍ଡ ଫେବୃଆରୀ ୨୧ରେ ଆରମ୍ଭ ହେବାକୁ ଯାଉଛି। ଏଥିରେ ୮ଟି ଦଳ ସେମିଫାଇନାଲରେ ସ୍ଥାନ ପାଇବା ପାଇଁ…

AI Summitରେ ଏମିତି କହିଲେ ବ୍ରିଟେନର ପୂର୍ବତନ ପ୍ରଧାନମନ୍ତ୍ରୀ ସମସ୍ତେ ଆଶ୍ଚର୍ଯ୍ୟ!

ନୂଆଦିଲ୍ଲୀ,୨୦।୨: ଦିଲ୍ଲୀର ଟ୍ରାଫିକ ସାରା ବିଶ୍ୱରେ ପ୍ରସିଦ୍ଧ। ଦିଲ୍ଲୀର ପ୍ରତ୍ୟେକ ନାଗରିକ ଟ୍ରାଫିକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଆଶ୍ଚର୍ଯ୍ୟର କଥା ହେଉଛି, ଗତକାଲି ଜଣେ ପ୍ରମୁଖ ନେତା…

ଲିଭ୍ ଇନ୍‌ରେ ରହୁଥିଲେ: ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ପ୍ରେମିକା ଫେରାର୍

ଭୁବନେଶ୍ୱର,୨୦ା୨: ରାଜଧାନୀ ଭୁବନେଶ୍ୱରର ଏୟାରଫିଲ୍ଡ ଥାନା ଅନ୍ତର୍ଗତ ପୋଖରୀପୁଟ ଅଞ୍ଚଳରୁ ଏକ ଚାଞ୍ଚଲ୍ୟକର ଖବର ସାମ୍ନାକୁ ଆସିଛି। ଏକ ହୋଟେଲ୍ ମଧ୍ୟରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର…

ଓଡ଼ିଶାରେ ଚାଲିଛି ସୁଚିନ୍ତିତ ରାଜନୀତି: ରାଜ୍ୟ ସଭା ନିର୍ବାଚନ ପୂର୍ବରୁ …

ଭୁବନେଶ୍ୱର, ୨୦।୨(ସୁନିତ୍‌ ମିଶ୍ର):ଚାଷୀ ପ୍ରସଙ୍ଗ ନେଇ ୩ ଦିନ ହେଲା ଓଡ଼ିଶା ବିଧାନସଭାର ବିରୋଧୀ ସଦସ୍ୟମାନେ ଗୃହ ଚଲାଇ ଦେଉନାହାନ୍ତି। ପ୍ରଥମ ଦିନ ରାଜ୍ୟପାଳଙ୍କ ଅଭିଭାଷଣ ପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri