ମାଲକାନଗିରି,୩ା୩ (ଡି.ଏନ.ଏ.)
ମାଲକାନଗିରି ଜିଲାରେ ଦିନକୁ ଦିନ ଠକ ଏବଂ ଦଲାଲଙ୍କ ପ୍ରାଦୁର୍ଭାବ ବଢିବାରେ ଲାଗିଛି। ସେମାନେ ଜିଲାର ଆଦିବାସୀଙ୍କୁ ଟର୍ଗେଟ୍ କରୁଛନ୍ତି। ନିରୀହ ସରଳ ଆଦିବାସୀଙ୍କ ମନରେ ବିଶ୍ୱାସ ଜନ୍ମାଇ ସେମାନଙ୍କୁ ବିଭିନ୍ନ ଭାବରେ ଠକୁଛନ୍ତି। ସେମାନଙ୍କ ନାମରେ ହୋଇଥିବା ଏପରି ଏକ ବ୍ୟାଙ୍କ ଠକେଇ ଏବେ ପଦାକୁ ଆସିଛି। ସଦର ବ୍ଲକ ଚାଲାଣଗୁଡା ପଞ୍ଚାୟତ ତାଳପଦର, ଟିଟିବେରି, ପାହାଡଗୁଡା, କୋଡେଲ୍ପାଲି, ମାସାଗୁଡା, ଆଲୁର୍ ଆଦି ଆଦିବାସୀ ଗ୍ରାମରେ ବସବାସ କରୁଥିବା ଶତାଧିକ ଆଦିବାସୀଙ୍କୁ ଏପରି ଶୋଷଣ କରାଯାଇଛି। ତଣ୍ଡାପାଲି ଗ୍ରାମର ଗଙ୍ଗା ମାଡକାମି ସେମାନଙ୍କ ନିକଟରେ ପହଞ୍ଚତ୍ ବର୍ଷାରେ ନଷ୍ଟ ହୋଇଯାଇଥିବା ଧାନ ଏବଂ ଭାଙ୍ଗିରୁଜି ଯାଇଥିବା ଘର ପାଇଁ ସରକାର ଅନୁଦାନ ଦେଉଛନ୍ତି। ସେମାନେ ଏଥିରୁ ଲାଭ ଉଠାଇବା ଉଚିତ୍ ବୋଲି ଆଦିବାସୀମାନଙ୍କୁ ପ୍ରବର୍ତ୍ତାଇଥିଲେ। ସେମାନଙ୍କ ପଟ୍ଟା ସଂଗ୍ରହ କରିବା ସହ କେତେକ କାଗଜପତ୍ରରେ ଦସ୍ତଖତ ଓ ଟିପ ଚିହ୍ନ ନେଇଥିଲେ। ପ୍ରଥମ ପର୍ଯ୍ୟାୟରେ ୧୦ ଜଣଙ୍କ ପଟ୍ଟା ଏବଂ ନଥିପତ୍ର କରି ସେମାନଙ୍କ ମଧ୍ୟରୁ କାହାକୁ କେମିତି ୨/୫ ହଜାର ଟଙ୍କା ଦେଇଥିଲେ। ା ଏହା ଜାଣିବା ପରେ ଟିଟି ବେରି ସହ ଅନ୍ୟ ଗ୍ରାମର ଲୋକମାନେ ମଧ୍ୟ ଗଙ୍ଗାଙ୍କୁ ସରକାରଙ୍କ ସହାୟତା ପାଇବା ଆଶାରେ ସେମାନଙ୍କ ଜମିପଟ୍ଟା ଏବଂ କାଗଜପତ୍ରରେ ଦସ୍ତଖତ ଦେଇଥିଲେ। ଗଙ୍ଗା ସେମାନଙ୍କ ମଧ୍ୟରୁ ଅଧିକାଂଶଙ୍କୁ ୨/୩ ହଜାର ଲେଖାଏ ଟଙ୍କା ଦେଇ ସେମାନଙ୍କ ପଟ୍ଟା ଫେରାଇଥିଲେ। ମାତ୍ର ୪ ବର୍ଷ ପରେ ମାଲକାନଗିରି ୟୁନିୟନ ବ୍ୟାଙ୍କ ପକ୍ଷରୁ ସମ୍ପୃକ୍ତ ଆଦିବାସୀଙ୍କ ନାମରେ ତୁରନ୍ତ ଋଣ ଶୁଝିବା ପାଇଁ ନୋଟିସ ଆସିଛି। ପ୍ରତ୍ୟେକଙ୍କ ନାମରେ ୩୦/୫୦ ହଜାର ଟଙ୍କା ପର୍ଯ୍ୟନ୍ତ ଋଣ ଉଠାଯାଇଛି। ଏବେ ଏହା ସୁଧ ସହ ଶୁଝିବାକୁ ବ୍ୟାଙ୍କ କହିଛି। ତେବେ କେତେକଙ୍କ ନାମରେ ୮୦ ହଜାରରୁ ଊର୍ଦ୍ଧ୍ୱ ଟଙ୍କା ଶୁଝିବାକୁ ନୋଟିସ ଆସିଛି। ଏହି ନୋଟିସ୍ ପାଇବା ପରେ ଆମେ ଚାଷ ପାଇଁ କେହି ଋଣ ଆଣି ନ ଥିଲୁ। ବର୍ଷା ଦିନେ ଆମର ଘର ଏବଂ ଧାନ ନଷ୍ଟ ହୋଇଯିବାରୁ ସରକାର ଆମକୁ ସାହାଯ୍ୟ କରିଛନ୍ତି ବୋଲି କହିଛନ୍ତି। ତଣ୍ଡାପାଲି ଗ୍ରାମର ଗଙ୍ଗା ମାଡକାମି ଆମର ପଟ୍ଟା ନେଇ କାହାକୁ ୨ ହଜାର, ୩ ହଜାର ଓ ୪ ହଜାର ଟଙ୍କା ଦେଇଥିଲେ ବୋଲି ସେମାନେ ପ୍ରକାଶ କରିଛନ୍ତି। ଅନ୍ୟପକ୍ଷରେ ସୋମବାର ପାହାଡଗୁଡା ଗ୍ରାମର ସୁଲା ମାଢି, ଟିଟିବେରିର ଗଙ୍ଗା ପଡିଆମି, ରାମ କାର୍ତ୍ତାମି, ଇର୍ମା ପଡିଆମି, ଜଗା ମାଢି, ଦେବା ମାଢି, ସଞ୍ଜୟ ମାଢି, ଇର୍ମା କରାମିଙ୍କ ସହ ୫୦ରୁ ଊର୍ଦ୍ଧ୍ୱ ଆଦିବାସୀ ଚାଲାଣଗୁଡା ସରପଞ୍ଚ ପୁଷ୍କାରାଣୀ ପଡିଆମିଙ୍କ ନେତୃତ୍ୱରେ ଜିଲାପାଳଙ୍କ ଅଭିଯୋଗ ପ୍ରକୋଷ୍ଠରେ ଜିଲାପାଳଙ୍କୁ ଭେଟି ଅଭିଯୋଗ ପତ୍ର ପ୍ରଦାନ କରିଛନ୍ତି। ଜିଲାପାଳ ମନୀଷ ଅଗ୍ରଓ୍ବାଲ ଅଭିଯୋଗକାରୀଙ୍କଠାରୁ ସମସ୍ତ ଘଟଣା ଶୁଣିବା ପରେ ଅତିରିକ୍ତ ଜିଲାପାଳ ବୀରସେନ ପ୍ରଧାନଙ୍କୁ ଘଟଣାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।
Posted inମାଲକାନଗିରି, ରାଜ୍ୟ View All
ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ
ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…
ଭୁବନେଶ୍ୱର ଫୁଲ ଦୋକାନ
ଫର୍ନସ ଏନ୍ ପେଟାଲ୍ସ ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…
ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ
କଳିଙ୍ଗ ଫିଟନେସ୍ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍ରେ ସବୁ ପ୍ରକାର…
ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ
ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…
କଟକ ଦହିବରା ଆଳୁଦମ
ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…
ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ
ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…
ଶ୍ରେଷ୍ଠ ପାଞ୍ଚ ପୁରୀର ମଠ
ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…
ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ
ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

