ଶଟ୍‌ଡାଉନ୍‌ରେ ଲୋକଙ୍କୁ ମିଳିପାରି ଲାନି ଅତ୍ୟାବଶ୍ୟକ ସାମଗ୍ରୀ : ୨ ନିଷିଦ୍ଧା ଅଂଚଳରୁ ଆସିଛି ୬ ଫୋନ୍ କଲ୍‌

ଭୁବନେଶ୍ୱର, ୫ା୪ (ବ୍ୟୁରୋ): ଭୁବନେଶ୍ୱରର ବମିଖାଲ ଓ ସୂର୍ଯ୍ୟନଗରରୁ ୧୧ ଜଣ କରୋନାରେ ଆକ୍ରାନ୍ତ ଚିହ୍ନଟ ହେବା ପରେ ଉଭୟ ଅଞ୍ଚଳକୁ ସିଲ୍ କରିବା ସହ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ନିଷିଦ୍ଧାଞ୍ଚଳ ଘୋଷଣା କରାଯାଇଛି । ସିଲ୍ ସମୟରେ ଲୋକଙ୍କୁ ଅତ୍ୟାବଶ୍ୟକ ସେବା ଯୋଗାଇବା ପାଇଁ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ଦାୟିତ୍ୱ ନେଇଛି । ହେଲେ ଲକ୍‌ଡାଉନ୍ ସହ ଶଟ୍‌ଡାଉନ୍‌ ଘୋଷଣା ହେବା ପରେ ସମ୍ପୃକ୍ତ ଅଞ୍ଚଳରେ ଲୋକଙ୍କୁ ଅତ୍ୟାବଶ୍ୟକ ସାମଗ୍ରୀ ମିଳିପାରି ନ ଥିବା ଅଭିଯୋଗ ହୋଇଛି । ଅତ୍ୟାବଶ୍ୟକ ସାମଗ୍ରୀ ପାଇଁ ସୂର୍ଯ୍ୟନଗରରୁ ୪ କଲ୍ ଓ ବମିଖାଲରୁ ୨ କଲ୍ ବିଏମ୍‌ସି ଅଧିକାରୀଙ୍କୁ କରାଯାଇଛି । ବିଶେଷ କରି କ୍ଷୀର, ଅଟା ଓ ଅଣ୍ଡା ପାଇଁ ଏହି କଲ୍ ଆସିଥିବାବେଳେ ଶଟ୍ ଡାଉନ ଥିବାରୁ ସେମାନଙ୍କୁ ସାମଗ୍ରୀ ମିଳିପାରି ନ ଥିବା ବିଏମ୍‌ସି ପକ୍ଷରୁ ଜଣାପଡ଼ିଛି ।
ଆତ୍ୟାବଶ୍ୟକ ସାମଗ୍ରୀ ପହଂଚାଇବା ଦାୟିତ୍ୱରେ ଥିବା ଡେପୁଟି କମିଶନର କମଲଜିତ୍ ଦାସ କହିଛନ୍ତି, ଶଟ୍‌ଡାଉନ୍‌ ପୂର୍ବରୁ ବିଏମ୍‌ସି ଦିନକୁ ଦୁଇଥର ରାଶନ ଓ ଅନ୍ୟ ସାମଗ୍ରୀ ଘର ଦୂଆର ମୁହଁରେ ବିକ୍ରି କରିବାକୁ ଯାଇଥିଲା । ହେଲେ ଶଟ୍‌ଡାଉନ୍‌ ସମୟରେ ଦୋକାନ ବଜାର ବନ୍ଦ ଥିବାରୁ ଏହି ସାମଗ୍ରୀ ଉପଲବ୍ଧ ହୋଇପାରି ନାହିଁ । ତେବେ ୪୮ ଘଣ୍ଟାର ଶଟ୍‌ଡାଉନ୍‌ ପରେ ଲୋକଙ୍କୁ ପୁନର୍ବାର ନିୟମିତ ସେବା ଯୋଗାଇ ଦିଆଯିବ ବୋଲି ସେ କହିଛନ୍ତି । ସେହିପରି ଲୋକଙ୍କ ପ୍ରାଥମିକତା ପ୍ରତି ବିଏମ୍‌ସି ବିଶେଷ ଭାବେ ଗୁରୁତ୍ୱ ଦେଉଛି । କିନ୍ତୁ କରୋନା ସଂକ୍ରମଣକୁ ଏଡ଼ାଇବା ପାଇଁ ହେଲେ ଶଟ୍‌ଡାଉନ୍‌କୁ ମାନିବାକୁ ପଡ଼ିବ । ବିଏମ୍‌ସି କର୍ମଚାରୀମାନେ ଶଟ୍‌ଡାଉନ୍‌ରେ ସେବା ଯୋଗାଉଛନ୍ତି । ସହରକୁ ବିଷୋଧନ ଓ ସିଂଚନ କରିବା କରିବା ସହ କେମିକାଲଯୁକ୍ତ ଧୁଆଁ ଦ୍ୱାରା ମଧ୍ୟ ବିଷୋଧନ କରୁଛନ୍ତି । ହେଲେ ଯାତାୟତର ସୁବିଧା ନ ଥିବା ସହ ଅନ୍ୟ କେତେକ ସମସ୍ୟା ପାଇଁ ସମ୍ପୃକ୍ତ ଅଂଚଳରେ ଅତ୍ୟାବଶ୍ୟକ ସାମଗ୍ରୀ ପହଂଚି ପାରି ନାହିଁ ବୋଲି ବିଏମ୍‌ସି କମିଶନର ପ୍ରେମଚନ୍ଦ୍ର ଚୌଧାରୀ କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ମହାନଦୀରେ ଡଙ୍ଗାବୁଡି ଘଟଣା: ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୯।୪: ମହାନଦୀରେ ଡଙ୍ଗା ବୁଡିବା ଘଟଣାରେ ମୃତକଙ୍କ ପରିବାରକୁ ଅନୁକମ୍ପା ସହାୟତା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପରିବାରକୁ ୪ ଲକ୍ଷ ଲେଖାଏଁ ଅନୁକମ୍ପା...

୨୦୧୯ରେ ପୁରୀ ବିଧାନସଭାରେ କାହିଁକି ହାରିଥିଲା ବିଜେଡି, କାରଣ କହିଲେ ସଭାପତି…

ପୁରୀ,୧୯।୪: ୨୦୧୯ରେ ପୁରୀ ବିଧାନସଭା ଆସନରେ କାହିଁକି ହାରିଲା ବିଜେଡି । ଏନେଇ କାରଣ କହିଛନ୍ତି ଖୋଦ ଜିଲା ବିଜେଡି ସଭାପତି । ସଭାପତି ଦିବାକର...

ପିକ୍‌ଅପ୍‌ରୁ ଜବତ ହେଲା ପୁଳାପୁଳା ଟଙ୍କା

ପଦ୍ମପୁର,୧୯ା୪(ପ୍ରଦୀପ୍ତ ଦାଶ): ବରଗଡ଼ ଜିଲା ପଦ୍ମପୁର ଥାନା ପୋଲିସ ଶୁକ୍ରବାର ଏକ ପିକ୍‌ଅପ୍‌ରୁ ପୁଳାପୁଳା ଟଙ୍କା ଜବତ କରିଛି। ଗାଇସିଲେଟ -ପଦ୍ମପୁର ରାସ୍ତାର ଗଡ଼ଭାଟି ଛକରୁ...

ଅଶୁଂଘାତ ନେଲା ଜଣଙ୍କ ଜୀବନ

ଭୁବନେଶ୍ୱର,୧୯।୪: ଅଂଶୁଘାତରେ ରାଜ୍ୟରେ ଜଣଙ୍କର ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତି ଜଣଙ୍କ ବାଲେଶ୍ୱରର ବୋଲି ଜଣାପଡିଛି। ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର ଆଜି ଏହି...

ମହାନଦୀରେ ବୁଡିଲା ଡଙ୍ଗା: ଜଣେ ମୃତ, ୬ ନିଖୋଜ

ଝାରସୁଗୁଡା,୧୯।୪: ମହାନଦୀରେ ବୁଡିଲା ଡଙ୍ଗା। ଏଥିରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୬ ଜଣଙ୍କର ପତ୍ତା ମିଳୁନି। ଝାରସୁଗୁଡା ଜିଲା ଲଖନପୁର ବ୍ଲକ ଶରଧା ନିକଟ...

ବିଜେଡିରେ ସାମିଲ ହେଲେ ବିଜୟ କେତନ ସ୍ବାଇଁ; କହିଲେ-ବିତୃଷ୍ଣା ହୋଇ ଭାଜପା ଛାଡ଼ିଲି

ଭୁବନେଶ୍ୱର,୧୯ା୪: ଭାଜପା ଛାଡି ବିଜେଡିରେ ଯୋଗ ଦେଲେ ବରିଷ୍ଠ ନେତା ବିଜୟ କେତନ ସ୍ବାଇଁ । ରାଜନଗର ବିଧାୟକ ଧ୍ରୁବ ସାହୁ, କେନ୍ଦ୍ରାପଡ଼ା ପର୍ଯ୍ୟବେକ୍ଷକ ପ୍ରତାପ...

ବୃଦ୍ଧଙ୍କୁ ପଥରରେ ଛେଚି ହତ୍ୟା

ପାଇକମାଳ,୧୯ା୪(ବଡ଼ ଶତପଥୀ): ବରଗଡ଼ ଜିଲା ପାଇକମାଳ ବ୍ଲକ ଅନ୍ତର୍ଗତ ଭୁବନେଶ୍ୱରପୁର(ଚେରିମୁଣ୍ଡା) ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ୬୫ ବର୍ଷର ବୃଦ୍ଧଙ୍କୁ ପଥରରେ ଛେଚି...

ପୋଲିସ ପରିଚୟ ଦେଇ ଲକ୍ଷାଧିକ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ

କଟକ,୧୯ା୪(କାର୍ତ୍ତିକ ସାହୁ): ପୋଲିସ ପରିଚୟ ଦେଇ ଦୁଇ ଜଣଙ୍କଠାରୁ ଲକ୍ଷାଧିକ ଟଙ୍କା ଲୁଟିନେଇଛନ୍ତି ଦୁର୍ବୃତ୍ତ। ଦୁଇଜଣଙ୍କଠାରୁ ଦୁର୍ବୃତ୍ତମାନେ ସାଢ଼େ ୩ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri