Categories: ଖେଳ

ଲୌରିୟସ ପୁରସ୍କାର ଦୌଡ଼ରେ ନାଡାଲ, ଓସାକା, ମୁରେ

ବର୍ଲିନ,୧୬।୧(ପି.ଟି.)-ସମ୍ମାନଜନକ କ୍ରୀଡ଼ା ପୁରସ୍କାର ଦୌଡ଼ରେ ଏ ବର୍ଷ ସାମିଲ ହୋଇଛନ୍ତି ସ୍ପେନ୍‌ ଟେନିସ ତାରକା ରାଫାଲ ନାଡାଲ ଓ ଆମେରିକା ମହିଳା ତାରକା ନାଓମି ଓସାକା, ଅନ୍ୟତମ ଆମେରିକୀୟ ମହିଳା ଟେନିସ ଖେଳାଳି କୋକୋ ଗୌଫ। ବୁଧବାର ଭିନ୍ନଭିନ୍ନ ବର୍ଗ ପାଇଁ ଏହି ଖେଳାଳିମାନେ ପୁରସ୍କାର ପାଇଁ ନୋମିନେଟ ହୋଇଛନ୍ତି। ଓ୍ବାଲର୍‌ଡ ସ୍ପୋଟର୍‌ସମ୍ୟାନ ଅଫ୍‌ ଦି ଇୟର ଦୌଡ଼ରେ ନାଡାଲଙ୍କ ସମେତ ଫର୍ମୁଲା-୧ ଚାମ୍ପିୟନ ଲୁଇସ୍‌ ହାମିଲଟନ, ବିଶ୍ୱ ମୋଟୋଜିପି ଚାମ୍ପିୟନ ମାର୍କ ମର୍କ୍ୟୁଜ୍‌, ଫୁଟବଲ ସୁପରଷ୍ଟାର ଲିଓନେଲ ମେସି ସାମିଲ ହୋଇଛନ୍ତି। ଓ୍ବାଲର୍‌ଡ ସ୍ପୋଟର୍‌ସ ଓମେନ ଅଫ ଦି ଇୟର ପୁରସ୍କାର ଦୌଡ଼ରେ ପ୍ରଥମ ଏସୀୟ ଖେଳାଳିଭାବେ ସାମିଲ ହୋଇଛନ୍ତି ଓସାକା, ମହିଳା ଫୁଟବଲର ମେଗାନ ରାପିନୋଏ, ମହିଳା ଜିମ୍ନାଷ୍ଟ ସାଇମନ ବାଇଲ୍ସ, ଧାବିକା ଅଲିସନ ଫେଲିକ୍ସ। ବ୍ରିଟେନ ଟେନିସ ତାରକା ଆଣ୍ଡି ମୁରେଙ୍କ ସମେତ ଫୁଟବଲ କ୍ଲବ ଲିଭରପୁଲ କମ୍‌ ବ୍ୟାକ୍‌ ଅଫ୍‌ ଦି ଇୟର ପୁରସ୍କାର ଦୌଡ଼ରେ ସାମିଲ ହୋଇଛନ୍ତି। ଫେବୃୟାରୀ ୧୭ ତାରିଖରେ ବର୍ଲିନରେ ଏହି ପୁରସ୍କାର ପ୍ରଦାନ କରାଯିବ।

Share