ଲୋକ ଉତ୍ସବ

ବଲାଙ୍ଗୀର ଲୋକଉତ୍ସବକୁ ଇତିମଧ୍ୟରେ ୨୦ ବର୍ଷ ପୂରିଛି। ଜାନୁୟାରୀ ୩ରୁ ୬ ତାରିଖ ପର୍ଯ୍ୟନ୍ତ ବିଂଶତିତମ ଜିଲାସ୍ତରୀୟ ବଲାଙ୍ଗୀର ଲୋକ ଉତ୍ସବ ଶେଷ ହୋଇଛି। ଏହି ଉତ୍ସବରେ ଜିଲାର ବିଭିନ୍ନ ବ୍ଳକ୍‌ ଏବଂ ରାଜ୍ୟ ତଥା ଦେଶର ବହୁ ସ୍ଥାନରୁ ଆସିଥିତ୍ବା କଳାକାରମାନଙ୍କ ସମାଗମ ହୋଇଥିଲା। ଦର୍ଶକମଣ୍ଡଳୀ ନିଜ ଜିଲା ଓ ରାଜ୍ୟ ସହ ଦେଶର ବିଭିନ୍ନ ଅଞ୍ଚଳରୁ ଆସିଥିତ୍ବା କଳାକାରଙ୍କ ପ୍ରତିଭାର ଝଲକ ଦେଖିତ୍ବାକୁ ପାଇଛନ୍ତି। ଏହି କାରଣରୁ ଲୋକ ଉତ୍ସବରେ ପ୍ରବଳ ଜନସମାଗମ ହୋଇଥିଲା। କଳା ଆକର୍ଷଣରୁ ଜନସମାଗମକୁ ଆଖି ଆଗରେ ରଖି କିଛିବର୍ଷ ହେଲା ଏହି ଲୋକ ଉତ୍ସବ ସମୟରେ ଜିଲାସ୍ତରୀୟ ପଲ୍ଲିଶ୍ରୀ ମେଳା ଓ ହସ୍ତତନ୍ତ ଏବଂ ହସ୍ତଶିଳ୍ପ ପ୍ରଦର୍ଶନୀ ମେଳା ଆୟୋଜନ କରାଯାଉଛି। କଳା, ସଂସ୍କୃତିର ଉନ୍ନତି ସଙ୍ଗେ ସଙ୍ଗେ ଓର୍‌ମାସ୍‌ ଜରିଆରେ ବହୁ ଏସ୍‌ଏଚ୍‌ଜି ଓ କୁଟୀରଶିଳ୍ପୀ ତଥା ଛୋଟ ବ୍ୟବସାୟୀ ତାଙ୍କର ବେପାର ମଧ୍ୟ କରୁଛନ୍ତି। ଗୋଟିଏ ସ୍ଥାନରେ ଆକର୍ଷଣୀୟ ନାଚଗୀତ ଓ ଦୈନନ୍ଦିନ ତଥା ସୌଖିନ ସାମଗ୍ରୀର କିଣାବିକା ହେବା ଫଳରେ ଏହି ୪ ଦିନିଆ ଲୋକ ଉତ୍ସବ ସ୍ଥଳରେ ପ୍ରବଳ ଭିଡ଼ ପରିଲକ୍ଷିତ ହେଉଛି। ମଞ୍ଚରେ କଳା ଓ ସଂସ୍କୃତିର ଝଲକ ଦେଖିବାକୁ ଅପେକ୍ଷାରତ ସହସ୍ରାଧିକ ଲୋକଙ୍କୁ ଦେଖି ଅତିଥି ଭାବେ ଯୋଗଦେଉଥିତ୍ବା ମନ୍ତ୍ରୀ, ବିଧାୟକ, ବିଭିନ୍ନ ଦାୟିତ୍ୱରେ ଥିତ୍ବା ନିମନ୍ତ୍ରିତ ଅତିଥିମାନେ ଲମ୍ବା ଭାଷଣ ମାରିବା ସହ ଲୋକ ଉତ୍ସବ ସହ ଅପ୍ରାସଙ୍ଗିକ କଥା କହି ଦେଉଛନ୍ତି। ବେଳେବେଳେ ପରିସ୍ଥିତି ଏଭଳି ହେଉଛି ଯେ, ଅତିଥିମାନଙ୍କ ଆକର୍ଷଣହୀନ ଭାଷଣବାଜି ପାଇଁ କଳାକାର ଓ ଦର୍ଶକ ଉଭୟଙ୍କୁ ସେମାନଙ୍କ କଳା ପ୍ରଦର୍ଶନ କରିବା ପାଇଁ ଦୀର୍ଘସମୟ ଅପେକ୍ଷା କରିବାକୁ ପଡୁଛି। ଏଭଳି କାରଣରୁ ଧୀରେ ଧୀରେ ଲୋକ ଉତ୍ସବ ମଞ୍ଚ ପ୍ରକୃତ କଳାକାର ଓ ଦର୍ଶକଙ୍କଠାରୁ ଦୂରେଇ ଯାଇ ରାଜନୈତିକ ଦଳର ଅତିଥି, ଅଭ୍ୟାଗତଙ୍କ ଅଧିକ କାମରେ ଆସୁଥିତ୍ବା ଚର୍ଚ୍ଚାର ବିଷୟ ହେଉଛି। ଯେଉଁ ମହାନ୍‌ ଉଦ୍ଦେଶ୍ୟ ନେଇ ଲୋକ ଉତ୍ସବର ପରିକଳ୍ପନା କରାଯାଇଥିଲା ତାହା ବାସ୍ତବରେ ବହୁ ଦୂରରେ ରହିଗଲା ପରି ମନେହେଉଛି। ରଙ୍ଗାରଙ୍ଗ ଆଲୋକସଜ୍ଜା ଭିତରେ ଲୋକକଳାରେ ସମର୍ପିତ ଆଞ୍ଚଳିକ କଳାକାର ବା ପ୍ରତିଭା ଜଣକ ତା’ର ବାସ୍ତବ କଳାକୁ କେତେମାତ୍ରାରେ ପ୍ରଦର୍ଶିତ କରିବାର ସୁଯୋଗ ପାଉଛି ତାହା ଏବେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି। ବର୍ଷକରେ ଥରେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରି ଲୋକ ଉତ୍ସବ ଆୟୋଜନ କରାଗଲେ ମଧ୍ୟ ଏଥିରେ ଲୋକକଳାର ସମର୍ପିତ କଳାକାରଙ୍କ ପାଇଁ ସୁଯୋଗ ନ ମିଳିଲେ ଲୋକ ଉତ୍ସବ କେବଳ ଯେ ଏକ ଆଡ଼ମ୍ବରପୂର୍ଣ୍ଣ ମହୋତ୍ସବରେ ସୀମିତ ରହିଯିବ ଏହା ଏବେ ଚର୍ଚ୍ଚାର ବିଷୟ ହୋଇଛି। ଏଦିଗରେ ଲୋକ ଉତ୍ସବ ସମିତି, ଆୟୋଜକ, କଳାକାର, କଳା ଗବେଷକ ଗମ୍ଭୀରତାର ସହ ଚିନ୍ତା କରିବାର ବେଳ ଆସିଛି।


Enter your email to get our daily news in your inbox.

All Right Reserved By Dharitri.Com

ଅପହରଣର ୬୫ ବର୍ଷ ପରେ ଘରକୁ ଫେରିଲେ ବୃଦ୍ଧା; ବର୍ତ୍ତମାନର ବୟସ ୮୦, କାହାଣୀ ଜାଣିଲେ…

ଲକ୍ଷ୍ନୌ,୧୫।୨: ଉତ୍ତର ପ୍ରଦେଶର ହରଦୋଇ ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଯେତେବେଳେ ଜଣେ ୮୦ ବର୍ଷୀୟ ବୃଦ୍ଧା ତାଙ୍କ ପିତାମାତାଙ୍କ ଘରକୁ ଫେରିଲେ, ସେତେବେଳେ…

ଡିଜିଟାଲ ଯୁଗରେ ମନ୍ଦିରରେ ବସିଛନ୍ତି କ୍ୟାସଲେସ ଭିକାରୀ, କ୍ୟୁଆର କୋଡ୍ ସ୍କାନ କରି ପେମେଣ୍ଟ….

ପାରଳାଖେମୁଣ୍ଡି,୧୫।୨(ଗିରିଧାରୀ ପରିଛା): ଡିଜିଟାଲ ଯୁଗରେ ବର୍ତ୍ତମାନ ଭିକାରୀମାନେ ମଧ୍ୟ କ୍ୟାସଲେସ ବିଧି ଆପଣାଇଲେଣି । ଏପରି କିଛି ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହୋଇଥାଏ ।…

ପାକିସ୍ତାନ ଅଧିନାୟକଙ୍କ ମାଷ୍ଟରଷ୍ଟ୍ରୋକ୍‌ରେ ଫସିଲା ଭାରତ: ଖାତା ଖୋଲିବା ପୂର୍ବରୁ ଅଭିଷେକ ଆଉଟ୍

କଲମ୍ବୋ,୧୫।୨: ଟି-୨୦ ବିଶ୍ୱକପ୍‌ର ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଭାରତକୁ ଝଟକା ଦେବାରେ ସଫଳ ହୋଇଛି ପାକିସ୍ତାନ । ପାକିସ୍ତାନ ଅଧିନାୟକ ସଲମାନ ଅଲି ଆଘାଙ୍କ ଏକ ଚତୁର ରଣନୀତି…

ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ ଉଦଯାପିତ, ଆଧ୍ୟାତ୍ମିକ ଜ୍ଞାନ ସଂପର୍କରେ ଜନ ସମାଜକୁ…

ଭଞ୍ଜନଗର,୧୫।୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ଵବିଦ୍ୟାଳୟ ଶାଖା ପକ୍ଷରୁ ଗତ ୨ ତାରିଖରୁ ବାହାରିଥିବା ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ କାର୍ଯ୍ୟକ୍ରମ…

ଏପ୍ରିଲରୁ ଲାଗୁ ହୋଇପାରେ ଭାରତ-ୟୁକେ ଚୁକ୍ତି, କଣ ଶସ୍ତା କଣ ମହଙ୍ଗା ହେବ ଜାଣନ୍ତୁ

ନୂଆଦିଲ୍ଲୀ,୧୫।୨: ଭାରତ ଏବଂ ୟୁକେ ମଧ୍ୟରେ ଜୁଲାଇ ୨୦୨୫ ରେ ସ୍ୱାକ୍ଷରିତ ହୋଇଥିବା ଭାରତ-ୟୁକେ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ଏପ୍ରିଲ ୨୦୨୬ ରେ କାର୍ଯ୍ୟକାରୀ ହେବା ନେଇ…

ନୂଆ ଦାୟିତ୍ବ ଦେଲେ ନବୀନ, ଗଜପତି ଜିଲା ବିଜେଡି ମହିଳା ସଭାପତି ହେଲେ ସଂଯୁକ୍ତା ବେହେରା

ଗଜପତି,୧୫।୨(ଗିରିଧାରୀ ପରିଛା): ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଜପତି ଜିଲା ମହିଳା ବିଜେଡି ସଭାପତି ଭାବେ ସଂଯୁକ୍ତା ବେହେରାଙ୍କୁ ମନୋୟନ କରିଛନ୍ତି ।…

କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ, କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଦେହାନ୍ତ

କଟକ,୧୫ା୨:  ଓଡ଼ିଶାର ସୁନାମଧନ୍ୟ କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ । କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ହୋଇଥିବା ସୂଚନା ରହିଛି । ଗତ…

ନକଲି ମାଓବାଦୀ ପୋଷ୍ଟର ମାମଲାରେ ଦୁଇ ଗିରଫ, ସ୍କାନରରେ ଅଛନ୍ତି….

ରାୟଗଡ଼ା,୧୫/୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡାରୁ ଦୁଇ ନକଲି ମାଓବାଦୀଙ୍କୁ ଗିରଫ କରିଛି ରାୟଗଡ଼ା ପୋଲିସ । ଏହି ଦୁଇଜଣଙ୍କ ମଧ୍ୟରୁ ଜଣେ ସାମ୍ବାଦିକ ଓ ଅନ୍ୟଜଣେ ବଳୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri