ଲୁହାସ୍କ୍ରାପ ଚୋରାଚାଲାଣ : ୩ ଗିରଫ, ଟେମ୍ପୋ ଓ ବନ୍ଧୁକ ଜବତ

ବଡ଼ବିଲ,୨୫ା୫(ସ୍ବ.ପ୍ର.): କେନ୍ଦୁଝର ଜିଲା ବଡ଼ବିଲ ଥାନା ପୋଲିସ ଝାଡ଼ଖଣ୍ଡକୁ ଚୋରାଚାଲାଣ ହେଉଥିବା ଏକ ଲୁହାସ୍କ୍ରାପ ବୋଝେଇ ଟେମ୍ପୋକୁ ରାଜ୍ୟ ସୀମାନ୍ତରୁ ଜବତ କରିବା ସହ ଘଟଣାରେ ସଂପୃକ୍ତ ୩ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ଟେମ୍ପୋ ଡ୍ରାଇଭର ବଡ଼ବିଲ ଗାଢାହଟିଂ ଅଞ୍ଚଳର ରେଟୋ ଓରଫ ମହାନ୍ତି ମୁଣ୍ଡାମୁଖ୍ୟ ଅଭିଯୁକ୍ତ ଦାମୁହଟିଂ ଅଞ୍ଚଳର ବଂଶୀଧର ପଣ୍ଡା ଓ ଟିଟୁ ଓରଫ ସୁନୀଲ ପାତ୍ର। ଟିଟୁଙ୍କ ଘରେ ଚଢ଼ାଉ କରି ପୋଲିସ ଏକ ବନ୍ଧୁକ ମଧ୍ୟ ଜବତ କରିଛି। ଶନିବାର ମଧ୍ୟାହ୍ନରେ ବଡ଼ବିଲ ଏସ୍‌ଡିପିଓ (ସବ୍‌ଡିଭିଜନାଲ ପୋଲିସ ଅଫିସର) ଦିଲୀପ ଚନ୍ଦ୍ର ବାଗ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, ଶୁକ୍ରବାର ବଡ଼ବିଲ ହରିହର ମନ୍ଦିର ପଛପାଖରେ ସରକାରୀ ଜମି ଜବରଦଖଲ କରି କାର୍ତ୍ତିକ ବାଗାନରୁ ଚୋରା ଲୁହା ସ୍କ୍ରାପ୍‌ (ପ୍ରାୟ ୫୦୦ କିଲୋଗ୍ରାମ ଓଜନ) ବୋଝେଇ କରି ଓଡି ୦୯ ସି ୬୪୧୮ ନମ୍ବର ବିଶିଷ୍ଟ (ଟାଟା ଏସିଇ) ଟେମ୍ପୋ ଝାଡ଼ଖଣ୍ଡ ଅଭିମୁଖେ ଯାଉଥିବା ସୂଚନା ମିଳିଥିଲା। ଖବରପାଇ ବଡ଼ବିଲ ଥାନା ଇନ୍ସପେକ୍ଟର ସଦଳବଳେ ସୀମାନ୍ତ ନାଲଦାରୁ ଉକ୍ତ ଲୁହା ସ୍କ୍ରାପ ବୋଝେଇ ଟେମ୍ପୋ ଜବତ କରିଥିଲାବେଳେ ଘଟଣାସ୍ଥଳରୁ ଦୁଇ ଅଭିଯୁକ୍ତ ଫେରାର ହୋଇଯାଇଥିଲେ। ଟେମ୍ପୋ ଡ୍ରାଇଭର ରେଟୋଙ୍କୁ ପୋଲିସ ଗିରଫ କରି ପଚରାଉଚରା କରିବାରୁ ଚୋରା କାରବାରରେ ସଂପୃକ୍ତ ଦୁଇ ମୁଖ୍ୟ ଅଭିଯୁକ୍ତଙ୍କ ପରିଚୟ ପାଇଥିଲା ପୋଲିସ। ତେବେ ଶୁକ୍ରବାର ରାତିରେ ପୋଲିସ ଦାମୁ ହଟିଂ ଅଞ୍ଚଳରେ ଚଢ଼ାଉ କରି ବଂଶୀଧର ଓ ଟିଟୁଙ୍କୁ ଗିରଫ କରିବାରେ ସକ୍ଷମ ହୋଇଥିଲା। ଏ ନେଇ ବଡ଼ବିଲ ଥାନାରେ ମାମଲା ରୁଜୁ ହୋଇଛି। ତେବେ ଟିଟୁଙ୍କ ଘରୁ ବନ୍ଧୁକ ଜବତ ହୋଇଥିବାରୁ ଆଉ ଏକ ମାମଲା ରୁଜୁ କରିଥିବା ପୋଲିସ କହିଛି। ଅଭିଯୁକ୍ତ ୩ ଜଣଙ୍କୁ ଶନିବାର ଅପରାହ୍ନରେ କୋର୍ଟଚାଲାଣ କରାଯାଇଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ଜିଲାପାଳଙ୍କ ବଡ଼ ଘୋଷଣା: କଟକରେ ସ୍କୁଲ ଛୁଟି

କଟକ,୫।୭: ସୋମବାର କଟକ ଜିଲାର ସମସ୍ତ ସରକାରୀ ଏବଂ ବେସରକାରୀ ଶିକ୍ଷାନୁଷ୍ଠାନ ଛୁଟି ରହିବ। ଲଘୁଚାପ ଜନିତ ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି କଟକ ଜିଲାପାଳ ଛୁଟି…

ଗୁରଗାଁଓରେ ଚାଞ୍ଚଲ୍ୟ: ପ୍ରେମିକ ସହ ମିଶି ସ୍ବାମୀଙ୍କୁ ହତ୍ୟାକଲେ ନବବିବାହିତା ମହିଳା

ଗୁରଗାଁଓ,୫ା୭: ନିଖୋଜ ହେବାର ୨ ଦିନ ପରେ ଜଣେ ୨୧ ବର୍ଷୀୟ ଯୁବକଙ୍କ ମୃତଦେହ ରଓ୍ବୋରୀସ୍ଥିତ କେନାଲରୁ ମିଳିବା ପରେ ତାଙ୍କୁ ନବବିବାହିତା ସ୍ତ୍ରୀ ଓ ତାଙ୍କ…

ସମୁଦ୍ରରେ ଫସିଥିବା ମତ୍ସ୍ୟଜୀବୀ ଉଦ୍ଧାର

ପୁରୀ,୫ା୭(ଅଜିତ୍‌ କୁମାର ମହାନ୍ତି): ପୁରୀ ପୋଲିସର ତତ୍ପରତାରେ ସମୁଦ୍ରରେ ଫସିଥିବା ଆନ୍ଧ୍ରପ୍ରଦେଶର ୧୦ ମତ୍ସ୍ୟଜୀବୀଙ୍କ ସୁରକ୍ଷିତ ଉଦ୍ଧାର କରାଯାଇଥିବା ନେଇ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି। ସୂଚନା…

ଲଗାଣ ବର୍ଷାରେ ବେହାଲ ବଲାଙ୍ଗୀର, ବିଭିନ୍ନ ପଡ଼ାରେ ରହୁଥିବା ଲୋକଙ୍କ ଘରେ ପଶିଲା ପାଣି

ବଲାଙ୍ଗୀର,୫ା୭(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହରରେ ଲଗାଣ ବର୍ଷା ଜାରି ରହିଛି। ଫଳରେ ସହରର ବିଭିନ୍ନ ପଡ଼ାରେ ରହୁଥ‌ିବା ଲୋକଙ୍କ ଘର ଭିତରକୁ ବର୍ଷା ଓ ଡ୍ରେନ୍…

କାଳ ବୈଶାଖୀରେ ଉଡ଼ିଯାଇଥିଲା ଟିଣ, ଛପର, ହେଉନି ମରାମତି

ମୋହନା,୫।୭(ମନ୍ମଥ ମିଶ୍ର): କାଳବୈଶାଖୀରେ ଉଡ଼ିଯାଇଥିଲା ବିଦ୍ୟାଳୟର ଟିଣ ଛପର। ହେଲେ ବର୍ତ୍ତମାନ ସୁଦ୍ଧା ଏହା ମରାମତି ହୋଇନାହିଁ। ଫଳରେ ବାଧ୍ୟହୋଇ ଦୁଇଟି ଶ୍ରେଣୀ ଗୃହରେ ପ୍ରଥମରୁ ଅଷ୍ଟମ…

କଳାହାଣ୍ଡି ପୋଲିସକୁ ବଡ଼ ସଫଳତା; ଚୋର ଗ୍ୟାଙ୍ଗର ପର୍ଦ୍ଦାଫାସ, ୪ ଗିରଫ

ଭବାନୀପାଟଣା,୫।୭(ଉତ୍ତମ କୁମାର ଦାଶ): କଳାହାଣ୍ଡି ପୋଲିସକୁ ମିଳିଛି ଏକ ବଡ଼ ସଫଳତା। ଦୀର୍ଘ ଦିନ ଧରି ଜିଲାର ଗୋଲାମୁଣ୍ଡା, କୋକସରା ଏବଂ କେଗାଁ ଥାନା ଅଞ୍ଚଳରେ ଚୋରି…

୩ ଶହରୁ ଅଧିକ ଚାଷୀଙ୍କୁ ଠକି ଲୁଟିଥିଲେ ଟଙ୍କା, ବାନ୍ଧିଲା ଉଦୟଗିରି ପୋଲିସ

ମୋହନା,୫ା୭ (ମନ୍ମଥ ମିଶ୍ର ): ଚାଷୀଙ୍କ ଠାରୁ ଲକ୍ଷାଧିକ ଟଙ୍କା ଲୁଟି ନେଇ ଶେଷରେ ବନ୍ଧା ହେଲା ଠକ ଅଭିଯୁକ୍ତ । ଏଭଳି ଘଟଣା ଦେଖିବାକୁ ମିଳିଛି…

ନଦିଗାଁ ରାସ୍ତାର ପ୍ରସ୍ତାବିତ ମଦ ଦୋକାନକୁ ବିରୋଧ, ଧୂଷୁରୀ ଥାନା ଘେରାଉ କଲେ ଶତାଧିକ ମହିଳା

ଅସୁରାଳି,୫ା୭(ସନ୍ତୋଷ ସାହୁ): ଧୂଷୁରୀ ଥାନା ଅଞ୍ଚଳର ନଦିଗାଁ ରାସ୍ତା ନିକଟରେ ପ୍ରସ୍ତାବିତ ମଦ ଦୋକାନ ଖୋଲିବାକୁ ବିରୋଧ କରିଛନ୍ତି ସ୍ଥାନୀୟ ମହିଳା । ରବିବାର ଶତାଧିକ ମହିଳା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri