ଲୁଟ୍‌ର ଶିକାର ହେଉଛନ୍ତି ଫାଇନାନ୍ସ କର୍ମଚାରୀ

ଛତ୍ରପୁର,୮ା୮(ଡି.ଏନ.ଏ)-ବିଭିନ୍ନ ସମୟରେ ମାଇକ୍ରୋ ଫାଇନାନ୍ସ କମ୍ପାନୀର କର୍ମଚାରୀମାନେ ନିକଟସ୍ଥ ବ୍ୟାଙ୍କକୁ ଟଙ୍କା ନେଇ ଗଲାବେଳେ ଲୁଟର ଶିକାର ହେଉଥିବା ନ ନଜିର ରହିଛି ା କମ୍ପାନୀ କର୍ମଚାରୀମାନଙ୍କୁ ମଧ୍ୟ ମରଣାନ୍ତକ ଆକ୍ରମଣ କରାଯାଉଛି। ସେହିପରି କମ୍ପାନୀର ଫିଲ୍ଡ ଷ୍ଟାଫ୍‌ ମଧ୍ୟ ଲୋକଙ୍କଠାରୁ ଜମା ଟଙ୍କା ସଂଗ୍ରହ କରି ଫେରୁଥିବାବେଳେ ମଧ୍ୟ ଲୁଟ୍‌ର ଶିକାର ହେଉଛନ୍ତି। କେତେକ କ୍ଷେତ୍ରରେ ଲୁଟ୍‌ ଘଟଣାରେ ମାଇକ୍ରୋ ଫାଇନାନ୍ସ କମ୍ପାନୀର ଷ୍ଟାଫ୍‌ ମଧ୍ୟ ସମ୍ପୃକ୍ତ ରହୁଛନ୍ତି। ଏସବୁ ଘଟଣାକୁ କିଭଳି ଏଡାଇ ହେବ ଏବଂ କ’ଣ ସବୁ ପ୍ରତିଷେଧକମୂଳକ ପଦକ୍ଷେପ ନିଆଯିବ ସେ ନେଇ ଗଞ୍ଜାମ ପୋଲିସ ଜିଲା ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି ା ବୁଧବାର ଛତ୍ରପୁରସ୍ଥିତ ଗଞ୍ଜାମ ଏସପିଙ୍କ ସମ୍ମିଳନୀ ଗୃହରେ ଏସପି ବ୍ରିଜେଶ କୁମାର ରଏଙ୍କ ଅଧ୍ୟକ୍ଷତାରେ ଏକ ଆଲୋଚନା ବୈଠକ ଅନୁଷ୍ଠିତ ହୋଇଥିଲା। ଉକ୍ତ ବୈଠକକୁ ଗଞ୍ଜାମ ଜିଲାରେ ଥିବା ୨୨ ମାଇକ୍ରୋ ଫାଇନାନ୍ସ କମ୍ପାନୀର କର୍ତ୍ତୃପକ୍ଷଙ୍କୁ ଡକାଯାଇଥିଲା ା ସେମାନଙ୍କ ସହ ଏସପି ବିସ୍ତୃତ ଭାବେ ଆଲୋଚନା କରିଥିଲେ। ବୈଠକରେ ଗଞ୍ଜାମ ପୋଲିସ ଜିଲାର ବରିଷ୍ଠ ପୋଲିସ ଅଧିକାରୀମାନେ ମଧ୍ୟ ଉପସ୍ଥିତ ଥିଲେ। ବ୍ୟାଙ୍କକୁ ଟଙ୍କା ଜମା କରିବାକୁ ଗଲାବେଳେ ଆବଶ୍ୟକୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିବାକୁ ପରାମର୍ଶ ଦିଆଯାଇଛି ା କୌଣସି ଅଘଟଣ ଘଟିଲେ କିମ୍ବା ଆଶଙ୍କା ଥିଲେ ତୁରନ୍ତ ସ୍ଥାନୀୟ ଥାନା ପୋଲିସକୁ ଖବର ଦେବାକୁ କୁହାଯାଇଥିଲା ା ଏଥିସହ ଏସପିଙ୍କ କାର୍ଯ୍ୟାଳୟରେ ଚାଲିଥିବା ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍‌କୁ ୧୦୦ ନଂ.ରେ ଡାଏଲ କରି ଜଣାଇପାରିବେ ବୋଲି ସୂଚନା ଦିଆଯାଇଥିଲା ା ବୈଠକରେ ଅତିରିକ୍ତ ଏସପି ସୀତାରାମ ଶତପଥୀ, ଛତ୍ରପୁର ଏସଡପିଓ ଉକତ୍ଳ କେଶରୀ ଦାଶ ପ୍ରମୁଖ ଉପସ୍ଥିତ ଥିଲେ ା


Enter your email to get our daily news in your inbox.

All Right Reserved By Dharitri.Com

ଗଞ୍ଜେଇ ଚାଲାଣକାରୀଙ୍କୁ ୧୦ ବର୍ଷ ଜେଲ

ବ୍ରହ୍ମପୁର,୧୯।୪(ସୁବାସ ଚନ୍ଦ୍ର ପାଢ଼ୀ): ଅତିରିକ୍ତ ଜିଲା ଦୌରା ଜଜ୍‌(ଏଡିଜେ)-୩ ଡ. ଇନ୍ଦୁ ଶର୍ମା ଶୁକ୍ରବାର ଦୁଇ ଗଞ୍ଜେଇ ଚାଲାଣକାରୀଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ସେମାନେ ହେଲେ...

ଆତ୍ମସମର୍ପଣ ପରେ ତାରାପ୍ରସାଦ ବାହିନୀପତିଙ୍କୁ ମିଳିଲା ଜାମିନ

ବ୍ରହ୍ମପୁର,୧୯।୪(ସୁବାସ ଚନ୍ଦ୍ର ପାଢ଼ୀ):କୋରାପୁଟ ଜିଲା ବୋରିଗୁମ୍ମାା ଥାନା ଅଞ୍ଚଳରେ ୨୦୧୬ରେ ଦେଶୀ ମଦଭାଟି ପୋଡ଼ି ଓ ଟଙ୍କା ଲୁଟ୍‌ ଘଟଣାରେ ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତିଙ୍କ...

ସଡ଼କ ଦୁର୍ଘଟଣାରେ ୨ ମୃତ: ରାସ୍ତାରେ ମୃତଦେହ ରଖି କ୍ଷତିପୂରଣ ଦାବି କଲେ

ଗୋପାଳପୁର,୧୮।୪(ନବୀନ ରାଜ ଆଚାରୀ): ଗଞ୍ଜାମ ଜିଲା କନିସି-ତୁଳୁ ରାସ୍ତା ମଝିରେ ବୁଧବାର ବାଇକ ମୁହାଁମୁହିଁ ଧକ୍କା ହୋଇ ଦୁଇଜଣଙ୍କ ମୃତ୍ୟୁ ଘଟିଥିଲା l ମୃତକମାନେ ହେଲେ...

ରାଜ୍ୟର ସବୁଠାରୁ କନିଷ୍ଠ ବିଧାୟିକ ପ୍ରାର୍ଥୀ, ଏହି ଠୁ ବିଜେଡି ଟିକେଟ୍‌ରେ ଲଢିବେ ନିର୍ବାଚନ

ସାନଖେମୁଣ୍ଡି,୧୮।୪: କାହା ଭାଗ୍ୟରେ ଗଞ୍ଜାମ ଜିଲାର ସାନଖେମୁଣ୍ଡି ଆସନ? ଚଳିତ ନିର୍ବାଚନରେ ଗଡ଼ ରକ୍ଷା କରି ପାରିବ କି କଂଗ୍ରେସ ନା ବାଜି ମାରିନେବ ବିଜେଡି।...

ମହିଷମର୍ଦ୍ଦିନୀ ବେଶରେ ଦର୍ଶନ ଦେଲେ ତାରାତାରିଣୀ

ପୁରୁଷୋତ୍ତମପୁର,୧୬।୪(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲାର ପ୍ରସିଦ୍ଧ ଅଧିଷ୍ଠାତ୍ରୀ ଇଷ୍ଟଦେବୀ ମା’ତାରାତାରିଣୀଙ୍କ ଚତୁର୍ଥପାଳି ଚୈତ୍ର ମଙ୍ଗଳବାର ଯାତ୍ରାରେ ପ୍ରବଳ ଜନ ସମାଗମ ହୋଇଛି। ଏନେଇ ରତ୍ନଗିରି ପାହାଡ଼...

ଏମ୍‌କେସିଜିରେ ବିରଳ ଅସ୍ତ୍ରୋପଚାର:୯ ବର୍ଷୀୟା ଝିଅଙ୍କ ଆଡ୍ରେନାଲ ଗ୍ରନ୍ଥି ବାହାରିଲା

ବ୍ରହ୍ମପୁର,୧୬ା୪ (ସୁବାସ ଚନ୍ଦ୍ର ପାଢ଼ୀ):ମହାରାଜା କୃଷ୍ଣଚନ୍ଦ୍ର ଗଜପତି(ଏମ୍‌କେସିଜି) ମେଡିକାଲରେ ପୁଣି ଏକ ବିରଳ ଅସ୍ତ୍ରୋପଚାର କରାଯାଇଛି। ଡାକ୍ତରଖାନାର ଏଣ୍ଡୋକ୍ରନୋଲୋଜି ବିଭାଗରେ ଭର୍ତ୍ତି ହୋଇଥିବା ଜଣେ ୯ବର୍ଷ...

ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କୁ ଅପହରଣ କରିଥିଲେ ପ୍ରେମିକ: ସୁରଟରୁ ହେଲେ ଉଦ୍ଧାର

ବ୍ରହ୍ମପୁର,୧୪ା୪(ସୁବାସ ଚନ୍ଦ୍ର ପାଢ଼ୀ): ଟାଉନ ଥାନା ପୋଲିସ ରବିବାର ଜଣେ ଅପହୃତା ନାବାଳିକା ଛାତ୍ରୀଙ୍କୁ ଉଦ୍ଧାର କରିବା ସହ ଅପହରଣକାରୀଙ୍କୁ କାବୁ କରିଛି। ପୀଡିିତାଙ୍କ ବୟାନ...

ମେରୁଯାତ୍ରା ଦେଖିବାକୁ ଆସି ଝାମ୍ପି ନେଇଥିଲେ ସୁନା ହାର

ବ୍ରହ୍ମପୁର,୧୫ା୪(ସୁବାସ ଚନ୍ଦ୍ର ପାଢ଼ୀ): ବିଜିପୁରରେ ଗତ ରବିବାର ମେରୁଯାତ୍ରା ଦେଖିବାକୁ ଆସିଥିବା କେ. ଜୟନ୍ତୀଙ୍କ ବେକରୁ ସୁନା ହାର ଝାମ୍ପି ନେଇଥିବା ଜଣେ ମହିଳାଙ୍କୁ ସ୍ଥାନୀୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri