ଲୁଟେରା ଗ୍ୟାଙ୍ଗ୍‌କୁ କାବୁକଲା ପୋଲିସ

ଅନୁଗୋଳ ଅଫିସ, ୨୧।୪

ଅନୁଗୋଳ ସହର ହେମସୁରପଡ଼ା ଦୁର୍ଗା ମଣ୍ଡପ ପଛରେ ଲୁଟ୍‌ ଯୋଜନା ଚାଲିଥିବାବେଳେ ଅନୁଗୋଳ ପୋଲିସ ଚଢ଼ାଉ କରି ଗ୍ୟାଙ୍ଗର ସର୍ଦ୍ଦାର ଛେଳିଆପଡ଼ାର ବୁବୁ ଓରଫ୍‌ ଭବାନୀଶଙ୍କର ଭଞ୍ଜ(୨୫) ଓ ଶୁକୁଆସାହିର ସେକ୍‌ ଆବିଦ(୨୦)ଙ୍କୁ ଗିରଫ କରିଛି। ସେମାନଙ୍କ ନିକଟରୁ ଏକ କାର୍‌ (ନଂ. ଓଡି୦୨ଏଏମ୍‌-୬୪୮୯), ବାଇକ୍‌ (ନଂ. ଓଡି୧୯ଜେ-୨୬୭୦), ଦେଶୀ ବନ୍ଧୁକ, ଖଣ୍ଡା, ଭୁଜାଲି, ଲୁହା ପାଇପ ଆଦି ଜବତ କରାଯାଇଛି। ତଦନ୍ତକାରୀ ଅଧିକାରୀ ବିପ୍ଳବ ସାହୁ ଅଧିକ ଖୋଳତାଡ଼ ଚଳାଇଛନ୍ତି। ଗିରଫ ଦୁଇଜଣଙ୍କୁ କୋର୍ଟ ଚାଲାଣ କରାଯାଇଥିବାବେଳେ ଫେରାର ଥିବା ଗ୍ୟାଙ୍ଗର ଅନ୍ୟ ସଦସ୍ୟଙ୍କୁ ଖୋଜା ଚାଲିଥିବା ଥାନା ପକ୍ଷରୁ ସୂଚନା ମିଳିଛି। ଏହି ଚଢ଼ାଉରେ ଏଏସ୍‌ଆଇ ପ୍ରଶାନ୍ତ ସାହୁ, ବୁଦ୍ଧିମାନ ସେଠୀ, ଦିଲୀପ ସାହୁ, ଅଜିତ ନାଏକ, ବିଭୂତି ନାଏକ, ସରୋଜ ରୋଶନ ଲାକ୍ରା ପ୍ରମୁଖ ସାମିଲ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଚନ୍ଦ୍ରିକା ମୃତ୍ୟୁ ମାମଲାରେ ବଡ଼ କାର୍ଯ୍ୟାନୁଷ୍ଠାନ; OTAS ଅଧିକାରୀ ଭୀମସେନ ଟୁଡୁ ଚାକିରିରୁ ବହିଷ୍କୃତ

ଭୁବନେଶ୍ୱର, ୨୭।୬:  ବହୁ ଚର୍ଚ୍ଚିତ ଚନ୍ଦ୍ରିକା ମୃତ୍ୟୁ ମାମଲାରେ ରାଜ୍ୟ ସରକାର ପକ୍ଷରୁ ବଡ଼ ପ୍ରଶାସନିକ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। OTAS (Odisha Tahasildar Administrative Service) ଅଧିକାରୀ…

ସ୍ୱାମୀ-ସ୍ତ୍ରୀ କଳହର କରୁଣ ପରିଣତି: ଭଉଣୀ ବାହାଘର ପୂର୍ବରୁ ପଡ଼ୋଶୀ ଯୁବକଙ୍କୁ ନିର୍ମମ ହତ୍ୟା, କାନ୍ଦବୋବାଳିରେ…

ସୁନ୍ଦରଗଡ଼, ୨୭।୬( ଜୟ ନାରାୟଣ ମେଣ୍ଡୁଳି): ଭଉଣୀର ବିବାହକୁ ମାତ୍ର କିଛି ଦିନ ବାକି ଥିବାବେଳେ ଚାଲିଗଲା ଭାଇର ଜୀବନ। ସୁନ୍ଦରଗଡ଼ ଜିଲା ତଲସରା ଥାନା ଅନ୍ତର୍ଗତ…

ଓଡ଼ିଶା ପୋଲିସକୁ ମିଳିବ ‘ପ୍ରେସିଡେଣ୍ଟସ୍୩ କଲର:  ଜୁଲାଇ ୫ରେ ଗୃହମନ୍ତ୍ରୀ ଅମିତ ଶାହ ପ୍ରଦାନ କରିବେ ସମ୍ମାନ

ଭୁବନେଶ୍ୱର, ୨୭।୬: ଓଡ଼ିଶା ପୋଲିସ ପାଇଁ ଏକ ଗୌରବମୟ ମୁହୂର୍ତ୍ତ ଆସିବାକୁ ଯାଉଛି। ଦେଶର ଅନ୍ୟତମ ସର୍ବୋଚ୍ଚ ପୋଲିସ ସମ୍ମାନ ‘ପ୍ରେସିଡେଣ୍ଟସ୍ କଲର’ (President’s Colour) ରେ…

ଗଞ୍ଜେଇ ଚାଲାଣ କରୁଥିଲେ, ପୋଲିସକୁ ଦେଖି ଡିଭାଇଡରରେ ପିଟିହେଲା କାର୍; ଜବତ ହେଲା ୨୫ ଲକ୍ଷର…

ଝାରସୁଗୁଡ଼ା, ୨୭।୬(ଆଶିଷ ରଞ୍ଜନ ଦାଶ): ଝାରସୁଗୁଡ଼ା ଜିଲା ବଡ଼ମାଲ ଥାନା ପୋଲିସକୁ ମିଳିଛି ଏକ ବଡ଼ ସଫଳତା। ବିଜୁ ଏକ୍ସପ୍ରେସ୍‌ ୱେର ଖେରୁଆଲ୍ ଛକ ନିକଟରୁ ବିପୁଳ…

ଶିଶୁ ଜନ୍ମ ହେଲେ ମୁଖ୍ୟମନ୍ତ୍ରୀ ଦେବେ ୧ ଗ୍ରାମର ସୁନା ମୁଦି, ରାଜ୍ୟ ସରକାରଙ୍କ ଖାସ୍ ସ୍କିମ୍…

ଚେନ୍ନାଇ,୨୭ା୬: ତାମିଲନାଡୁ ମୁଖ୍ୟମନ୍ତ୍ରୀ ଥାଲାପତି ବିଜୟ ନିଜର ଏକ ପ୍ରମୁଖ ନିର୍ବାଚନୀ ପ୍ରତିଶ୍ରୁତି ପୂରଣ କରିବାକୁ ଯାଉଛନ୍ତି। ଏଣିକି ରାଜ୍ୟର ସମସ୍ତ ସରକାରୀ ମାତୃତ୍ୱ କେନ୍ଦ୍ର ଓ…

ଏକାଠି ହେଲେ ଗଞ୍ଜାମ ଜିଲା ଠିକାଦାର ସଂଘ: ଆଗକୁ…

ଦିଗପହଣ୍ଡି,୨୭|୬(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଜକର ଗ୍ରାମ ନିକଟ ମା ‘ ରତ୍ନେଶ୍ୱରୀ ଶକ୍ତିପୀଠ ପରିସରରେ  ଶୁକ୍ରବାର ନିଖିଳ ଓଡିଶା ଠିକାଦାର ମହାସଂଘ…

ଶନି ମନ୍ଦିରରେ ଫୁଲ ଦେଇ ଫେରୁଥିଲେ, ପଛରୁ ପିଟିଦେଲା ବାଇକ୍‌; ଚାଲିଗଲା…

ପାରଳାଖେମୁଣ୍ଡି, ୨୭।୬(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡି ସହରରେ ଶନିବାର  ସକାଳୁ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି। ଷ୍ଟାଡିୟମ୍ ନିକଟସ୍ଥ ଇଣ୍ଡିଆନ୍ ପେଟ୍ରୋଲ ପମ୍ପ ସମ୍ମୁଖରେ…

କାଜୁ ଜଙ୍ଗଲରେ ଝୁଲିପଡ଼ିଲେ ସଞ୍ଜୟ: ବଢୁଛି ସନ୍ଦେହ

ମହାକାଳପଡ଼ା,୨୭ା୬ (ପ୍ରତାପ ଚନ୍ଦ୍ର ସ୍ବାଇଁ):କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଜମ୍ବୁ ସାମୁଦ୍ରିକ ଥାନା ଅନ୍ତର୍ଗତ ରାମନଗର ପଞ୍ଚାୟତ ପିତାପାଟ ଚୌଧୁରୀ କାଜୁ ଜଙ୍ଗଲରେ ଜଣେ ଯୁବକ ଗୁରୁବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri