Posted inପୁରୀ

ଲିଭିଯିବ କି ଐତିହ୍ୟ ସ୍ମାରକୀ: ଭଙ୍ଗାଯିବ ବ୍ରିଟିଶ ଅମଳର ରଘୁନନ୍ଦନ ଲାଇବ୍ରେରି

ପୁରୀ ଅଫିସ,୨୭ା୮(ହେମନ୍ତ କୁମାର ନାୟକ):ଶ୍ରୀମନ୍ଦିର ସୁରକ୍ଷା ଏବଂ ପୁରୀର ବିକାଶ ପାଇଁ ଚାଲିଛି ଉଚ୍ଛେଦ ଅଭିଯାନ। ବିପଦସଙ୍କୁୁଳ କହି ପ୍ରଶାସନ ଲଙ୍ଗୁଳି ମଠକୁ ମାଟିରେ ମିଶାଇଥିବାବେଳେ ଏବେ ସିଂହଦ୍ୱାର ସମ୍ମୁଖ ଏମାର ମଠର ପାଳି ପଡ଼ିଛି। ଏହି ଉଚ୍ଛେଦ ଅଁାରେ ହଜିଯିବାକୁ ବସିଛି ଐତିହ୍ୟ ସମ୍ପନ୍ନ ତଥା ବ୍ରିଟିଶ ଅମଳର ରଘୁନନ୍ଦନ ଲାଇବ୍ରେରି। ମଙ୍ଗଳବାର ପ୍ରଶାସନ ଏହି ପାଠାଗାରକୁ ଭାଙ୍ଗିବା ଲାଗି ସମସ୍ତ ପ୍ରକ୍ରିୟା ଶେଷ କରିଛି। ତେବେ ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏହି ସର୍ବପୁରାତନ ପାଠାଗାର ଗୋଟିଏ ବର୍ଷ ପରେ ୧୦୦ ବର୍ଷ ଅତିକ୍ରାନ୍ତ କରିଥାନ୍ତା। ତେବେ ଏହାକୁ ଭଙ୍ଗାଯିବା ପରେ ପୁନଃ ନିର୍ମାଣ କରାଯିବ ନା ଓଡ଼ିଶା ପାଠାଗାରର ପଥପ୍ରଦର୍ଶକ ସାଜିଥିବା ଏହି ଐତିହ୍ୟର ସ୍ମାରକୀ ଲିଭିଯିବ ତାହା ଉପରେ ଏବେ ସମସ୍ତଙ୍କ ନଜର।
୧୯୨୧ ଅଗଷ୍ଟ ୧୪ତାରିଖରେ ଏମାର ମଠର ତତ୍କାଳୀନ ମହନ୍ତ ଗଦାଧର ରାମାନୁଜ ଦାସ ତାଙ୍କ ଗୁରୁ ରଘୁନନ୍ଦନ ରାମାନୁଜ ଦାସଙ୍କ ନାମାନୁସାରେ ଏହି ଲାଇବ୍ରେରି ପ୍ରତିଷ୍ଠା କରିଥିଲେ। ସେତେବେଳେ ବହୁ ଦୁର୍ମୂଲ୍ୟ ପୁସ୍ତକ ଏଠାରେ ଉପଲବ୍ଧ ହେଉଥିଲା ବେଳେ ଅନେକ ଖବରକାଗଜ ଆସୁଥିଲା। ରାମାୟଣ, ମହାଭାରତ, ରାଜଧର୍ମ, ପୁରାଣ ମଧ୍ୟରୁ କେତେକ ପୋଥି ଆକାରରେ ରହିଥିବାବେଳେ ବିଭିନ୍ନ ଗବେଷଣା ପୁସ୍ତକ ମଧ୍ୟ ମିଳୁଥିଲା। ଦେଶ, ବିଦେଶରୁ ବହୁ ବ୍ୟକ୍ତି ଏହି ଲାଇବ୍ରେରିକୁ ଆସି ଦୁଷ୍ପ୍ରାପ୍ୟ ପୁସ୍ତକ ପାଇ ପାରୁଥିଲେ। ମିଳିଥିବା ସୂଚନା ଅନୁଯାୟୀ, ଇଂଲିଶରେ ୭୫୦ ଖଣ୍ଡ ଗବେଷଣାତ୍ମକ ପୁସ୍ତକ, ବଙ୍ଗଳାରେ ୫୫୦, ହିନ୍ଦୀରେ ୪୮୩, ସଂସ୍କୃତରେ ୭୦୧ ଏବଂ ଓଡ଼ିଆରେ ୮୧୧ ଖଣ୍ଡ ଦୁର୍ମୂଲ୍ୟ ପୁସ୍ତକ ଏହି ପାଠାଗାରରେ ଥିଲା। ସେହିପରି ୨୬୬ ଖଣ୍ଡ ତାଳପତ୍ର ପୋଥି ସାଙ୍ଗକୁ ତାମ୍ରପଟା, ସନନ୍ଦ, ପ୍ରାଚୀନ ଧର୍ମପୁସ୍ତକ, ଜଗନ୍ନାଥ ସଂସ୍କୃତି ବିଷୟରେ ଦୁର୍ମୂଲ୍ୟ ଦସ୍ତାବିଜ ବି ରହିଥିଲା। ଜ୍ଞାନ ବିଜ୍ଞାନ ସମ୍ପର୍କରେ ଜାଣିବା ପାଇଁ ଜ୍ଞାନ ମଣ୍ଡଳର ସମସ୍ତ ସଂସ୍କରଣ ଥିଲା। ଦେଶ ବିଦେଶରୁ ବହୁ ହିନ୍ଦୁ ଏବଂ ଅଣହିନ୍ଦୁ ଗବେଷକ ଆସି ଏଠାରେ ଗବେଷଣା କରୁଥିଲେ। ମାତ୍ର କାଳକ୍ରମେ ଏହାର ବହୁ ଦୁର୍ମୂଲ୍ୟ ପୁସ୍ତକ କେଉଁଆଡେ ନିଶ୍ଚିହ୍ନ ହୋଇଗଲା। ଏହାସତ୍ତ୍ୱେ ଏବେ ଅନେକ ପୁସ୍ତକ ଓ ପୋଥି ରହିଛି। ଜବାହରଲାଲ ନେହେରୁଙ୍କ ଦି ଡିସ୍କଭର ଇଣ୍ଡିଆ, ଶିବାନନ୍ଦଙ୍କ ବ୍ରହ୍ମ ସୂତ୍ର, ଏ.ଜି. ଷ୍ଟ୍ରିଟଙ୍କ ଫାର୍ମର୍ସ ଗ୍ଲୋରି ସାଙ୍ଗକୁ ଦି କମନୱେଲ୍‌ଥ ଅଫ୍‌ ନେଶନ, ଆର୍ମି ରିଫର୍ମ ଆଣ୍ଡ ଅଦର୍ସ ଆଡ୍ରେସ, ଦି ଶିଖ୍‌ ରିଲିଜିୟନ, ଦି ବେଦ ସାଙ୍ଗକୁ ପୋଥି ଆକାରରେ ମହାଭାରତ, ଶ୍ରୀମଦ୍‌ ଭଗବତ, ରାଜଧର୍ମ, ମାର୍କେଣ୍ଡେୟ ପୁରାଣ, ଜଗମୋହନ ରାମାୟଣ, ନୃସିଂହ ପୁରାଣ ଆଦି ରହିଛି।
ଏହି ଲାଇବ୍ରେରି ଅଣହିନ୍ଦୁଙ୍କ ପାଇଁ ଥିଲା ସବୁଠୁ ଗୁରୁତ୍ୱପୂର୍ଣ୍ଣ। ଶ୍ରୀମନ୍ଦିରକୁ ପ୍ରବେଶ କରିପାରୁ ନ ଥିବା ଦେଶ, ବିଦେଶର ଅଣହିନ୍ଦୁ ଏହି ଲାଇବ୍ରେରିରୁ ହିଁ ଶ୍ରୀମନ୍ଦିର ସଂକ୍ରାନ୍ତ ଜ୍ଞାନ ଓ ସୂଚନା ପାଇପାରୁଥିଲେ। ଏଠାକୁ ବିଭିନ୍ନ ସମୟରେ ବହୁ ବିଶିଷ୍ଟ ବ୍ୟକ୍ତି ପରିଦର୍ଶନରେ ଆସିଛନ୍ତି। ୧୯୩୯ ଅଗଷ୍ଟ ୨ତାରିଖରେ ତତ୍କାଳୀନ ଭାଇସରାୟ ଲର୍ଡ ଲିଲିତ କୋ ଓଡ଼ିଶା ପରିଦର୍ଶନରେ ଆସି ଏହି ପାଠାଗାରରୁ ଶ୍ରୀଜଗନ୍ନାଥ ମନ୍ଦିର ଦର୍ଶନ କରିଥିଲେ। ୧୯୩୨ ମାର୍ଚ୍ଚ ୨୨ରେ ପାଟନା ହାଇକୋର୍ଟର ମୁଖ୍ୟ ବିଚାରପତି ସାର୍‌ କୋଟ୍‌ନୀ, ୧୯୩୩ ମାର୍ଚ୍ଚ ୧୯ରେ ବଙ୍ଗଳାର ଗଭର୍ନର ସାର୍‌ ଜନ. ଆଣ୍ଡ୍ରେଶନ, ୧୯୩୩ ଏପ୍ରିଲ ୭ ଓ ୧୯୩୫ ଏପ୍ରିଲ ୬ ତାରିଖରେ ବିହାର-ଓଡ଼ିଶାର ଗଭର୍ନର ସାର୍‌ ଜେ.ଡି. ସିପ୍ଟନ ଦୁଇଥର ଏହି ପାଠାଗାର ପରିଦର୍ଶନରେ ଆସିଥିଲେ। ଏମାନଙ୍କ ବ୍ୟତୀତ ଲକ୍ଷ୍ନୌ ବିଶ୍ୱବିଦ୍ୟାଳୟର କୁଳପତି ଏନ୍‌.ଏନ୍‌. ସିହ୍ନା, ପାଟନା ହାଇକୋର୍ଟର ଜଜ୍‌ କୁଲୱନ୍ତ ସହାୟ, ମହାମହୋପାଧ୍ୟାୟ ଗଣନାଥ ସେନ୍‌ ଶର୍ମା, ବିହାର-ଓଡ଼ିଶାର ପିଏମ୍‌ଜି ଏସ୍‌.ବି. ସିହ୍ନା, ବ୍ୟାଙ୍କିଙ୍ଗ କର୍ପୋରେଶନର ଗଭର୍ନର ଏଚ୍‌.ଏଫ୍‌. ସ୍ମିଥ୍‌ ପ୍ରମୁଖ ବିଶିଷ୍ଟ ବ୍ୟକ୍ତି ମଧ୍ୟ ଆସିଥିଲେ ବୋଲି ରେକର୍ଡ କହେ।
ବର୍ତ୍ତମାନର ଡିଜିଟାଲ ଯୁଗରେ ଏହି ଲାଇବ୍ରେରିର ଆଦର କମିଥିଲେ ମଧ୍ୟ ବିଭିନ୍ନ ପୁସ୍ତକ ଓ ଖବରକାଗଜ ପଢିବା ଲାଗି ଦୈନିକ ୨୦/୩୦ ଜଣ ଆସୁଛନ୍ତି। ଏବେ ଲାଇବ୍ରେରି ଉଚ୍ଛେଦ ହେବା ଖବରକୁ ନେଇ ପାଠାଗାର ତଥା ପୁସ୍ତକ ପ୍ରେମୀ କ୍ଷୋଭ ପ୍ରକାଶ କରିଛନ୍ତି। ୧୯୮୪ରେ ଏହି ପାଠାଗାରକୁ ଆସି ଅଧ୍ୟୟନ କରୁଥିବା କୃଷ୍ଣଚନ୍ଦ୍ର ଦାଶ କହିଛନ୍ତି, ଏମାର ମଠରେ ରହି ସେ ପଢୁଥିଲେ। ଯେଉଁ ପୁସ୍ତକ ତାଙ୍କ ପାଖରେ ନ ଥିଲା ଲାଇବ୍ରେରିକୁ ଆସି ତାହା ପଢିବାକୁ ପାଉଥିଲେ। ତେଣୁ ଏଭଳି ଏକ ଐତିହ୍ୟ ସମ୍ପନ୍ନ ପାଠାଗାରର ସଂରକ୍ଷଣ କରାଯିବା ଉଚିତ। ସେହିପରି ପୂର୍ବତନ ଜିଲା ସଂସ୍କୃତି ଅଧିକାରୀ ପ୍ରଫୁଲ୍ଲ ଚନ୍ଦ୍ର ସାମନ୍ତରାୟ କହିଛନ୍ତି, ଯେତେବେଳେ ଲାଇବ୍ରେରି କଥା କଳ୍ପନା କରାଯାଇ ନ ଥିଲା ସେବେଠାରୁ ଏହି ପାଠାଗାର ଅଛି। ପଣ୍ଡିତ ସଦାଶିବ ରଥଶର୍ମା ଏବଂ ତାଙ୍କ ସମସାମୟିକ ବ୍ୟକ୍ତିମାନେ ଯେତେବେଳେ ଏଠାକୁ ଆସୁଥିଲେ ସେତେବେଳେ ଏହା ସମଗ୍ର ଓଡ଼ିଶାରେ ବେଶ୍‌ ସୁନାମ ଅର୍ଜନ କରିଥିଲା। ହେଲେ ଏହି ଶତାୟୁ ଅନୁଷ୍ଠାନରେ ବହୁ ଦୁର୍ମୂଲ୍ୟ ପୁସ୍ତକ ଏବେ ଆଉ ଦେଖିବାକୁ ମିଳୁନାହିଁ। ଐତିହ୍ୟ ବିଶାରଦ ଡ. ସୁରେନ୍ଦ୍ର କୁମାର ମିଶ୍ର କହିଛନ୍ତି, ଏହି ପାଠାଗାରକୁ ଶ୍ରୀଜଗନ୍ନାଥ କେନ୍ଦ୍ରୀୟ ପାଠାଗାର ସହିତ ସ୍ବତନ୍ତ୍ର ମର୍ଯ୍ୟାଦା ଦେଇ ମିଶାଗଲେ ଏହି ଐତିହ୍ୟ ସମ୍ପନ୍ନ ପାଠାଗାରଟି ସୁରକ୍ଷିତ ରହିପାରିବ। ଅନ୍ୟପକ୍ଷରେ ସମସ୍ତ ପୁସ୍ତକକୁ ସୁରକ୍ଷିତ ଭାବେ ସ୍ଥାନାନ୍ତର କରାଯିବ ବୋଲି ଜଣେ ଅଧିକାରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆକ୍ରମଣ ମାମଲା: ବାପ-ପୁଅଙ୍କୁ ବାନ୍ଧିଲା ପୋଲିସ

ଦିଗପହଣ୍ଡି,୨୪।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଖଜୁରୀପଦା ଗ୍ରାମର ରବୀନ୍ଦ୍ର ସାହୁଙ୍କୁ ଆକ୍ରମଣ ଘଟଣାରେ ପାଟପୁର ପୋଲିସ ସୋମବାର ଅଭିଯୁକ୍ତ ବାବୁ ସାହୁ…

ପୁଷ୍ୟ ନକ୍ଷତ୍ରରେ ପ୍ରବେଶ କରିବେ ମଙ୍ଗଳ: ୪ ରାଶିର କ୍ୟାରିୟରରେ ହେବ ବଡ଼ ଉନ୍ନତି, ବ୍ୟବସାୟରେ…

ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଆସନ୍ତା ୨୪ ସେପ୍ଟେମ୍ବର ୨୦୨୬, ଗୁରୁବାର ସକାଳ ୫ଟା ୫୦ ମିନିଟରେ ମଙ୍ଗଳ ଗ୍ରହ ପୁଷ୍ୟ ନକ୍ଷତ୍ରରେ ପ୍ରବେଶ କରିବେ। ଶନିଙ୍କ ନକ୍ଷତ୍ର…

ମା’ଙ୍କୁ ମାରି ଘରେ ପ୍ଲାଷ୍ଟର କରିଦେଲେ ସଇତାନ ପୁଅ! କୁମ୍ଭାରପଡ଼ାରେ ହଇଚଇ

ପୁରୀ,୨୪।୮(ଅଜିତ କୁମାର ମହାନ୍ତି): ପୁରୀ ଜିଲାରେ ଏକ ଅଭାବନୀୟ ଘଟଣା ଘଟିଛି। ନିଜ ମା’ଙ୍କୁ ମାରି ଘରେ ପ୍ଲାଷ୍ଟର କରିଦେଇଛନ୍ତି ଜଣେ ସଇତାନ ପୁଅ! ପୁରୀ କୁମ୍ଭାରପଡ଼ାରେ…

ଆରକ୍ଷଣକୁ ନେଇ ଅଭିଜିତ ଦୀପକେଙ୍କ ବଡ଼ ବୟାନ, କହିଲେ- ‘ମୁଁ ଦଳିତ ପରିବାରରୁ ଆସିଛି, ମୋ ବାପା …’

ନୂଆଦିଲ୍ଲୀ,୨୪।୮: ଦେଶର ବିଭିନ୍ନ ସ୍ଥାନରେ ଏବେ ଆରକ୍ଷଣ ବ୍ୟବସ୍ଥା ଏବଂ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (UGC)ର ଇକ୍ୱିଟି ନିୟମକୁ ନେଇ ପ୍ରଦର୍ଶନ ଚାଲିଛି। ପ୍ରଦର୍ଶନକାରୀମାନେ ଜାତିଭିତ୍ତିକ ଆରକ୍ଷଣ…

ଛାତ୍ରୀ ନିବାସକୁ ନାହିଁ ରାସ୍ତା: ସମସ୍ୟା ଭୋଗୁଛନ୍ତି ୨୩୦ ଆଦିବାସୀ ଛାତ୍ରୀ

ମୋହନା,୨୪।୮(ମନ୍ମଥ ମିଶ୍ର): ଛାତ୍ରୀ ନିବାସ ଅଛି। ଛାତ୍ରୀ ଅଛନ୍ତି। ପାଠପଢ଼ା ପାଇଁ ସବୁ ବ୍ୟବସ୍ଥା ଅଛି। ହେଲେ ବିଦ୍ୟାଳୟରେ ପହଞ୍ଚିବା ପାଇଁ ନାହିଁ ଭଲ ରାସ୍ତା। ଫଳରେ…

ବିବାଦରେ ଫସିଲେ କ୍ରିତି ସାନନ, ସୋସିଆଲ ମିଡିଆରେ ଉଠିଲା ଝଡ଼

ମୁମ୍ବାଇ: ଗୋଟିଏ ପର୍ବ, ଦାମୀ ବିଜ୍ଞାପନ, ବଲିଉଟର ଜଣେ ବଡ଼ ଚେହେରା ଏବଂ ସୋସିଆଲ ମିଡିଆରେ ବିବାଦ। ରକ୍ଷାବନ୍ଧନ ପାଇଁ ତିଆରି ହୋଇଥିବା ଏକ ଜୁଏଲାରୀ ବିଜ୍ଞାପନକୁ…

ବିଶ୍ୱକପ୍‌ ଜିତିବା ସ୍ବପ୍ନ ଧୂଳିସାତ୍‌! ଆର୍ଜେଣ୍ଟିନାଠାରୁ ଲଜ୍ଜାଜନକ ପରାଜୟ ପରେ ବିଶ୍ୱକପ୍‌ରୁ ବାଦ୍‌ ପଡ଼ିଲା ଟିମ ଇଣ୍ଡିଆ

ନୂଆଦିଲ୍ଲୀ,୨୪।୮: ଭାରତୀୟ ଦଳ ୨୦୨୬ ହକି ବିଶ୍ୱକପ୍‌ରେ ସୋମବାର (୨୪ ଅଗଷ୍ଟ) ଆର୍ଜେଣ୍ଟିନା ବିପକ୍ଷ ମ୍ୟାଚରେ ୫-୩ ଗୋଲ୍‌ରେ ଲଜ୍ଜାଜନକ ପରାଜୟର ସାମ୍ନା କରିଛି। ଆମ୍ସଟେଲଭିନର ୱାଗନର୍‌…

ଆନ୍ଦୋଳନକୁ ଓହ୍ଲାଇଲେ ଚାଷୀ: ୨୪ ଘଣ୍ଟାରେ ଦାବି ପୂରଣ ନ ହେଲେ…

ଝାରବନ୍ଧ,୨୪।୮(ଦେବେନ୍ଦ୍ର ସାହୁ): ଧାନ ବିକ୍ରି ପାଇଁ ଆଟ କିସମ ଜମି ପଞ୍ଜିକରଣ ହେଉ ନ ଥିବାରୁ ଚାଷୀ ଆନ୍ଦୋଳନକୁ ଓହ୍ଲାଇଛନ୍ତି l ଆଟ କିସମକୁ ପଞ୍ଜିକରଣ କରା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri