Posted inଖେଳ

ଲିପିକାଙ୍କ ମାଉଣ୍ଟ ଏଲବ୍ରୁସ ଆରୋହଣ

ଭୁବନେଶ୍ୱର, ୧୧।୧୦(କ୍ରୀଡ଼ା ପ୍ରତିନିଧି)- ୟୁରୋପ ମହାଦେଶର ସର୍ବୋଚ୍ଚ ଶୃଙ୍ଗ ମାଉଣ୍ଟ ଏଲବ୍ରୁସ(୫,୬୪୨ ମିଟର/୧୮,୫୧୦ ଫୁଟ)କୁ ସଫଳତାର ସହ ଆରୋହଣ କରିଛନ୍ତି ଓଡ଼ିଶାର ଲିପିକା ସେଠ୍‌। ଏହି ସଫଳତା ସହ ବରଗଡ଼ର ଲିପିକା ରାଜ୍ୟରେ ଦୁଃସାହସିକ କ୍ରୀଡ଼ାକୁ କ୍ୟାରିୟର କରିବାକୁ ଚାହୁଁଥିବା ଅନ୍ୟମାନଙ୍କ ପାଇଁ ପ୍ରେରଣା ସାଜିଛନ୍ତି। ଓଡ଼ିଶାର ଅନ୍ୟତମ ଉଦୀୟମାନ ପର୍ବତାରୋହୀଭାବେ ପରିଚିତ ଲିପିକା ହେଉଛନ୍ତି ମା ଅନୁସୟା ଓ ବାପା ଲକ୍ଷ୍ମଣ ସେଠ୍‌ଙ୍କର ଦ୍ୱିତୀୟ କନ୍ୟା। ସେପ୍ଟେମ୍ବର ୨୮ରୁ ଅଭିଯାନରେ ବାହାରିଥିବା ଲିପିକା ଗତ ୫ ତାରିଖରେ ସଫଳତାର ସହ ମାଉଣ୍ଟ ଏଲବ୍ରୁସ୍‌ର ଶିଖରରେ ପହଞ୍ଚତ୍ଥିଲେ। ଏହି ଅଭିଯାନରେ ବିଭିନ୍ନ ଦେଶରୁ ପର୍ବତାରୋହୀମାନେ ଭାଗ ନେଇଥିଲେ। ଲିପିକା ପ୍ରଥମେ ବେସ୍‌ କ୍ୟାମ୍ପ ଏବଂ ଶରୀରକୁ ପାରିପାର୍ଶ୍ୱିକ ପରିବେଶ ସହିତ ଖାପ ଖୁଆଇବା ପରେ ଚଳିତମାସ ୫ ତାରିଖରେ ରୁଷିଆ ସମୟ ରାତି ୧ଟା ସମୟରେ ଆଡଭାନ୍ସ ବେସ୍‌ କ୍ୟାମ୍ପ ଛାଡ଼ି ଅନ୍ତିମ ଆରୋହଣରେ ବାହାରିଥିଲେ। ସେହିଦିନ ରୁଷୀୟ ସମୟ ପୂର୍ବାହ୍ନ ୯ଟାରେ ସେ ମାଉଣ୍ଟ ଏଲବ୍ରୁସ ଶିଖରରେ ପହଞ୍ଚତ୍ ଜାତୀୟ ପତାକା ଉଡ଼ାଇଥିଲେ। ୮ ତାରିଖରେ ସମ୍ପୂର୍ଣ୍ଣ ଅଭିଯାନ ଶେଷ ହୋଇଥିଲା।
ଲିପିକାଙ୍କ ସଫଳ ଆରୋହଣ ପଛରେ ଅନ୍ୟତମ ପର୍ବତାରୋହୀ ନୃସିଂହ ସାହୁଙ୍କର ଅନେକ ଅବଦାନ ରହିଛି। ଲିପିକାଙ୍କୁ ନୃସିଂହ ଏଲବ୍ରୁସ ଆରୋହଣ ପାଇଁ ଆବଶ୍ୟକ କୌଶଳ ଶିଖାଇବା ସହ ମନୋବଳ ବଢ଼ାଇଥିଲେ। ନୃସିଂହଙ୍କ କହିବା ଅନୁସାରେ ଲିପିକା ଆଡଭାନ୍ସ ବେସ୍‌ କ୍ୟାମ୍ପରେ ପହଞ୍ଚତ୍ବା ପରେ ଏବଂ ଆକ୍ଲାମାଇଟେଜେଶନ ପ୍ରୋସେସରୁ ଫେରିବାପରେ ମନ୍ଥର ଚାଲିକୁ ନେଇ ତାଙ୍କ ଗାଇଡ୍‌ ସଚେତନ କରାଇଥିଲେ। ଏହା ଲିପିକାଙ୍କ ସଫଳ ଆରୋହଣ ପାଇଁ ବିପଦ ସୃଷ୍ଟି କରିବ ବୋଲି ସେ ଦର୍ଶାଇଥିଲେ। ମାତ୍ର ଲିପିକା ଚାପର ବଶବର୍ତ୍ତୀ ନ ହୋଇ ୫ ତାରିଖ ସକାଳେ ସମସ୍ତ ସହଯୋଗୀଙ୍କୁ ପଛରେ ପକାଇ ୧ ଘଣ୍ଟା ପୂର୍ବରୁ ଆରୋହଣ ଶେଷ କରି ବେସ୍‌ କ୍ୟାମ୍ପକୁ ଫେରି ଆସିଥିଲେ। ଏହା କେବଳ ଜଣେ ଦୃଢ଼ ମନୋବଳସମ୍ପନ୍ନ ପର୍ବତାରୋହି ପକ୍ଷରେ ସମ୍ଭବ ବୋଲି ନୃସିଂହ ସୂଚନା ଦେଇଛନ୍ତି। ଲିପିକା ଶୁକ୍ରବାର ପୂର୍ବାହ୍ନ ୧୧ଟା ସମୟରେ ଭୁବନେଶ୍ୱର ଫେରିବା କାର୍ଯ୍ୟକ୍ରମ ରହିଛି।
ପ୍ରକାଶ ଯୋଗ୍ୟ ଯେ, ଲିପିକା ପୂର୍ବରୁ ୨୦୧୮ରେ ଆଫ୍ରିକା ମହାଦେଶର ସର୍ବୋଚ୍ଚ ଶୃଙ୍ଗ କିଲିମାଞ୍ଜାରୋ(୫,୮୯୫ ମିଟର)କୁ ସଫଳତାର ସହ ଆରୋହଣ କରିଥିଲେ। ମାଉଣ୍ଟ ଏଲବ୍ରୁସ ଆରୋହଣ ପାଇଁ ତାଙ୍କୁ ବରଗଡ଼ ଜିଲାର ବିକାଶ ଇନ୍‌ଷ୍ଟିଚ୍ୟୁଟ ୫୦,୦୦୦ ଟଙ୍କାର ଆର୍ଥିକ ସହାୟତା ଦେଇଥିବାବେଳେ ଏସିଆ ପାସିଫିକ୍‌ ହାବିଟାଟ୍‌ ସୋସାଇଟି (ଏପିଏଚଏସ) ଓଡ଼ିଶାର ସେକ୍ରେଟାରି ଜେନେରାଲ ଡ. ଓ୍ବିଲିୟମ ହେନେଜ ଆର୍ଥିକ ସହାୟତା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି। ନିଜର ଏହି ସଫଳତା ପାଇଁ ଲିପିକା ଦାଦା ଦିବାକର ମାଝି ଏବଂ ମାଉସୀ ଦମୟନ୍ତୀ ବାଗ୍‌ଙ୍କୁ ମଧ୍ୟ ଶ୍ରେୟ ଦେଇଛନ୍ତି। ଅଗାମୀ ଡିସେମ୍ବର ୨୫ରେ ସେ ଦକ୍ଷିଣ ଆମେରିକା ମହାଦେଶର ସର୍ବୋଚ୍ଚ ଶୃଙ୍ଗ ମାଉଣ୍ଟ ଆକଙ୍କଗୁଆ (୬,୯୬୨ ମିଟର) ଆରୋହଣ ପାଇଁ ଲକ୍ଷ୍ୟ ରଖିଛନ୍ତି। ଏଥିପାଇଁ ପାଖାପାଖି ୧୨ ଲକ୍ଷ ଟଙ୍କା ଖର୍ଚ୍ଚ ହେବ ବୋଲି ସେ ଆକଳନ କରୁଛନ୍ତି। ”ରାଜ୍ୟରେ ପର୍ବତାରୋହୀଙ୍କ ନିକଟରେ ଆବଶ୍ୟକ ସରଞ୍ଜାମ ନ ଥିବାରୁ ଆରୋହଣ ସମୟରେ ସେମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ତେଣୁ ପ୍ରକୃତ ପର୍ବତାରୋହୀଙ୍କୁ ଚିହ୍ନଟ କରାଯାଇ ରାଜ୍ୟ ସରକାର ସରଞ୍ଜାମ ଯୋଗାଇ ଦେଲେ ସେମାନେ ଉପକୃତ ହେବା ସହ ରାଜ୍ୟପାଇଁ ଅଧିକ ଗୌରବ ଆଣି ପାରିବେ“ ବୋଲି ଲିପିକା ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଶେଷ ଓଭରରେ ରୋହିତ ଶର୍ମାଙ୍କ ଏହି ଗୋଟିଏ ନିଷ୍ପତ୍ତି, ପଲଟାଇଦେଲା ବାଜି

ନୂଆଦିଲ୍ଲୀ,୧୯।୪: ଇଣ୍ଡିଆନ ପ୍ରିମିୟର ଲିଗ ଟି-୨୦ ମ୍ୟାଚ୍‌ରେ ମୁମ୍ବାଇ ଇଣ୍ଡିଆନ୍ସ ପଞ୍ଜାବ କିଙ୍ଗ୍ସକୁ ନଅ ରନ୍‌ରେ ପରାସ୍ତ କରିଛି। ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ଟସ ଜିତିବା...

ଆଇପିଏଲ୍‌ରେ ଧମାଲ୍‌ କରୁଛନ୍ତି ଏହି ୫ ଅନ୍‌କ୍ୟାପ୍‌ଡ୍‌ ଖେଳାଳି: ଟି-୨୦ ବିଶ୍ୱକପ୍‌ରେ ମିଳିପାରେ ସ୍ଥାନ

ନୂଆଦିଲ୍ଲୀ,୧୯।୪:ସନରାଇଜର୍ସ ହାଇଦ୍ରାବାଦ ଓପନର୍‌ ଅଭିଷେକ ଶର୍ମାଙ୍କ ଆଇପିଏଲ୍‌ରେ ଚମତ୍କାର ପ୍ରଦର୍ଶନ କରୁଛନ୍ତି। ଚଳିତ ସିଜନରେ ଏପର୍ଯ୍ୟନ୍ତ ଅଭିଷେକ ୬ଟି ମ୍ୟାଚରେ ୨୧୧ ରନ ସଂଗ୍ରହ କରିଛନ୍ତି।...

ରୋଚକ ହେଉଛି ପର୍ପଲ-ଅରେଞ୍ଜ କ୍ୟାପ୍‌ ରେସ୍‌: ଜାଣନ୍ତୁ ଏବେ କିଏ ଅଛନ୍ତି…

ମୁମ୍ବାଇ,୧୯।୪: ପଞ୍ଜାବ କିଙ୍ଗସ ବିପକ୍ଷରେ ଜସପ୍ରୀତ ବୁମ୍‌ରା ଏକ ଚମତ୍କାର ବୋଲିଂ ପ୍ରଦର୍ଶନ କରିଥିଲେ। ଜସପ୍ରୀତ ବୁମ୍‌ରା ୩ ବ୍ୟାଟ୍ସମ୍ୟାନ ୪ ଓଭରରେ ୨୧ ରନ...

ମୁମ୍ବାଇ ଜିତିବା ସତ୍ତ୍ୱେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଲାଗିଲା ବଡ଼ ଝଟ୍‌କା

ମୁମ୍ବାଇ,୧୯।୪: ମୁମ୍ବାଇ ଇଣ୍ଡିଆନ୍ସ ପଞ୍ଜାବ କିଙ୍ଗସ ବିପକ୍ଷରେ ଏକ ରୋମାଞ୍ଚକର ବିଜୟ ହାସଲ କରିଛି। ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ୱାଧୀନ ମୁମ୍ବାଇ ଇଣ୍ଡିଆନ୍ସ ପଞ୍ଜାବ କିଙ୍ଗସକୁ ୯...

ଧୋନୀଙ୍କୁ ବିଶ୍ୱକପ୍‌ ଲାଗି ରାଜି କରାଇବା ପ୍ରସଙ୍ଗରେ କ’ଣ କହିଲେ ରୋହିତ? ଦଳ ଘୋଷଣା ପୂର୍ବରୁ ଆସିଲା ବଡ଼ ଖବର

ନୂଆଦିଲ୍ଲୀ,୧୮।୪: ଟି୨୦ ବିଶ୍ୱକପ୍‌ ପାଇଁ ଟିମ୍‌ ଇଣ୍ଡିଆ ଘୋଷଣା କରାଯିବା ବାକି ଅଛି। ହେଲେ କେଉଁ ଖେଳାଳିଙ୍କୁ ଚୟନ କରାଯିବ, କାହାକୁ ନୁହେଁ, ତାହାକୁ ନେଇ...

ଚେନ୍ନାଇରେ ସାମିଲ ହେଲେ ଏହି ଘାତକ ବୋଲର୍‌, ୪ ବଲ୍‌ରେ ରୋହିତ-ବିରାଟ-ପନ୍ତଙ୍କ ଉଇକେଟ ନେଇ ଥିଲେ ଚର୍ଚ୍ଚାରେ

ନୂଆଦିଲ୍ଲୀ,୧୮।୪: ଆଇପିଏଲ୍‌ ମଝିରୁ ଚେନ୍ନାଇ ସୁପର କିଙ୍ଗ୍ସ(ସିଏସ୍‌କେ)ରୁ ବାଦ୍‌ ପଡ଼ିଛନ୍ତି ଷ୍ଟାର କ୍ରିକେଟର ଡିଭନ୍‌ କନଓ୍ବେ। ସର୍ବାଧିକ ରନ୍‌ ସ୍କୋର କରିଥିବା ଏହି କ୍ରିକେଟର ପୁରା...

ପଡ଼ିଆକୁ ଓହ୍ଲାଇବା ମାତ୍ରେ ଇତିହାସ ରଚିବେ ରୋହିତ ଶର୍ମା

ରୋହିତ ଶର୍ମା ପ୍ରଥମ ସିଜିନ ଅର୍ଥାତ୍‌ ୨୦୦୮ ଠାରୁ ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ) ର ଏକ ଅଂଶ ରହିଆସିଛନ୍ତି। ରୋହିତ ହେଉଛନ୍ତି ଆଇପିଏଲର ଅନ୍ୟତମ...

ଆଇପିଏଲ୍‌ ମଝିରେ ଚେନ୍ନାଇ ସୁପର କିଙ୍ଗସକୁ ଲାଗିଲା ବଡ଼ ଝଟ୍‌କା

ନୂଆଦିଲ୍ଲୀ,୧୮।୪: ଚେନ୍ନାଇ ସୁପର କିଙ୍ଗସ ଆଇପିଏଲ ୨୦୨୪ରେ ଏପର୍ଯ୍ୟନ୍ତ ଭଲ ପ୍ରଦର୍ଶନ କରୁଛି, କିନ୍ତୁ ଦଳକୁ ଏକ ବଡ଼ ଝଟ୍‌କା ଲାଗିଛି। ଗତ ସିଜନରେ ସିଏସ୍‌କେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri