Posted inଅପରାଧ

ଲିଗାଲ ମେଟ୍ରୋଲୋଜି ଇନ୍ସପେକ୍ଟର ଗିରଫ

କଟକ ଅଫିସ,୧୭।୧୧: ଓଜନ ମାପ ବିଭାଗ(ଲିଗାଲ ମେଟ୍ରୋଲୋଜି)ର ବରିଷ୍ଠ ଇନ୍ସପେକ୍ଟର ବିଶ୍ରାନ୍ତ କୁମାର ସେଠୀଙ୍କୁ ଭିଜିଲାନ୍ସ ଶନିବାର ଗିରଫ କରିଛି। ସେଠୀ ଗତ ଶୁକ୍ରବାର ୧ଲକ୍ଷ ୭୧ହଜାର ୭୦ଟଙ୍କା ଧରି ଯାଉଥିବା ବେଳେ ଭିଜିଲାନ୍ସ ସେଲ୍‌ ପକ୍ଷରୁ ତାଙ୍କୁ ପାରାଦୀପ ମଧୁବନ ନିକଟରେ ଥିବା ତାଙ୍କ ଅଫିସ ସମ୍ମୁଖରେ ଅଟକାଯାଇଥିଲା। ଏହା ପରେ ଭିଜିଲାନ୍ସ ଅଧିକାରୀମାନେ ତାଙ୍କ ନିକଟରୁ ଉକ୍ତ ଟଙ୍କା ଜବତ କରିଥିଲେ। ଜବତ ଟଙ୍କା ଉତ୍ସ ସମ୍ପର୍କରେ ସେଠୀ କୌଣସି ସନ୍ତୋଷଜନକ ଉତ୍ତର ଭିଜିଲାନ୍ସ ଅଧିକାରୀଙ୍କୁ ଦେଇପାରି ନ ଥିଲେ। ତଦନ୍ତରୁ ଭିଜିଲାନ୍ସ ଜାଣିପାରିଥିଲା ଯେ, ଇନ୍ସପେକ୍ଟର ସେଠୀ ଉକ୍ତ ଟଙ୍କା ପେଟ୍ରୋଲ, ଡିଜେଲ ପମ୍ପ ମାଲିକ ଓ ତେଲ ଟ୍ୟାଙ୍କର ଆଦିରୁ ଲାଞ୍ଚ ଆକାରରେ ଆଦାୟ କରିଥିଲେ। ଏ ସମ୍ପର୍କରେ ଭିଜିଲାନ୍ସ ସେଲ୍‌ ଥାନାରେ ଏକ ମାମଲା (ନଂ.୧୯/୨୦୧୯) ରୁଜୁ କରାଯାଇ ସେଠୀଙ୍କୁ ଗିରଫ କରାଯାଇଥିଲା। ସୂଚନାଥାଉ କି, ଗିରଫ ସେଠୀ ପାରାଦୀପଠାରେ ଓଜନ ମାପ ବିଭାଗରେ ବରିଷ୍ଠ ଇନ୍ସପେକ୍ଟରଭାବେ କାମ କରୁଥିବା ବେଳେ ଜଗତ୍‌ସିଂହପୁର ଜିଲା ଓଜନ ମାପ ବିଭାଗ କାର୍ଯ୍ୟାଳୟରେ ସହକାରୀ ନିୟନ୍ତ୍ରକଭାବେ କାର୍ଯ୍ୟ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଛତ୍ରପୁରରେ ବେଆଇନ ମୋରମ ଚାଲାଣ ଉପରେ ପୋଲିସର ଚଢ଼ାଉ: ୧୦ ଟିପ୍ପର ସହ ଜେସିବି ଜବତ

ଛତ୍ରପୁର, ୨୧।୫ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲ୍ଲା ଛତ୍ରପୁର ଅଞ୍ଚଳରେ ବେଆଇନ ଖଣିଜ ସମ୍ପଦ ଚୋରା ଚାଲାଣ ଉପରେ ଚମାଖଣ୍ଡି ଥାନା ପୋଲିସ ଏକ ବଡ଼ଧରଣର କାର୍ଯ୍ୟାନୁଷ୍ଠାନ…

୧୬ ବର୍ଷ ପରେ ବଳାତ୍କାର ଅଭିଯୁକ୍ତ ଗିରଫ, ପୀଡ଼ିତା ମହିଳାଙ୍କ ପରିବାର…

ବରଗଡ,୨୧।୫(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲା ଭଟଲି ଥାନା ପୋଲିସ ଗୁରୁବାର ୧୬ ବର୍ଷ ପରେ ଜଣେ ଫେରାର୍‌ ବଳାତ୍କାର ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ଜଣକ…

ରାଜଧାନୀରେ ୨୪ଘଣ୍ଟାରେ ୫ଜଣଙ୍କୁ ହତ୍ୟା, ଘର ଭିତରେ ପଶି ମା’ପୁଅଙ୍କୁ ମାରିଦେଲେ

ନୂଆଦିଲ୍ଲୀ,୨୧।୫: ଜୀତାୟ ରାଜଧାନୀରେ ଅପରାଧ ବଢିବାରେ ଲାଗିଛି । ଗତ ୨୪ ଘଣ୍ଟା ମଧ୍ୟରେ ଦିଲ୍ଲୀରେ ପାଞ୍ଚ ଜଣଙ୍କ ମୃତ୍ୟୁ ଘଟିଥିବା ରିପୋର୍ଟ ହୋଇଛି । ଏବେ ଦିଲ୍ଲୀର…

​ମା’ ସହ ଅବୈଧ ସମ୍ପର୍କ ସନ୍ଦେହ ହେଲା କାଳ, ଯୁବକଙ୍କୁ ସାଇକେଲ୍ କ୍ରାଙ୍କରେ ପିଟି ପିଟି ନିର୍ମମ ହତ୍ୟା

​ଝାରସୁଗୁଡା,୨୦ା୫(ଆଶିଷ ରଞ୍ଜନ ଦାଶ): ପରକୀୟା ପ୍ରୀତି ସନ୍ଦେହକୁ କେନ୍ଦ୍ର କରି ଝାରସୁଗୁଡା ଜିଲାରେ ଏକ ଅଭାବନୀୟ ତଥା ହୃଦୟବିଦାରକ ହତ୍ୟାକାଣ୍ଡ ଘଟିଯାଇଛି । ମା’ ଅନ୍ୟ ଜଣେ…

ଗାଧୋଇ ଯିବାବେଳେ ଯୁବକଙ୍କୁ ପକାଇଥିଲେ କଟୁରି ଚୋଟ, ଆଜି ଜେଲ୍‌ ଗଲେ

ଦିଗପହଣ୍ଡି,୨୦ା୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗୋକର୍ଣ୍ଣପୁର ବଡ଼ସାହିର ଦୀପକ ସେଠୀଙ୍କ କଟୁରି ଚୋଟରେ ପଡ଼ୋଶୀ ଡି.ବିଜୟ(୪୫) ମଙ୍ଗଳବାର ସକାଳେ ଗୁରୁତର ହୋଇଥିଲେ। ପୂର୍ବାହ୍ନ…

ଯୌତୁକ  ନିର୍ଯ୍ୟାତନା ସହି ନ ପାରି ବିଷ ପିଇ ଦେଲେ ମହିଳା: ମୃତଦେହ ଜବତ

ଦିଗପହଣ୍ଡି ,୧୯|୫(ଅଶେଷ ନାଥ ମିଶ୍ର):  ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ୧୦ ନଂ ୱାର୍ଡ ଆନନ୍ଦ ନଗର ର ବିଶ୍ଵନାଥ ମହାରଣା ଙ୍କ ଝିଅ ଉଷାରାଣୀ ମହାରଣା…

୧୬ ଦିନର ଛାତିଥରା ଘଟଣା… ନାବାଳିକାଙ୍କୁ ଅପହଣ ପରେ ନିଶା ଇଞ୍ଜେକ୍ସନ ଦେଇ ଗଣବଳାତ୍କାର, ପ୍ରତିବାଦ କରିବାରୁ ସିଗାରେଟ ଚେଙ୍କ

ଲକ୍ଷ୍ନୌ,୧୯।୫: ଉତ୍ତର ପ୍ରଦେଶର ମହୋବାରେ, NEET ପ୍ରବେଶିକା ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବା ଜଣେ ଛାତ୍ରୀଙ୍କୁ ଅପହରଣ ପରେ ୧୬ ଦିନ ଧରି ଗଣବଳାତ୍କାର କରାଯାଇଥିବା ନେଇ…

ପାରିବାରିକ କଳହ ହେଲା କାଳ; ବାପଘରକୁ ଡାକି ସ୍ବାମୀଙ୍କ ଯୌନାଙ୍ଗ କାଟିଦେଲେ ସ୍ତ୍ରୀ, ଚାଲିଗଲା ଜୀବନ

କଟକ,୧୮।୫(ପ୍ରଭୁକଲ୍ୟାଣ ପାଲ): କଟକ ବଡମ୍ବାରେ ଯୌନାଙ୍ଗ କାଟି ସ୍ୱାମୀଙ୍କୁ ହତ୍ୟା କଲେ ସ୍ତ୍ରୀ । ବଡମ୍ବା ଥାନାରେ ମାମଲା ପରେ ପୋଲିସ ତଦନ୍ତ ଆରମ୍ଭ କରିଛି ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri